ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରି ସତେ ଯେପରି ଜଗତକୁ ଜଡମୟ କରି ଦେଲା । ଯାହାର ସାହାଚର୍ଯ୍ୟ ହେତୁ ସେ ଶତ ଶତ ବ୍ୟସନ ମଧ୍ୟରେ ସୁଧାମିଶା ସୁଖ ସମ୍ପଦ ଅନୁଭବ କରିପାରୁଥିଲା, ଆଜି ତାହାର ଅଭାବରେ ତାକୁ ଜଗତ ଅନ୍ଧକାରମୟ ଦିଶିଲା । ଜ୍ଞାନ ଶୁନ୍ୟ ହେଲା, ମୂର୍ଚ୍ଛା ଗଲା; ପୁଣି ଚେତା ପାଇ ଚାରିଆଡକୁ ଚମକି ଚାହିଁଲା । ମନରେ ଭାବିଲା, ସ୍ୱାମୀ ଅଛନ୍ତି କି! ସେ ସମୟର କାରୁଣ୍ୟଭରା ଆଶାୟୀମୁଖର କି ସୌଦର୍ଯ୍ୟ । ନିରାଶ ହୃଦୟରେ ବଞ୍ଚନାମୟୀ କୁହୁକୁନୀ ଆଶାର ବିଦ୍ୟୁତ୍ ସଞ୍ଚାରରେ ଦୁଃଖ ସୁଖର ୟଗପତ୍ ତଳୈ ମୁଖର କି ଅପୂର୍ବ ମାଧୁରୀ ! କବି ନିଜର ବର୍ଣ୍ଣନା ପାଟବରେ ସିଦ୍ଧହସ୍ତତା ଦେଖାଇ କହିଅଛନ୍ତି ।

“ରାହୁଗ୍ରାସ ଛାଡ଼ିଲା କି ସମ୍ପୂର୍ଣ୍ଣ ଚନ୍ଦ୍ରମା
ତେସନ ପରାୟେ ମୁଖ ଦିଶିଲାକ ବାମା" ।


ପୁଣି ସେ ସେହି ଦୁଃଖର ପାରାବାରରେ ଭାସିବାକୁ ଲାଗିଲା । ପିଲା ଦିନର ଖେଳ କଉତୁକ, ସତ୍ୟ କରି ବିବାହ ହେବା, ପିତା ମାତାଙ୍କୁ ଛାଡ଼ି ବିଦେଶ ଆସିବା, ବିଦେଶରେ ବିପଦମନ ଭେଟିବା-କଥାମାନ ବାହୁନି କାନ୍ତକୁ ଉଚ୍ଚସ୍ୱରେ କାନ୍ଦି ଜଣାଇଲା ଓ କହିଲା, ମୁଁ ଅବଳା, ମୋତେ ନିର୍ମାକ୍ଷୀ କରି ଛାଡ଼ି ଯିବା କଣ ନଷ୍ଣୁରପଣିୟା ନୂହେଁ ? ଗୁରୁଙ୍କ କଥା ଅନୁସାରେ କଣ ମୋ ଦୋଷ କ୍ଷମା ହେବ ନାହଁ ? ଏହା କହି ଶଶିସେଣା ଅତି ଆତୁର ହୋଇ କାନ୍ଦିବାକୁ ଲାଗିଲା । ତାର ସେହି ମର୍ମହଣା କାନ୍ଦଣାରେ ସମଗ୍ର ମେଦିନୀ ମଧ୍ୟ ସମ୍ଭାଳି ନ ହୋଇ କାନ୍ଦିବାକୁ ଲାଗିଲା । ଶଶିସେଣା ନିଜକୁ ଦମୟନ୍ତୀଠାରୁ ଦୀନ ଓ ଦୁଃଖିନୀ ଦେଖି ଉପାୟାନ୍ତର ଅଭାବରେ ଅନାଥବାନ୍ଧବ ଦୁଃଖି ସୋଦର ଜଗତ୍ ଶରଣ୍ୟ ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ସ୍ମରଣ କଲା । ଆର୍ତ୍ତ, ଜଜ୍ଞାସୁ, ଅର୍ଥାର୍ଥୀ ଓ ଜ୍ଞାନୀ ଏହି ଚତୁର୍ବିଧଙ୍କ ମଧ୍ୟରେ ଆର୍ତ୍ତର କରୁଣ -

ଶଶିସେଣା ମୁଖବନ୍ଧ