"ପୃଷ୍ଠା:Aama Parala Gajapati.pdf/୬୯" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hpsatapathy (ଆଲୋଚନା | ଅବଦାନ) ଟିକେ →ପ୍ରମାଣିତ କରିବେ: ବନାନ ଶୁଦ୍ଧି |
|||
ପୃଷ୍ଠାର ସ୍ଥିତି | ପୃଷ୍ଠାର ସ୍ଥିତି | ||
- | + | ବୈଧ କରାଗଲା | |
ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ||
୧ କ ଧାଡ଼ି: | ୧ କ ଧାଡ଼ି: | ||
ଏ ସବୁ ସତ୍ତ୍ୱେ ଉତ୍କଳୀୟ ଜନମତ ଉପେକ୍ଷିତ ହୋଇ ନଥିଲା । ଯଥାର୍ଥରେ କେନ୍ଦ୍ର ସରକାରଙ୍କ ହୃଦବୋଧ ହୋଇଥିଲା ଯେ ପ୍ରକୃତରେ ଓଡ଼ିଆ ଜନଗଣ ଏକ ଚକ୍ରବ୍ୟୁହ ମଧ୍ୟରେ ପେଷିତ । ତା’ ହୋଇ ନଥିଲେ ରାଶିରାଶି ଦାବିପତ୍ର, ସ୍ମାରକପତ୍ର ତଥା ଅନୁରୋଧ ଭାରତ ସରକାରଙ୍କ ନିକଟରେ ପହଞ୍ଚୁନଥାନ୍ତା କିମ୍ବା ଓଡ଼ିଆ ଏକୀକରଣ ଆନ୍ଦୋଳନର ପ୍ରତି ଆନ୍ଦୋଳନ ସଂଘଟିତ ହେଉ ନ ଥାନ୍ତା । ସେଇ ଯଥାର୍ଥ ଉପଲବଧି କେନ୍ଦ୍ର ବିଧାନ ପରିଷଦରେ ପ୍ରକାଶ କରିଥିଲେ ଘରୋଇ ବିଭାଗ ସଭ୍ୟ ସାର |
ଏ ସବୁ ସତ୍ତ୍ୱେ ଉତ୍କଳୀୟ ଜନମତ ଉପେକ୍ଷିତ ହୋଇ ନଥିଲା । ଯଥାର୍ଥରେ କେନ୍ଦ୍ର ସରକାରଙ୍କ ହୃଦବୋଧ ହୋଇଥିଲା ଯେ ପ୍ରକୃତରେ ଓଡ଼ିଆ ଜନଗଣ ଏକ ଚକ୍ରବ୍ୟୁହ ମଧ୍ୟରେ ପେଷିତ । ତା’ ହୋଇ ନଥିଲେ ରାଶିରାଶି ଦାବିପତ୍ର, ସ୍ମାରକପତ୍ର ତଥା ଅନୁରୋଧ ଭାରତ ସରକାରଙ୍କ ନିକଟରେ ପହଞ୍ଚୁନଥାନ୍ତା କିମ୍ବା ଓଡ଼ିଆ ଏକୀକରଣ ଆନ୍ଦୋଳନର ପ୍ରତି ଆନ୍ଦୋଳନ ସଂଘଟିତ ହେଉ ନ ଥାନ୍ତା । ସେଇ ଯଥାର୍ଥ ଉପଲବଧି କେନ୍ଦ୍ର ବିଧାନ ପରିଷଦରେ ପ୍ରକାଶ କରିଥିଲେ ଘରୋଇ ବିଭାଗ ସଭ୍ୟ ସାର ମେଲ୍କାମ୍ ହାଲେ । ପରିଷଦରେ ଆଲୋଚନାବେଳେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ସେ ସ୍ପଷ୍ଟ କରିଥିଲେ ଯେ ବିଶାଖାପାଟଣା ଏଜେନ୍ସି ଏବଂ ଗଂଜାମ ଜିଲ୍ଲାର ଓଡ଼ିଆମାନଙ୍କ ସଂପର୍କରେ ଯେଉଁସବୁ ସରକାରୀ ବିବରଣୀ ମିଳିଛି ସେଥିରେ କେନ୍ଦ୍ର ସରକାର ସଂତୁଷ୍ଟ ନୁହନ୍ତି । ସେହି କାରଣରୁ ସେମାନଙ୍କ ସଂପର୍କରେ ତୃଣମୂଳ ସ୍ତରରେ ବାସ୍ତବ ଅନୁସନ୍ଧାନ କରିବାପାଇଁ କେନ୍ଦ୍ରସରକାରଙ୍କ ଏକ ପ୍ରସ୍ତାବ ବିଚାରାଧୀନ ରହିଛି । |
||
ସେହି ପ୍ରସ୍ତାବ ଅନୁଯାୟୀ ଓଡ଼ିଶାର ପଲିଟିକାଲ୍ |
ସେହି ପ୍ରସ୍ତାବ ଅନୁଯାୟୀ ଓଡ଼ିଶାର ପଲିଟିକାଲ୍ ଏଜେଣ୍ଟ ମି.ସି.ଏଲ. ଫିଲିପ୍ ଏବଂ ମାନ୍ଦ୍ରାଜ ସରକାରଙ୍କ ଅଧୀନସ୍ଥ ବିଶାଖାପାଟଣା ଜିଲ୍ଲାର କଲେକ୍ଟର ମି.ଏ.ସି ଡାପ୍ଙ୍କୁ ନେଇ ଏକ ଦୁଇଜଣିଆ କମିଶନ୍ ଗଠିତ ହୋଇଥିଲା ୧୯୨୪ ମସିହାରେ । ଏହି କମିଶନର ଉଦ୍ଦେଶ୍ୟ ଥିଲା ଦକ୍ଷିଣ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳଗୁଡ଼ିକରେ ବସବାସକରି ରହୁଥିବା ଓଡ଼ିଆମାନଙ୍କର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରି ସେସବୁର ପ୍ରତିକାର ପାଇଁ ଆବଶ୍ୟକ ସୁପାରିସ କରିବା । |
