ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱାଦଶ ଛାନ୍ଦ
୮୧
 

ବୋଲଇ ସୁନ୍ଦରୀ ୟେଡେ ପୁରୁଷ ନିର୍ଦ୍ଦୟା ।
ସ୍ତିରୀ ହୋଇ କେ ପାଇବ ପୁରୁଷଙ୍କୁ ହିୟା ।
ଆପଣାର ବୋଲି ଯେ ବୋଲିନ୍ତି ପୁରୁଷକୁ ।
ଧିକ ତ ଜୀବନ ସେହୁ ଯୁବତୀ ମାନଙ୍କୁ । ୯ ।

ନାନାରୂପେ ଭଜି ମୁଇଁ ନାମ ନ ଜାଣିଲି ।
କପଟ ପ୍ରୀତିରେ ପଡ଼ି କୁଳହିଁ ତେଜିଲି ।
ଗାୟେଣୀ ମାନେ ଯେ ଯହୁଁ ଆଜ ଆସିଥିଲେ ।
ଚିତ୍ର ଲେଖି ତୁମ୍ଭ ଭାବିନୀକି ଦେଖାଇଲେ । ୧୦ ।

ବୋଇଲେ ୟେହାଙ୍କ ନିଜପତି ସେ କୁମର ।
ତୁମ୍ଭେମାନେ ସିନା ଦାସୀ ପରିବାରୀ ଛାର ।
ଅଳପ ଦିନ‌କୁ ତୁମ୍ଭ ସଙ୍ଗତେ ପୀରତି ।
ତେଣୁ ସେ ଅହିମାଣିକ୍ୟ ନାମ କହିଛନ୍ତି । ୧୧ ।

ନିଜ ନାମ କହନ୍ତି ଯେ ନ ତେଜି ଯାହାକୁ ।
ବୋଇଲେ ନୋହିଲେ ୟେହା ପଚାର ତାହାଙ୍କୁ ।
ତେଣୁ କରି ତୁମ୍ଭ ମାୟା ୟେବେ ସେ ଜାଣିଲି ।
ଗାୟେଣୀଙ୍କ ମୁଖୁ ଯହୁଁ ସନ୍ଦେଶ ଶୁଣିଲି । ୧୨ ।

ଜାଣିଲା କୁମର ନାଗବାଳୀ ଆସିଥିଲେ ।
ଆମ୍ଭଙ୍କୁ ନେବାକୁ କୂଟ ଭିଆଇଣ ଗଲେ ।

୧୦-୧-ନାନାମତେ ସେବାକରି ମନ ନ ପାଇଲି (ଖ) ତେଣୁକରି ମାୟା ତୁମ୍ଭ ଜାଣି ନ ପାରିଲି (ଗ) । ୧୨-୪-ଯ‌ହୁଁ ୟେମନ୍ତ ଶୁଣିଲି (କ) । ୧୩-୨-ମୋତେ ସେ ନେମାକୁ (ଗ) ।୬ ଶଶିସେଣା