"ସାବିତ୍ରୀ ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ବନାନ ଶୁଦ୍ଧି
୩୭ କ ଧାଡ଼ି:
ପୂର୍ଣ୍ଣାହୁତିର ପୂର୍ବ ନିଶି । ସପନେ ରାଣୀ ହେଲେ ଖୁସି ॥
ସୁନ୍ଦର ଝିଅଟିଏ କେହି । ମାଆ ମାଆ ବୋଲି ଡାକଦେଇ ॥
ରାଣୀଙ୍କ କୋଳରେ ଖେଳୁଥିଲା । ପନସପନ ଶେଷେ ଚାଲିଗଲା ॥
ପ୍ରଭାତେ ରାଜାପାଶେ ରାଣୀ । କହିଲେ ଏସନ କାହାଣୀ ॥
ଉଭୟେ ଚିନ୍ତାମଗ୍ନ ଥାଇ । ଚଳିଲେ ପୂର୍ଣ୍ଣାହୁତି ପାଇଁ ॥
ଅନ୍ତିମ ଆହୁତି କାଳରେ । ଦିଶିଲେ ଯଜ୍ଞ ଅନଳରେ ॥
ଅପୂର୍ବ ଜ୍ୟୋତିର୍ମୟୀ ଦେବୀ । ତେଜରେ କପିଂଲାକଂପିଲା ପୃଥିବୀ ॥
କହିଲେ ଶୁଣ ରାଜାରାଣୀ । ମୁଁ ଏହି ଯଜ୍ଞ ସ୍ୱରୂପିଣୀ ॥
ମୋ ନାମ ଅଟେ ଯେ ସାବିତ୍ରୀ । ହେବାକୁ ତୁମ ବରଦାତ୍ରୀ ॥
ନିର୍ଦ୍ଦେଶ ଦେଲେ ମୋତେ ସ୍ରଷ୍ଟା । ଧନ୍ୟ ହେ ତୁମ ଭକ୍ତିନିଷ୍ଠା ॥
ନିଜେ ମୁଁ ଅତ୍ୟନ୍ତ ପ୍ରସନ୍ନ । ସେଲାଗି କଲି ବରଦାନ ॥
ଲଭିବ ତୁମେ କନ୍ୟାରତ୍ନ । ପୁତ୍ରକୁ ନରକରିବନ କରିବ ମନ ॥
ଶତପୁତ୍ରର ସୁଖଶିରୀ । ସେ କନ୍ୟା ଏକ ଦେବ ଭରି ॥
ଚକିତେ ସର୍ବେ ଚାହିଁଥିଲେ । ସାବିତ୍ରୀ ଅନ୍ତର୍ଦ୍ଧାନ ହେଲେ ॥
ଯଜ୍ଞରେ ପୂର୍ଣ୍ଣାହୁତି ସାରି । ଯେ ଯାହା ଗୃହେ ଗଲେ ଫେରି ॥
ସପନେ ଦେଖିଥିଲେ ରାଣୀ । ସେଥିଲାସେ ଥିଲା ସପନ କାହାଣୀ ॥
ଘଟିଲା ଯଜ୍ଞଶାଳେ ଯାହା । ଅସତ୍ୟ କେ କହିବ ତାହା ॥
ଯାଇଛି ଅଳ୍ପଦିନ ବିତି । ରାଣୀ ଯେ ହୋଇଲେ ରଜୋବତୀ ॥
ରାଜାଙ୍କୁ ଚାହିଁ ଦେଲେ ହସି । ପ୍ରୀତିର ଅମୃତ ବରଷି ॥
ଆସିଲା ମନେ ଆଶାକଳି । ମରୁରେ ମାରିଲା ବିଜୁଳି ॥
ଉଚିତ ସମୟ ଅନ୍ତରେ । ସେ ଏକ ଅମୃତ ଲଗ୍ନରେ ॥
