"ସାବିତ୍ରୀ ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୧୫ କ ଧାଡ଼ି:
ସକଳ ବ୍ରତର କାରଣ । ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ ॥
କୃଷ୍ଣଙ୍କୁ ଯୁଧିଷ୍ଠିର ଦିନେ । ପଚାରି ଦେଲେ ସଖାପଣେ ॥
କୁହ ହେ ଜଗତ ଗୋସାଇଁ । ଜଗତ ହିତେ ଦୟାବହଦୟାବହି
କି ବ୍ରତ କଲେ ନାରୀମାନେ । ହୋଇବେ ସୁଖୀ ସବୁଦିନେ ॥
ଶଙ୍ଖା ସିନ୍ଦୂର ବଜ୍ର ହେବ । କୋଳରେ ଶିଶୁ ଖେଳୁଥିବ ॥
୨୨ କ ଧାଡ଼ି:
ଧର୍ମରାଜଙ୍କ ବାକ୍ୟ ଶୁଣି । ହସି କହନ୍ତି ଚକ୍ରପାଣି ॥
ସଧବା ନାରୀମାନଙ୍କର । ସକଳ ବ୍ରତ ମଧ୍ୟେ ସାର ॥
ସାବତ୍ରୀସାବିତ୍ରୀ ବ୍ରତ ଅଟେ ସେହି । ସେ କଥା ଶୁଣ ମନ ଦେଇ ॥
ଜ୍ୟେଷ୍ଠମାସର କୃଷ୍ଣପକ୍ଷ । ଅମାବାସ୍ୟାକୁ କର ଲକ୍ଷ୍ୟ ॥
ସାବିତ୍ରୀ ଉଆଁସଟି ସେହି । ସେ ଦିନ ବ୍ରତ ଯେ ଅଟଇ ॥
ବ୍ରତର ଫଳ ସ୍ୱରୂପରେ । ଯେ ସୁଖ ମିଳଇ ମର୍ତ୍ତ୍ୟରେ ॥
ତାହାର ନାହିଁ ପଟ୍ଟାନ୍ତର । ଶୁଣ ହେ ପା¨ବପାଣ୍ଡବ ପ୍ରବର ॥
ମଦ୍ର ଦେଶର ନରପତି । ତାହାଙ୍କ ନାମ ଅଶ୍ୱପତି ॥
କୌଶଲ୍ୟା ରାଣୀଙ୍କର ନାମ । ଧନଧାନ୍ୟରେ ରାଜ୍ୟ ପୂର୍ଣ୍ଣ ॥
୩୩ କ ଧାଡ଼ି:
କୋଳରେ ନଥିଲେ ସନ୍ତାନ । ପୂର୍ଣ୍ଣତା ନଲଭେ ଜୀବନ ॥
ରାଜାରାଣୀ ଯେ ଦୁଃଖେ ଥିଲେ । ଏଥକୁ ଉପାୟ ଚିନ୍ତିଲେ ॥
ସାଧୁ ପଣ୍ଡିତ ମତ ନେଲେ । ସାବିତ୍ରୀ ଯଜ୍ଞ ଆରମ୍ଭିଲେ ॥
ଅଠର ବର୍ଷ ଅବିରତ । ଚାଲିଲା ହୋମାହୁତି ମନ୍ତ୍ର ॥
ପୂର୍ଣ୍ଣାହୁତିର ପୂର୍ବ ନିଶି । ସପନେ ରାଣୀ ହେଲେ ଖୁସି ॥
ସୁନ୍ଦର ଝିଅଟିଏ କେହି । ମାଆ ମାଆ ବୋଲି ଡାକଦେଇ ॥
ରାଣୀଙ୍କ କୋଳରେ ଖେଳୁଥିଲା । ପନ ଶେଷେ ଚାଲିଗଲା ॥
ପ୍ରଭାତେ ରାଜାପାଶେ ରାଣୀ । କହିଲେ ଏସନ କାହାଣୀ ॥
ଉଭୟେ ଚିନ୍ତାମଗ୍ନ ଥାଇ । ଚଳିଲେ ପୂର୍ଣ୍ଣାହୁତି ପାଇଁ ॥
ଅନ୍ତିମ ଆହୁତି କାଳରେ । ଦିଶିଲେ ଯଜ୍ଞ ଅନଳରେ ॥
ଅପୂର୍ବ ଜ୍ୟୋତିର୍ମୟୀ ଦେବୀ । ତେଜରେ କପିଂଲା ପୃଥିବୀ ॥
କହିଲେ ଶୁଣ ରାଜାରାଣୀ । ମୁଁ ଏହି ଯଜ୍ଞ ସ୍ୱରୂପିଣୀ ॥
ମୋ ନାମ ଅଟେ ଯେ ସାବିତ୍ରୀ । ହେବାକୁ ତୁମ ବରଦାତ୍ରୀ ॥
ନିର୍ଦ୍ଦେଶ ଦେଲେ ମୋତେ ସ୍ରଷ୍ଟା । ଧନ୍ୟ ହେ ତୁମ ଭକ୍ତିନିଷ୍ଠା ॥
ନିଜେ ମୁଁ ଅତ୍ୟନ୍ତ ପ୍ରସନ୍ନ । ସେଲାଗି କଲି ବରଦାନ ॥
ଲଭିବ ତୁମେ କନ୍ୟାରତ୍ନ । ପୁତ୍ରକୁ ନରକରିବ ମନ ॥
ଶତପୁତ୍ରର ସୁଖଶିରୀ । ସେ କନ୍ୟା ଏକ ଦେବ ଭରି ॥
ଚକିତେ ସର୍ବେ ଚାହିଁଥିଲେ । ସାବିତ୍ରୀ ଅନ୍ତର୍ଦ୍ଧାନ ହେଲେ ॥
ଯଜ୍ଞରେ ପୂର୍ଣ୍ଣାହୁତି ସାରି । ଯେ ଯାହା ଗୃହେ ଗଲେ ଫେରି ॥
ସପନେ ଦେଖିଥିଲେ ରାଣୀ । ସେଥିଲା ସପନ କାହାଣୀ ॥
ଘଟିଲା ଯଜ୍ଞଶାଳେ ଯାହା । ଅସତ୍ୟ କେ କହିବ ତାହା ॥
ଯାଇଛି ଅଳ୍ପଦିନ ବିତି । ରାଣୀ ଯେ ହୋଇଲେ ରଜୋବତୀ ॥
ରାଜାଙ୍କୁ ଚାହିଁ ଦେଲେ ହସି । ପ୍ରୀତିର ଅମୃତ ବରଷି ॥
ଆସିଲା ମନେ ଆଶାକଳି । ମରୁରେ ମାରିଲା ବିଜୁଳି ॥