ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୮
ଶଶିସେଣା
 



ତିନିରାତ୍ର ଅନିଦ୍ରା ଭୋଜନ ତାର ନାହିଁ ।
ତ୍ରିପୁର-ମୋହନୀ ମୁଖ ମିଳନ ଦିଶଇ ।
ଦୟା କରି ମୁନି ତାକୁ ସନ୍ନିଧକୁ ଡାକି ।
ପଚାରନ୍ତି ଆରେ ବାମୀ କି କେ ଗୁରୁ ଦୁଖୀ । ୪୨ ।

କ‌ହିଲା ସୁନ୍ଦରୀ ତାର ନାହାର ଚରିତ ।
ଶୁଣି ମୁନି ବୋଇଲେ ସେ ଅଟେ ଦେବୀସୁତ ।
ମାୟା ହୋଇ ସିନା ତୋର ଭ୍ରଥା ହୋଇଥିଲା ।
ନାମ ପଚାରିଲୁ ଯହୁଁ ତେଣୁକରି ଗଲା । ୪୩ ।

କେବଣ ପ୍ରକାରେ ୟେବେ ଭେଟିବୁ ତୋ ପତି ।
ସେ ନାଗ ପୁରୁଷ ତୁହି ମଞ୍ଚର ଯୁବତୀ ।
ଶଶିସେଣା ବୋଲେ ପ୍ରଭୁ ମୋର ବୁଦ୍ଧି କିସ ।
ଶୋକସିନ୍ଧୁ ତରିବାକୁ ଦେବା ଉପଦେଶ ।୪୪।

ୟେହା ଶୁଣି ମୁନିମଣି ମନ୍ତ୍ର ତାକୁ ଦେଲେ ।
ସମ୍ପୂର୍ଣ୍ଣ ବରଷେ ୟେହା ଜପସି ବୋଇଲେ ।
ମାୟା କନ୍ୟା ଅଛନ୍ତି ଯେ ସପତ ଜାୟେକା ।
ସେ ତୋତେ ପ୍ରସନ୍ନ ହୋଇ ହୋଇଥିବେ ସାଖା । ୪୫ ।

ଏକମୂର୍ତ୍ତି ସାତେହେ ସେ ମଦନ ମୋହିନୀ ।
ପାତାଳ ପୁରକୁ ତାଙ୍କୁ ସାଙ୍ଗେ ଯିବୁ ଘେନି ।
ଚିତ୍ରମାଳୀ ନାମ ତୁ ଯେ ହୋଇବୁ ଗାୟେଣୀ ।
ମାୟା କନ୍ୟାମାନେ ତୋତେ ସେବିଥିବେ ପୁଣି । ୪୬ ।


୪୨ । ତ୍ରିପୁର ମୋହିନୀ - ନିଜ ରୂପରେ ତିନିପୁରକୁ ମୋହି ଦେଉଥବା ସୁନ୍ଦରୀ ଶଶିସେଣା ।