ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୃତୀୟ ଛାନ୍ଦ
ରାଗ - ବରାଡ଼ି
ଉଷା ଦ୍ୱିତୀୟ ଛାନ୍ଦ-(ନ‌କିନୀଗୌଡ଼ା-ଖ-(ରାଗ ମାଳବ)
(କଳସା ବାଣୀରେ ଗାଇବ)
ଶୁଣ ପ୍ରିୟେ ନୃପତି କୁମାରି ସାବଧାନ ।
ଯାହା ପୁଚ୍ଛା କଲୁ ଶଶିସେଣାର ବିଧାନ ।୧ |
ଅନନ୍ତ ସିଦ୍ଧ ନାମେଣ ୟେକ ମହାଋଷି ।
ତାହାଙ୍କ ଠାବରେ ବିଦ୍ୟା ପଢ଼ଇ ସୁକେଶୀ । ୨ |
ନାନା ଶାସ୍ତ୍ରେ କୁଶଳା ସେ କୁରଙ୍ଗୀଲୋଚନୀ ।
ଅନେକ ଯତନ କରି ପଢ଼ାବନ୍ତି ମୁନି । ୩ |
ମନ୍ତ୍ରୀର ତନୟ ଅହିମାଣିକ କୁମର ।
ୟେକ ଠାବେ ପଢ଼େଇ ସେ କୁମାରୀ ସଙ୍ଗର । ୪ |
ଲୋଚନେ ଲୋଚନ ମନେ ମନ ମିଶାମିଶି ।
ବଚନେ କାହାକୁ କେହି ନ କହେ ଭରସି । ୫ |
କୁମର ସୁମରି ପ୍ରଭୁ ଦେବ ବାସୁଦେବ ।
ସତେ କି ସୁନ୍ଦରୀ ହସି ସମ୍ଭାଷଣା ଦେବ । ୬ !
ଏଥୁ ଅନନ୍ତରେ ଶୁଣ ଯୁବତୀ ରତନ ।
ଧାତା ଘଟସୂତ୍ର କଥା କେ କରିବ ଆନ । ୬ ।


୭ । ସମ୍ଭାଷଣା ଦେବ-ଅଳାପ ବା କଥାବାରତ୍ତା କରିବ ।