ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦଶମ ଛାନ୍ଦ
୬୩
 

ତାହା ଶୁଣି ପରିବାରୀ ବେଗେ ଚଳି ଗଲେ ।
ମହାଦେଈ ଆଗେ ଯାଇ ସମସ୍ତ କ‌ହିଲେ ଯେ । ୧୯ ।
ଶୁଣି ରାଣୀମାନେଣ ପାଇଲେ ଗରୁ ବଥା ।
ନୃପତି ଆଗରେ କହେ ସକଳ ବେବସ୍ଥା ଯେ । ୨୦ ।
ରାୟେ ଆଜ୍ଞା ଦେଲେ ସେ ଅଟନ୍ତି ବ୍ରତଚାରୀ ।
ନୋହିଲେ କି ଆନ ବେଳେ ଗଣ୍ଡା ହୋୟେ ମାରି ଗୋ ।୨୧।
ଉଜୁଁଇବା ବିଧି ଆମ୍ଭେ ସବୁ କରାଇବା ।
ୟେ କଥାକୁ ମନେ କିମ୍ପା ଦୁଖ କରେ ଜେମା ଯେ । ୨୨ ।
ଏତେ ବୋଲି ବାହାରକୁ ବିଜେ ଦଣ୍ଡଧାରୀ ।
ଆଜ୍ଞା ତୋଳି ଦେଲେ ପାତ୍ର ମନ୍ତ୍ରୀଙ୍କି ହକାରି ଯେ । ୨୩ ।
ବିଶ୍ୱକର୍ମାମାନଙ୍କୁ ସେ ହକରାଇ ଆଣ ।
ସପତ ଦେଉଳ ବେଗେ କରନ୍ତୁ ନିର୍ମାଣ ଯେ । ୨୪ ।
ଈଶ୍ୱର ପାର୍ବତୀ ତହିଁ ବିଜେ କରାଇବ ।
ସାତ ଦେଉଳରୁ ଏକ ଦୁଆର ହୋଇବ ଯେ । ୨୫ ।
ଦେବତାଙ୍କ ଖଟଣି ସାମନ୍ତ ଲୋକ ଯେତେ ।
ଭାତ ବରତନ ଦେଇ ଅଣାଅ ତୁରିତେ ଯେ । ୨୬ ।
କାନ୍ତ ବିଚ୍ଛେଦ ଯାତ୍ରା ଯେ ଜୁଆଁଇ କରିବେ ।
ବରଷେ ସମ୍ପୂର୍ଣ୍ଣ ହେଲେ ବ୍ରତ ଉଜୁଁଇବେ ହେ ।୨୭ ।
ଯେତେ ଦ୍ରବ୍ୟ ଲାଗିବ ସମସ୍ତ ଦେଉଥିବ ।
ନ ମିଳିଲା ପଦାର୍ଥକୁ ଦୂରୁଁ ଅଣାଇବ ହେ । ୨୮ ।
ଏତେ ଆଜ୍ଞା ଦେଇଣ ଭିତରେ ବିଜେ କଲେ ।