ସ୍ୱର୍ଗ ସୁନ୍ଦରୀ କନ୍ୟାରତ୍ନ । ରାଣୀଙ୍କ କେଳେ ନେଲା ଜନ୍ମ ॥
ସାବିତ୍ରୀ ଯଜ୍ଞ ପୁଣ୍ୟ ଫଳେ । ସେ କନ୍ୟ ଜନମିଲା କୋଳେ ॥
ପିତାମାତା ଯେ ପାତ୍ରମନ୍ତ୍ରୀ । ତା ନାମ ରଖିଲେ ସାବିତ୍ରୀ ॥
ଶୁକ୍ଲପକ୍ଷର ଶଶୀ ପରି । ବଢ଼ିଲା ସାବିତ୍ରୀ କୁମାରୀ ॥
ଛୁଇଁଲା ଯେବେ ଯଉବନ । ପିତାମାତା ଯେ ଚିନ୍ତାମଗ୍ନ ॥
ନଖୋଜି କନ୍ୟା ପାଇଁ ବର । ଡକାଇ ଦେଲେ ସ୍ୱୟମ୍ୱର ॥
୬୭ କ ଧାଡ଼ି:
ସ୍ୱୟମ୍ୱର ଯେ ଭାଙ୍ଗିଗଲା । ଏ ବଡ଼ ପ୍ରମାଦ ହୋଇଲା ॥
ଉପାୟ ନପାରିଲେ ଜାଣି । ଚିନ୍ତାରେ ଥିଲେ ରାଜାରାଣୀ ॥
ବିନେ ମା¨ବ୍ୟମାଣ୍ଡବ୍ୟ ଋଷିବର । ପ୍ରବେଶି ରାଜାଙ୍କ ନଅର ॥
କୁଶଳ ବାର୍ତ୍ତା ପଚାରିଲେ । ସକଳ ବିଷୟ ଶୁଣିଲେ ॥
ଉପାୟ ଏକ ଭାବିଚିନ୍ତି । କହିଲେ ଶୁଣ ଅଶ୍ୱପତି ॥
ନିଜର ସ୍ୱାମୀ ନିଜେ ବାଛି । କହିବ ତୁମକୁ ସାବିତ୍ରୀ ॥
ଦିଅ ବିହିତ ଅନୁମତି । ସାବିତ୍ରୀ ଖୋଜୁ ନିଜ ପତି ॥
ରାଜା ଯେ ଅନୁମତି ଦେଲେ । ବିହିତତବିହିତ ଆୟୋଜନ କଲେ ॥
ସଖୀମାନଙ୍କୁ ସଙ୍ଗେ ଧରି । ରଥରେ ଚଳିଲେ ସାବିତ୍ରୀ ॥
ଭୂମି ନଗର ଗିରିଜନ । ଦେଖିଲେ ରମ୍ୟ ତପୋବନ ॥
ସେ ତପୋବନ ଆଶ୍ରମରେ । ଋଷି ତପସ୍ୱୀ ଗହଣରେ ॥
ଥିଲେ ଯୁବକ ଜଣେ କେହି । ଦେବ ସୁଲଭ ରୂପ ବହି ॥
ତପୋବନେ ସେ ତପୋଧନ । ତେଜରେ ସମ୍ଭ୍ରାନ୍ତ ଲକ୍ଷଣ ॥
ଦେଖି ସେ ଯୁବକମଣିକଯୁବକମଣିକୁ । ପ୍ରୀତି ଛୁଇଁଲା ସାବିତ୍ରୀକୁ ॥
ଦେଲା ସେ ମନପ୍ରାଣ ବିକି । କହିଲା ଫେରିଚାଲ ସଖୀ ॥
ସର୍ବ ଶୁଭରେ ବାହୁଡ଼ିଲେ । ପ୍ରାସାଦେ ପ୍ରବେଶ ହୋଇଲେ ॥
୮୪ କ ଧାଡ଼ି:
ତାହାଙ୍କ ପାଦେ ଢାଳି ମତି । ନମିଲେ ରାଜା ଅଶ୍ୱପତି ॥
