"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎Community Wishlist 2020: ନୂଆ ଭାଗ
ଟ୍ୟାଗ: MassMessage delivery
୫୪୮ କ ଧାଡ଼ି:
[[:m:user:IFried (WMF)|IFried (WMF)]] ୦୧:୦୦, ୫ ନଭେମ୍ବର ୨୦୧୯ (IST)

== ଉଇକିପାଠାଗାର କର୍ମଶାଳା ବାବଦରେ ଆଲୋଚନା ==

ସାଦର ପ୍ରଣାମ,

CIS-A2K ତରଫରୁ ଗତ ଅକ୍ଟୋବର ମାସରେ, ୧୨ଟି ଭାରତୀୟ ଭାଷାର ଉଇକି ପରିବାରକୁ ନେଇ ପୁନେ,ମହାରାଷ୍ଟ୍ରରେ ଆୟୋଜିତ ହୋଇଥିବା ଏକ କର୍ମଶାଳାରେ ପଙ୍କଜମାଳା ଅପା,ମୁଁ ଓ ସଂଗ୍ରାମ ଭାଇ ଯୋଗ ଦେଇଥିଲୁ । ଏଠାରେ ଆମଙ୍କୁ ଗୁଡାଏ ନୂଆ ଜିନିଷ ଶିଖିବାକୁ ମିଳିଥିଲା ଓ ଅଲଗା ଅଲଗା ଭାଷାର ଉନ୍ନତ୍ତି ତଥା ଆଗକୁ ବଢିବାର ଶୈଳୀ ବିଷୟରେ ଜାଣିବାକୁ ମିଳିଥିଲା । କିଛି ସଫଳ ପ୍ରକଳ୍ପ, ନୂଆ ଟୁଲ ତଥା କିଛି ନିହାତି ଜରୁରୀ ମାଧ୍ୟମ ଗୁଡିକ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ସେଇ କର୍ମଶାଳାର ପରବର୍ତ୍ତୀ ସୋପାନ ଭାବରେ CIS-A2Kର ଅନୁଭବୀ କିଛି ଜଣଙ୍କୁ ନେଇ ଓଡିଶାରେ ଏକ କର୍ମଶାଳା କରିବାକୁ ମୁଁ ପ୍ରସ୍ତାବ ରଖୁଛି ।

( '''ଏଠାରେ ସଭିଙ୍କ ମନରେ ପ୍ରଶ୍ନ ଆସିପାରେ ଯେ, ଆମେ ତିନି ଜଣ ଗୋଟେ ଉଇକି ତରଫରୁ ଯାଇ ସାରିବା ପରେ ପୁଣି CIS-A2Kର ଲୋକଙ୍କୁ ଡାକିବାକୁ କାହିଁ ଲେଖୁଛି ?'''

ଏବେ ପାଇଁ ମୋ ତରଫରୁ ଉତ୍ତର ଏହା ଯେ,

୧। ଯଦିଓ ସେଠାରେ ଗୁଡାଏ ଜିନିଷ ବିଷୟରେ ଆଲୋଚନା ଓ ବିଚାର ବିମର୍ଷ ହୋଇଥିଲା,କିନ୍ତୁ ବାକି ଉଇକିଆଳିଙ୍କ ସହିତ ବାଣ୍ଟିବା ଭଳି, ପ୍ରତ୍ଯେକ ସୋପାନର ସମ୍ପୂର୍ଣ ତଥା ସବିଶେଷ ସନ୍ତୋଷଜନକ ବିବରଣୀ ମୋ ପାଖରେ ୧୦୦ ପ୍ରତିଶତ ପ୍ରସ୍ତୁତ ନାହିଁ ।

