ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଷ୍ଟମ ଛାନ୍ଦ


ଦିଶ ଚୋଖି :-ସପନ ଚେତିଆ ବାଣୀରେ (ଖ)
ଇଚ୍ଛାବତୀ ଅତି ତୋଷେ ପୁଛେ ଚାରୁ ବ୍ରହ୍ମପାଶେ
ଏଥୁ ଅନନ୍ତରେ କିସ କଲେ ସେ ବେନି
ଗଲେ ସେ କେବଣ ଦେଶ କାହିଁ ଯାଇ କଲେ କିସ
ଏହା ମୋତେ ଆଜ୍ଞା ହୋଉ ବିନୟ ଘେନି ।
ଶୁଣି ତୋଷେ କୁମର ଭାଷି,
ଭାବିନୀ ଭାବରେ କଥା କହଇ ହସି । ୧ ।
ଯହୁଁ ନିଶି ହୋୟେ ଶେଷ ଅରୁଣ ତେଜ ପ୍ରକାଶ
ସେଠାରୁ ଗମନ କଲେ ବର-ବନିତା
ଦିନ ଦୁଇ ଚାରି ତହିଁ ପଥରେଣ ବସା ରହି
ପ୍ରବେଶ ହୋଇଲେ ଯାଇ ପୁର କାମନ୍ତା ।
ପାନ ନାମେଣ ପୁଷ୍କରିଣୀ
ତ‌ହିଁର ତ‌ଟରେ ଯାଇଁ ଉହିଲେ ବେନି । ୨ ।
ସରୋବର ଚଉପାଶେ ଲାଗିଛି ଅନେକ ପୁଷ୍ପେ
ଦେବୀଙ୍କ ପ୍ରାସାଦ ତ‌ହିଁ ସନ୍ନିଧେ ଅଛି ।
ପ୍ରସିଦ୍ଧ ସେ ଶୀକମ୍ଭରୀ ନାମ ତାଙ୍କ ଭାଗ୍ୟେଶ୍ୱରୀ
ଚଉବର୍ଗ ଦିଅନ୍ତି ସେ ମନେ ଯା ବାଞ୍ଛି ।


୧। ଭାବିନୀ ଭାବରେ - ନିଜ ସ୍ତ୍ରୀର ପ୍ରେମରେ ।୨। ଅରୁଣ ତେଜ-ସୂର୍ଯ୍ୟଙ୍କ କିରଣ । ବର ବନିତା-ସ୍ୱାମୀ ଓ ସ୍ତ୍ରୀ । ୩ । ପ୍ରାସାଦ-ଦେଉଳ । ପରିମଳ ମନୋରମ ।