"ସାବିତ୍ରୀ ଓଷା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ସଜଡ଼ା ଗଲା |
||
୧୨ କ ଧାଡ଼ି:
<poem>
ବନ୍ଦଇ ଦେବ ନାରାୟଣ ।
ଜଗତ ହିତେ ଦେହଧାରୀ ।
ସକଳ ବ୍ରତର କାରଣ ।
କୃଷ୍ଣଙ୍କୁ ଯୁଧିଷ୍ଠିର ଦିନେ ।
କୁହ ହେ ଜଗତ ଗୋସାଇଁ ।
କି ବ୍ରତ କଲେ ନାରୀମାନେ ।
ଶଙ୍ଖା ସିନ୍ଦୂର ବଜ୍ର ହେବ ।
ସୌଭାଗ୍ୟବତୀ ଧନବତୀ ।
ବୈଧବ୍ୟ ଦଶା ନଭୋଗିବେ ।
ଧର୍ମରାଜଙ୍କ ବାକ୍ୟ ଶୁଣି ।
ସଧବା ନାରୀମାନଙ୍କର ।
ସାବତ୍ରୀ ବ୍ରତ ଅଟେ ସେହି ।
ଜ୍ୟେଷ୍ଠମାସର କୃଷ୍ଣପକ୍ଷ ।
ସାବିତ୍ରୀ ଉଆଁସଟି ସେହି ।
ବ୍ରତର ଫଳ ସ୍ୱରୂପରେ ।
ତାହାର ନାହିଁ ପଟ୍ଟାନ୍ତର ।
ମଦ୍ର ଦେଶର ନରପତି ।
କୌଶଲ୍ୟା ରାଣୀଙ୍କର ନାମ ।
ପ୍ରଜାବତ୍ସଳ ଅଶ୍ୱପତି ।
ରାଜାରାଣୀଙ୍କ ବଡ଼ ଚିନ୍ତା ।
କୋଳରେ ନଥିଲେ ସନ୍ତାନ ।
ରାଜାରାଣୀ ଯେ ଦୁଃଖେ ଥିଲେ । ଏଥକୁ ଉପାୟ ଚିନ୍ତିଲେ ।।
ସାଧୁ ପ¨ିତ ମତ ନେଲେ । ସାବିତ୍ରୀ ଯଜ୍ଞ ଆରମ୍ଭିଲେ ।।
୩୮ କ ଧାଡ଼ି:
ପୂର୍ଣ୍ଣାହୁତିର ପୂର୍ବ ନିଶି । ସପନେ ରାଣୀ ହେଲେ ଖୁସି ।।
ସୁନ୍ଦର ଝିଅଟିଏ କେହି । ମାଆ ମାଆ ବୋଲି ଡାକଦେଇ ।।
ରାଣୀଙ୍କ କୋଳରେ ଖେଳୁଥିଲା । ପନ ଶେଷେ ଚାଲିଗଲା
ପ୍ରଭାତେ ରାଜାପାଶେ ରାଣୀ । କହିଲେ ଏସନ କାହାଣୀ
ଉଭୟେ ଚିନ୍ତାମଗ୍ନ ଥାଇ । ଚଳିଲେ ପୂର୍ଣ୍ଣାହୁତି ପାଇଁ
ଅନ୍ତିମ ଆହୁତି କାଳରେ । ଦିଶିଲେ ଯଜ୍ଞ ଅନଳରେ
ଅପୂର୍ବ ଜ୍ୟୋତିର୍ମୟୀ ଦେବୀ । ତେଜରେ କପିଂଲା ପୃଥିବୀ
କହିଲେ ଶୁଣ ରାଜାରାଣୀ । ମୁଁ ଏହି ଯଜ୍ଞ ସ୍ୱରୂପିଣୀ
ମୋ ନାମ ଅଟେ ଯେ ସାବିତ୍ରୀ । ହେବାକୁ ତୁମ ବରଦାତ୍ରୀ
ନିର୍ଦ୍ଦେଶ ଦେଲେ ମୋତେ ସ୍ରଷ୍ଟା । ଧନ୍ୟ ହେ ତୁମ ଭକ୍ତିନିଷ୍ଠା
ନିଜେ ମୁଁ ଅତ୍ୟନ୍ତ ପ୍ରସନ୍ନ । ସେଲାଗି କଲି ବରଦାନ
ଲଭିବ ତୁମେ କନ୍ୟାରତ୍ନ । ପୁତ୍ରକୁ ନରକରିବ ମନ
ଶତପୁତ୍ରର ସୁଖଶିରୀ । ସେ କନ୍ୟା ଏକ ଦେବ ଭରି
ଚକିତେ ସର୍ବେ ଚାହିଁଥିଲେ । ସାବିତ୍ରୀ ଅନ୍ତର୍ଦ୍ଧାନ ହେଲେ ।।
ଯଜ୍ଞରେ ପୂର୍ଣ୍ଣାହୁତି ସାରି । ଯେ ଯାହା ଗୃହେ ଗଲେ ଫେରି ।।
ସପନେ ଦେଖିଥିଲେ ରାଣୀ । ସେଥିଲା ସପନ କାହାଣୀ
ଘଟିଲା ଯଜ୍ଞଶାଳେ ଯାହା । ଅସତ୍ୟ କେ କହିବ ତାହା
ଯାଇଛି ଅଳ୍ପଦିନ ବିତି । ରାଣୀ ଯେ ହୋଇଲେ ରଜୋବତୀ
ରାଜାଙ୍କୁ ଚାହିଁ ଦେଲେ ହସି । ପ୍ରୀତିର ଅମୃତ ବରଷି