୨। ଯଦି ଆମ ଉଇକି ପାଇଁ ବର୍ଷକୁ ଥରେ ଗୋଟେ କାର୍ମଶାଳା ଆୟୋଜନ କରୁଛେ,ତାହେଲେ ମୁଁ ମୋର ଅସମ୍ପୂର୍ଣ ଅଭିଜ୍ଞାତାକୁ ବାଣ୍ଟିବା ଅପେକ୍ଷା, ସବୁ ଉଇକିଆଳିଙ୍କ ସହିତ ଜଣେ / ଦୁଇଜଣ ଉଇକିପାଠାଗାରରେ ଉନ୍ନତ୍ତ ଜ୍ଞାନ ତଥା ଦକ୍ଷତା ରଖୁଥିବା ବ୍ୟକ୍ତି ଉପସ୍ଥିତ ରହିଲେ ଆମ ପାଇଁ ହିଁ ଅଧିକା ଭଲ ହେବ ବୋଲି ଆଶା କରୁଛି ।
ଏନେଇ ସଭିଙ୍କ ସହମତି ପରେ ହିଁ ସେଠୁ କେହି ଆସିବାକୁ ଅନୁରୋଧ କରାଯିବ, କିମ୍ବା ଯଦି କୌଣସି ପ୍ରକାର କିଛି ଆପତ୍ତି ଉପୁଜେ, ତେବେ ଏହାକୁ କେବଳ ଓଡିଆ ଉଇକିଆଳିଙ୍କ ଭିତରେ ସୀମିତ ରଖାଯିବ ।''')'''

ଏହି ପ୍ରସ୍ତାବଟିକୁ ଆଖିରେ ରଖି ମୁଁ ସଭିଙ୍କ ସହମତି ଓ ମତାମତ ଆଶାକରୁଛି ଓ ଏହି ସମ୍ପର୍କିତ କିଛି ପ୍ରଶ୍ନ/ ସୋପାନ ଏଥିରେ ଯୋଡୁଛି ।

(୧) ଏହି କର୍ମଶାଳାଟି ପାଇଁ CIS-A2Kରୁ ଜୟନ୍ତ ନାଥଙ୍କ ସହିତ ଏକ ଛୋଟ ଆଲୋଚନା ପରେ ସେ ନିଜେ ଉପସ୍ଥିତ ରହିବେ ବୋଲି ରାଜି ଅଛନ୍ତି । ମୁଁ ସେ ନେଇ ଚଳିତ ବର୍ଷ ଡିସେମ୍ବର ୧୨ ରୁ ୨୪ ଭିତରେ କିମ୍ବା ୨୦୨୦ ଜାନୁଆରୀ ୨ ରୁ ୫ ଭିତରେ କୌଣସି ଦିନ(ଗୁଡିକ) ବାଛିବାକୁ ସଭିଙ୍କୁ ଅନୁରୋଧ କରୁଛି ।

(୨) ପୁନେରୁ ଦେଖିଥିବା ସମୟ ସାରଣୀକୁ ନେଇ, ଆମର ଏହି କର୍ମଶାଳାଟିକୁ ଗୋଟେ ଦିନ ବଦଳରେ ଦୁଇଦିନର ରଖିବାକୁ ମୁଁ ଅନୁରୋଧ କରୁଛି । ସେଇ ଅନୁସାରେ ସମୟ ସାରଣୀ ଓ ବଜେଟ ତିଆରି କରାଯିବ । ଏ ନେଇ ନିଜ ନିଜର ମତ ଯୋଡିବାକୁ ଅନୁରୋଧ ।

(୩) ଏଥିରେ ସବା ଶେଷ ଆଡକୁ, ଆମେ ନୂଆ ଲୋକମାନଙ୍କୁ ଶିଖାଇବା ପାଇଁ / ସାଧାରଣ ସଭା (Open session-1/2 hours) ଟିଏ ରଖିବା ଠିକ ହେବ କି ନାହିଁ ?

(୪) ଏହି ବାର୍ଷିକ କର୍ମଶାଳାର ସମସ୍ତ ଖର୍ଚ୍ଚ ବାବଦକୁ ଗ୍ରାଣ୍ଟ ପାଇଁ CIS କୁ ଅନୁରୋଧ କରିବା ନା ଉଇକିମିଡିଆ ଫାଉଣ୍ଡେସନକୁ ଅନୁରୋଧ କରିବା ଠିକ ହେବ ?

