ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬
ଶଶିସେଣା
 

କଥାୟେ କ‌ହିବି ମୁହିଁ ଏକମନେ ଜାଣ ।
ଗୁରୁଙ୍କ ଛାମୁକୁ ଆମ୍ଭେ ଯିବା ବେନି ଜଣ । ୩୭ ।
ପିତାହୁଁ ଅଧିକ ସେହୁ ଅଟନ୍ତି ଯୁଗତ ।
ତାହାଙ୍କ ଚରଣେ ପଡ଼ି ହୋଇବା ଭଗତ । ୩୮ ।
ଗୁପତେଣ ବିଭା କରାଇବେ ଗୁରୁ ଥାଇ ।
ତେବେ ସେ ତୁମ୍ଭର ପତ୍ନୀ ହୋଇବଇଁ ମୁହିଁ । ୩୯ ।
ନୋହିଲେ ବୋଲିବେ ମୋତେ ବିଟପ ଯୁବତୀ
ସ୍ତିରୀ ଜନ୍ମ ଅମୋକ୍ଷ, ପାଇବି ଅପକୀର୍ତ୍ତି । ୪୦ ।
ଏ ବଚନ ଶୁଣି ଅହିମାଣିକ ହରଷ ।
ଦୁହେଁ ଗଲେ ଏକମନେ ଗୁରୁଙ୍କର ପାଶ । ୪୧ ।
ପ୍ରଳମ୍ବ ହୋଇଣ ଉଭା ଯୋଡି ବେନିକର ।
ଦେଖିବା ମାତ୍ରକେ ସେ ଜାଣିଲେ ମୁନିବର ।୪୨।
ବୋଇଲେ ଆଜ ତ ଏଡ଼େ ବିଳମ୍ବ ତୁମ୍ଭର ।
କି କି କଥା ହେଉଥିଲା ବେନି ଜନଙ୍କର ।୪୩ ।
ଲାଜେ ତ ସୁନ୍ଦରୀ ହେଠମାଥ ହୋଇ ଶୁଣି ।
କୁମରହିଁ ସଂକୋଚେଣ ନ କ‌ହିଲା ବାଣୀ ।୪୪।
ହସିଣ ବୋଲନ୍ତି ଯତି ଶୁଣରେ ମୃଗାଚ୍ଛି ।
କେଉଁ କାର୍ଯ୍ୟେ ଅଇଲ ତ ନ କ‌ହିଲ କିଛି ।୪୫।
ତୁମ୍ଭେ ନ କ‌ହିଲେ ଆମ୍ଭେ ଜାଣିଲୁନି ତାହା ।
ଗୁପତେ କରିବୁ ତୁମ୍ଭ ବରଣ ଊଚ୍ଛାହା । ୪୬ ।


୪୦ । ବିଟପ ଯୁବତୀ-ଦୋଚାରୁଣୀ ସ୍ତ୍ରୀ ।
୪୫ । ମୃଗାଚ୍ଛୀ-ମୃଗ ପରି ଆଖି ଯାହାର ଅର୍ଥାତ୍ ରାଜାଝିଅ ।