ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତ୍ରୟୋଦଶ ଛାନ୍ଦ
୯୩
 

ୟେହା ଯହୁଁ ଶୁଣି ଚିତ୍ରମାଳୀ ପୁଣି କ‌ହଇ ଯୋଡ଼ିଣ କର ।
ଅନୁଗ୍ରହ କରି ଯେବେ ସତ୍ୟ କଲ ଶୁଣିମା ବିନୟ ମୋର ।
ନା ଗୋ ୟେ । ୧୯ ।
ତୁମ୍ଭ ତନୟ ହଳହଳି କୁମର ତାକୁ ବଳିଲା ମୋ ମତି ।
ତାହାଙ୍କ ନାମେ ମୁଁ ହୋଇଲାଇ ଭୋଳ କ‌ହିଲି ଯଥା ଯୁଗତି ।
ନା ଗୋ ୟେ । ୨୦ ।
ତାଙ୍କୁ ମୋତେ ଦେବ ସେ ମୋର ବଲ୍ଲଭ ହୋଇବି ମୁଁ ତାଙ୍କ ସ୍ତିରୀ ।
ସଂସାର ସୁଖ ୟେତେକେହେଁ ଲଭିବି ତୁମ୍ଭର କୃପାରୁ କରି ।
ନା ଗୋ ୟେ ।୨୧ ।
ମୋର କାଳ ଶେଷ ହୋଇଲେ ସେ ପୁଣ ଆସିବେ ତୁମ୍ଭର ପୁର ।
ୟେହା ନ କରି ସତ୍ୟ ହାନି ହୋଇଲେ ମରିବଇ ୟେହିଠାର ।
ନା ଗୋ ୟେ । ୨୨ ।
ମାୟାରେ ମୁଖ ବନ୍ଧନ ସଭାଜନ ନ କ‌ହନ୍ତି କେହି ବାଣୀ ।
ଦେବି କୁମର ମନେ ଆନ ନ ଧର ଆଜ୍ଞା ଦେଲେ ଠାକୁରାଣୀ ।
ନା ଗୋ ୟେ । ୨୩ ।
ଅହିମାଣିକ୍ୟ ୟେହା ଶୁଣି ଚାହଁଇ ଚିତ୍ରମାଳୀ ବାଳୀ ମୁଖ ।
ଶଶିସେଣା ବାଳୀ ଜାଣଇ ତ ନାହିଁ ଲଭଇ ମନରେ ଦୁଖ ।
ନା ଗୋ ୟେ । ୨୪ ।
ନୃପତି କୁମାରୀ ମୋର ପ୍ରାଣେଶ୍ୱରୀ ଛାଡ଼ିଣ ଅଇଲି ତାକୁ ।
ନିଜ ଭାବିନୀ ମାନଙ୍କରେ ନୋହିଲି ମାୟେ ଦିଅନ୍ତି ୟେହାକୁ ।
ନା ଗୋ ୟେ । ୨୫ ।