ସାବିତ୍ରୀ କଲେ ପ୍ରଣିପାତ । ନାରଦ ଦିଶିଲେ ଚିନ୍ତିତ ॥
କହିଲେ ଶୁଣ ଅଶ୍ୱପତି । ଉଚିତ ନୁହେଁ ତୁମ ନୀତି ॥
ଏହି ଯେ ବିଧିର ବିଧାନ । ଦେବାକୁ ହେବ କନ୍ୟାଦାନ ॥
ତୁରନ୍ତ ଦାନ ମହାପୁଣ୍ୟ । ହୁଅ ହେ ରାଜା ସାବଧାନ ॥
କହିିଲେ ରାଜ ଯୋଡ଼ି ହାତ । ମୁନିଙ୍କୁ ସକଳ ବୃତ୍ତାନ୍ତ ॥
ସାବିତ୍ରୀ ଇଚ୍ଛା ଜାଣିବାକୁ । ନାରଦ ଚାହିଁଲେ ତାହାକୁ ॥
୯୫ କ ଧାଡ଼ି:
ନୋହିଲେ ବରଷ ଅନ୍ତରେ । ଯିବ ସେ ସ୍ୱାମୀ ଯମପୁରେ ॥
ସକଳ ଶିରୀ ହରାଇବୁ । ନିଶ୍ଚୟ ବିଧବା ହୋଇବୁ ॥
ଶୁଣି ଚକିତ ଅଶ୍ୱପତି । ମୁନିଙ୍କୁ କରିଲେ ମିନତି ॥
ଫିଟାଇ କୁହ ହେ ମହର୍ଷି । ତୁମେ ତ ତିନିକାଳଦର୍ଶୀ ॥
କିଏ ଯେ ଅଟେ ସେ ଯୁବକ । କି ପ୍ରତିକାରେ ଯିବ ଦୁଃଖ ॥
୧୨୬ କ ଧାଡ଼ି:
ଶାଶୁ ଶ୍ୱଶୁର ସେବା କରି । ସ୍ୱାମୀ ସଙ୍ଗତେ ସୁକୁମାରୀ ॥
ଆନନ୍ଦେ ଦିନ ବିତାଇଲେ । ସ୍ନେହ ପ୍ରେମରେ ବୁଡ଼ିଗଲେ ॥
ଏମିତି କିଛିଦିନ ଗଲା । ଶେଷ ସମୟ ଆସି ହେଲା ॥
ନାରଦ ଯାହା କହିଥିଲେ । ସାବିତ୍ରୀ ମନେ ରଖିଥିଲେ ॥
ରହିଲା ଆଉ ଚାରି ଦିନ । ମୃତ୍ୟୁ ଲଭିବେ ସତ୍ୟବାନ ॥
ସତୀ ନାରୀର ପ୍ରଭୁ ସାହା । ବିପଦେ ବନ୍ଧୁ ଚଉବାହା ॥
ସୂର୍ଯ୍ୟ ଚନ୍ଦ୍ରମା ନବଗ୍ରହ । ମାଗନ୍ତି ଯାର ଅନୁଗ୍ରହ ॥
ସେ ପ୍ରଭୁ ଜୀବର ରକ୍ଷକ । ଜନ୍ମ ମରଣ ନିୟନ୍ତ୍ରକ ॥
ଚିତ୍ତେ ସାବିତ୍ରୀ କରି ଧ୍ୟାନ । ପୂଜିଲେ ଲକ୍ଷ୍ମୀ ନରାୟଣ ॥
ବଣରୁ ଫଳମୂଳ ଆଣି । ସାବିତ୍ରୀ ଛଡ଼ାଇଲେ ପାଣି ॥
ଦେଲେ ସେ ବ୍ରାହ୍ମଣ ଭୋଜନ । ଦାନ ଦକ୍ଷିଣା ବିଧିମାନ ॥
ସପରିବାର ଭୁଞ୍ଜାଇଲେ । ନିଜେ ସେ ଉପବାସ କଲେ ॥