ଆସିଲା ମନେ ଆଶାକଳି । ମରୁରେ ମାରିଲା ବିଜୁଳି
ଉଚିତ ସମୟ ଅନ୍ତରେ । ସେ ଏକ ଅମୃତ ଲଗ୍ନରେ
ସ୍ୱର୍ଗ ସୁନ୍ଦରୀ କନ୍ୟାରତ୍ନ । ରାଣୀଙ୍କ କେଳେ ନେଲା ଜନ୍ମ
ସାବିତ୍ରୀ ଯଜ୍ଞ ପୁଣ୍ୟ ଫଳେ । ସେ କନ୍ୟ ଜନମିଲା କୋଳେ
ପିତାମାତା ଯେ ପାତ୍ରମନ୍ତ୍ରୀ । ତା ନାମ ରଖିଲେ ସାବିତ୍ରୀ
ଶୁକ୍ଲପକ୍ଷର ଶଶୀ ପରି । ବଢ଼ିଲା ସାବିତ୍ରୀ କୁମାରୀ
ଛୁଇଁଲା ଯେବେ ଯଉବନ । ପିତାମାତା ଯେ ଚିନ୍ତାମଗ୍ନ
ନଖୋଜି କନ୍ୟା ପାଇଁ ବର । ଡକାଇ ଦେଲେ ସ୍ୱୟମ୍ୱର
ଆସିଲେ ଯେତେ ଯୁବରାଜ । ବାହୁଡ଼ି ଗଲେ ପାଇ ଲାଜ
ସାବିତ୍ରୀଙ୍କର ତେଜ ଜ୍ୟୋତି । ମନରେ ତାଙ୍କ ଦେଲା ଭୀତି
ନିଜକୁ ଅଯୋଗ୍ୟ ବିଚାରି । ଯେ ଯାହା ବାଟେ ଗଲେ ଫେରି
ସ୍ୱୟମ୍ୱର ଯେ ଭାଙ୍ଗିଗଲା । ଏ ବଡ଼ ପ୍ରମାଦ ହୋଇଲା
ଉପାୟ ନପାରିଲେ ଜାଣି । ଚିନ୍ତାରେ ଥିଲେ ରାଜାରାଣୀ
ବିନେ ମା¨ବ୍ୟ ଋଷିବର । ପ୍ରବେଶି ରାଜାଙ୍କ ନଅର
କୁଶଳ ବାର୍ତ୍ତା ପଚାରିଲେ । ସକଳ ବିଷୟ ଶୁଣିଲେ
ଉପାୟ ଏକ ଭାବିଚିନ୍ତି । କହିଲେ ଶୁଣ ଅଶ୍ୱପତି
ନିଜର ସ୍ୱାମୀ ନିଜେ ବାଛି । କହିବ ତୁମକୁ ସାବିତ୍ରୀ
ଦିଅ ବିହିତ ଅନୁମତି । ସାବିତ୍ରୀ ଖୋଜୁ ନିଜ ପତି
ରାଜା ଯେ ଅନୁମତି ଦେଲେ । ବିହିତତ ଆୟୋଜନ କଲେ
ସଖୀମାନଙ୍କୁ ସଙ୍ଗେ ଧରି । ରଥରେ ଚଳିଲେ ସାବିତ୍ରୀ
ଭୂମି ନଗର ଗିରିଜନ । ଦେଖିଲେ ରମ୍ୟ ତପୋବନ
ସେ ତପୋବନ ଆଶ୍ରମରେ । ଋଷି ତପସ୍ୱୀ ଗହଣରେ
ଥିଲେ ଯୁବକ ଜଣେ କେହି । ଦେବ ସୁଲଭ ରୂପ ବହି
ତପୋବନେ ସେ ତପୋଧନ । ତେଜରେ ସମ୍ଭ୍ରାନ୍ତ ଲକ୍ଷଣ ।।
ଦେଖି ସେ ଯୁବକମଣିକ । ପ୍ରୀତି ଛୁଇଁଲା ସାବିତ୍ରୀକୁ
ଦେଲା ସେ ମନପ୍ରାଣ ବିକି । କହିଲା ଫେରିଚାଲ ସଖୀ
ସର୍ବ ଶୁଭରେ ବାହୁଡ଼ିଲେ । ପ୍ରାସାଦେ ପ୍ରବେଶ ହୋଇଲେ
ଏ କାଳେ କରି ବୀଣାବାଦ୍ୟ । ପ୍ରବେଶ ହୋଇଲେ ନାରଦ
ତାହାଙ୍କ ପାଦେ ଢାଳି ମତି । ନମିଲେ ରାଜା ଅଶ୍ୱପତି
ସାବିତ୍ରୀ କଲେ ପ୍ରଣିପାତ । ନାରଦ ଦିଶିଲେ ଚିନ୍ତିତ
କହିଲେ ଶୁଣ ଅଶ୍ୱପତି । ଉଚିତ ନୁହେଁ ତୁମ ନୀତି
ଏହି ଯେ ବିଧିର ବିଧାନ । ଦେବାକୁ ହେବ କନ୍ୟାଦାନ
ତୁରନ୍ତ ଦାନ ମହାପୁଣ୍ୟ । ହୁଅ ହେ ରାଜା ସାବଧାନ
କହିିଲେ ରାଜ ଯୋଡ଼ି ହାତ । ମୁନିଙ୍କୁ ସକଳ ବୃତ୍ତାନ୍ତ
ସାବିତ୍ରୀ ଇଚ୍ଛା ଜାଣିବାକୁ । ନାରଦ ଚାହିଁଲେ ତାହାକୁ
ସାବିତ୍ରୀ ହୋଇ ମଥାନତ । ତତ୍କ୍ଷଣେ ଦେଲେ ନିଜମତ
