ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହଳହଳିର ଜଣେ ନାଗଭାର୍ଯ୍ୟା ଶବରୁଣୀ ବେଶରେ ଅମର କୋଳି ବିକି ଆସିବା ଓ ଶଶିସେଣା ଆଗରେ ଅଭିମନ୍ୟୁକୁ ଅମର ବୋଲି କ‌ହିବା, ଅହିମାଣିକ୍ୟ ବା ଅଭିମନ୍ୟୁର ଜଳରେ ଅନ୍ତର୍ଦ୍ଧାନ ପରେ ଶଶିସେଣା ସଉତୁଣୀ ସ‌ହିତ ସେହି ଜଳରେ ପାତାଳ ପୁରକୁ ଯିବା ଓ ଅପ୍ସରାଙ୍କ ସଙ୍ଗେ ନୃତ୍ୟ କରି ନାଗରାଜା ବାସୁକିଙ୍କୁ ସନ୍ତୋଷ କରିବା ଓ ବାସୁକିଙ୍କ ବରରେ ଛମାସ ନିମିତ୍ତ ସ୍ମ‌ପତିକୁ ପାଇବା ଇତ୍ୟାଦି ମୂଳ କଥାର ବର୍ଣ୍ଣନଠାରୁ ଶଶିସେଣା କାବ୍ୟର ଚିତ୍ରଣ ସମ୍ପୂର୍ଣ୍ଣ ପୃଥକ୍ ଅଟେ । କବି ପ୍ରତାପ ସ୍ୱାତନ୍ତ୍ର୍ୟ ଦେଖାଇ ସୁକାବ୍ୟରେ ବସ୍ତୁ ସଂଗ୍ରନ୍ଥନ ଚାତୁରୀ, କଳ୍ପନା କୌଶଳ ଓ ଯଥାସମ୍ଭବ ଔଚିତ୍ୟ ଜ୍ଞାନର ଯଥେଷ୍ଟ ପରିଚୟ ଦେଇ ଅଛନ୍ତି ।

ମୂଳକଥାରେ ଅଭିମନ୍ୟୁର ଦୁଇ ସ୍ତ୍ରୀଙ୍କର ପାତାଳପୁର ଯିବା କଥା କୁହା ହୋଇଅଛି କିନ୍ତୁ ଶଶିସେଣା କାବ୍ୟରେ ଶଶିସେଣା କେବଳ ମାୟାକୁମାରୀମାନଙ୍କ ସ‌ହିତ ଯିବା ଓ ଚନ୍ଦ୍ରାବଳୀ ପିତୃଭବନରେ ରହି ଦୁଃଖରେ କାଳାତିପାତ କରିବା ବର୍ଣ୍ଣିତ ହୋଇଅଛି । ପତି ବିରହରେ ଚନ୍ଦ୍ରାବଳୀର ଦୁଃଖ ଅସହଣି ହେବାରୁ ସେ ପ୍ରାଣ ହରାଇବାରେ ସଂକଳ୍ପ କରି ବସିଛି, ଏମନ୍ତ ସମୟରେ ଅହିମାଣିକ୍ୟ ଶଶିସେଣା ସହିତରେ ଆସି ପହଞ୍ଚିଲା । ଶଶିସେଣା ସମସ୍ତ ବିଷୟ କହି ଚନ୍ଦ୍ରାବଳୀର ଦୁଃଖ ଦୂର କଲା । ଚନ୍ଦ୍ରାବଳୀର ପିତା ମାତା ସେମାନଙ୍କ ଅସିବା କଥା ଶୁଣି ଭାରି ଖୁସି ହେଲେ । କିଛିଦିନ ଗଲାରୁ ଶଶିସେଣା ଓ ଅହିମାଣିକ୍ୟ ନିଜ ରାଜ୍ୟକୁ ଫେରିଯିବାକୁ ମନ କଲେ । ଏଥିରେ ଚନ୍ଦ୍ରାବଳୀ ତାର ମାଆ ଓ ଅନ୍ୟ ସ୍ତ୍ରୀଙ୍କର ଯେ ଦୁଃଖ ହେଲା, ତାହା କ‌ହିଲେ ସରିବ ନାହିଁ । ରାଜା କିନ୍ତୁ କନ୍ୟା ବିଦାୟ କରିବାରେ ସମସ୍ତ ଅୟୋଜନ କଲେ । କନ୍ୟା ବିଦାୟ କାଳରେ ରାଜାଙ୍କର