"ସାବିତ୍ରୀ ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟାଗ ଠିକ କଲି
No edit summary
୯ କ ଧାଡ଼ି:
| notes =
}}
<{{center> block|
<poem>
ବନ୍ଦଇ ଦେବ ନାରାୟଣ । ଅନାଦି ପରମ କାରଣ ।।
ଜଗତ ହିତେ ଦେହଧାରୀ । ଧରାରେ ଧର୍ମ ରକ୍ଷାକାରୀ ।।
ସକଳ ବ୍ରତର କାରଣ । ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ ।।
କୃଷ୍ଣଙ୍କୁ ଯୁଧିଷ୍ଠିର ଦିନେ । ପଚାରି ଦେଲେ ସଖାପଣେ ।।
କୁହ ହେ ଜଗତ ଗୋସାଇଁ । ଜଗତ ହିତେ ଦୟାବହ ।।
କି ବ୍ରତ କଲେ ନାରୀମାନେ । ହୋଇବେ ସୁଖୀ ସବୁଦିନେ ।।
ଶଙ୍ଖା ସିନ୍ଦୂର ବଜ୍ର ହେବ । କୋଳରେ ଶିଶୁ ଖେଳୁଥିବ ।।
ସୌଭାଗ୍ୟବତୀ ଧନବତୀ । ହେବେ ସେ ପତିବ୍ରତା ସତୀ ।।
ବୈଧବ୍ୟ ଦଶା ନଭୋଗିବେ । ମରଣେ ସ୍ୱର୍ଗ ପ୍ରାପ୍ତ ହେବେ ।।
ଧର୍ମରାଜଙ୍କ ବାକ୍ୟ ଶୁଣି । ହସି କହନ୍ତି ଚକ୍ରପାଣି ।।
ସଧବା ନାରୀମାନଙ୍କର । ସକଳ ବ୍ରତ ମଧ୍ୟେ ସାର ।।
ସାବତ୍ରୀ ବ୍ରତ ଅଟେ ସେହି । ସେ କଥା ଶୁଣ ମନ ଦେଇ ।।
ଜ୍ୟେଷ୍ଠମାସର କୃଷ୍ଣପକ୍ଷ । ଅମାବାସ୍ୟାକୁ କର ଲକ୍ଷ୍ୟ ।।
ସାବିତ୍ରୀ ଉଆଁସଟି ସେହି । ସେ ଦିନ ବ୍ରତ ଯେ ଅଟଇ ।।
ବ୍ରତର ଫଳ ସ୍ୱରୂପରେ । ଯେ ସୁଖ ମିଳଇ ମର୍ତ୍ତ୍ୟରେ ।।
ତାହାର ନାହିଁ ପଟ୍ଟାନ୍ତର । ଶୁଣ ହେ ପା¨ବ ପ୍ରବର ।।
ମଦ୍ର ଦେଶର ନରପତି । ତାହାଙ୍କ ନାମ ଅଶ୍ୱପତି ।।
କୌଶଲ୍ୟା ରାଣୀଙ୍କର ନାମ । ଧନଧାନ୍ୟରେ ରାଜ୍ୟ ପୂର୍ଣ୍ଣ ।।
ପ୍ରଜାବତ୍ସଳ ଅଶ୍ୱପତି । ନ୍ୟାୟରେ ରାଇଜ ପାଳନ୍ତି ।।
ରାଜାରାଣୀଙ୍କ ବଡ଼ ଚିନ୍ତା । ନଥାଏ ପୁତ୍ର କି ଦୁହିତା ।।
କୋଳରେ ନଥିଲେ ସନ୍ତାନ । ପୂର୍ଣ୍ଣତା ନଲଭେ ଜୀବନ ।।
ରାଜାରାଣୀ ଯେ ଦୁଃଖେ ଥିଲେ । ଏଥକୁ ଉପାୟ ଚିନ୍ତିଲେ ।।
ସାଧୁ ପଣ୍ଡିତ ମତ ନେଲେ । ସାବିତ୍ରୀ ଯଜ୍ଞ ଆରମ୍ଭିଲେ ।।
ଅଠର ବର୍ଷ ଅବିରତ । ଚାଲିଲା ହୋମାହୁତି ମନ୍ତ୍ର ।।
ପୂର୍ଣ୍ଣାହୁତିର ପୂର୍ବ ନିଶି । ସପନେ ରାଣୀ ହେଲେ ଖୁସି ।।
ସୁନ୍ଦର ଝିଅଟିଏ କେହି । ମାଆ ମାଆ ବୋଲି ଡାକଦେଇ ।।
ରାଣୀଙ୍କ କୋଳରେ ଖେଳୁଥିଲା । ପନ ଶେଷେ ଚାଲିଗଲା ।।
ପ୍ରଭାତେ ରାଜାପାଶେ ରାଣୀ । କହିଲେ ଏସନ କାହାଣୀ ।।
ଉଭୟେ ଚିନ୍ତାମଗ୍ନ ଥାଇ । ଚଳିଲେ ପୂର୍ଣ୍ଣାହୁତି ପାଇଁ ।।
ଅନ୍ତିମ ଆହୁତି କାଳରେ । ଦିଶିଲେ ଯଜ୍ଞ ଅନଳରେ ।।
ଅପୂର୍ବ ଜ୍ୟୋତିର୍ମୟୀ ଦେବୀ । ତେଜରେ କପିଂଲା ପୃଥିବୀ ।।
କହିଲେ ଶୁଣ ରାଜାରାଣୀ । ମୁଁ ଏହି ଯଜ୍ଞ ସ୍ୱରୂପିଣୀ ।।
ମୋ ନାମ ଅଟେ ଯେ ସାବିତ୍ରୀ । ହେବାକୁ ତୁମ ବରଦାତ୍ରୀ ।।
