ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୮
ଶଶିସେଣା
 

ଦେବୀ ପ୍ରସନ୍ନେ ବିଚାରି ମନେ
ଶଶିଧର ୟେକା ରହିଲା ଜଣେ । ୩୧ ।
ଫେରାଇ ଘୋଡ଼ା ମାଇଲା ଖଣ୍ଡା
ବେନି ଖଣ୍ଡ ହୋଇ ପଡିଲା ଗଣ୍ଡା । ୩୨।
ଖଣ୍ଡକେ ହାଣି ହାତରେ ଘେନି
ବାହୁଡ଼ି ଭେଟିଲା ନୃପତିମଣି । ୩୩ ।
ଦେଖି ଭୂପାଳ ଆନନ୍ଦେ ଭୋଳ
କୁମରକୁ ଧରି କରନ୍ତି କୋଳ । ୩୪ ।
ହୋଇଲା ଜୟେ କଲେ ବିଜୟେ
ନବରେ ଆସି ପରବେଶ ହୋୟେ । ୩୫ ।
ମହୀଦେଈକି ଡ଼ାକି କତିକି
ବୋଲେ ଗଣ୍ଡା କଥା ବୁଝିଲ ନିକି । ୩୬ ।
ଭେଟେ ହେ ଆସି ମାଇଲା ପଶି
ଭାଜିଲେ ଥାଟ ନ ରହିଲେ ତ୍ରାସି । ୩୭ ।
ୟେକ ପ୍ରଦେଶୀ ରାଉତେ ଆସି
ସେବା କରିଅଛି ନାମ ତା ଶଶୀ । ୩୮ ।
ସେହୁ ପାଲଟି ଗଣ୍ଡାକୁ ଭେଟି
ଶିର କମଳ ତା ଆଣିଲା କାଟି । ୩୯ ।
ଆମ୍ଭେ ଯୁଗତ କରିଛୁ ସତ୍ୟ
ଗଣ୍ତା ଯେ ମାରିବ ଦେବୁ ଦୁହିତ । ୪୦|


୩୪ । ଭୁପାଳ - ରାଜା । ୩୯ । ପାଲଟି- ଫେରିପଡ଼ି ।