ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୨
ଶଶିସେଣା
 

ୟେ ବଚନ ଶୁଣି ସପତ ତରୁଣୀ ପ୍ରସନ୍ନ ହୋଇଲେ ମନ ।
ମାୟା ବସ୍ତ୍ର ଅଳଙ୍କାର ନାନା ବିଧି ଆଣି କରନ୍ତି ବେଶନ ।
ନା ଗୋ ୟେ । ୧୩ ।
ତାଳ ମୃଦଙ୍ଗ ବେଣୁ ବୀଣା ପିନାକୀ ରବା ତମ୍ବୋରା ସେ ଘେନି ।
ଶଶିସେଣା ବାଳୀ ସଙ୍ଗତେ ସାତେହେଁ ହୋଇଲେ ଅନୁଗାୟେଣୀ ।
ନା ଗୋ ୟେ । ୧୪ ।
ଚିତ୍ରମାଳୀ ନାମ ଅତି ଅନୁପମ ମାୟା ବେଶ ମନୋହାରୀ ।
ତାଣ୍ଡବ ଆରମ୍ଭ କରିବା ନିମନ୍ତେ ଚଳନ୍ତି ପାତାଳ ପୁରୀ ।
ନା ଗୋ ୟେ । ୧୫ ।
ଦେବୀ ଭୁବନରେ ପ୍ରବେଶ ହୋଇଲେ ନୃତ୍ୟ ଆରମ୍ଭିଲେ ପୁଣି ।
ନବୀନ କି ଅବା ଗାନ୍ଧାର ବିଧିରେ ଗୀତ ଗାବନ୍ତି ତରୁଣୀ ।
ନା ଗୋ ୟେ । ୧୬ ।
ମାୟା ଅଞ୍ଜନ ନୟନରେ ରଞ୍ଜିଣ କଟାକ୍ଷ ତୀଖ ଚାହାଣି ।
ସ୍ତିରୀ ପୁରୁଷ ବଶ ହେଲେ ଦେଖିଣ ଭୋଳ ଦେଖି ଠାକୁରାଣୀ ।
ନା ଗୋ ୟେ । ୧୭ ।
ପ୍ରସନ୍ନ ହୋଇଣ ତୋଷେ ଆଜ୍ଞା ଦ୍ୟନ୍ତି ମାଗ ରେ ଗାୟେଣି ବର ।
ଯାହା ମାଗିବୁ ମୁଁ ଦେବଇ ଅବଶ୍ୟ ସତ୍ୟ ମୋର ଶତେ ବାର ।
ନା ଗୋ ୟେ । ୧୮ ।


୧୩। ବେଶନ-ଅଙ୍ଗ ମଣ୍ଡିବା । ପିନାକୀ-ଜାତିଏ ବାଜଣା । ରବା - ଜାତିଏ ବାଜା ।
ତମ୍ବୋର ଏକ ପ୍ରକାର ବାଇଦ ।
୧୫ । ତାଣ୍ଡବ-ଏକ ପ୍ରକାର ନାଚ । ପୁରୁଣା କାଳରେ ତଣ୍ଡୁ ବୋଲି ଜଣେ ମୁନି ଥିଲେ । ସେ ଏ ନାଚ-ବାହାର କରିଥିଲେ ବୋଲି ତାକୁ ତାଣ୍ଡବ କୁହା ଯାଉଛି ।
୧୬ । ଗାନ୍ଧାର ବିଧି - ଗାଇବା ଓ ଜାଚିବାର ନିୟମ ।