ନିର୍ଦ୍ଦେଶ ଦେଲେ ମୋତେ ସ୍ରଷ୍ଟା । ଧନ୍ୟ ହେ ତୁମ ଭକ୍ତିନିଷ୍ଠା ।।
ନିଜେ ମୁଁ ଅତ୍ୟନ୍ତ ପ୍ରସନ୍ନ । ସେଲାଗି କଲି ବରଦାନ ।।
ଲଭିବ ତୁମେ କନ୍ୟାରତ୍ନ । ପୁତ୍ରକୁ ନରକରିବ ମନ ।।
ଶତପୁତ୍ରର ସୁଖଶିରୀ । ସେ କନ୍ୟା ଏକ ଦେବ ଭରି ।।
ଚକିତେ ସର୍ବେ ଚାହିଁଥିଲେ । ସାବିତ୍ରୀ ଅନ୍ତର୍ଦ୍ଧାନ ହେଲେ ।।
ଯଜ୍ଞରେ ପୂର୍ଣ୍ଣାହୁତି ସାରି । ଯେ ଯାହା ଗୃହେ ଗଲେ ଫେରି ।।
ସପନେ ଦେଖିଥିଲେ ରାଣୀ । ସେଥିଲା ସପନ କାହାଣୀ ।।
ଘଟିଲା ଯଜ୍ଞଶାଳେ ଯାହା । ଅସତ୍ୟ କେ କହିବ ତାହା ।।
ଯାଇଛି ଅଳ୍ପଦିନ ବିତି । ରାଣୀ ଯେ ହୋଇଲେ ରଜୋବତୀ ।।
ରାଜାଙ୍କୁ ଚାହିଁ ଦେଲେ ହସି । ପ୍ରୀତିର ଅମୃତ ବରଷି ।।
ଆସିଲା ମନେ ଆଶାକଳି । ମରୁରେ ମାରିଲା ବିଜୁଳି ।।
ଉଚିତ ସମୟ ଅନ୍ତରେ । ସେ ଏକ ଅମୃତ ଲଗ୍ନରେ ।।
ସ୍ୱର୍ଗ ସୁନ୍ଦରୀ କନ୍ୟାରତ୍ନ । ରାଣୀଙ୍କ କେଳେ ନେଲା ଜନ୍ମ ।।
ସାବିତ୍ରୀ ଯଜ୍ଞ ପୁଣ୍ୟ ଫଳେ । ସେ କନ୍ୟ ଜନମିଲା କୋଳେ ।।
ପିତାମାତା ଯେ ପାତ୍ରମନ୍ତ୍ରୀ । ତା ନାମ ରଖିଲେ ସାବିତ୍ରୀ ।।
ଶୁକ୍ଲପକ୍ଷର ଶଶୀ ପରି । ବଢ଼ିଲା ସାବିତ୍ରୀ କୁମାରୀ ।।
ଛୁଇଁଲା ଯେବେ ଯଉବନ । ପିତାମାତା ଯେ ଚିନ୍ତାମଗ୍ନ ।।
ନଖୋଜି କନ୍ୟା ପାଇଁ ବର । ଡକାଇ ଦେଲେ ସ୍ୱୟମ୍ୱର ।।
ଆସିଲେ ଯେତେ ଯୁବରାଜ । ବାହୁଡ଼ି ଗଲେ ପାଇ ଲାଜ ।।
ସାବିତ୍ରୀଙ୍କର ତେଜ ଜ୍ୟୋତି । ମନରେ ତାଙ୍କ ଦେଲା ଭୀତି ।।
ନିଜକୁ ଅଯୋଗ୍ୟ ବିଚାରି । ଯେ ଯାହା ବାଟେ ଗଲେ ଫେରି ।।
ସ୍ୱୟମ୍ୱର ଯେ ଭାଙ୍ଗିଗଲା । ଏ ବଡ଼ ପ୍ରମାଦ ହୋଇଲା ।।
ଉପାୟ ନପାରିଲେ ଜାଣି । ଚିନ୍ତାରେ ଥିଲେ ରାଜାରାଣୀ ।।
ବିନେ ମା¨ବ୍ୟ ଋଷିବର । ପ୍ରବେଶି ରାଜାଙ୍କ ନଅର ।।
କୁଶଳ ବାର୍ତ୍ତା ପଚାରିଲେ । ସକଳ ବିଷୟ ଶୁଣିଲେ ।।
ଉପାୟ ଏକ ଭାବିଚିନ୍ତି । କହିଲେ ଶୁଣ ଅଶ୍ୱପତି ।।
ନିଜର ସ୍ୱାମୀ ନିଜେ ବାଛି । କହିବ ତୁମକୁ ସାବିତ୍ରୀ ।।
ଦିଅ ବିହିତ ଅନୁମତି । ସାବିତ୍ରୀ ଖୋଜୁ ନିଜ ପତି ।।
ରାଜା ଯେ ଅନୁମତି ଦେଲେ । ବିହିତତ ଆୟୋଜନ କଲେ ।।
ସଖୀମାନଙ୍କୁ ସଙ୍ଗେ ଧରି । ରଥରେ ଚଳିଲେ ସାବିତ୍ରୀ ।।
ଭୂମି ନଗର ଗିରିଜନ । ଦେଖିଲେ ରମ୍ୟ ତପୋବନ ।।
ସେ ତପୋବନ ଆଶ୍ରମରେ । ଋଷି ତପସ୍ୱୀ ଗହଣରେ ।।
ଥିଲେ ଯୁବକ ଜଣେ କେହି । ଦେବ ସୁଲଭ ରୂପ ବହି ।।
ତପୋବନେ ସେ ତପୋଧନ । ତେଜରେ ସମ୍ଭ୍ରାନ୍ତ ଲକ୍ଷଣ ।।
ଦେଖି ସେ ଯୁବକମଣିକ । ପ୍ରୀତି ଛୁଇଁଲା ସାବିତ୍ରୀକୁ ।।
ଦେଲା ସେ ମନପ୍ରାଣ ବିକି । କହିଲା ଫେରିଚାଲ ସଖୀ ।।
ସର୍ବ ଶୁଭରେ ବାହୁଡ଼ିଲେ । ପ୍ରାସାଦେ ପ୍ରବେଶ ହୋଇଲେ ।।