ନିମିଷ ମାତ୍ର ହୋଇ ସ୍ଥିର । ବିବ୍ରତ ହେଲେ ମୁନିବର ।।
କହିଲେ ପତି ନାହୁଁ ବରି । ନିଜ ଦୁର୍ଭାଗ୍ୟ ଅଛୁ ବରି ।।
ଏବେ ବି ଅଛି ପ୍ରତିକାର । ସେ କଥା ମନୁ କର ଦୂର ।।
ନୋହିଲେ ବରଷ ଅନ୍ତରେ । ଯିବ ସେ ସ୍ୱାମୀ ଯମପୁରେ ।।
ସକଳ ଶିରୀ ହରାଇବୁ । ନିଶ୍ଚୟ ବିଧବା ହୋଇବୁ
ଶୁଣି ଚକିତ ଅଶ୍ୱପତି । ମୁନିଙ୍କୁ କରିଲେ ମିନତି
ଫିଟାଇ କୁହ ହେ ମହର୍ଷି । ତୁମେ ତ ତିନିକାଳଦର୍ଶୀ
କିଏ ଯେ ଅଟେ ସେ ଯୁବକ । କି ପ୍ରତିକାରେ ଯିବ ଦୁଃଖ
ନାରଦ କହିଲେ ବୁଝାଇ । ଶୁଣ ହେ ରାଜା ମନଦେଇ
ଶାଲ୍ୱ ଦେଶର ରାଜା ସେହି । ଦ୍ୟୁମତସେନ ନାମ କହି
ରାଣୀଙ୍କ ନାମ ମାଳବିକା । କରମ ବାମ ଭାଗ୍ୟ ବଙ୍କା
ସେ ରାଜା ଚକ୍ଷୁ ହରାଇଲେ । ରାଜ୍ୟରୁ ବିତାଡ଼ିତ ହେଲେ
ପୁତ୍ରର ନାମ ସତ୍ୟବାନ । କେ ବୋଲେ ପୁଣି ଚିତ୍ରସେନ
ସର୍ବ ଲକ୍ଷଣେ ସୁପୁରୁଷ । ମାତ୍ର ଯେ ସେ ଅଳ୍ପାୟୁଷ
ଆଜିଠୁ ମାତ୍ର ଏକ ବର୍ଷ । ରହିଛି ତାହାର ଆୟୁଷ
ଆୟୁଷ ଯେବେ ଯିବ ପୂରି । କି ହେବ ପ୍ରତିକାର କରି
ଶୁଣ ହେ ରାଜା ଅଶ୍ୱପତି । ଯାହାକୁ ବରିଛି ସାବିତ୍ରୀ
ରାଜାଙ୍କ ମଥା ଗଲା ଘୂରି । ଝିଅକୁ କହିଲେ ସେ ଧରି
ଜାଣୁ ଜାଣୁ ମୁଁ ତୋ ସିନ୍ଦୂର । ଦେଖିବି ନାହିଁ ଲିଭିବାର
ଏଥିକୁ କର ପ୍ରତିକାର । ସିଦ୍ଧାନ୍ତ କର ଅନ୍ୟ ବର
ନାରଦ ମୁନିଙ୍କୁ ସାବିତ୍ରୀ । କହିଲେ ଶୁଣ ମୋ ନିଷ୍ପତ୍ତି
ମନରେ ଯାହାଙ୍କୁ ବରିଛି । ତାଙ୍କୁ ମୁଁ ସ୍ୱାମୀ ବିଚାରିଛି
ମାତ୍ରକ ଅଛି ଲୋକାଚାର । ମୁଁ ହେବି କନ୍ୟା ସିଏ ବର
ଅନ୍ୟ ପୁରୁଷେ ମନ ଦେଲେ । ଦୋଚାରୁଣୀ ମୁଁ ହେବି ଭଲେ
ବିଧବା ପଛେ ହେବି ମୁହିଁ । ଅସତୀ କେବେ ହେବି ନାହିଁ
ସାବତ୍ରୀ ବାକ୍ୟ ଶୁଣି ଯତି । ହୋଇଲେ ଆନନ୍ଦିତ ଅତି
କହିଲେ, ହୁଅ ମହାସତୀ । ଜଗତେ ରହୁ ସତୀ ଖ୍ୟାତି
ଶୁଣ ହେରାଜା ଅଶ୍ୱପତି । ଅନ୍ୟରେ ନବଳାଅ ମତି
ସାବିତ୍ରୀ ସଙ୍ଗେ ସତ୍ୟବାନ । କର ବିବାହ ଆୟୋଜନ
ସର୍ବ କୁଶଳେ ଥାଅ ରହି । ନାରଦ ଗଲେ ଦୂର ହୋଇ
ଶୁଭ ଲଗ୍ନରେ ଆନନ୍ଦରେ । ସତ୍ୟବାନଙ୍କ ସଙ୍ଗତରେ
ସାବିତ୍ରୀଙ୍କର ହସ୍ତଗଣ୍ଠି । ପଡ଼ିଲା ଧର୍ମ ସାକ୍ଷୀ ରଖି
ବିତାଇ ତହିଁ କେତେ ଦିନ । ସାବିତ୍ରୀ ସଙ୍ଗେ ସତ୍ୟବାନ
ଗୁରୁଜନଙ୍କୁ ପ୍ରଣମିଲେ । ବନ ପଥରେ ଚଳିଗଲେ
ଶାଶୁ ଶ୍ୱଶୁର ସେବା କରି । ସ୍ୱାମୀ ସଙ୍ଗତେ ସୁକୁମାରୀ