(୫) ଏହି ପ୍ରସ୍ତାବଟିକୁ କେଉଁ ପ୍ରକାରରେ ଆଗକୁ ନେଲେ ଭଲ ହେବ, ସେ ନେଇ ସମସ୍ତଙ୍କୁ ନିଜ ପସନ୍ଦ ଏଠି ଯୋଡିବାକୁ ଅନୁରୋଧ କରୁଛି ।

{{gap}}୧* ଜଣେ ଓଡିଆ ଉଇକିଆଳି ହିସାବରେ, ବ୍ୟକ୍ତିଗତ ଭାବେ ପ୍ରସ୍ତାବଟି ଦେବା କିମ୍ବା ଗ୍ରାଣ୍ଟ ପାଇଁ ଅନୁରୋଧ କରିବା ।

{{gap}}୨* CISକୁ ଓଡିଆ ଉଇକିଆଳିଙ୍କ ପାଇଁ ଏକ କର୍ମଶାଳା ରଖିବାକୁ ଆମ ୟୁଜର ଗୃପ ତରଫରୁ ଅନୁରୋଧ କରିବା ।

{{gap}}୩* ୩-୪ ଟି ଅଲଗା ଅଲଗା ଭାଷାର ଉଇକିଆଳିଙ୍କୁ ନେଇ (ଉଦାହରଣ: ଓଡିଆ, ଅହମିଆଁ, ବଙ୍ଗାଳୀ, ଗୁଜୁରାଟୀ- ଯୋଉ ପ୍ରକଳ୍ପ ଗୁଡିକ ତାମିଲ ତେଲୁଗୁ ବା କନ୍ନଡ ଭଳି ବହୁତ ଆଗକୁ ବଢିପରିନାହିଁ) ଓଡିଶାରେ ଏକ ଜୋନାଲ ପ୍ରୋଗ୍ରାମ(Zonal wikisource workshop for growing Indic communities) ଭାବରେ ସଂଗଠିତ କରିବାକୁ ପ୍ରସ୍ତାବ ଦେଇପାରିବା ।

'''('''୧ ଓ ୨ ନମ୍ବର ଲେଖା କେବଳ ଓଡିଆ ଉଇକିଆଳିଙ୍କ ପାଇଁ ଉଦ୍ଦିଷ୍ଟ । ୩ ନମ୍ବର ଉପାୟଟି ଏହିପାଇଁ ଯୋଡିଛି ଯେ, ୨୦୧୯ ରେ ଏବେ ଯାଏଁ ହାତ ଗଣତି କିଛି ଗଣ-ସମ୍ପାଦନାକୁ ଛାଡି ଆମର କିଛି କର୍ମଶାଳା, ବୈଠକ, ଫୋଟୋୱାକ କି ଟୁଙ୍ଗୀ ଭେଟ ମଧ୍ୟ ହୋଇନାହିଁ, ଯାହାକୁ କି ଆମେ ଆମର ୟୁଜର ଗୃପର ବାର୍ଷିକ ରିପୋର୍ଟରେ ଭଲରେ ଲେଖି ପାରିବା । ୩ ନମ୍ବରରେ ଥିବା ପ୍ରୋଗ୍ରାମଟି ହୁଏତ ଆମକୁ ଆମ ରିପୋର୍ଟଟିକୁ ଉନ୍ନତ୍ତ ଭାବେ ରଖିବାକୁ ସାହାଜ୍ଯ କରିପାରିବ ବୋଲି ଭାବୁଛି । ଏ ନେଇ କାହାର କିଛି ଯୋଡିବାର ଥିଲେ ମଧ୍ୟ ଏଠାରେ ଲେଖିପାରିବେ ।''' )'''

ଏହି ପ୍ରସ୍ତାବ ଉପରେ ନଜର ପାକାଇ ଆସନ୍ତା ୧୫ ତାରିଖ (ଆଗାମୀ ୭ ଦିନ) ଭିତରେ ସଭିଙ୍କୁ ନିଜ ନିଜର ମତାମତ ଦେବାକୁ ଅନୁରୋଧ କରୁଛି । ତା ପରେ ଏହି ଆଲୋଚନାଟିକୁ ବନ୍ଦ କରିଦିଆଯିବ ଓ ଗ୍ରାଣ୍ଟ ପୃଷ୍ଠା ତିଆରି କରାଯିବ ।

ଧନ୍ୟବାଦ । --[[ବ୍ୟବହାରକାରୀ:Chinmayee Mishra|Chinmayee Mishra]] ([[ବ୍ୟବହାରକାରୀଙ୍କ ଆଲୋଚନା:Chinmayee Mishra|ମୋ ଆଲୋଚନା]]) ୦୩:୨୦, ୮ ନଭେମ୍ବର ୨୦୧୯ (IST)