ଏ କାଳେ କରି ବୀଣାବାଦ୍ୟ । ପ୍ରବେଶ ହୋଇଲେ ନାରଦ ।।
ତାହାଙ୍କ ପାଦେ ଢାଳି ମତି । ନମିଲେ ରାଜା ଅଶ୍ୱପତି ।।
ସାବିତ୍ରୀ କଲେ ପ୍ରଣିପାତ । ନାରଦ ଦିଶିଲେ ଚିନ୍ତିତ ।।
କହିଲେ ଶୁଣ ଅଶ୍ୱପତି । ଉଚିତ ନୁହେଁ ତୁମ ନୀତି ।।
ଏହି ଯେ ବିଧିର ବିଧାନ । ଦେବାକୁ ହେବ କନ୍ୟାଦାନ ।।
ତୁରନ୍ତ ଦାନ ମହାପୁଣ୍ୟ । ହୁଅ ହେ ରାଜା ସାବଧାନ ।।
କହିିଲେ ରାଜ ଯୋଡ଼ି ହାତ । ମୁନିଙ୍କୁ ସକଳ ବୃତ୍ତାନ୍ତ ।।
ସାବିତ୍ରୀ ଇଚ୍ଛା ଜାଣିବାକୁ । ନାରଦ ଚାହିଁଲେ ତାହାକୁ ।।
ସାବିତ୍ରୀ ହୋଇ ମଥାନତ । ତତ୍‌କ୍ଷଣେ ଦେଲେ ନିଜମତ ।।
ନିମିଷ ମାତ୍ର ହୋଇ ସ୍ଥିର । ବିବ୍ରତ ହେଲେ ମୁନିବର ।।
କହିଲେ ପତି ନାହୁଁ ବରି । ନିଜ ଦୁର୍ଭାଗ୍ୟ ଅଛୁ ବରି ।।
ଏବେ ବି ଅଛି ପ୍ରତିକାର । ସେ କଥା ମନୁ କର ଦୂର ।।
ନୋହିଲେ ବରଷ ଅନ୍ତରେ । ଯିବ ସେ ସ୍ୱାମୀ ଯମପୁରେ ।।
ସକଳ ଶିରୀ ହରାଇବୁ । ନିଶ୍ଚୟ ବିଧବା ହୋଇବୁ ।।
ଶୁଣି ଚକିତ ଅଶ୍ୱପତି । ମୁନିଙ୍କୁ କରିଲେ ମିନତି ।।
ଫିଟାଇ କୁହ ହେ ମହର୍ଷି । ତୁମେ ତ ତିନିକାଳଦର୍ଶୀ ।।
କିଏ ଯେ ଅଟେ ସେ ଯୁବକ । କି ପ୍ରତିକାରେ ଯିବ ଦୁଃଖ ।।
ନାରଦ କହିଲେ ବୁଝାଇ । ଶୁଣ ହେ ରାଜା ମନଦେଇ ।।
ଶାଲ୍ୱ ଦେଶର ରାଜା ସେହି । ଦ୍ୟୁମତସେନ ନାମ କହି ।।
ରାଣୀଙ୍କ ନାମ ମାଳବିକା । କରମ ବାମ ଭାଗ୍ୟ ବଙ୍କା ।।
ସେ ରାଜା ଚକ୍ଷୁ ହରାଇଲେ । ରାଜ୍ୟରୁ ବିତାଡ଼ିତ ହେଲେ ।।
ପୁତ୍ରର ନାମ ସତ୍ୟବାନ । କେ ବୋଲେ ପୁଣି ଚିତ୍ରସେନ ।।
ସର୍ବ ଲକ୍ଷଣେ ସୁପୁରୁଷ । ମାତ୍ର ଯେ ସେ ଅଳ୍ପାୟୁଷ ।।
ଆଜିଠୁ ମାତ୍ର ଏକ ବର୍ଷ । ରହିଛି ତାହାର ଆୟୁଷ ।।
ଆୟୁଷ ଯେବେ ଯିବ ପୂରି । କି ହେବ ପ୍ରତିକାର କରି ।।
ଶୁଣ ହେ ରାଜା ଅଶ୍ୱପତି । ଯାହାକୁ ବରିଛି ସାବିତ୍ରୀ ।।
ରାଜାଙ୍କ ମଥା ଗଲା ଘୂରି । ଝିଅକୁ କହିଲେ ସେ ଧରି ।।
ଜାଣୁ ଜାଣୁ ମୁଁ ତୋ ସିନ୍ଦୂର । ଦେଖିବି ନାହିଁ ଲିଭିବାର ।।
ଏଥିକୁ କର ପ୍ରତିକାର । ସିଦ୍ଧାନ୍ତ କର ଅନ୍ୟ ବର ।।
ନାରଦ ମୁନିଙ୍କୁ ସାବିତ୍ରୀ । କହିଲେ ଶୁଣ ମୋ ନିଷ୍ପତ୍ତି ।।
ମନରେ ଯାହାଙ୍କୁ ବରିଛି । ତାଙ୍କୁ ମୁଁ ସ୍ୱାମୀ ବିଚାରିଛି ।।
ମାତ୍ରକ ଅଛି ଲୋକାଚାର । ମୁଁ ହେବି କନ୍ୟା ସିଏ ବର ।।
ଅନ୍ୟ ପୁରୁଷେ ମନ ଦେଲେ । ଦୋଚାରୁଣୀ ମୁଁ ହେବି ଭଲେ ।।
ବିଧବା ପଛେ ହେବି ମୁହିଁ । ଅସତୀ କେବେ ହେବି ନାହିଁ ।।
ସାବତ୍ରୀ ବାକ୍ୟ ଶୁଣି ଯତି । ହୋଇଲେ ଆନନ୍ଦିତ ଅତି ।।
କହିଲେ, ହୁଅ ମହାସତୀ । ଜଗତେ ରହୁ ସତୀ ଖ୍ୟାତି ।।
ଶୁଣ ହେରାଜା ଅଶ୍ୱପତି । ଅନ୍ୟରେ ନବଳାଅ ମତି ।।