ତୁେ¨ତୁଣ୍ଡେ ଉଚ୍ଚାରି ପ୍ରଭୁ ନାମ । ଦେଲେ ବିତାଇ ତିନିଦିନ ॥
ହୋଇଲା ଜ୍ୟେଷ୍ଠ ଅମାବାସ୍ୟା । ସାବିତ୍ରୀ ମୁଖେ ନାହିଁ ଭାଷା ॥
କୁଠାର ହସ୍ତେ ସତ୍ୟବାନ । କହିଲେ ବନେ ଯିବି ଜାଣ ॥
୧୪୩ କ ଧାଡ଼ି:
ଆଦେଶ କର ଏ ଦାସୀରେ । ଯିବାକୁ ତମ ସଙ୍ଗତରେ ॥
ହସି କହିଲେ ସତ୍ୟବାନ । ବଡ଼ ଦୁର୍ଗମ ଘୋର ବନ ॥
ଉପାସେ ତୁମେ ଅଛ ରହି । ଯିବାକୁ ତୁମ ଶାକ୍ତିନାହିଁଶକ୍ତିନାହିଁ
କହିଲେ ସାବିତ୍ରୀ ବୁଝାଇ । ତୁମେ ଶରୀର ମୁଁ ଯେ ଛାଇ ॥
ଶରୀର ମଧ୍ୟେ ଶକ୍ତି ଥାଏ । ଛାଇ ତା' ସାଥେ ସାଥେ ଯାଏ ॥
୧୫୧ କ ଧାଡ଼ି:
କାଠ ହାଣିବା ସରି ନାହିଁ । ଆସିଲେ ବୃକ୍ଷରୁ ଓହ୍ଲାଇ ॥
କହିଲେ ଶୁଣ ପ୍ରାଣ ସହି । ମଥା ମୋ ଦେଉଛି ଘୂରାଇ ॥
ଦିଶୁଛି ସବୁ ଅନ୍ଧକାର । ଚାଲିବା ଶକ୍ତି ନାହିଁ ମୋର ॥
ଶୁଣି ସାବିତ୍ରୀ ହେଲେ ବ୍ୟସ୍ତ । ଭୂମିରେ ପାରିଲେ ପଣତ ॥
ସ୍ୱାମୀଙ୍କ ମଥା କୋଳେ ରଖି । ବସି ନିମିଷେ ଗଲେ ଶଙ୍କି ॥
ସହଜେ ଘୋରବନ ସେହି । ସାହା ଭରସା ନାହିଁ କେହି ॥
ହେବ କି ମୁନି ବାକ୍ୟ ସତ୍ୟ । ହେବ କି ଶୂନ୍ୟ ଏ ସୀମନ୍ତ ॥
ଏକାଳେ ପୁଣି ସ୍ୟବାନସତ୍ୟବାନ ନୀରବେ ମୁଦିଲେ ନୟନ ॥
ଡାକିଲେ ନଦେଲେ ଉତ୍ତର । ନାହିଁ ଲକ୍ଷଣ ଜୀବନର ॥
ସାବିତ୍ରୀ କରିଲେ ରୋଦନ । କମ୍ପିଲଲାକମ୍ପିଲା ବିଜନ କାନନ ॥
ସ୍ୱାମୀଙ୍କ ଗୁଣ ନ ବାହୁନି । ଡାକିଲେ ରଖ ଚକ୍ରପାଣି ॥
ଏକାଳେ ଦେବ ମୂର୍ତ୍ତିଟିଏ । ହୋଇଲେ ଉଭା ଛାୟା ପ୍ରାୟେ ॥
୧୭୫ କ ଧାଡ଼ି:
ସହଜେ ମୃତ୍ୟୁଦେବ ମୁହିଁ । ଦୟାର ମାନେ ନଜାଣଇ ॥
ସତ୍ୟବାନଙ୍କ ପ୍ରାଣ ନେଇ । ଗଲେ ଯେ ଯମ ଦୂର ହୋଇ ॥
