ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୬
ଶଶିସେଣା
 

ମାୟା ବ‌ହୁରୂପ ପ୍ରାୟେ ମଣୁଥାଇଁ ମୁହିଁ ।
ତାହା ତ ଦେଖିଲେ କିଛୁ ପୁଣ୍ୟଫଳ ନାହିଁ ହେ ।୫୦।
କୁମର ବୋଲଇ କାନ୍ତ ବିଚ୍ଛେଦ କେମନ୍ତ ।
ଦେଖିଲା ତ ନାହିଁ ଯାତ୍ରା, ଶରଧା ବହୁତ ହେ । ୫୧ ।
ବୋଲଇ ଆଜର ନିଶି ଦେଖାଇବି ନେଇ ।
ମୋହୋ ସଙ୍ଗେ ଥିବ ତୁମ୍ଭେ ସ୍ତିରୀ ବେଶ ହୋଇ ଯେ । ୫୨ ।
ୟେମନ୍ତରେ ରଜନୀ ଯେ ପ୍ରବେଶ ହୋଇଲା ।
କୁମରକୁ ସ୍ତିରୀ ବେଶ ଜ୍ଞାନଦେଈ କଲା ଯେ । ୫୩ ।
ଯାତ୍ରା ପରିମଳ ଦେଉଳକୁ ଯିବା ବେଳେ
ଶଶିସେଣା ମୁଖକୁ କୁମର ଅନାଇଲେ ଯେ । ୫୪ |
ରୂପଗୁଣ ବରନ ସକଳ ତାର ଚିହ୍ନି ।
ନିଶ୍ଚୟେ ଜାଣିଲେ ୟେହୁ ମୋହୋର କାମିନୀ ଯେ । ୫୫ ।
ଦେଉଳ ଦୁଆରେ କଳା ଖଣ୍ଡିୟେକ ଘେନି ।
ଲେଖଇ କୁମର ଅତି ହୋଇଣ ଦଇନି ଯେ । ୫୬ ।
ଶଶିସେଣା ନୃପତି କୁମାରୀ ପ୍ରାଣସ‌ହି ।
ମୋହୋର ନିମନ୍ତେ ୟେତେ ରୂପ ଅଛୁ ହୋଇ ଗୋ । ୫୬ ।
ଜ୍ଞାନଦେଈ ମାଲୁଣୀ କରିଛି ମୋତେ ବନ୍ଦୀ ।
କଳା ମେଣ୍ଢା କରି ଗମ୍ଭୀରିରେ ଅଛି ବାନ୍ଧି ଯେ । ୫୮ ।
ରାତ୍ର ପ‌ହଡ଼େକ ଗଲେ କରଇ ମନୁଷ୍ୟ ।
ଫେଡ଼ିଣ କ‌ହିଲି ସଖି ସକଳ ସନ୍ଦେଶ ଯେ । ୫୯ ।
ପାରିଲେଣ ୟେଥୁ ମୋତେ ଉଦ୍ଧରିଣ ଧର ।
ବାରେ ବାରେ ତୁମ୍ଭେ ସିନା କର ପ୍ରତିକାର ଯେ । ୬୦ ।