"ବ୍ୟବହାରକାରୀ:Psubhashish/FAQ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"== ବାରମ୍ବାର ପଚାରାଯାଉଥିବା ବିଭିନ୍ନ ପ୍ରଶ୍ନର ଉତ୍ତ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
(କିଛି ବଦଳିନାହିଁ)

୧୧:୦୩, ୪ ଫେବୃଆରୀ ୨୦୧୮ ହୋଇଥିବା ରିଭିଜନ

ବାରମ୍ବାର ପଚାରାଯାଉଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ସମ୍ପାଦନା

୧. ଉଇକିପାଠାଗାରରେ ଅନେକ ବହି ଅଧାଲେଖା ଅବସ୍ଥାରେ ଅଛି । ଏହାର ଉପକାରିତା ଓ ଅପକାରିତା କଣ?

ଉଇକିପାଠାଗାରରେ ଥିବା ବହି ସମ୍ପୂର୍ଣ ଟାଇପ ଆପଣଙ୍କ ଓ ମୋ ଭଳି ଉଇକିଆଳିଙ୍କ ହାତରେ । ତେଣୁ ଆମେ ଯେତିକି ଟାଇପ କରିବୁ ସେତେ ବଢ଼ିବ । ତେବେ ସମସ୍ତେ ଯେହେତୁ ସ୍ୱେଚ୍ଛାସେବୀ ଆଉ ସମାନ ସମୟ ଦେଇପାରିବେ ନାହିଁ ତେଣୁ କିଛି ବହି ପୂରା ଟାଇପ ହେଲାବେଳେ ଆଉ କିଛି ଅଧା । ଉପକାରିତା: ଅଧା କାମ କରିବା ପାଇଁ ନୂଆମାନଙ୍କୁ ଡାକିହେବ । ଅପକାରିତା: କେହି ପାଠକ ହୁଏତ ଅଧା ଥିବା ବହି ଦେଖି ନିରାଶ ହୋଇପାରେ ।

୨. ବନାନ ସଂଶୋଧନ ପାଇଁ କିଛି ଟୁଲ ଅଛି କି?

ବନାନ ସଂଶୋଧନ କେବଳ ଉଇକିପାଠାଗାରରେ ନୁହେଁ ସବୁ ଉଇକିମିଡ଼ିଆ ପ୍ରକଳ୍ପରେ ଏକ ବଡ଼ ଅସୁବିଧା । ଆମର ଯେହେତୁ ସକ୍ରିୟ ଉଇକିଆଳି ସଂଖ୍ୟା କମ ତେଣୁ ଏସବୁ ରହିବା ସ୍ୱାଭାବିକ । ତେବେ ବନାନ ଗୁଡ଼ିକ ବଟ ବ୍ୟବହାର କରି ସୁଧାରିହେବ । ଏଥିରେ ଅସୁବିଧା ହେଉଛି ଗୋଟିଏ ଶବ୍ଦର ଏକାଧିକ ଠିକ ବନାନ ଥିଲେ ଆଉ କୌଣସି ଲେଖକ ନିଜସ୍ୱ ଶୈଳୀରେ ଜାଣିଶୁଣି ଭିନ୍ନ ପ୍ରକାର ବନାନରେ ଲେଖୁଥିଲେ ସେସବୁ ବି ବଦଳିଯିବ । ସାଧାରଣତଃ ମୂଳ ଲେଖକଙ୍କ ଲେଖାକୁ ଯଥାରୀତି ଟାଇପ କରାଯାଏ ।

୩. ଲେଖାରେ left ଓ right alignment କିପରି କରିହେବ?

ତଳ କୋଡ଼ ବ୍ୟବହାର କରି Text ବଦଳରେ ଯେକୌଣସି ଲେଖାକୁ ସେହି କୋଡ଼ ଭିତରେ ପକେଇ ଲେଖିପାରିବେ:

<div style='text-align:right;'>Text</div>

Text

ଆପଣ <poem> କୋଡ଼ ବ୍ୟବହାର ନକଲେ ଆପେଆପେ left alignment ହୋଇଯିବ । କରୁଥିଲେ ତଳ କୋଡ଼ ବ୍ୟବହାର କରିପାରିବେ:

<div style='text-align:left;'>Text</div>

Text