ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦
ଶଶିସେଣା
 

କୁମର ବୋଲଇ ସଖି । କେମନ୍ତ ତୋତେ ଉପେକ୍ଷି ।
ଯିବଇଁ ନିଜ ଭୁବନ । ଧିକ ଜୀବନ ୟେ । ୮।
ଚକ୍ରବାକ ଖେଦ ନିଶି । ପୂର୍ବ ଶାପ ରଘୁବଂଶୀ ।
ଆମ୍ଭେ ବିଚ୍ଛେଦ ବିଦେଶେ । କେବଣ ଦୋଷେ ୟେ । ୯ ।
ଏହା ଶୁଣି ସୁକୁମାରୀ । ଲୋଚନୁଁ ବୁହାଇ ବାରି ।
ବୋଲଇ ବଚନ ଧୀର । ଶୁଣ କୁମର ହେ । ୧୦ ।
ନ ଧରସି ମନେ ଆନ । ଗୁରୁଙ୍କ ଆଜ୍ଞା ପ୍ରମାଣ ।
ଥିଲେଣ ବିଚ୍ଛେଦ ନିତି । ଜାଣିଲେ ଭୀତି ୟେ । ୧୧।
ଏ ମୋର କୁସୁମ‌ବନ । ଅଟ‌ଇ ସଙ୍କେତ ଥାନ ।
ତରୁଲତା ଅତି ଘନ । ନିଶି ମିଳନ ୟେ । ୧୨ ।
ମୋଣୋହି ସାରିଣ ଆସି । ମାଧବୀ ତଳରେ ବସି ।
ଥିବ ତୁମ୍ଭେ ଗୋପ୍ୟ ହୋଇ । ଆସିବି ମୁହିଁ ୟେ । ୧୩ ।
ୟେତେ ବୋଲି ଶୋକଭରେ । ଚଳନ୍ତି ଯେ ଯାହା ପୁରେ ।
କୁମର ମନରେ ପାଞ୍ଚି । ବୁଦ୍ଧିୟେ ରଞ୍ଚି ୟେ ।୧୪।
ବୋଲଇ କନ୍ୟାକୁ ଘେନି । ଯିବାର ତ ସତ ପୁଣି ।
ପଶ୍ଚାତେ ହୋଇବ ଗୋଳ । ଜାଣି ସକଳ ୟେ । ୧୫ |
ନୃପତି କରିବେ ରୋଷ । ମନ୍ତ୍ରୀକି କରିବେ ନାଶ ।
ଆଉ କି ବର୍ତ୍ତିବେ ଆୟୀ । କଷ୍ଟକୁ ପାଇ ୟେ । ୧୬ ।


୮। ଉପେକ୍ଷି - ଛାଡ଼ି, ପରିତ୍ୟାଗ କରି ।୯। ଚକ୍ରବାକ - ଜାତିଏ ଚଢ଼େଇ ଚକୁଥା । ରାମଙ୍କ ଶାପରେ ରାତିରେ ସେମାନଙ୍କର ମିଳନ ନ ହୋଇ ଦିନରେ ହୁଏ ।
୧୨। କୁସୁମ‌ବନ - ଫୁଲବଣ ବା ବଗିଚା । ଅତି ଘନ-ଅତି ଗ‌ହଳିଆ ।
୧୩। ମାଧବୀ-ଜାତିଏ ଲତା ।