Content deleted Content added
ଟିକେ Automatic message fix
୬୩ କ ଧାଡ଼ି:

== ଆପଣ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ==

ଆପଣ ଚାଟରେ ପଚାରିଥିବା ଚାରୋଟି ପ୍ରଶ୍ନର ଉତ୍ତର ତଳେ ଦେଲି:

୧. ଉଇକିପାଠାଗାରରେ ଅନେକ ବହି ଅଧାଲେଖା ଅବସ୍ଥାରେ ଅଛି । ଏହାର ଉପକାରିତା ଓ ଅପକାରିତା କଣ?
: ଉଇକିପାଠାଗାରରେ ଥିବା ବହି ସମ୍ପୂର୍ଣ ଟାଇପ ଆପଣଙ୍କ ଓ ମୋ ଭଳି ଉଇକିଆଳିଙ୍କ ହାତରେ । ତେଣୁ ଆମେ ଯେତିକି ଟାଇପ କରିବୁ ସେତେ ବଢ଼ିବ । ତେବେ ସମସ୍ତେ ଯେହେତୁ ସ୍ୱେଚ୍ଛାସେବୀ ଆଉ ସମାନ ସମୟ ଦେଇପାରିବେ ନାହିଁ ତେଣୁ କିଛି ବହି ପୂରା ଟାଇପ ହେଲାବେଳେ ଆଉ କିଛି ଅଧା । ଉପକାରିତା: ଅଧା କାମ କରିବା ପାଇଁ ନୂଆମାନଙ୍କୁ ଡାକିହେବ । ଅପକାରିତା: କେହି ପାଠକ ହୁଏତ ଅଧା ଥିବା ବହି ଦେଖି ନିରାଶ ହୋଇପାରେ ।

୨. ବନାନ ସଂଶୋଧନ ପାଇଁ କିଛି ଟୁଲ ଅଛି କି?
: ବନାନ ସଂଶୋଧନ କେବଳ ଉଇକିପାଠାଗାରରେ ନୁହେଁ ସବୁ ଉଇକିମିଡ଼ିଆ ପ୍ରକଳ୍ପରେ ଏକ ବଡ଼ ଅସୁବିଧା । ଆମର ଯେହେତୁ ସକ୍ରିୟ ଉଇକିଆଳି ସଂଖ୍ୟା କମ ତେଣୁ ଏସବୁ ରହିବା ସ୍ୱାଭାବିକ । ତେବେ ବନାନ ଗୁଡ଼ିକ [[:m:Bot|ବଟ]] ବ୍ୟବହାର କରି ସୁଧାରିହେବ । ଏଥିରେ ଅସୁବିଧା ହେଉଛି ଗୋଟିଏ ଶବ୍ଦର ଏକାଧିକ ଠିକ ବନାନ ଥିଲେ ଆଉ କୌଣସି ଲେଖକ ନିଜସ୍ୱ ଶୈଳୀରେ ଜାଣିଶୁଣି ଭିନ୍ନ ପ୍ରକାର ବନାନରେ ଲେଖୁଥିଲେ ସେସବୁ ବି ବଦଳିଯିବ । ସାଧାରଣତଃ ମୂଳ ଲେଖକଙ୍କ ଲେଖାକୁ ଯଥାରୀତି ଟାଇପ କରାଯାଏ । ତେବେ ଏ ବାବଦରେ ଆମେସବୁ ମିଶି ଏକ ମତ ନେଇପାରିବା । ଆପଣ [[ଉଇକିପାଠାଗାର:ଆଲୋଚନା ସଭା|ଆଲୋଚନା ସଭା]] ପାଇଁ ଆଲୋଚନାଟିଏ ଆରମ୍ଭ କଲେ ଭଲହୁଅନ୍ତା । ବାକିମାନେ ବି ମତ ଦିଅନ୍ତେ । ବନାନ ସଂଶୋଧନ [[:w:Wikipedia:AutoWikiBrowser|AutoWikiBrowser]] ବା ବଟ ବ୍ୟବହାର କରି ସୁଧାରିହେବ ।

୩. ଲେଖାରେ left ଓ right alignment କିପରି କରିହେବ?
: ତଳ କୋଡ଼ ବ୍ୟବହାର କରି '''Text''' ବଦଳରେ ଯେକୌଣସି ଲେଖାକୁ ସେହି କୋଡ଼ ଭିତରେ ପକେଇ ଲେଖିପାରିବେ:

<nowiki>
Text
</nowiki>

Text

ଆପଣ <poem> କୋଡ଼ ବ୍ୟବହାର ନକଲେ ଆପେଆପେ left alignment ହୋଇଯିବ । କରୁଥିଲେ ତଳ କୋଡ଼ ବ୍ୟବହାର କରିପାରିବେ:

<nowiki>
Text
</nowiki>

Text

ଆଶା ସବୁପ୍ରଶ୍ନର ଉତ୍ତର ଦେଇଛି ବୋଲି । ଆଉ କିଛି ଅସୁବିଧା ଥିଲେ ଏଇଠି କିମ୍ବା [[ସହଯୋଗ ଆଲୋଚନା:ବିଷୟବସ୍ତୁ|ବିଷୟବସ୍ତୁ ଆଲୋଚନା]] ପୃଷ୍ଠାରେ ପଚାରିପାରିବେ । --[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଘରି]] ([[ବ୍ୟବହାରକାରୀଙ୍କ ଆଲୋଚନା:Psubhashish|ମୋ ଆଲୋଚନା]]) ୧୧:୦୨, ୪ ଫେବୃଆରୀ ୨୦୧୮ (IST)