ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷଷ୍ଠ ଛାନ୍ଦ
୪୧
 

ତା ଚାହିଁ ମୃଗାଛୀ ।
ଚକିତ ହୋଇ ନ ଫୁରଇ କିଛି । ୨୯ ।
କୁମର ଖଡ଼ଗ ଧଇଲେ ଭୁଜ ।
ସମରେ ମାଇଲେ ଛଡ ଦନୁଜ ।
କନିଷ୍ଠ ଭାଇ ତା ପଳାଇ ଆସି ।
କୁମର ପଛେଣ ଶରଣ ପଶି ।
ଦୟା ପାଇ ତାକୁ ।
ନ ମାରି ରଖିଲେ ଭୃତ୍ୟପଣକୁ । ୩୦ ।
ତ‌ହୁଁ ଚଳି ଗଲେ ଅନେକ ଦୂର ।
ପରିଜନ ପଣେ ଅଛି ଅସୁର ।
ନିଶି ପରବେଶ ହୋଇଲା ଯହୁଁ ।
ରହିଲେ ବସା ଉତୁରିଲେ ତହୁଁ ।
ଟାକିଥିଲା ବୀର,
ସମୟେ ଜାଣିଣ କଲା ପ୍ରହାର । ୩୧ ।
ବେନି ଖଣ୍ଡ ହୋଇ କୁମର ପଡି ।
ବେଗେ ସେ ତୁରଙ୍ଗ ଯାଇଣ ଚଢ଼ି ।
କୁମାରୀ କି ହସି ବୋଇଲା ବାଣୀ ।
ଆଜହୁଁ ହୋଇଲୁ ଆମ୍ଭ ଘରଣୀ ।
ଚାଲ ଯିବା ବେଗେ,
ସୁନ୍ଦରୀ ବୋଲେ ତୁମ୍ଭେ ଚାଲ ଆଗେ । ୩୨।
ୟେତେ ବୋଲି କରେ କୃପାଣ ଧରି ।
ଛେଦିଲା ଶିର ତା ଦୁର୍ଗା ସୁମରି ।