ସାବିତ୍ରୀ ସଙ୍ଗେ ସତ୍ୟବାନ । କର ବିବାହ ଆୟୋଜନ ।।
ସର୍ବ କୁଶଳେ ଥାଅ ରହି । ନାରଦ ଗଲେ ଦୂର ହୋଇ ।।
ଶୁଭ ଲଗ୍ନରେ ଆନନ୍ଦରେ । ସତ୍ୟବାନଙ୍କ ସଙ୍ଗତରେ ।।
ସାବିତ୍ରୀଙ୍କର ହସ୍ତଗଣ୍ଠି । ପଡ଼ିଲା ଧର୍ମ ସାକ୍ଷୀ ରଖି ।।
ବିତାଇ ତହିଁ କେତେ ଦିନ । ସାବିତ୍ରୀ ସଙ୍ଗେ ସତ୍ୟବାନ ।।
ଗୁରୁଜନଙ୍କୁ ପ୍ରଣମିଲେ । ବନ ପଥରେ ଚଳିଗଲେ ।।
ଶାଶୁ ଶ୍ୱଶୁର ସେବା କରି । ସ୍ୱାମୀ ସଙ୍ଗତେ ସୁକୁମାରୀ ।।
ଆନନ୍ଦେ ଦିନ ବିତାଇଲେ । ସ୍ନେହ ପ୍ରେମରେ ବୁଡ଼ିଗଲେ ।।
ଏମିତି କିଛିଦିନ ଗଲା । ଶେଷ ସମୟ ଆସି ହେଲା ।।
ନାରଦ ଯାହା କହିଥିଲେ । ସାବିତ୍ରୀ ମନେ ରଖିଥିଲେ ।।
ରହିଲା ଆଉ ଚାରି ଦିନ । ମୃତ୍ୟୁ ଲଭିବେ ସତ୍ୟବାନ ।।
ସତୀ ନାରୀର ପ୍ରଭୁ ସାହା । ବିପଦେ ବନ୍ଧୁ ଚଉବାହା ।।
ସୂର୍ଯ୍ୟ ଚନ୍ଦ୍ରମା ନବଗ୍ରହ । ମାଗନ୍ତି ଯାର ଅନୁଗ୍ରହ ।।
ସେ ପ୍ରଭୁ ଜୀବର ରକ୍ଷକ । ଜନ୍ମ ମରଣ ନିୟନ୍ତ୍ରକ ।।
ଚିତ୍ତେ ସାବିତ୍ରୀ କରି ଧ୍ୟାନ । ପୂଜିଲେ ଲକ୍ଷ୍ମୀ ନରାୟଣ ।।
ବଣରୁ ଫଳମୂଳ ଆଣି । ସାବିତ୍ରୀ ଛଡ଼ାଇଲେ ପାଣି ।।
ଦେଲେ ସେ ବ୍ରାହ୍ମଣ ଭୋଜନ । ଦାନ ଦକ୍ଷିଣା ବିଧିମାନ ।।
ସପରିବାର ଭୁଞ୍ଜାଇଲେ । ନିଜେ ସେ ଉପବାସ କଲେ ।।
ତୁେ¨ ଉଚ୍ଚାରି ପ୍ରଭୁ ନାମ । ଦେଲେ ବିତାଇ ତିନିଦିନ ।।
ହୋଇଲା ଜ୍ୟେଷ୍ଠ ଅମାବାସ୍ୟା । ସାବିତ୍ରୀ ମୁଖେ ନାହିଁ ଭାଷା ।।
କୁଠାର ହସ୍ତେ ସତ୍ୟବାନ । କହିଲେ ବନେ ଯିବି ଜାଣ ।।
ସଂଗ୍ରହ କଲେ କାଠଭାର । ଚଳିବା ସିନା ଏ ସଂସାର ।।
କହିଲେ ସାବିତ୍ରୀ ବୁଝାଇ । ଏକାକୀ ଆଜି ଯାଅ ନାହିଁ ।।
ଆଦେଶ କର ଏ ଦାସୀରେ । ଯିବାକୁ ତମ ସଙ୍ଗତରେ ।।
ହସି କହିଲେ ସତ୍ୟବାନ । ବଡ଼ ଦୁର୍ଗମ ଘୋର ବନ ।।
ଉପାସେ ତୁମେ ଅଛ ରହି । ଯିବାକୁ ତୁମ ଶାକ୍ତିନାହିଁ ।।
କହିଲେ ସାବିତ୍ରୀ ବୁଝାଇ । ତୁମେ ଶରୀର ମୁଁ ଯେ ଛାଇ ।।
ଶରୀର ମଧ୍ୟେ ଶକ୍ତି ଥାଏ । ଛାଇ ତା' ସାଥେ ସାଥେ ଯାଏ ।।
ନୀରବ ହେଲେ ସତ୍ୟବାନ । ମଉନ ସମ୍ମତି ଲକ୍ଷଣ ।।
ଶାଶୁ ଶ୍ୱଶୁର ଆଜ୍ଞା ନେଇ । ସାବିତ୍ରୀ ଗଲେ ସାଥି ହୋଇ ।।
ଘୋର ବନରେ ସତ୍ୟବାନ । କରିଲେ ବୃକ୍ଷ ଆରୋହଣ ।।
କାଠ ହାଣିବା ସରି ନାହିଁ । ଆସିଲେ ବୃକ୍ଷରୁ ଓହ୍ଲାଇ ।।
କହିଲେ ଶୁଣ ପ୍ରାଣ ସହି । ମଥା ମୋ ଦେଉଛି ଘୂରାଇ ।।
ଦିଶୁଛି ସବୁ ଅନ୍ଧକାର । ଚାଲିବା ଶକ୍ତି ନାହିଁ ମୋର ।।
ଶୁଣି ସାବିତ୍ରୀ ହେଲେ ବ୍ୟସ୍ତ । ଭୂମିରେ ପାରିଲେ ପଣତ ।।
ସ୍ୱାମୀଙ୍କ ମଥା କୋଳେ ରଖି । ବସି ନିମିଷେ ଗଲେ ଶଙ୍କି ।।
ସହଜେ ଘୋରବନ ସେହି । ସାହା ଭରସା ନାହିଁ କେହି ।।
ହେବ କି ମୁନି ବାକ୍ୟ ସତ୍ୟ । ହେବ କି ଶୂନ୍ୟ ଏ ସୀମନ୍ତ ।।