ଆନନ୍ଦେ ଦିନ ବିତାଇଲେ । ସ୍ନେହ ପ୍ରେମରେ ବୁଡ଼ିଗଲେ
ଏମିତି କିଛିଦିନ ଗଲା । ଶେଷ ସମୟ ଆସି ହେଲା
ନାରଦ ଯାହା କହିଥିଲେ । ସାବିତ୍ରୀ ମନେ ରଖିଥିଲେ
ରହିଲା ଆଉ ଚାରି ଦିନ । ମୃତ୍ୟୁ ଲଭିବେ ସତ୍ୟବାନ
ସତୀ ନାରୀର ପ୍ରଭୁ ସାହା । ବିପଦେ ବନ୍ଧୁ ଚଉବାହା
ସୂର୍ଯ୍ୟ ଚନ୍ଦ୍ରମା ନବଗ୍ରହ । ମାଗନ୍ତି ଯାର ଅନୁଗ୍ରହ
ସେ ପ୍ରଭୁ ଜୀବର ରକ୍ଷକ । ଜନ୍ମ ମରଣ ନିୟନ୍ତ୍ରକ
ଚିତ୍ତେ ସାବିତ୍ରୀ କରି ଧ୍ୟାନ । ପୂଜିଲେ ଲକ୍ଷ୍ମୀ ନରାୟଣ
ବଣରୁ ଫଳମୂଳ ଆଣି । ସାବିତ୍ରୀ ଛଡ଼ାଇଲେ ପାଣି
ଦେଲେ ସେ ବ୍ରାହ୍ମଣ ଭୋଜନ । ଦାନ ଦକ୍ଷିଣା ବିଧିମାନ
ସପରିବାର ଭୁଞ୍ଜାଇଲେ । ନିଜେ ସେ ଉପବାସ କଲେ
ତୁେ¨ ଉଚ୍ଚାରି ପ୍ରଭୁ ନାମ । ଦେଲେ ବିତାଇ ତିନିଦିନ
ହୋଇଲା ଜ୍ୟେଷ୍ଠ ଅମାବାସ୍ୟା । ସାବିତ୍ରୀ ମୁଖେ ନାହିଁ ଭାଷା
କୁଠାର ହସ୍ତେ ସତ୍ୟବାନ । କହିଲେ ବନେ ଯିବି ଜାଣ
ସଂଗ୍ରହ କଲେ କାଠଭାର । ଚଳିବା ସିନା ଏ ସଂସାର
କହିଲେ ସାବିତ୍ରୀ ବୁଝାଇ । ଏକାକୀ ଆଜି ଯାଅ ନାହିଁ
ଆଦେଶ କର ଏ ଦାସୀରେ । ଯିବାକୁ ତମ ସଙ୍ଗତରେ
ହସି କହିଲେ ସତ୍ୟବାନ । ବଡ଼ ଦୁର୍ଗମ ଘୋର ବନ
ଉପାସେ ତୁମେ ଅଛ ରହି । ଯିବାକୁ ତୁମ ଶାକ୍ତିନାହିଁ
କହିଲେ ସାବିତ୍ରୀ ବୁଝାଇ । ତୁମେ ଶରୀର ମୁଁ ଯେ ଛାଇ
ଶରୀର ମଧ୍ୟେ ଶକ୍ତି ଥାଏ । ଛାଇ ତା' ସାଥେ ସାଥେ ଯାଏ
ନୀରବ ହେଲେ ସତ୍ୟବାନ । ମଉନ ସମ୍ମତି ଲକ୍ଷଣ
ଶାଶୁ ଶ୍ୱଶୁର ଆଜ୍ଞା ନେଇ । ସାବିତ୍ରୀ ଗଲେ ସାଥି ହୋଇ ।।
ଘୋର ବନରେ ସତ୍ୟବାନ । କରିଲେ ବୃକ୍ଷ ଆରୋହଣ
କାଠ ହାଣିବା ସରି ନାହିଁ । ଆସିଲେ ବୃକ୍ଷରୁ ଓହ୍ଲାଇ
କହିଲେ ଶୁଣ ପ୍ରାଣ ସହି । ମଥା ମୋ ଦେଉଛି ଘୂରାଇ
ଦିଶୁଛି ସବୁ ଅନ୍ଧକାର । ଚାଲିବା ଶକ୍ତି ନାହିଁ ମୋର
ଶୁଣି ସାବିତ୍ରୀ ହେଲେ ବ୍ୟସ୍ତ । ଭୂମିରେ ପାରିଲେ ପଣତ
ସ୍ୱାମୀଙ୍କ ମଥା କୋଳେ ରଖି । ବସି ନିମିଷେ ଗଲେ ଶଙ୍କି
ସହଜେ ଘୋରବନ ସେହି । ସାହା ଭରସା ନାହିଁ କେହି
ହେବ କି ମୁନି ବାକ୍ୟ ସତ୍ୟ । ହେବ କି ଶୂନ୍ୟ ଏ ସୀମନ୍ତ
ଏକାଳେ ପୁଣି ସ୍ୟବାନ । ନୀରବେ ମୁଦିଲେ ନୟନ
ଡାକିଲେ ନଦେଲେ ଉତ୍ତର । ନାହିଁ ଲକ୍ଷଣ ଜୀବନର
ସାବିତ୍ରୀ କରିଲେ ରୋଦନ । କମ୍ପିଲଲା ବିଜନ କାନନ
ସ୍ୱାମୀଙ୍କ ଗୁଣ ନ ବାହୁନି । ଡାକିଲେ ରଖ ଚକ୍ରପାଣି
ଏକାଳେ ଦେବ ମୂର୍ତ୍ତିଟିଏ । ହୋଇଲେ ଉଭା ଛାୟା ପ୍ରାୟେ
