ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚତୁର୍ଥ ଛାନ୍ଦ
୨୧
 

କରିବେ ତ ନିଶ୍ଚେ ଶୋକ । ଜାଣିବେ ସକଳ ଲୋକ ।
ମାୟାରେ ବୁଡି ମରିବି । କୀର୍ତ୍ତି ହରିବି ୟେ । ୧୭ ।
ଏସନେ ମନେ ବିଚାରି । ଗଲାକ ସେ ନିଜପୁରୀ ।
ମାୟେ ଦେଖିଣ ନନ୍ଦନ । ହରଷ ମନ ୟେ । ୧୮ ।
କୁମର ବୋଲେ ଜନନି । ଯିବଇଁ ମୁଁ ପୁଷ୍କରିଣୀ ।
କରିବି ସଲିଳ କେଳି । ଶରଧା ବଳି ୟେ । ୧୯ ।
ଜଣାଇ ଜନନୀ ଆଗେ । ମିତଙ୍କୁ ଘେନିଣ ସଙ୍ଗେ ।
ଗଲେ ସେହୁ ସରୋବର । କଲେ ବିହାର ୟେ । ୨୦ ।
ଏକକୁ ଆରେକ ତହିଁ । ବୁଡ଼ିଣ ଧରନ୍ତି ଯାଇ ।
କୁମର କପଟ କଲା । ବୁଡ଼ି ରହିଲା ୟେ । ୨୧ ।
ଉଠିଲା ଉହାଡ଼ ତୁଠେ । ଗଲା ସେ ଉହାଡ଼ ବାଟେ ।
ପ୍ରବେଶ କୁସୁମ‌ବନେ । ହରଷ ମନେ ୟେ । ୨୨ ।
ଏଣେ ଯେ ସଙ୍ଗର ଶିଷେ । ଲୋଡ଼ନ୍ତି ସେ ଚଉପାଶେ ।
ବୋଲନ୍ତି କୁମର ନାହିଁ । ଗଲାକ କାହିଁ ୟେ । ୨୩ ।
କରନ୍ତି ବାଳୁତେ ଶୋକ । ଜାଣିଲେ ସକଳ ଲୋକ ।
କ‌ହନ୍ତି ମନ୍ତ୍ରୀର ପୁର । ମଲା କୁମର ୟେ । ୨୪ ।
ଲୀଳାବତୀ ଶୁଣି ଧାଇଁ । ବାଳୁତ ପରାୟେ ହୋଇ ।
ବୋଇଲା କିସ ବାରତ । କାହିଁ ମୋ ସୁତ ୟେ । ୨୫ |
ପରିଜନମାନେ ବେଢ଼ି । ରୋଦନ୍ତି ଭୂମିରେ ପଡ଼ି ।
ଶୋକଭରେ ନାମ ଧରି । ଗୁଣ ସୁମରି ୟେ । ୨୬ ।


୧୯। ପୁଷ୍ପରିଣୀ—ପୋଖରୀ । ସଲିଳ କେଳି-ଜଳ କ୍ରୀଡ଼ା, ପାଣିରେ ପହଁରିବା ।
୨୦। ସରୋବର--ବଡ଼ ପୋଖରୀ । ବିହାର—କ୍ରୀଡ଼ା କୌତୁକ |