ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱାଦଶ ଛାନ୍ଦ
୮୩
ପୁଣି ବୋଲେ ଜୀଇ ଥିଲେ ଭେଟ ଅବା ହୋଇ ।
ମରିବଇ ଯେବେ ସେହୁ ଭେଟିବଇଁ କାହିଁ । ୧୮ ।
ୟେମନ୍ତେ ବିଚାରି ମନେ ବୋଲଇ ବଚନ ।
ନାମ କହିବଇଁ ସଖି ନୁହସି ବିମନ ।
ତୋହୋର ରାଶିକି ନାମ ନ ଯୋଗାଇ ବୋଲି ।
ତେଣୁ କରି ସିନା ନାମ ନ କହିଣ ଥିଲି । ୧୯ ।
ନାମ ଶୁଣିବାକୁ ଯେବେ ୟେଡ଼େ ଇଚ୍ଛା ଅଛି ।
କହିବଇଁ ତାହା ଯାହା ବିହି ଲିହିଅଛି ।
ଊଠ ଉଠ ମୋଜଣା ମଣୋହି କରିଥିବା ।
ରଜନୀ ହୋଇଲେ ନାମ ଅବଶ୍ୟ କହିବା । ୨୦ ।
ଶୁଣି ସେ କୁମର ବାଣୀ ସନ୍ତୋଷ ତରୁଣୀ ।
ମାନ ତେଜି ଊଠିଲା ସେ ମରାଳଗମନୀ ।
ନିତ୍ୟ କର୍ମ ବିଧି ସାରି ମୋଣୋହି ସେ କଲା ।
ରଜନୀ ହୋଅନ୍ତେ ପୁଣ କାନ୍ତ ପାଶେ ଗଲା । ୨୧ ।
ଶଶିସେଣା ସଙ୍ଗତରେ ଘେନିଣ କୁମର ।
ପ୍ରବେଶ ହୋଇଲେ ଯାଇଁ ବିହଙ୍ଗମ ତୀର ।
ବିଶେହେରୀ ପୁରକୁ ଯିବାକୁ ବାଟ ସେହି ।
ସେଠାରେ କୁମରମଣି ବାଳୀକି ପୁଚ୍ଛଇ । ୨୨ ।
୨୧। ମରାଳଗମନୀ-ହଂସର ଚାଲିପରି ଚାଲି ଯେଊଁ ସ୍ତ୍ରୀର । ୨୨ । ବିହଙ୍ଗମ- ଗୋଟିଏ ନଈର ନାଁ । ବିଶେହେରୀ ପୁର - ଦୁର୍ଗା ଠାକୁରାଣୀଙ୍କ ପୁର ବା ପାତାଳ ପୁର ।