ଚକିତେ ସାବିତ୍ରୀ ଚାହିଁଲେ । କିଏ ସେ ବୋଲି ପଚାରିଲେ
କହିଲେ ଜ୍ୟୋତିର୍ମୟ ମୂର୍ତ୍ତି । ମୁଁ ଅଟେ ନିଜେ ଜନ୍ତୁପତି
ଯମ ମୁଁ ମୃତ୍ୟୁର ଦେବତା । ଅସହ୍ୟ ମୋର ନିଷ୍ଠୁରତା
ଯାହାର ଆୟୁ ଶେଷ ହୁଏ । ପୁରକୁ ମୋର ଯାଏ ସିଏ
ପଠାଇ ମୋର ଦୂତଗଣ । ନିଏ ମୁଁ ତାକୁ ତତକ୍ଷଣ
ଯେହେତୁ ତୁମେ ମହାସତୀ । କୋଳେ ଧରିଛ ମୃତ ପତି
ତୁମକୁ ଡରି ଦୂତ ମୋର । ବାହୁଡ଼ି ଗଲେ ମୋର ପୁର
ସତ୍ୟବାନର ପ୍ରାଣ ପାଇଁ । ଆସିଛି ଏବେ ନିଜେ ମୁହିଁ
ଆୟୁଷ ତାର ହେଲା ଶେଷ । ନେବାରେ ମୋର ନାହିଁ ଦୋଷ
ସାବିତ୍ରୀ କରିଲେ ମିନତି । ଦୟା କର ହେ ଜନ୍ତୁପତି
ସ୍ୱାମୀଙ୍କ ପ୍ରାଣ ଗଲେ ନେଇ । ବଞ୍ଚିବି କାହା ମୁଖ ଚାହିଁ
ଯମ କହିଲେ ଶୁଣ ସତୀ । ଜନ୍ମିଥିଲେ ତ ମୃତ୍ୟୁ ଅଛି
ସହଜେ ମୃତ୍ୟୁଦେବ ମୁହିଁ । ଦୟାର ମାନେ ନଜାଣଇ
ସତ୍ୟବାନଙ୍କ ପ୍ରାଣ ନେଇ । ଗଲେ ଯେ ଯମ ଦୂର ହୋଇ
ଫେରି ଚାହିଁଲେ ଖେ¨ ଦୂରେ । ସାବିତ୍ରୀ ଆସନ୍ତି ପଛରେ
ଯମ କହିଲେ ହେଲ ବାଇ । ବୃଥାରେ ଆସ କାହିଁପାଇଁ
ସାବିତ୍ରୀ କହିଲେ ଗୋସାଇଁ । ସ୍ୱାମୀଙ୍କ ପଥେ ଯାତ୍ରୀ ମୁହିଁ
ସତୀନାରୀ ମୁଁ ପତିବ୍ରତା । ନାହିଁ ମୋ ଆଉ ଅନ୍ୟ ରାସ୍ତା
ତୁମେ ତ ନିଜେ ର୍ମରାଜ । ଏତିକି କଥା ମନେ ହେଜ
ଯମ କହିଲେ ଶୁଣ ସତୀ । ସନ୍ତୁଷ୍ଟ ହେଲି ତୁମ ପ୍ରତି
ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା
ସାବିତ୍ରୀ ମାଗିନେଲେ ବର । ଅନ୍ଧ ଅଟନ୍ତି ମୋ ଶ୍ୱଶୁର
ଲଭନ୍ତୁ ଦୃଷ୍ଟି ଶକ୍ତି ସେହି । ମାଗୁଛି ଏହି ବର ମୁହିଁ
'ତଥାସ୍ତୁ' କହି ଯମ ଧୀରେ । ଚଳିଲେ ମଇଁଷି ପିଠିରେ
ଦେଖିଲେ କିଛି ବାଟ ଯାଇ । ସାବିତ୍ରୀ ପିଛା ଛାଡୁନାହିଁ
କହିଲେ ଯମ ଦେଲି ବର । ପୁଣି କିମ୍ପାସଇଁ ପିଛା କର
ସାବିତ୍ରୀ କହିଲେ ଗୋସାଇଁ । କି ପୁଣ୍ୟ କରିଥିଲି ମୁହିଁ
ଦେଖିଲି ତୁମକୁ ନୟନେ । ଧନ୍ୟ ହୋଇଲି ଏ ଜୀବନେ
ତୁମକୁ ଛାଡ଼ି ଯିବାପାଇଁ । ମନ ତ ମୋର ବଳୁନାହିଁ
ସେପାଇଁ ଚାଲିଛି ମୁଁ ପଛେ । ଦୋଷ ଦେଉଛ ମୋତେ ମିଛେ
ଶୁଣି ଆନନ୍ଦେ ଯମଦେବ । କହିଲେ ଆନ ବର ମାଗ
ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା
ସାବିତ୍ରୀ କହିଲେ ହେ ଦେବ । ଶ୍ୱଶୁରଙ୍କ ହେଉ ରାଜ୍ୟଲାଭ
'ତଥାସ୍ତୁ' କହି ଯମ ଗଲେ । ସାବିତ୍ରୀ ପୁଣି ପିଛା କଲେ
ପଛକୁ ପୁଣି ଚାହିଁ ଯମ । କହିଲେ ଏ ବଡ଼ ବିଷମ