ଏକାଳେ ପୁଣି ସ୍ୟବାନ । ନୀରବେ ମୁଦିଲେ ନୟନ ।।
ଡାକିଲେ ନଦେଲେ ଉତ୍ତର । ନାହିଁ ଲକ୍ଷଣ ଜୀବନର ।।
ସାବିତ୍ରୀ କରିଲେ ରୋଦନ । କମ୍ପିଲଲା ବିଜନ କାନନ ।।
ସ୍ୱାମୀଙ୍କ ଗୁଣ ନ ବାହୁନି । ଡାକିଲେ ରଖ ଚକ୍ରପାଣି ।।
ଏକାଳେ ଦେବ ମୂର୍ତ୍ତିଟିଏ । ହୋଇଲେ ଉଭା ଛାୟା ପ୍ରାୟେ ।।
ଚକିତେ ସାବିତ୍ରୀ ଚାହିଁଲେ । କିଏ ସେ ବୋଲି ପଚାରିଲେ ।।
କହିଲେ ଜ୍ୟୋତିର୍ମୟ ମୂର୍ତ୍ତି । ମୁଁ ଅଟେ ନିଜେ ଜନ୍ତୁପତି ।।
ଯମ ମୁଁ ମୃତ୍ୟୁର ଦେବତା । ଅସହ୍ୟ ମୋର ନିଷ୍ଠୁରତା ।।
ଯାହାର ଆୟୁ ଶେଷ ହୁଏ । ପୁରକୁ ମୋର ଯାଏ ସିଏ ।।
ପଠାଇ ମୋର ଦୂତଗଣ । ନିଏ ମୁଁ ତାକୁ ତତକ୍ଷଣ ।।
ଯେହେତୁ ତୁମେ ମହାସତୀ । କୋଳେ ଧରିଛ ମୃତ ପତି ।।
ତୁମକୁ ଡରି ଦୂତ ମୋର । ବାହୁଡ଼ି ଗଲେ ମୋର ପୁର ।।
ସତ୍ୟବାନର ପ୍ରାଣ ପାଇଁ । ଆସିଛି ଏବେ ନିଜେ ମୁହିଁ ।।
ଆୟୁଷ ତାର ହେଲା ଶେଷ । ନେବାରେ ମୋର ନାହିଁ ଦୋଷ ।।
ସାବିତ୍ରୀ କରିଲେ ମିନତି । ଦୟା କର ହେ ଜନ୍ତୁପତି ।।
ସ୍ୱାମୀଙ୍କ ପ୍ରାଣ ଗଲେ ନେଇ । ବଞ୍ଚିବି କାହା ମୁଖ ଚାହିଁ ।।
ଯମ କହିଲେ ଶୁଣ ସତୀ । ଜନ୍ମିଥିଲେ ତ ମୃତ୍ୟୁ ଅଛି ।।
ସହଜେ ମୃତ୍ୟୁଦେବ ମୁହିଁ । ଦୟାର ମାନେ ନଜାଣଇ ।।
ସତ୍ୟବାନଙ୍କ ପ୍ରାଣ ନେଇ । ଗଲେ ଯେ ଯମ ଦୂର ହୋଇ ।।
ଫେରି ଚାହିଁଲେ ଖେ¨ ଦୂରେ । ସାବିତ୍ରୀ ଆସନ୍ତି ପଛରେ ।।
ଯମ କହିଲେ ହେଲ ବାଇ । ବୃଥାରେ ଆସ କାହିଁପାଇଁ ।।
ସାବିତ୍ରୀ କହିଲେ ଗୋସାଇଁ । ସ୍ୱାମୀଙ୍କ ପଥେ ଯାତ୍ରୀ ମୁହିଁ ।।
ସତୀନାରୀ ମୁଁ ପତିବ୍ରତା । ନାହିଁ ମୋ ଆଉ ଅନ୍ୟ ରାସ୍ତା ।।
ତୁମେ ତ ନିଜେ ର୍ମରାଜ । ଏତିକି କଥା ମନେ ହେଜ ।।
ଯମ କହିଲେ ଶୁଣ ସତୀ । ସନ୍ତୁଷ୍ଟ ହେଲି ତୁମ ପ୍ରତି ।।
ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା ।।
ସାବିତ୍ରୀ ମାଗିନେଲେ ବର । ଅନ୍ଧ ଅଟନ୍ତି ମୋ ଶ୍ୱଶୁର ।।
ଲଭନ୍ତୁ ଦୃଷ୍ଟି ଶକ୍ତି ସେହି । ମାଗୁଛି ଏହି ବର ମୁହିଁ ।।
'ତଥାସ୍ତୁ' କହି ଯମ ଧୀରେ । ଚଳିଲେ ମଇଁଷି ପିଠିରେ ।।
ଦେଖିଲେ କିଛି ବାଟ ଯାଇ । ସାବିତ୍ରୀ ପିଛା ଛାଡୁନାହିଁ ।।
କହିଲେ ଯମ ଦେଲି ବର । ପୁଣି କିମ୍ପାସଇଁ ପିଛା କର ।।
ସାବିତ୍ରୀ କହିଲେ ଗୋସାଇଁ । କି ପୁଣ୍ୟ କରିଥିଲି ମୁହିଁ ।।
ଦେଖିଲି ତୁମକୁ ନୟନେ । ଧନ୍ୟ ହୋଇଲି ଏ ଜୀବନେ ।।
ତୁମକୁ ଛାଡ଼ି ଯିବାପାଇଁ । ମନ ତ ମୋର ବଳୁନାହିଁ ।।
ସେପାଇଁ ଚାଲିଛି ମୁଁ ପଛେ । ଦୋଷ ଦେଉଛ ମୋତେ ମିଛେ ।।
ଶୁଣି ଆନନ୍ଦେ ଯମଦେବ । କହିଲେ ଆନ ବର ମାଗ ।।
ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା ।।
ସାବିତ୍ରୀ କହିଲେ ହେ ଦେବ । ଶ୍ୱଶୁରଙ୍କ ହେଉ ରାଜ୍ୟଲାଭ ।।
'ତଥାସ୍ତୁ' କହି ଯମ ଗଲେ । ସାବିତ୍ରୀ ପୁଣି ପିଛା କଲେ ।।
ପଛକୁ ପୁଣି ଚାହିଁ ଯମ । କହିଲେ ଏ ବଡ଼ ବିଷମ ।।
ଦେଲି ତୁମକୁ ବେନି ବର । କାହିଁକି ପୁଣି ପିଛା କର ।।
ବିନୟେ କହିଲେ ସାବିତ୍ରୀ । ତୁମେ ଯେ ନ୍ୟାୟବନ୍ତ ଅତି ।।
ନ୍ୟାୟ ତ ଦେଲନାହିଁ ମୋତେ । ତୁମକୁ ଛାଡ଼ିବି କେମନ୍ତେ ।।
ଶ୍ୱଶୁର ସିନା ହେବେ ସୁଖୀ । ପିତା ଯେ ମୋର ବଡ଼ ଦୁଃଖୀ ।।
ଦୁହିତା ଦୁଇ କୁଳେ ହିତା । ସେ ପାଇଁ ମୋର ବଡ଼ ଚିନ୍ତା ।।
ତାଙ୍କ ଔରସୁ ଶତପୁତ୍ର । ଜନ୍ମି ରଖନ୍ତୁ ବଂଶ ଗୋତ୍ର ।।
ମାଗୁଛି ଏହି ବର ମୁହିଁ । ବିଚାର ନ୍ୟାୟ ଧର୍ମ ତୁହି ।।
ପିତା ଶ୍ୱଶୁର ଦୁହେଁ ଏକା । ମାଗୁଛି ତେଣୁ ଏହି ଭିକ୍ଷା ।।
'ତଥାସ୍ତୁ' କହି ଯମ ଗଲେ । ସାବିତ୍ରୀ ନଛାଡ଼ନ୍ତି ଭଲେ ।।
ପୁଣି ଚାଲିଲେ ପଛେ ପଛେ । ଛାୟା ଯେମିତି କାୟା ସାଥେ ।।
ପଚକୁ ଚାହିଁ ଯମ ରାଜା । କହିଲେ ଏବେ ଯା ଫେରିଯା' ।।
ସତୀତ୍ୱ ବଳେ ଏତେ ପଥ । ଆସିଲ ତୁମେ ଏହା ସତ୍ୟ ।।
ଏପାରି ଶେଷ ସୀମା ଏହି । ତୁମେ ହେଲ ମରଦେହୀ ।।
ସେପାରି ସୀମା ଛୁଇଁବାକୁ । କେହି ଯେ ନଦେବେ ତୁମକୁ ।।
ଏଠାରୁ ହେବି ଅନ୍ତର୍ଦ୍ଧାନ । ସେ ପାରି ଅଟେ ମହାଶୂନ୍ୟ ।।
ପାଇବ ନାହିଁ ଆଉ ମୋତେ । ଫେରିଯା' ସତୀ ନିଜ ପଥେ ।।
ସାବିତ୍ରୀ କହିଲେ ଠାକୁରେ । କିଲାଭ ଏହି ଜୀବନରେ ।।
ବୁଝେନା ଏପାରି ସେପାରି । କାହିଁକି ଅବା ଯିବି ଫେରି ।।
ସୂର୍ଯ୍ୟଙ୍କ ପୁତ୍ର ତୁମେ ନିଜେ । ଦିଅ ହେ ଜାଳି ତୁମ ତେଜେ ।।
ନହେଲେ ହୋଇବ ପ୍ରଘଟ । ଆଣିଲ ତୁମେ ଏତେ ବାଟ ।।
ଗୋଟିକୁ ଗୋଟି ବର ଦେଇ । ମାୟାରେ ଆଣିଲ କଢ଼ାଇ ।।
ଅବଳା ପ୍ରତି ଅବିଚାର । ନୁହେଁ ତ ଉଚିତ ବେଭାର ।।
ଶୁଣି ବିଚାର କଲେ ଯମ । ଏ କଥା ହେଲାଣି ବିଷମ ।।
କହିଲେ ଶୁଣ ନାରୀବର । ଚତୁର୍ଥ ବର ମାଗିପାର ।।
ସତ୍ୟବାନର ପ୍ରାଣ ବିନା । ଯାହା ମାଗିବ ହେବ ଘେନା ।।
ଆଉ ମୁଁ କିଛି ନଶୁଣିବି । ତୁରନ୍ତ ମାଗ ଚାଲିଯିବି ।।
ଯମ ଯେ ହେଲେ ତରବର । ସାବିତ୍ରୀ ମାଗି ଦେଲେ ବର ।।
ସ୍ୱାମୀଙ୍କ ଔରସରୁ ମୋର । ହୁଅନ୍ତୁ ଶହେଟି କୁମର ।।
'ତଥାସ୍ତୁ' ବୋଲି ଯମ କହି । ଚାଲିଲେ ଆଗକୁ ମୁହାଁଇ ।।
ପଛରେ ଧାଇଁଲେ ସାବିତ୍ରୀ । ଚକିତ ହେଲେ ଯମ ଦେଖି ।।
କ୍ତ୍ସୋରାଧରେ କହିଲେ ବଚନ । ସରିଛି ମୋର ବରଦାନ ।।
ବୃଥାରେ ଆସ କାହିଁପାଇଁ । ମୋଠାରେ ପ୍ରୟୋଜନ ନାହିଁ ।।
କହୁଛି ଶେଷକଥା ମୋର । ତୁରନ୍ତ ଫେରିଯାଅ ଘର ।।
