ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେବାରୁ ସେମାନେ ସ୍ଥାନ ବିଶେଷରେ ବିଶ୍ରାମ ନେଲେ । ଏହି ଅବସରରେ କନିଷ୍ଠ ରାକ୍ଷସ ବିଶ୍ୱାସଘାତକତା କରି ଅହିମାଣିକ୍ୟର ଶିରଚ୍ଛେଦନ କଲା ସତ, କିନ୍ତୁ ପର ମୁହୂର୍ତ୍ତରେ ଶଶିସେଣା ତାହାର ମସ୍ତକ‌କୁ ଭୁଲୁଣ୍ଠିତ କରି ସ୍ୱାମିହନ୍ତାର ଉପ‌ଯୁକ୍ତ ପ୍ରତିଶୋଧ ନେଲା । କବି ପ୍ରତାପଙ୍କର ଏହି ବର୍ଣ୍ଣନାମାନ ମୂଳ ଗଳ୍ପଠାରୁ ସମ୍ପୂର୍ଣ୍ଣ ପୃଥକ । ମୂଳଗଳ୍ପରେ ଯେଉଁ ଠେକୁଆ ଲାଙ୍ଗୁଡ଼ର ପ୍ରସଙ୍ଗ ବର୍ଣ୍ଣିତ ହୋଇଅଛି ତାହା ବିଚିତ୍ରରୁ ବିଚିତ୍ରତର ଏବଂ ଜାତୀୟ ଚିନ୍ତାର ଶୈଶବ ରୁଚିର ପରିଚାୟକ । ପ୍ରତାପ ରାୟ ତ‌ଦୀୟ କାବ୍ୟରେ ମୂଳଗଳ୍ପର କଥାବସ୍ତୁରେ ଅନାସ୍ଥା ପ୍ରଦର୍ଶନ କରି ମାର୍ଜିତ ରୁଚି ଓ ଯଥାସମ୍ଭବ ମାନବୋଚିତ ଚିତ୍ରଣ ପ୍ରଦାନ କରିଅଛନ୍ତି ।

ପତିର ନିଧନରେ ଶଶିସେଣାର ବିଳାପ ଓ ଈଶ୍ୱର ପାର୍ବତୀଙ୍କ ଅନୁଗ୍ରହରୁ ଅହିମାଣିକ୍ୟର ପୁନର୍ଜୀବନ ପ୍ରାପ୍ତି, ମୁଳ ଗଳ୍ପର ଅନୁରୂପ ହେଲେହେଁ କବି ପ୍ରତାପଙ୍କ ତୁଳିକାରେ ତାହା ଅଧିକରେ ସରସ ଓ ଜୀବନ୍ତ ହୋଇଅଛି । ପୁନର୍ଜୀବନ ଲାଭ ପରେ ପତି ପତ୍ନୀ ଉଭୟେ କାମନ୍ତା ଦେଶ ଅଭିମୁଖରେ ଗତି କଲେ ଏବଂ ସେଠାରେ ଉପସ୍ଥିତ ହୋଇ ପାନ ନାମକ ସରୋବର ତୀରରେ ଅବସ୍ଥାନ କଲେ । ଫୁଲ ଓ ପାନ ଆଣିବା ପାଇଁ ଶଶିସେଣା ଅନୁରୋଧ କରିବାରୁ ସ୍ୱାମୀ ଗ୍ରାମ ଅଭିମୁଖରେ ଯାତ୍ରା କଲେ । ସେଠାରେ ଜ୍ଞାନ ଦେଈ ମାଲୁଣୀର ସାକ୍ଷାତ ହେଲା । ଅହିମାଣିକ୍ୟର ରୂପ ମାଧୁରୀ ଦର୍ଶନରେ ସେ କାମାତୁରା ହୋଇ ମିଷ୍ଟାଳାପ ଛଳରେ ନାମ ଧାମାଦି ଅବଗତ ହେଲା ଓ ଶଶିସେଣା ସ୍ୱାମୀର ଅପେକ୍ଷାରେ ବସିଛି । କ୍ରମେ ସନ୍ଧ୍ୟା ହେଲା । ଅନ୍ଧକାରର ଗାଢ଼ତା ବର୍ଦ୍ଧିତ ହେବା ସଙ୍ଗେ ସଙ୍ଗେ କ୍ରମେ ତାରକା