ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୮
ଶଶିସେଣା
ଶଶିସେଣାର ସଖୀ ଶୋଇଥିଲେ ।
ନିଦ୍ରାଗତେ ସେ ସପନେ ଦେଖିଲେ । ୨୫ ।
ଗତ କଥା ତାହାଙ୍କ ମନେ ଥିଲା ।
ତେଣୁ ଦେଖିଲେ ବାଳୀ ବାଘ ନେଲା । ୨୬ ।
ତେଣୁ କରନ୍ତି ଶୋକ ଉଚ୍ଚବାଣୀ ।
ବିଳିବିଳାଇ ସକଳ ତରୁଣୀ । ୨୭ ।
ମହାଗୋଳ ଶୁଭୁଅଛି ବାହାରେ ।
କନ୍ୟା ଦେଖିଲେ ନାହିଁ ପଲଙ୍କରେ । ୨୮ ।
ସତ ହୋଇଲା ସପନ ବୋଇଲେ ।
କାନ୍ଦି ମାତାଙ୍କ ଛାମୁରେ କହିଲେ । ୨୯ ।
ଊଚ୍ଚସ୍ୱରେ ଶୋକବାଣୀ ଚହଳ ।
ମୁଖରାବ ଧୁନି ଅତି ଗହଳ । ୩୦।
ଶୁଣି ନୃପତି ପୁଚ୍ଛନ୍ତି ଆରତେ ।
ମୁଦୁସୁଲୀ ଜଣାଇଲେ ତୁରିତେ । ୩୧ ।
ରାୟେ କ୍ରୋଧେ ଅସମ୍ଭାଳ ହୋଇଲେ ।
ମହାଦେଈ ପୁରକୁ ବିଜେ କଲେ । ୩୨ ।
ଘେନି କାମିନୀ ସକଳ ରାଜନ ।
ନାମ ଧରି କରେ ଉଚ୍ଚେ ରୋଦନ । ୩୩ ।
୨୭-୧-ତହୁଁ କରନ୍ତି ଉଚ୍ଚେ ଶୋକଧୁନି (ଖ) ।
୨୮ ପଦପରେ (କ) ପୋଥିରେ ତଳଲିଖିତ ପଦଟି ପଛି । ଖ ଓ ଗ ପୋଥିରେ ଏପଦ
ଆଦୌ ନାହିଁ - "ସତ
ହଇଲା ସପନର ବାଣୀ । ବ୍ୟାଘ୍ରତ ନେଲା ନୃପତି ଦୁଲଣୀ" |