ମୋ କଥା କରିଲେ ଅମାନ୍ୟ । ଭୋଗିବ ତାର ପରିଣାମ ।।
ବିନୟେ ସାବିତ୍ରୀ କହିଲେ । ମୋ କଥା ଶୁଣଟିକେ ଭଲେ ।।
ତୁମେ ଯେ ସଂଯମୀ ପୁରୁଷ । ଶୋଭେନା ତୁମଠାରେ ରୋଷ ।।
ବିଜ ବଚନ ନିଜେ ଭୁଲି । କହୁଛ ଯିବାପାଇଁ ଚାଲି ।।
ସତ୍ୟ ହାରିବ ତୁମେ ଯେବେ । କି ଯଶ ଅରଯିବ ତେବେ ।।
ସ୍ୱାମୀଙ୍କ ଔରସରୁ ମୋର । ଜନ୍ମ ନେବେ ଶହେ କୁମର ।।
ଏ ବର ତୁମେ ତ ଦେଇଛ । ସ୍ୱାମୀଙ୍କ ପ୍ରାଣ ନେଉଅଛ ।।
ମୁଁ ଯେ ଅଟଇ ସତୀନାରୀ । ସମ୍ଭବ ହୋଇବ କିପରି ।।
ବରିବି କିବା ଆନ ପତି । ଉତ୍ତର ଦିଅ ଜନ୍ତୁପତି ।।
ଯମ ଯେ ହୋଇଲେ ଚକିତ । କେମିତି ହାରିବେ ସେ ସତ୍ୟ ।।
ସେହି ସତ୍ୟର ରକ୍ଷାପାଇଁ । ଯମ ଯେ ନିରୁପାୟ ହୋଇ ।।
କହିଲେ ସାବିତ୍ରୀଙ୍କୁ ଚାହିଁ । ତୁମର ଜୟ ଅଛି ହୋଇ ।।
ତୁମର ସତୀତ୍ୱ ବଳରେ । ଜିତିଲ ଏ ମହୀ ତଳରେ ।।
ବିଷ୍ଣୁ ଯେମିତି ମାୟା ବଳେ । ମୋହିତ କରନ୍ତି ସକଳେ ।।
ସେମିତି ସତୀତ୍ୱ ମାୟାରେ । ମୋହିତ ହେଲି ତୁମଠାରେ ।।
ପରୋକ୍ଷେ ସତ୍ୟବାନ ପ୍ରାଣ । ତୁମେ ତ ମାଗିନେଲ ଜାଣ ।।
ମୁଁ ଯେ ନିଷ୍ଠୁର କାଳ ଯମ । ଲଙ୍ଘିଲି ବିଧିର ନିୟମ ।।
ତୁମର ସତୀତ୍ୱକୁ ଧନ୍ୟ । ହେଲି ମୁଁ ଅତ୍ୟନ୍ତ ପ୍ରସନ୍ନ ।।
ଖୋଲିଲି ଚର୍ମଫାଶ ମୋର । ଦୀଘାୟୁ ବୋଲି ଦେଲି ବର ।।
ନିଦ୍ରାରୁ ଯେମିତି ଉଠନ୍ତି । ଉଠି ବସିବେ ତୁମ ପତି ।।
ସତ୍ୟବାନଙ୍କ ମରଦେହେ । ପ୍ରାଣ ଭରିବ ପୁନରାୟେ ।।
ସେ ସ୍ଥାନେ ଯାଅ ବେଗେ ଚଳି । ସ୍ୱାମୀଙ୍କୁ ନିଅ କୋଳେ ତୋଳି ।।
ସତୀ ପତ୍ନୀର ପରଶରେ । ରୋପିବ ପ୍ରାଣ ସଶରୀରେ ।।
ଏ ତୁମ ଅମର କାହାଣୀ । ଯୁଗ ଯୁଗକୁ ଥିବ ପୁଣି ।।
ସତୀ ପତିବ୍ରତା ଶକ୍ତି । ମୃତ୍ୟୁକୁ ଗଲା ଆଜି ଜିତି ।।
ଯମ ଯେ ହେଲେ ଅନ୍ତର୍ଦ୍ଧାନ । ସାବିତ୍ରୀ କରିଲେ ପ୍ରଣାମ ।।
ଫେରିଲେ ମୃତ ସ୍ୱାମୀ ପାଶେ । କୋଳକୁ ଆଣିଲେ ସନ୍ତୋଷେ ।।
ସତେକି କାଉଁରୀ ପରଶେ । ଜହ୍ନକି ଉଠିଲା ଉଆଁସେ ।।
ସତେକି ନିଦରୁ ଉଠିଲେ । କହିଲେ ସ୍ୱପ୍ନ ଦେଖୁଥିଲେ ।।
ସେମିତି ଉଠି ସତ୍ୟବାନ । ନିରେଖି ସାବିତ୍ରୀ ବଦନ ।।
କହିଲେ ଏତେବେଳେ ମୁହିଁ । ଶୋଇ ରହିଲି କାହିଁ ପାଇଁ ।।
ନପାଇ ଆମର ବାରତା । କି କରୁଥିବେ ପିତାମାତା ।।
ଅରମା ପଥେ ସୁକୁମାରୀ । ଆସ ମୋ ବାମ କର ଧରି ।।
ଏ ବନ ମୋର ପରିଚିତ । ପଥ ଯେ ହେବ ଅନୁମିତ ।।
ସାବିତ୍ରୀ କହିଲେ ହେ ନାଥ । ଆଜି ମୋ ପଥ ଆଲୋକିତ ।।
ତୁମେ ମୋ ସୀମନ୍ତର ଜହ୍ନ । ଚାନ୍ଦିନୀ ତୁମେ ମନ ବନ ।।
ଏ ବନେ ତେଣୁ ନାହିଁ ଭୟ । ମୋ ପାଇଁ ନହୁଅ ଅଥୟ ।।
ତୁମକୁ ପାଇଛି ମୁଁ ଫେରି । ଆଉ କାହାକୁ ଯିବି ଡରି ।।
