ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୨
ଶଶିସେଣା
 

ଉପେକ୍ଷିଣ ନିଜ ପୁର । ଗଲେ ସରୋବର ତୀର ।
ଜଳରେ ପଡନ୍ତେ ଝାସି । ଧଇଲେ ଦାସୀ ଯେ । ୨୭ ।
ସଙ୍ଗର ମିତଙ୍କୁ ଚାହିଁ । ବୋଲନ୍ତି କୁମର କାହିଁ ।
ତୁମ୍ଭଙ୍କୁ ଘେନି ଅଇଲା । କାହିଁକି ଗଲା ଯେ । ୨୮।
ବୋଲନ୍ତି ସଖାୟେ ତହିଁ । ଶୁଣ ସାବଧାନ ହୋଇ ।
କୁମର ବୁଡ଼ିଲା ପାଣି । କେହି ନ ଜାଣି ୟେ । ୨୯ ।
ଯହୁଁ ଶୁଣିଲା ୟେ ବାଣୀ । ମୋହେ ପଡ଼ିଲା ଧରଣୀ ।
ସଚେତ କରାନ୍ତି ସଖୀ । ହୋଇଣ ଦୁଖୀ ଯେ । ୩୦।
ଚେତନା ପାଇଲା ଯହୁଁ । କରଇ ବିଳାପ ତ‌ହୁଁ ।
କେ ନେଲା ଗଳାର ଗଣ୍ଠି । କାଟି ମୋ ତଣ୍ଟି ଯେ । ୩୧ ।
ପୁଷ‌କରିଣୀ କି ଚାହିଁ । କୋପେଣ ଶାପ ଦିଅଇ ।
ହରିଲୁ ଯେ ମୋର ବତ୍ସ । ହୁଅ ଅମୋଛ ଯେ । ୩୨ ।
ଦୁଖେଣ ତୋ ଦିନ ଯାଉ । ମୋତେ ଯେ ଶୋକ କରାଉ ।
ଏ ମୋର କ୍ରୋଧ ବହନି । ଫଳିବ ଜଣି ଯେ । ୩୩ ।
ଏମନ୍ତେ ସକଳ ନାରୀ । ସ୍ନହାନ କରାନ୍ତି ଧରି ।
ବସନ ପିନ୍ଧାଇ ବଳେ । ଘରକୁ ନେଲେ ୟେ । ୩୪ ।
ନୃପତି ଛାମୁରେ ତ‌ହିଁ । ଡଗରେ କ‌ହିଲେ ଯାଇ ।
ଶୁଣି ମନ୍ତ୍ରିସୁତ କଥା । ପାଇଲେ ବ୍ୟଥା ୟେ । ୩୫ ।
ରାଣୀ ମହାଦେଈମାନେ । ବିଷାଦ ସବୁରି ମନେ ।
ଶୁଣି ଶଶିସେଣା ବାଳୀ । ପଡିଲା ଢଳିୟେ । ୩୬ ।
ବୋଲଇ ଭୋ ଦେବ ଧର୍ମେ । ଏହା ସେ ବିହିଲୁ କର୍ମେ ।
କୁମର ଯେବେ ବିନାଶ । ଖାଇବି ବିଷ ୟେ । ୩୭ ।