ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୬
ଶଶିସେଣା
 

ଯେତେ ଯେତେ ବିଦେଶରେ ପଡିଲା ବିପତ୍ତି ।
ଈଶ୍ୱର ପାର୍ବତୀ ସିନା ସେ ଦୁଖ ଜାଣନ୍ତି । ୩୨ ।

ନିମିଷେକ ଲକ୍ଷେ ଯୁଗ ନ ଦେଖିଲେ ମୋତେ ।
ଦାରୁଣ ହୃଦୟ ୟେବେ ହୋଇଲ କେମନ୍ତେ ।
ଛାଡ଼ିଲ ସେନେହ ତେଡେ ବଢ଼ାଇ ପୀରତି ।
ୟେବେ ଛାଡି କରି ଗଲ ଅନାଥ ଯୁବତୀ ।୩୩ ।

ନ ଜାଣଇ କାହାକୁ ମୁଁ କେହି ନାହିଁ ସାଖା ।
ଇଷ୍ଟ ବନ୍ଧୁ କୁଟୁମ୍ବ ସବୁହିଁ ତୁମ୍ଭେ ୟେକା ।
ଗୁରୁ ମୋତେ ସମର୍ପି ଯେ ଅଛନ୍ତି ତୁମ୍ଭକୁ ।
ଶଶିସେଣା ଦୋଷ କଲେ ମୂର୍ଚ୍ଛିବ ଆମ୍ଭଙ୍କୁ । ୩୪ ।

ଗୁରୁ ଦକ୍ଷିଣାକୁ ବୋଲ ପ୍ରତିପାଳ କର ।
ଦୋଷ କରିଥିଲେ ରୋଷ ବାରେକ ସଂହାର ।
ୟେତେ ବୋଲି ଶୋକଭରେ ବିଳାପ ତରୁଣୀ ।
ବସୁନ୍ଧୁରୀ ରୋଦଇ ତାହାର ଶୋକ ଶୁଣି । ୩୫ ।

ବିଛେଦର ଦୁଖ ୟେକା ଜାଣନ୍ତି ଦମନ୍ତୀ ।
ସେହି ପୁଣି ମୋହୋ ପ୍ରାୟେ ନିରେଖ ନୁହନ୍ତି ।
ଦୁଖ ପାଇ ପିତାର ଘରକୁ ତ‌ହୁଁ ଗଲେ ।
ଦୁତୀ ସ୍ୱୟମ୍ବର କରି ନାହାକୁ ପାଇଲେ । ୩୬ ।

୩୩-୧-ତିଳେ‌କ‌ହିଁ ଲକ୍ଷେ ଯୁଗ (ଖ) ୩୫-୨-ଦୋଷ କଲେ ରୋଷ ବେଳେ ସେ କଥା

ସଂହାର (କ)


୩୫ । ସଂହାର - ବନ୍ଦ କର, ଦୂର କର । ୩୬ । ଦମନ୍ତୀ- ନଳଙ୍କ ଭାର୍ଯ୍ୟା ଦମୟନ୍ତୀ ।