ପିଅର । ନୃପତି ବାରତା ପାଇଲେ ।
ଶୋକେ ଡାକିଣ ବହୁତ ତିଆରିଣ ଦୁହିତା ତାଙ୍କୁ ସମର୍ପିଲେ ।୩୪।
ଅନେକ ଦ୍ରବ୍ୟ ଦେଇ ନାନା ପ୍ରକାରେ ପାତ୍ରଙ୍କୁ ରାଇଣ କହିଲେ ।
ଜୁଆଇଁ ଜେମା ତାହାଙ୍କ ଭୁବନରେ ପହଞ୍ଚାଇ ଆସ ବୋଇଲେ ।
(ଶୁଣ) ପିଅର । ଆଗ୍ୟାଁ ପାଇ ସର୍ବ ସଇନି ।
ଆମ୍ଭର ସଙ୍ଗତେ ଆସିଣ ଅଛନ୍ତି ସାମନ୍ତ ପାତ୍ର ଆଦି ପୁଣି । ୩୫ ।
କୁମାରୀ ବଚନ ଶୁଣି ନୃପମଣି ହରଷେ ଅବକାଶ ହୋୟେ ।
ଅହମାଣିକ୍ୟ ଚନ୍ଦ୍ରାବଳୀ ଘେନିଣ ଦର୍ଶନ କଲେ ନୃପପାୟେ ।
ନୃପତି । ଜୁଆଁଇକି କୋଳେ ଧଇଲେ ।
ପାତ୍ର ସାମନ୍ତଙ୍କୁ ଗଉରବ କରି ଅନେକ ପ୍ରକାରେ କହିଲେ ।
ମନ୍ତ୍ରୀ ଛାମୁରେ ଚାରଗଣେ କହନ୍ତୁ ତୁମ୍ଭ କୁମରହିଁ ଅଇଲେ ।
ଶଶିସେଣା ବାଳୀ ଆସିଣ ଅଛନ୍ତି ନୃପତିନବରେ ହୋଇଲେ ।
(ଶୁଣି) ବିଚିତ୍ର । ପାଇଲେ ରମଣ କୁଶଳ ।
ତୁରିତେ ନବରେ ପ୍ରବେଶ ହୋଇଲେ ଦେଖିଲେ ପୁତ୍ର ରାଜକୋଳ ।
ତାତ ଦେଖିଣ ତୁରିତେଣ କୁମର ଉଠି ପ୍ରଳମ୍ବ ପାଦତଳେ ।
ବେଗେ କୋଳେ ଧରି ଆଲିଙ୍ଗନ କରି ହରଷ ରମଣ କୁଶଳେ ।
(ଅତି) ଆନନ୍ଦେ । ପୁଲକ ହୋଇ ଶରୀର ।
ବେନିଜନଙ୍କ ନୟୁନୁଁ ଅଶୁବାରି ଧଇର୍ଯ୍ୟ ନରହେ କାହାର । ୩୮।
ନୃପତି ଅତି ହରଷେ ମନ୍ତ୍ରୀପାଶେ କହିଲେ ସକଳ ସନ୍ଦେଶ ।
ଅନ୍ତେଶ୍ୱରୁ ସେ ବେନି ଜଣ ଅଣାଇ ସମର୍ପି ଦେଲେ ତାଙ୍କ ପାଶ ।
୩୮-୪ ବେନି ଜନଙ୍କର ନୟନୁ ଲୋତକ ଖସିଣ ପଉଇ ଭୂମିର (ଖ) ।
୩୭। କୁଶଳ ରମଣ—ମନ୍ତ୍ରୀଙ୍କର ନାମ ।