ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଷ୍ଠମ ଛାନ୍ଦ
୫୧
 
ଅଷ୍ଟମ ଛାନ୍ଦ


ଗମ୍ଭିରୀ ଭିତ୍ତିରେ ତାର ବାନ୍ଧିଲାକ ଧାତିକାର
ଲେଉଟି ଆସିଣ ଫୁଲ ଗୁନ୍ଥି ବସିଲା ।
କୁମରର ଭ୍ରମଇ ବୁଦ୍ଧି,
ଗ୍ୟାନ‌ଦେଈ ହାଥରେଣ ହୋଇଲା ବନ୍ଦୀ । ୧୧ ।
ୟେଣେ ଶଶିସେଣା ତ‌ହିଁ ବସିଅଛି ପଥ ଚାହିଁ
ଘଡ଼ି ଘଡ଼ି ଅନୁସରି ଆଦିତ୍ୟ ଅସ୍ତ
ଅନ୍ଧକାର ଚଉପାଶ ହୋଇଲା ତାରା ପ୍ରକାଶ
ବିକଚ କମଳ ବନ ହୋୟେ ମୁଦ୍ରିତ ।
କଇରବ ଉଲ୍ଲାସ ହେଲେ,
ବନୁଁ ଧେନୁ ଘେନି ଘରେ ଗୋପାଳେ ଗଲେ । ୧୧ ।
ଚକୋଆ ବିଛେଦ ଭାଳି ପକ୍ଷୀଏ ବସାକୁ ଚଳି
ବଟପ ଯୁବତୀଙ୍କର ହରଷ ମନ
ସନ୍ନିଧେ ଦୂତୀକି ରାଇ କହନ୍ତି ବିନୟ ହୋଇ
କେ କାହାକୁ ତ‌ହିଁ କରୁଅଛନ୍ତି ମାନ ।
କଟୁଆଳ ତେଜ ବଢିଲା
ଚୋର ଟସକର ବାଟେ ବୁଡ଼ା ପଡ଼ିଲା । ୧୨ ।


୧୦ । ଧାତିକାର - ବେଗ କରି, ଝଟ । ଆଦିତ୍ୟ ଅସ୍ତ - ସୂର୍ଯ୍ୟ ବୁଡ଼ିଲେ । ବିକଚ-ଫୁଟିଥିବା, ଫୁଟନ୍ତା । କମଳବନ- ପଦ୍ମବନ । ହୋୟେ ମୁଦ୍ରିତ - ବୁଜି ହେଲା । କଇରବ- କଇଁଫୁଲ । ଉଲ୍ଲାସ ହେଲେ- ଫୁଟିଲେ । ଦିନରେ ସୂର୍ଯ୍ୟଙ୍କ ତେଜ ପାଇ ପଦ୍ମଫୁଲ ପୁଟେ ଏବଂ ରାତିରେ ଜ‌ହ୍ନ ଆଲୁଅରେ-କଇଁଫୁଲ ଫୁଟେ । ୧୨। ବିଟପ ଯୁବତୀ-ଦୋଚାରୁଣୀ ସ୍ତ୍ରୀ ।