ଫେରି ଚାହିଁଲେ ଖେ¨ଖଣ୍ଡେ ଦୂରେ । ସାବିତ୍ରୀ ଆସନ୍ତି ପଛରେ ॥
ଯମ କହିଲେ ହେଲ ବାଇ । ବୃଥାରେ ଆସ କାହିଁପାଇଁ ॥
ସାବିତ୍ରୀ କହିଲେ ଗୋସାଇଁ । ସ୍ୱାମୀଙ୍କ ପଥେ ଯାତ୍ରୀ ମୁହିଁ ॥
ସତୀନାରୀ ମୁଁ ପତିବ୍ରତା । ନାହିଁ ମୋ ଆଉ ଅନ୍ୟ ରାସ୍ତା ॥
ତୁମେ ତ ନିଜେ ର୍ମରାଜଧର୍ମରାଜ ଏତିକି କଥା ମନେ ହେଜ ॥
ଯମ କହିଲେ ଶୁଣ ସତୀ । ସନ୍ତୁଷ୍ଟ ହେଲି ତୁମ ପ୍ରତି ॥
ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା ॥
୨୦୬ କ ଧାଡ଼ି:
'ତଥାସ୍ତୁ' କହି ଯମ ଗଲେ । ସାବିତ୍ରୀ ନଛାଡ଼ନ୍ତି ଭଲେ ॥
ପୁଣି ଚାଲିଲେ ପଛେ ପଛେ । ଛାୟା ଯେମିତି କାୟା ସାଥେ ॥
ପଚକୁପଛକୁ ଚାହିଁ ଯମ ରାଜା । କହିଲେ ଏବେ ଯା ଫେରିଯା' ॥
ସତୀତ୍ୱ ବଳେ ଏତେ ପଥ । ଆସିଲ ତୁମେ ଏହା ସତ୍ୟ ॥
ଏପାରି ଶେଷ ସୀମା ଏହି । ତୁମେ ହେଲ ମରଦେହୀ ॥
୨୨୬ କ ଧାଡ଼ି:
'ତଥାସ୍ତୁ' ବୋଲି ଯମ କହି । ଚାଲିଲେ ଆଗକୁ ମୁହାଁଇ ॥
ପଛରେ ଧାଇଁଲେ ସାବିତ୍ରୀ । ଚକିତ ହେଲେ ଯମ ଦେଖି ॥
କ୍ତ୍ସୋରାଧରେକ୍ରୋଧରେ କହିଲେ ବଚନ । ସରିଛି ମୋର ବରଦାନ ॥
ବୃଥାରେ ଆସ କାହିଁପାଇଁ । ମୋଠାରେ ପ୍ରୟୋଜନ ନାହିଁ ॥
କହୁଛି ଶେଷକଥା ମୋର । ତୁରନ୍ତ ଫେରିଯାଅ ଘର ॥
୨୩୭ କ ଧାଡ଼ି:
ଏ ବର ତୁମେ ତ ଦେଇଛ । ସ୍ୱାମୀଙ୍କ ପ୍ରାଣ ନେଉଅଛ ॥
ମୁଁ ଯେ ଅଟଇ ସତୀନାରୀ । ସମ୍ଭବ ହୋଇବ କିପରି ॥
ବରିବି କିବା ଆନ ପତି । ଉତ୍ତର ଦିଅ ଜନ୍ତୁପତି ॥
ଯମ ଯେ ହୋଇଲେ ଚକିତ । କେମିତି ହାରିବେ ସେ ସତ୍ୟ ॥
ସେହି ସତ୍ୟର ରକ୍ଷାପାଇଁ । ଯମ ଯେ ନିରୁପାୟ ହୋଇ ॥
୨୪୬ କ ଧାଡ଼ି:
