ଏହି ପୃଷ୍ଠାଟି ବୈଧ ହୋଇସାରିଛି

Sunday Standard ଏ ପୁସ୍ତକ ସମୀକ୍ଷାର ଶିରୋନାମା ରଖିଛନ୍ତି 'No alien Stuff.' ଏହାର ସମୀକ୍ଷକଙ୍କ ଦୃଷ୍ଟିରେ -

"...it is refreshing to come across a Volume of poems by Jagannth Prasad Das, a noted Oriya pote and painter, Which evoke spontaneous responses from us, thanks to the familiarity of idiom and imagery."୧୬

ମାଡ୍ରାସର 'Hindu' ପତ୍ରିକାରେ L.C.Richardoଙ୍କ ସମୀକ୍ଷା ସଂକ୍ଷିପ୍ତ ହେଲେ ହେଁ ତାତ୍ପର୍ଯ୍ୟପୂର୍ଣ୍ଣ -

The poems are replete with poetic substance, the Indianness is captivating... The simplicity of thought and feeling is so refreshing."୧୭

India Todayରେ ସମୀକ୍ଷକ ଅମନନାଥ କବିତାର ଚିତ୍ରକଳ୍ପ ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ଜଣେ non-commercial poetର ସଂକଳନ ପ୍ରକାଶ କରିଥିବା ହେତୁ ଇଂରାଜୀ ସଂକଳନର ପ୍ରକାଶକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।୧୮ Indian Book Chronicleରେ ଶ୍ରୀମତୀ ଜ୍ୟୋତ୍ସ୍ନା ଅଗ୍ନିହୋତ୍ରୀ କବିତାଗୁଡ଼ିକ 'Genuine Poetry' ବୋଲି ମତ ବ୍ୟକ୍ତ କରି ଏହାର ଛନ୍ଦବୈଚିତ୍ର୍ୟକୁ ପ୍ରଶଂସା କରିଛନ୍ତି ।୧୯

‘ପ୍ରଥମ ପୁରୁଷ’ର ଉର୍ଦ୍ଧୁ ଅନୁବାଦକ ଶାହିଦା ସୟସ । ଏ ପୁସ୍ତକର ସମୀକ୍ଷକ K.K.Khullarଙ୍କ ଭାଷାରେ — “J.P Das' poetry is a procession of shadows and these shadows are reflections of our own experience. Das' sensibility is easily comparable with that of Faiz in Urdu..."୨୦

(ଗିରିବାଳା ମହାନ୍ତିଙ୍କ ସମ୍ପାଦିତ ‘କିଛି ବର୍ଷ କିଛି ରାସ୍ତା କିଛି ନିର୍ଜନତା'ରୁ ଉଦ୍ଧୃତ) --- ୧୬। Sunday Standard, ୨୭-୮-୧୯୭୮

୧୭। The Hindu, ୧୪-୧୨-୧୯୭୬

୧୮। India Today, ମାର୍ଚ୍ଚ ୧୫, ୧୯୭୮

୧୯। India Book Chronicle, ନଭେମ୍ବର ୧, ୧୯୭୭

୨୦। Link, ମାର୍ଚ୍ଚ ୧୧,୧୯୮୦