ଦେଲି ତୁମକୁ ବେନି ବର । କାହିଁକି ପୁଣି ପିଛା କର
ବିନୟେ କହିଲେ ସାବିତ୍ରୀ । ତୁମେ ଯେ ନ୍ୟାୟବନ୍ତ ଅତି
ନ୍ୟାୟ ତ ଦେଲନାହିଁ ମୋତେ । ତୁମକୁ ଛାଡ଼ିବି କେମନ୍ତେ
ଶ୍ୱଶୁର ସିନା ହେବେ ସୁଖୀ । ପିତା ଯେ ମୋର ବଡ଼ ଦୁଃଖୀ
ଦୁହିତା ଦୁଇ କୁଳେ ହିତା । ସେ ପାଇଁ ମୋର ବଡ଼ ଚିନ୍ତା
ତାଙ୍କ ଔରସୁ ଶତପୁତ୍ର । ଜନ୍ମି ରଖନ୍ତୁ ବଂଶ ଗୋତ୍ର
ମାଗୁଛି ଏହି ବର ମୁହିଁ । ବିଚାର ନ୍ୟାୟ ଧର୍ମ ତୁହି
ପିତା ଶ୍ୱଶୁର ଦୁହେଁ ଏକା । ମାଗୁଛି ତେଣୁ ଏହି ଭିକ୍ଷା
'ତଥାସ୍ତୁ' କହି ଯମ ଗଲେ । ସାବିତ୍ରୀ ନଛାଡ଼ନ୍ତି ଭଲେ
ପୁଣି ଚାଲିଲେ ପଛେ ପଛେ । ଛାୟା ଯେମିତି କାୟା ସାଥେ
ପଚକୁ ଚାହିଁ ଯମ ରାଜା । କହିଲେ ଏବେ ଯା ଫେରିଯା'
ସତୀତ୍ୱ ବଳେ ଏତେ ପଥ । ଆସିଲ ତୁମେ ଏହା ସତ୍ୟ
ଏପାରି ଶେଷ ସୀମା ଏହି । ତୁମେ ହେଲ ମରଦେହୀ
ସେପାରି ସୀମା ଛୁଇଁବାକୁ । କେହି ଯେ ନଦେବେ ତୁମକୁ
ଏଠାରୁ ହେବି ଅନ୍ତର୍ଦ୍ଧାନ । ସେ ପାରି ଅଟେ ମହାଶୂନ୍ୟ
ପାଇବ ନାହିଁ ଆଉ ମୋତେ । ଫେରିଯା' ସତୀ ନିଜ ପଥେ
ସାବିତ୍ରୀ କହିଲେ ଠାକୁରେ । କିଲାଭ ଏହି ଜୀବନରେ
ବୁଝେନା ଏପାରି ସେପାରି । କାହିଁକି ଅବା ଯିବି ଫେରି
ସୂର୍ଯ୍ୟଙ୍କ ପୁତ୍ର ତୁମେ ନିଜେ । ଦିଅ ହେ ଜାଳି ତୁମ ତେଜେ
ନହେଲେ ହୋଇବ ପ୍ରଘଟ । ଆଣିଲ ତୁମେ ଏତେ ବାଟ
ଗୋଟିକୁ ଗୋଟି ବର ଦେଇ । ମାୟାରେ ଆଣିଲ କଢ଼ାଇ
ଅବଳା ପ୍ରତି ଅବିଚାର । ନୁହେଁ ତ ଉଚିତ ବେଭାର
ଶୁଣି ବିଚାର କଲେ ଯମ । ଏ କଥା ହେଲାଣି ବିଷମ
କହିଲେ ଶୁଣ ନାରୀବର । ଚତୁର୍ଥ ବର ମାଗିପାର
ସତ୍ୟବାନର ପ୍ରାଣ ବିନା । ଯାହା ମାଗିବ ହେବ ଘେନା
ଆଉ ମୁଁ କିଛି ନଶୁଣିବି । ତୁରନ୍ତ ମାଗ ଚାଲିଯିବି
ଯମ ଯେ ହେଲେ ତରବର । ସାବିତ୍ରୀ ମାଗି ଦେଲେ ବର
ସ୍ୱାମୀଙ୍କ ଔରସରୁ ମୋର । ହୁଅନ୍ତୁ ଶହେଟି କୁମର
'ତଥାସ୍ତୁ' ବୋଲି ଯମ କହି । ଚାଲିଲେ ଆଗକୁ ମୁହାଁଇ
ପଛରେ ଧାଇଁଲେ ସାବିତ୍ରୀ । ଚକିତ ହେଲେ ଯମ ଦେଖି
କ୍ତ୍ସୋରାଧରେ କହିଲେ ବଚନ । ସରିଛି ମୋର ବରଦାନ
ବୃଥାରେ ଆସ କାହିଁପାଇଁ । ମୋଠାରେ ପ୍ରୟୋଜନ ନାହିଁ
କହୁଛି ଶେଷକଥା ମୋର । ତୁରନ୍ତ ଫେରିଯାଅ ଘର
ମୋ କଥା କରିଲେ ଅମାନ୍ୟ । ଭୋଗିବ ତାର ପରିଣାମ
ବିନୟେ ସାବିତ୍ରୀ କହିଲେ । ମୋ କଥା ଶୁଣଟିକେ ଭଲେ
ତୁମେ ଯେ ସଂଯମୀ ପୁରୁଷ । ଶୋଭେନା ତୁମଠାରେ ରୋଷ