ପରୋକ୍ଷେ ସତ୍ୟବାନ ପ୍ରାଣ । ତୁମେ ତ ମାଗିନେଲ ଜାଣ ॥
ମୁଁ ଯେ ନିଷ୍ଠୁର କାଳ ଯମ । ଲଙ୍ଘିଲି ବିଧିର ନିୟମ ॥
ତୁମର ସତୀତ୍ୱକୁ ଧନ୍ୟ । ହେଲି ମୁଁ ଅତ୍ୟନ୍ତ ପ୍ରସନ୍ନ ॥
ଖୋଲିଲି ଚର୍ମଫାଶ ମୋର । ଦୀଘାୟୁ ବୋଲି ଦେଲି ବର ॥
ନିଦ୍ରାରୁ ଯେମିତି ଉଠନ୍ତି । ଉଠି ବସିବେ ତୁମ ପତି ॥
ସତ୍ୟବାନଙ୍କ ମରଦେହେ । ପ୍ରାଣ ଭରିବ ପୁନରାୟେ ॥
ସେ ସ୍ଥାନେ ଯାଅ ବେଗେ ଚଳି । ସ୍ୱାମୀଙ୍କୁ ନିଅ କୋଳେ ତୋଳି ॥
୨୬୭ କ ଧାଡ଼ି:
ଏ ବନେ ତେଣୁ ନାହିଁ ଭୟ । ମୋ ପାଇଁ ନହୁଅ ଅଥୟ ॥
ତୁମକୁ ପାଇଛି ମୁଁ ଫେରି । ଆଉ କାହାକୁ ଯିବି ଡରି ॥
ସେ ବନପଥରେ ଦମ୍ପଁତ୍ତିଦମ୍ପତ୍ତି । ଚଳିଲେ ଆନନ୍ଦରେ ଅତି ॥
ପ୍ରବେଶ ହେଲେ ଆଶ୍ରମରେ । ଆଶ୍ରମେ ଆନନ୍ଦ କି ଝରେ ॥
ରାଜ୍ୟ ପ୍ରାପ୍ତିକୁ ଚକ୍ଷୁ ପ୍ରାପ୍ତି । ଦ୍ୟୁମତସେନ ତୋଷ ଅତି ॥
୨୭୩ କ ଧାଡ଼ି:
ଆଶ୍ରମବାସୀ ଗଲେ ଘେରି । ବୁଝିଲେ ସମସ୍ତ ପଚାରି ॥
ସାବିତ୍ରୀ କହିଲେ ବୁଝାଇ । ଯମଙ୍କ ବରଦାନ ଏହି ॥
କହିଲେ ସକଳ ବୃତ୍ତାନ୍ତ । ସଭିଏଁ ହୋଇଲେ ଚକିତ ॥
ଧନ୍ୟ ସାବିତ୍ରୀ ଧନ୍ୟ ବୋଲି । ଆଶ୍ରମ ଉଠିଲା ଉଛୁଳି ॥
ତହୁଁ ରାଜ୍ୟକୁ ଫେରିଗଲେ । ଦ୍ୟୁମତସେନ ରାଜା ହେଲେ ॥
୨୯୯ କ ଧାଡ଼ି:
ଭକ୍ତିରେ କଲେ ପ୍ରଣିପାତ । ସଂସାରେ ଖ୍ୟାତ ହେଲା ବ୍ରତ ॥
ସାବିତ୍ରୀ ଓଷା କଥା ଏହି । ସର୍ବେ ଶୁଣିବେ ଶୁଣିବେ ମନଦେଇ ॥
ସୁମରି ଲକ୍ଷ୍ମୀ ନରାୟଣନାରାୟଣ । ହୁଳହୁଳି ଯେ ଦେବ ଜାଣ ॥
ସାବିତ୍ରୀ ଓଷା କଥା ଶେଷ । ପଠନେ ଶ୍ରବଣେ ସନ୍ତୋଷ ॥
ଚିତ୍ତ ନିବେଶି ବିଷ୍ଣୁ ପାଦେ । ବୁଦ୍ଧିଆ କହେ ଗୀତ ଛନ୍ଦେ ॥