||
⚫ | କେବଳ ଓଡ଼ିଆଙ୍କ ସମସ୍ୟା ଅନୁସନ୍ଧାନପାଇଁ ଏକ ଉଚ୍ଚ ପଦାଧିକାରୀଙ୍କୁ ନେଇ କମିଟି ଗଠିତ ହେଉଥିବା ଦୃଷ୍ଟିରୁ ତାହାକୁ ଫଳପ୍ରସୂ କରାଇବାପାଇଁ ୧୯୨୩ ମସିହାରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ବ୍ରହ୍ମପୁରଠାରେ, ଶ୍ରୀ ଶଶିଭୂଷଣ ରଥଙ୍କ ପ୍ରଗାଢ଼ ଉଦ୍ୟମ ଫଳରେ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ସହିତ ସମ୍ମିଳନୀର ମିଶ୍ରଣ ପରଠାରୁ ଆଉ କୌଣସି ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇ ନଥିଲା । ତେଣୁ ଆପାତତଃ ଦୁଇ ଭିନ୍ନ ମତାବଲମ୍ବୀ ଗୋଷ୍ଠୀର ନେତାଗଣ ଏଥିରେ ଯୋଗଦାନ କରିଥିଲେ । ବାଦ ପ୍ରତିବାଦ ଭିତରେ, ଭାଗ୍ୟର ବିଡ଼ମ୍ବନା, ଏଠାରେ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଗୃହୀତ ହୋଇ ପାରି ନଥିଲା । ଏହା ଥିଲା ବାସ୍ତବରେ ଅନୁଷ୍ଠାନର ସ୍ଥାଣୁତ୍ବର ଏକ ସ୍ପଷ୍ଟ ସଂକେତ । ଏବଂ ସେହିଠାରୁ ହିଁ ପୁଣି ଅରମ୍ଭ ହୋଇଥିଲା ଏକ ନୂତନ ଉବ୍ଦୀପନାମୟ ଉଦ୍ୟମ । ସେତେବେଳକୁ |
||
⚫ | କେବଳ ଓଡ଼ିଆଙ୍କ ସମସ୍ୟା ଅନୁସନ୍ଧାନପାଇଁ ଏକ ଉଚ୍ଚ ପଦାଧିକାରୀଙ୍କୁ ନେଇ କମିଟି ଗଠିତ ହେଉଥିବା ଦୃଷ୍ଟିରୁ ତାହାକୁ ଫଳପ୍ରସୂ କରାଇବାପାଇଁ ୧୯୨୩ ମସିହାରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ବ୍ରହ୍ମପୁରଠାରେ, ଶ୍ରୀ ଶଶିଭୂଷଣ ରଥଙ୍କ ପ୍ରଗାଢ଼ ଉଦ୍ୟମ ଫଳରେ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ସହିତ ସମ୍ମିଳନୀର ମିଶ୍ରଣ ପରଠାରୁ ଆଉ କୌଣସି ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇ ନଥିଲା । ତେଣୁ ଆପାତତଃ ଦୁଇ ଭିନ୍ନ ମତାବଲମ୍ବୀ ଗୋଷ୍ଠୀର ନେତାଗଣ ଏଥିରେ ଯୋଗଦାନ କରିଥିଲେ । ବାଦ ପ୍ରତିବାଦ ଭିତରେ, ଭାଗ୍ୟର ବିଡ଼ମ୍ବନା, ଏଠାରେ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଗୃହୀତ ହୋଇ ପାରି ନଥିଲା । ଏହା ଥିଲା ବାସ୍ତବରେ ଅନୁଷ୍ଠାନର ସ୍ଥାଣୁତ୍ବର ଏକ ସ୍ପଷ୍ଟ ସଂକେତ । ଏବଂ ସେହିଠାରୁ ହିଁ ପୁଣି ଅରମ୍ଭ ହୋଇଥିଲା ଏକ ନୂତନ ଉବ୍ଦୀପନାମୟ ଉଦ୍ୟମ । ସେତେବେଳକୁ କେନ୍ଦ୍ରମଞ୍ଚରେ ଉପସ୍ଥିତ ହୋଇ ସାରିଥିବା ପାରଳା ଗଜପତି ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର କେନ୍ଦ୍ରବିନ୍ଦୁରେ ପହଞ୍ଚି ଯାଇଥିଲେ । ତାଙ୍କରି ଦିଗଦର୍ଶନରେ ଶଶୀ ରଥ ପ୍ରମୁଖ ଅଣ କଂଗ୍ରେସୀ ନେତାଗଣ ଚଳ ଚଞ୍ଚଳ ହୋଇ ଉଠିଥିଲେ ଉତ୍କଳୀୟ ଜନଜାଗରଣର ନୂତନ ଦ୍ଵାର ଉନ୍ମୋଚନ ପାଇଁ । ତତ୍ପରଠାରୁ ନୂତନ ପ୍ରଦେଶ ଗଠନ ହେବା ପର୍ଯ୍ୟନ୍ତ ସେ ରହିଥିଲେ କର୍ଣ୍ଣଧାର ହୋଇ । |