ବିଜ ବଚନ ନିଜେ ଭୁଲି । କହୁଛ ଯିବାପାଇଁ ଚାଲି
ସତ୍ୟ ହାରିବ ତୁମେ ଯେବେ । କି ଯଶ ଅରଯିବ ତେବେ
ସ୍ୱାମୀଙ୍କ ଔରସରୁ ମୋର । ଜନ୍ମ ନେବେ ଶହେ କୁମର
ଏ ବର ତୁମେ ତ ଦେଇଛ । ସ୍ୱାମୀଙ୍କ ପ୍ରାଣ ନେଉଅଛ
ମୁଁ ଯେ ଅଟଇ ସତୀନାରୀ । ସମ୍ଭବ ହୋଇବ କିପରି
ବରିବି କିବା ଆନ ପତି । ଉତ୍ତର ଦିଅ ଜନ୍ତୁପତି
ଯମ ଯେ ହୋଇଲେ ଚକିତ । କେମିତି ହାରିବେ ସେ ସତ୍ୟ ।।
ସେହି ସତ୍ୟର ରକ୍ଷାପାଇଁ । ଯମ ଯେ ନିରୁପାୟ ହୋଇ
କହିଲେ ସାବିତ୍ରୀଙ୍କୁ ଚାହିଁ । ତୁମର ଜୟ ଅଛି ହୋଇ ।।
ତୁମର ସତୀତ୍ୱ ବଳରେ । ଜିତିଲ ଏ ମହୀ ତଳରେ ।।
୨୪୬ କ ଧାଡ଼ି:
ସେମିତି ସତୀତ୍ୱ ମାୟାରେ । ମୋହିତ ହେଲି ତୁମଠାରେ ।।
ପରୋକ୍ଷେ ସତ୍ୟବାନ ପ୍ରାଣ । ତୁମେ ତ ମାଗିନେଲ ଜାଣ ।।
ମୁଁ ଯେ ନିଷ୍ଠୁର କାଳ ଯମ । ଲଙ୍ଘିଲି ବିଧିର ନିୟମ
ତୁମର ସତୀତ୍ୱକୁ ଧନ୍ୟ । ହେଲି ମୁଁ ଅତ୍ୟନ୍ତ ପ୍ରସନ୍ନ
ଖୋଲିଲି ଚର୍ମଫାଶ ମୋର । ଦୀଘାୟୁ ବୋଲି ଦେଲି ବର
ନିଦ୍ରାରୁ ଯେମିତି ଉଠନ୍ତି । ଉଠି ବସିବେ ତୁମ ପତି
ସତ୍ୟବାନଙ୍କ ମରଦେହେ । ପ୍ରାଣ ଭରିବ ପୁନରାୟେ
ସେ ସ୍ଥାନେ ଯାଅ ବେଗେ ଚଳି । ସ୍ୱାମୀଙ୍କୁ ନିଅ କୋଳେ ତୋଳି
ସତୀ ପତ୍ନୀର ପରଶରେ । ରୋପିବ ପ୍ରାଣ ସଶରୀରେ
ଏ ତୁମ ଅମର କାହାଣୀ । ଯୁଗ ଯୁଗକୁ ଥିବ ପୁଣି
ସତୀ ପତିବ୍ରତା ଶକ୍ତି । ମୃତ୍ୟୁକୁ ଗଲା ଆଜି ଜିତି
ଯମ ଯେ ହେଲେ ଅନ୍ତର୍ଦ୍ଧାନ । ସାବିତ୍ରୀ କରିଲେ ପ୍ରଣାମ
ଫେରିଲେ ମୃତ ସ୍ୱାମୀ ପାଶେ । କୋଳକୁ ଆଣିଲେ ସନ୍ତୋଷେ
ସତେକି କାଉଁରୀ ପରଶେ । ଜହ୍ନକି ଉଠିଲା ଉଆଁସେ
ସତେକି ନିଦରୁ ଉଠିଲେ । କହିଲେ ସ୍ୱପ୍ନ ଦେଖୁଥିଲେ
ସେମିତି ଉଠି ସତ୍ୟବାନ । ନିରେଖି ସାବିତ୍ରୀ ବଦନ
କହିଲେ ଏତେବେଳେ ମୁହିଁ । ଶୋଇ ରହିଲି କାହିଁ ପାଇଁ
ନପାଇ ଆମର ବାରତା । କି କରୁଥିବେ ପିତାମାତା
ଅରମା ପଥେ ସୁକୁମାରୀ । ଆସ ମୋ ବାମ କର ଧରି
ଏ ବନ ମୋର ପରିଚିତ । ପଥ ଯେ ହେବ ଅନୁମିତ
ସାବିତ୍ରୀ କହିଲେ ହେ ନାଥ । ଆଜି ମୋ ପଥ ଆଲୋକିତ
ତୁମେ ମୋ ସୀମନ୍ତର ଜହ୍ନ । ଚାନ୍ଦିନୀ ତୁମେ ମନ ବନ
ଏ ବନେ ତେଣୁ ନାହିଁ ଭୟ । ମୋ ପାଇଁ ନହୁଅ ଅଥୟ
ତୁମକୁ ପାଇଛି ମୁଁ ଫେରି । ଆଉ କାହାକୁ ଯିବି ଡରି
ସେ ବନପଥରେ ଦମ୍ପଁତ୍ତି । ଚଳିଲେ ଆନନ୍ଦରେ ଅତି
ପ୍ରବେଶ ହେଲେ ଆଶ୍ରମରେ । ଆଶ୍ରମେ ଆନନ୍ଦ କି ଝରେ
