ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୪
ଶଶିସେଣା
 

ପାତ୍ର ବେହରଣେ ବସି ଦୂତ ବରଗିଲେ ଯେ ।
ଅନେକ ଦେଶର ବିଶ୍ୱକର୍ମା ହକରାଇ ।
ମାସ ତିନି ଭିତରେ ଦେଉଳ ନିରିଭାଇ ଯେ । ୩୦ ।
ପ୍ରତିଷ୍ଠା କରିଣ ଦେବତାଙ୍କୁ ବସାଇଲେ ।
ଖଟଣି ସେବକେ ସବୁ ସେବାରେ ଲାଗିଲେ ଯେ । ୩୧ ।
ଧୂପ ଦୀପ ନଇବିଦ୍ୟ ନାନାଦି ପ୍ରକାର ।
ଯାତ୍ରାରେଣ ବିଧି ସେହୁ କଲେକ ସମ୍ଭାର ଯେ । ୩୨ ।
ନାନାବର୍ଣ୍ଣ ଚାମର କୁସୁମ ମାଳମାନ ।
ଆକାଶ ମଣ୍ଡଣି କଲେ ଦେଉଳ ଦ୍ୱାରେଣ । ୩୫ ।
ଶିଶିଧର କୁମର ଦେଉଳେ ବିଜେ କରି ।
ଦେଖିବାକୁ ଆସନ୍ତି ସକଳ ନରନାରୀ ଯେ । ୩୪ ।
ଦେଦତା ଦର୍ଶନ କରି କୁମରକୁ ଚାହିଁ ।
ବୋଲନ୍ତି ଏମନ୍ତ ଶୋଭା ଦେଖିଲା ତ ନାହଁ ଯେ । ୩୫ ।
ଏକ ମୁଖୁଁ ଆରେକ ଶୁଣନ୍ତି ଏହୁ କଥା ।
କାନ୍ତ ବିଚ୍ଛେଦ ଯାତ୍ରାର ଅପୂର୍ବ ବେବସ୍ଥା ଯେ । ୩୬ ।
ଅନେକ ଦେଶର ଲୋକେ ଦେଖିବାକୁ ଆସି ।
କୁମର ଯାତ୍ରାକୁ ଦେଖି ସର୍ବେ ପରଶଂସି ଯେ । ୩୭ ।
ଶଶିଧର ଜଣେ ଜଣେ ନିରେଖୁଣ ଥାଇ ।
କୁମରର ଅନୁରୂପେ ଜଣେ ନ ଦେଖଇ ଯେ । ୩୮ ।
ବରଷେ ସମ୍ପୂର୍ଣ୍ଣ ଆସି ନିକଟ ହୋଇଲା ।


। ୨୧ । ବେହରଣେ—ମଣ୍ଡପରେ ।