ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୨
ଶଶିସେଣା
 

ପୁଣି ବୋଲନ୍ତି ଯେବେ ଯିବେ ନିଶ୍ଚୟେ ବଳେ ତ ରଖି ନ ପାରିବା ।
ତାତ ଜନନୀ ଦେଖି ଯେବେ ଆସିବେ ସମ୍ଭାର କର ଜେମା ଦେବା ।
ନୃପତି । ହେମନ୍ତ ତାଙ୍କୁ ଆଗ୍ୟାଁ ଦେଇ ।
ଭିତର ପୁରେ ବିଜେ କରି ହକାରି କହନ୍ତି ରାଣୀ ମହାଦେଈ ।
ଜୁଆଇଁ ଯିବେ ତାଙ୍କ ନିଜ ଭୁବନ ଦେଖିବେ ଜନନୀ ପିଅର ।
କିଛୁ ଦିବସ ରହି ତହିଁ ଆସିବେ ଜେମା ଯିବାକୁ ସଜ କର ।
ନୃପତି । କୁମାରୀ ଡାକି ତିଆରନ୍ତି ।
ମାତା ପିତାଙ୍କୁ ତୁ ମନେ ନ ଧରିବୁ ସେବା କରିବୁ ନିଜ ପତି ।
ଶାଶୁ ଶଶୁର ଗୁରୁଜନ ମାନଙ୍କୁ ଦେଖିଲେ ଭଗତି ହୋଇବୁ
ଶଶିସେଣାକୁ ସପତଣୀ ବୋଲିଣ ହିଂସା ବଚନ ନ କ‌ହିବୁ ।
ସୁମୁଖି । ବଡ଼ କୁଳର ତୁ ଦୁଲଣୀ ।
ବିଶେଷେ ବଡ କୁଳର କୁଳବଧୂ ଦୂଷଣ ଯେମନ୍ତେ ନ ଶୁଣି । ୨୧ ।
କ‌ହୁ କ‌ହୁ ରାୟେ ଅଧର କମ୍ପାଏ ଲୋତକ ପୂରିଲା ଲୋଚନ ।
ଦେଖି ସୁମୁଖୀ ସମସ୍ତେ ହେଁ ଆକୁଳ କ୍ରୋଧ କରନ୍ତି ଘନ ଘନ ।
ଅବଳା । କାଳୀ ଯିବା ଶୁଣି ବିକଳ ।
ବାଳୁତ ପରାୟେ ସବୁଙ୍କରି କାୟେ କେଶ ବାସଇ ଅସମ୍ଭାଳ । ୨୨।
ଆପଣା କ୍ରୋଧ ଶାନ୍ତି କରି ରାଜନ କୁମାରୀ ତାପ ଶାନ୍ତି କରି ।
ଅବକାଶ ହୋଇ ହକାରି ଜୁଆଇଁ ଅନେକ ପ୍ରକାର ତିଆରି ।
ନୃପତି । ଚନ୍ଦ୍ରାବଳୀ କି ଅଣାଇଲେ ।
କୁମାରୀର କର ଧରି ଯେ ନେଇଣ କୁମର କରେ ସମର୍ପିଲେ ।

୧୯-୯-ବଳେ ତ ରଖିବା ଅବା (ଙ୍କ) ।