ରାଜ୍ୟ ପ୍ରାପ୍ତିକୁ ଚକ୍ଷୁ ପ୍ରାପ୍ତି । ଦ୍ୟୁମତସେନ ତୋଷ ଅତି
ପୁଅବୋହୂଙ୍କୁ ଦେଖିପାରି । ଆନନ୍ଦେ ଲୁହ ଗଲା ଝରି
ଆଶ୍ରମବାସୀ ଗଲେ ଘେରି । ବୁଝିଲେ ସମସ୍ତ ପଚାରି
ସାବିତ୍ରୀ କହିଲେ ବୁଝାଇ । ଯମଙ୍କ ବରଦାନ ଏହି
କହିଲେ ସକଳ ବୃତ୍ତାନ୍ତ । ସଭିଏଁ ହୋଇଲେ ଚକିତ
ଧନ୍ୟ ସାବିତ୍ରୀ ଧନ୍ୟ ବୋଲି । ଆଶ୍ରମ ଉଠିଲା ଉଛୁଳି
ତହୁଁ ରାଜ୍ୟକୁ ଫେରିଗଲେ । ଦ୍ୟୁମତସେନ ରାଜା ହେଲେ
ଯୁବରାଜ ଯେ ସତ୍ୟବାନ । ଜିଣିଲେ ପ୍ରଜାକୁଳ ମନ
ରାଜ୍ୟବାସୀଏ ହେଲେ ଗୁଣୀ । ସାବିତ୍ରୀ ସତୀଙ୍କ କାହାଣୀ
ଏମନ୍ତେ ଦିନ ମାସ ଗଲା । ପୁନଶ୍ଚ ଜ୍ୟେଷ୍ଠ ଅମା ହେଲା
ସୁମରି ଲକ୍ଷ୍ମୀ ନାରାୟଣ । ସାବିତ୍ରୀ କରିଲେ ବିଧାନ
ପ୍ରଭାତୁ ସ୍ନାହାନ ସାରିଲେ । ଘର ଅଗଣା ଶୌଚ କଲେ
ନଡ଼ିଆ କଦଳୀ ଖଜୁରୀ । ଆମ୍ୱ ପଣସ ଡାଲା ଭରି
ବିଭିନ୍ନ ପ୍ରକାର ଫଳରେ । ଭୋଗ ବାଢ଼ିଲେ ଭକ୍ତିଭରେ
ଦୂବରେ ବରକୋଳି ପତ୍ର । ରଚିଲେ ସାତକେରି ମାତ୍ର
ହଳଦୀ ରଙ୍ଗ ନବସୂତା । ସାତ ଖିଅରେ କଲେ ଗୁନ୍ଥା
ରଚିଲେ ଗଣ୍ଠି ସାତଗୋଟି । ଲକ୍ଷ୍ମୀନାରାୟଣେ ସମର୍ପି
ଦକ୍ଷିଣ ବାହୁରେ ବାନ୍ଧିଲେ । ଅଭୟ ବାହୁଟିର ତୁଲେ
ଶଙ୍ଖା ସିନ୍ଦୂର ନୂଆଶାଢ଼ୀ । ବିପ୍ରେ ଗାୟତ୍ରୀ ମନ୍ତପଢ଼ି
ଦେଲେ ଯେ ତାହା ମନ୍ତୁରାଇ । ସାବିତ୍ରୀ ଅଙ୍ଗେ ଶୋଭାପାଇ
ସ୍ୱାମୀ ସମେତ ଗୁରୁଜନେ । ପ୍ରଣାମ କରି ଶୁଦ୍ଧ ମନେ
ସଭିଙ୍କୁ ପ୍ରସାଦ ବାଣ୍ଟିଲେ । ସୁଚିତ୍ତେ ଫଳାହାର କଲେ
ଏ ବ୍ରତ ଆଚରି ସେ ସତୀ । ହୋଇଲେ ଶତ ପୁତ୍ରବତୀ
ଲଭିଲେ ଅଷ୍ଟ ଅଇଶ୍ୱର୍ଯ୍ୟ । ଜୀବନ କଲେ ଉପଭୋଗ
ବାହୁଡ଼ି ଶଙ୍ଖା ସିନ୍ଦୂରରେ । ବାସ ଲଭିଲେ ସ୍ୱର୍ଗପୁରେ
ସଧବା ନାରୀ କେହି କେବେ । ଏ ଓଷା ଆରମ୍ଭିବେ ଯେବେ
ସାବିତ୍ରୀ ପରି ଭାଗ୍ୟବତୀ । ହୋଇ ସେ ଲଭିବେ ସୁଖ୍ୟାତି
କୃଷ୍ଣଙ୍କ ମୁଖୁ ଏହା ଶୁଣି । ଯୁଧିଷ୍ଠିର ଯେ ଯୋଡ଼ି ପାଣି
ଭକ୍ତିରେ କଲେ ପ୍ରଣିପାତ । ସଂସାରେ ଖ୍ୟାତ ହେଲା ବ୍ରତ
ସାବିତ୍ରୀ ଓଷା କଥା ଏହି । ସର୍ବେ ଶୁଣିବେ ଶୁଣିବେ ମନଦେଇ
ସୁମରି ଲକ୍ଷ୍ମୀ ନରାୟଣ । ହୁଳହୁଳି ଯେ ଦେବ ଜାଣ
ସାବିତ୍ରୀ ଓଷା କଥା ଶେଷ । ପଠନେ ଶ୍ରବଣେ ସନ୍ତୋଷ
ଚିତ୍ତ ନିବେଶି ବିଷ୍ଣୁ ପାଦେ । ବୁଦ୍ଧିଆ କହେ ଗୀତ ଛନ୍ଦେ
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
</poem>
|