ସେ ବନପଥରେ ଦମ୍ପଁତ୍ତି । ଚଳିଲେ ଆନନ୍ଦରେ ଅତି ।।
ପ୍ରବେଶ ହେଲେ ଆଶ୍ରମରେ । ଆଶ୍ରମେ ଆନନ୍ଦ କି ଝରେ ।।
ରାଜ୍ୟ ପ୍ରାପ୍ତିକୁ ଚକ୍ଷୁ ପ୍ରାପ୍ତି । ଦ୍ୟୁମତସେନ ତୋଷ ଅତି ।।
ପୁଅବୋହୂଙ୍କୁ ଦେଖିପାରି । ଆନନ୍ଦେ ଲୁହ ଗଲା ଝରି ।।
ଆଶ୍ରମବାସୀ ଗଲେ ଘେରି । ବୁଝିଲେ ସମସ୍ତ ପଚାରି ।।
ସାବିତ୍ରୀ କହିଲେ ବୁଝାଇ । ଯମଙ୍କ ବରଦାନ ଏହି ।।
କହିଲେ ସକଳ ବୃତ୍ତାନ୍ତ । ସଭିଏଁ ହୋଇଲେ ଚକିତ ।।
ଧନ୍ୟ ସାବିତ୍ରୀ ଧନ୍ୟ ବୋଲି । ଆଶ୍ରମ ଉଠିଲା ଉଛୁଳି ।।
ତହୁଁ ରାଜ୍ୟକୁ ଫେରିଗଲେ । ଦ୍ୟୁମତସେନ ରାଜା ହେଲେ ।।
ଯୁବରାଜ ଯେ ସତ୍ୟବାନ । ଜିଣିଲେ ପ୍ରଜାକୁଳ ମନ ।।
ରାଜ୍ୟବାସୀଏ ହେଲେ ଗୁଣୀ । ସାବିତ୍ରୀ ସତୀଙ୍କ କାହାଣୀ ।।
ଏମନ୍ତେ ଦିନ ମାସ ଗଲା । ପୁନଶ୍ଚ ଜ୍ୟେଷ୍ଠ ଅମା ହେଲା ।।
ସୁମରି ଲକ୍ଷ୍ମୀ ନାରାୟଣ । ସାବିତ୍ରୀ କରିଲେ ବିଧାନ ।।
ପ୍ରଭାତୁ ସ୍ନାହାନ ସାରିଲେ । ଘର ଅଗଣା ଶୌଚ କଲେ ।।
ନଡ଼ିଆ କଦଳୀ ଖଜୁରୀ । ଆମ୍ୱ ପଣସ ଡାଲା ଭରି ।।
ବିଭିନ୍ନ ପ୍ରକାର ଫଳରେ । ଭୋଗ ବାଢ଼ିଲେ ଭକ୍ତିଭରେ ।।
ଦୂବରେ ବରକୋଳି ପତ୍ର । ରଚିଲେ ସାତକେରି ମାତ୍ର ।।
ହଳଦୀ ରଙ୍ଗ ନବସୂତା । ସାତ ଖିଅରେ କଲେ ଗୁନ୍ଥା ।।
ରଚିଲେ ଗଣ୍ଠି ସାତଗୋଟି । ଲକ୍ଷ୍ମୀନାରାୟଣେ ସମର୍ପି ।।
ଦକ୍ଷିଣ ବାହୁରେ ବାନ୍ଧିଲେ । ଅଭୟ ବାହୁଟିର ତୁଲେ ।।
ଶଙ୍ଖା ସିନ୍ଦୂର ନୂଆଶାଢ଼ୀ । ବିପ୍ରେ ଗାୟତ୍ରୀ ମନ୍ତପଢ଼ି ।।
ଦେଲେ ଯେ ତାହା ମନ୍ତୁରାଇ । ସାବିତ୍ରୀ ଅଙ୍ଗେ ଶୋଭାପାଇ ।।
ସ୍ୱାମୀ ସମେତ ଗୁରୁଜନେ । ପ୍ରଣାମ କରି ଶୁଦ୍ଧ ମନେ ।।
ସଭିଙ୍କୁ ପ୍ରସାଦ ବାଣ୍ଟିଲେ । ସୁଚିତ୍ତେ ଫଳାହାର କଲେ ।।
ଏ ବ୍ରତ ଆଚରି ସେ ସତୀ । ହୋଇଲେ ଶତ ପୁତ୍ରବତୀ ।।
ଲଭିଲେ ଅଷ୍ଟ ଅଇଶ୍ୱର୍ଯ୍ୟ । ଜୀବନ କଲେ ଉପଭୋଗ ।।
ବାହୁଡ଼ି ଶଙ୍ଖା ସିନ୍ଦୂରରେ । ବାସ ଲଭିଲେ ସ୍ୱର୍ଗପୁରେ ।।
ସଧବା ନାରୀ କେହି କେବେ । ଏ ଓଷା ଆରମ୍ଭିବେ ଯେବେ ।।
ସାବିତ୍ରୀ ପରି ଭାଗ୍ୟବତୀ । ହୋଇ ସେ ଲଭିବେ ସୁଖ୍ୟାତି ।।
କୃଷ୍ଣଙ୍କ ମୁଖୁ ଏହା ଶୁଣି । ଯୁଧିଷ୍ଠିର ଯେ ଯୋଡ଼ି ପାଣି ।।
ଭକ୍ତିରେ କଲେ ପ୍ରଣିପାତ । ସଂସାରେ ଖ୍ୟାତ ହେଲା ବ୍ରତ ।।
ସାବିତ୍ରୀ ଓଷା କଥା ଏହି । ସର୍ବେ ଶୁଣିବେ ଶୁଣିବେ ମନଦେଇ ।।
ସୁମରି ଲକ୍ଷ୍ମୀ ନରାୟଣ । ହୁଳହୁଳି ଯେ ଦେବ ଜାଣ ।।
ସାବିତ୍ରୀ ଓଷା କଥା ଶେଷ । ପଠନେ ଶ୍ରବଣେ ସନ୍ତୋଷ ।।
ଚିତ୍ତ ନିବେଶି ବିଷ୍ଣୁ ପାଦେ । ବୁଦ୍ଧିଆ କହେ ଗୀତ ଛନ୍ଦେ ।।
 
::::ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
</poem>
}}
</center>