ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶଶିସେଣା
 

ତାହା ଶୁଣି ଶୂନ୍ୟେ ବାଣୀ ଦେବୀ କହନ୍ତି ।
ତୋହୋର କର୍ମରେ ବିହି ଦେଇ ନାହାନ୍ତି । ୨୫ ।
ଆମ୍ଭଙ୍କୁ ସେବିଣ କି ହୋଇକୁ ନିଷ୍ଫଳ ?
ଶୂନ୍ୟେ ପରାପତ ହୋଉ ପୁତ୍ର ତୋ କୋଳ । ୨୬ ।
ଦେବୀ ୟେହା କହିଣ ଗଲେ ଅନ୍ତର୍ଦ୍ଧାନେ ।
ପ୍ରବେଶ ହୋଇଲେ ଯାଇ ନିଜ ଭୁବନେ ।୨୭ ।
କୁମରକୁ ସନ୍ନିଧକୁ ଡାକିଣ କହି ।
ଅମରାବତୀ ଭୁବନେ ଯାଅସି ତୁହି । ୨୮ ।
ମନ୍ତ୍ରୀର ତନୟେ ହୋଇ ତହିଁ ଯେ ଥିବୁ ।
ନାମ ଯେବେ ପଚାରିବେ କହି ଆସିବୁ । ୨୯ ।
ମାତାଙ୍କ ବଚନ ଶୁଣି ପ୍ରଳମ୍ବ ହୋଇ ।
ବାହାର ହୋଇଲେ ନିଜ ପ୍ରିୟାକୁ କହି। ୩୦ ।
କଛୁ ଦିନ ଅନ୍ତରେ ସେ ଦେବୀ ପ୍ରସନ୍ନେ ।
ମାଲୁଣୀ କୁସୁମ ଘେନି ମନ୍ତ୍ରି-ଭୁବନେ । ୩୧ ।
ପୁଷ୍ପର ଭତରେ ଅଛି ବାଳୁତ ଅହି ।
ଦେଖିଣ ଚକିତ ହେଲେ ସମସ୍ତେ ଚାହିଁ । ୩୨ ।
ଭୟେ ପାଇଲାକ ଦେଖି ମନ୍ତ୍ରୀର ବାମା ।
ମାଣିକ୍ୟମାଳାୟେ ତ‌ହୁଁ ହେଲା ଉପମା । ୩୩ ।
ଚକିତେ ଚତୁରୀ ଚା‌ହିଁ ହୋଇଲା ଭୋଳା ।
ଚିତ୍ତର ସାନନ୍ଦେ ହସ୍ତେ ଘେନିଲା ମାଳା । ୩୪ ।


୩୪-୧ - ଦେଖିଣ ଚକିତ ବାଳା ହୋଇଲା ଭୋଳା (ଖ,ଗ) ।