"ପୃଷ୍ଠା:Aama Parala Gajapati.pdf/୮୦" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ →‎ପ୍ରମାଣିତ କରିବେ: ବନାନ ଶୁଦ୍ଧି
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ସଂଶୋଧନ
+
ବୈଧ କରାଗଲା
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଯେଉଁଭଳି ସାହସିକ ପଦକ୍ଷେପମାନ ଗ୍ରହଣ କରିଥିଲେ ତାର ପରିଣାମ ସ୍ୱରୂପ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇପାରିଥିଲା ।
ଯେଉଁଭଳି ସାହସିକ ପଦକ୍ଷେପମାନ ଗ୍ରହଣ କରିଥିଲେ ତାର ପରିଣାମ ସ୍ୱରୂପ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇପାରିଥିଲା ।


ଏଠି ସ୍ମରଣ ରଖାଯାଇପାରେ ଯେ ସେତେବେଳେ, ଓଡ଼ିଶା କଂଗ୍ରେସ ପ୍ରତିଷ୍ଠା ହେବା ପରେ ପରେ, ଦୀର୍ଘ କାଳ ଧରି ଲାଗି ରହିଥିବା ଆନ୍ଧ୍ର ଓଡ଼ିଶା ସୀମାବିବାଦର ସହଜ ସମାଧାନପାଇଁ ସ୍ଵୟଂ ଗାନ୍ଧିଜୀଙ୍କ ମଧ୍ୟସ୍ଥତାରେ ପ୍ରବଳ ଉଦ୍ୟମମାନ ହୋଇଥିଲେ ସୁଦ୍ଧା ତୁଙ୍ଗ ତେଲୁଗୁ କଂଗ୍ରେସୀ ନେତାଗଣଙ୍କ ଅସହଯୋଗ ଯୋଗୁଁ ତାହା ସମ୍ଭବପର ହୋଇପାରି ନଥିଲା କିମ୍ବା ସେତେବେଳେ ଯେଉଁସବୁ ଓଡ଼ିଆଭାଷୀ ଅଞ୍ଚଳ ବିଭିନ୍ନ କାରଣରୁ ଓଡ଼ିଶା ବାହାରେ ରହିଯାଇଥିଲେ, ଆମ ନିର୍ବାଚିତ ପ୍ରତିନିଧିମୂଳକ ସରକାର ଗଠିତ ହେବା ପରେ ସୁଦ୍ଧା ଆଉ ଓଡ଼ିଶାରେ ସାମିଲ ହୋଇ ପାରି ନଥିଲା ।
ଏଠି ସ୍ମରଣ ରଖାଯାଇପାରେ ଯେ ସେତେବେଳେ, ଓଡ଼ିଶା କଂଗ୍ରେସ ପ୍ରତିଷ୍ଠା ହେବା ପରେ ପରେ, ଦୀର୍ଘ କାଳ ଧରି ଲାଗି ରହିଥିବା ଆନ୍ଧ୍ର ଓଡ଼ିଶା ସୀମାବିବାଦର ସହଜ ସମାଧାନପାଇଁ ସ୍ଵୟଂ ଗାନ୍ଧିଜୀଙ୍କ ମଧ୍ୟସ୍ଥତାରେ ପ୍ରବଳ ଉଦ୍ୟମମାନ ହୋଇଥିଲେ ସୁଦ୍ଧା ତୁଙ୍ଗ ତେଲୁଗୁ କଂଗ୍ରେସୀ ନେତାଗଣଙ୍କ ଅସହଯୋଗ ଯୋଗୁଁ ତାହା ସମ୍ଭବପର ହୋଇପାରି ନଥିଲା କିମ୍ବା ସେତେବେଳେ ଯେଉଁସବୁ ଓଡ଼ିଆଭାଷୀ ଅଞ୍ଚଳ ବିଭିନ୍ନ କାରଣରୁ ଓଡ଼ିଶା ବାହାରେ ରହିଯାଇଥିଲେ, ଆମ ନିର୍ବାଚିତ ପ୍ରତିନିଧିମୂଳକ ସରକାର ଗଠିତ ହେବା ପରେ ସୁଦ୍ଧା ଆଉ ଓଡ଼ିଶାରେ ସାମିଲ୍ ହୋଇ ପାରି ନଥିଲା ।


ଏଇ ସମ୍ଭାବନାର ବାସ୍ତବତାକୁ ସେତେବେଳେ ସମ୍ଭବତଃ ଯଥାର୍ଥରେ ହୃଦୟଙ୍ଗମ କରିଥିଲେ କଂଗ୍ରେସ ବାହାରେ ଥିବା ଓଡ଼ିଆ ଏକୀକରଣ ଆନ୍ଦୋଳନର ନେତୃବୃନ୍ଦ । ଏହା ହିଁ ପ୍ରମାଣ କରାଇ ଦେଇଥିଲା ସେମାନଙ୍କ ପୁରୋଦୃଷ୍ଟି । ଏବଂ ସେମାନେ ସେତେବେଳେ ସ୍ଥିର କରିଥିଲେ ସବୁପ୍ରକାର ପ୍ରତିକୂଳ ପରିବେଶ ଓ ପରିସ୍ଥିତି ସଙ୍ଗେ ସାଇମନ କମିଶନ ସହିତ ଯୋଗାଯୋଗ କରିବେ ।
ଏଇ ସମ୍ଭାବନାର ବାସ୍ତବତାକୁ ସେତେବେଳେ ସମ୍ଭବତଃ ଯଥାର୍ଥରେ ହୃଦୟଙ୍ଗମ କରିଥିଲେ କଂଗ୍ରେସ ବାହାରେ ଥିବା ଓଡ଼ିଆ ଏକୀକରଣ ଆନ୍ଦୋଳନର ନେତୃବୃନ୍ଦ । ଏହା ହିଁ ପ୍ରମାଣ କରାଇ ଦେଇଥିଲା ସେମାନଙ୍କ ପୁରୋଦୃଷ୍ଟି । ଏବଂ ସେମାନେ ସେତେବେଳେ ସ୍ଥିର କରିଥିଲେ ସବୁପ୍ରକାର ପ୍ରତିକୂଳ ପରିବେଶ ଓ ପରିସ୍ଥିତି ସତ୍ତ୍ୱେ ସାଇମନ୍ କମିଶନ୍ ସହିତ ଯୋଗାଯୋଗ କରିବେ ।


ଗଜପତି କୃଷ୍ଣଚନ୍ଦ୍ରଙ୍କ ସହିତ ସେମାନେ ସ୍ପଷ୍ଟ ରୂପେ ଜାଣିଥିଲେ ଯେ ସେଭଳି ପଦକ୍ଷେପ ପାଇଁ ସାରା ଦେଶରେ କଠୋର ନିନ୍ଦିତ ହେବେ । କମିଶନଙ୍କ ଆହ୍ଵାନ ସ୍ୱୀକାର କରି ସାକ୍ଷ୍ୟ ପ୍ରଦାନ କାର୍ଯ୍ୟ ସହଜରେ ଅନ୍ୟମାନଙ୍କପାଇଁ ଗ୍ରହଣଯୋଗ୍ୟ ହେବନାହିଁ । ତଥାପି ମହାରାଜାଙ୍କ ନେତୃତ୍ବରେ ସେମାନେ ବିରୋଧୀ ମତବାଦୀମାନଙ୍କର ସମସ୍ତ ତୁଚ୍ଛ ତାତ୍ସଲ୍ୟର ବିଷକୁ ନୀଳକଣ୍ଠ ହୋଇ ପାନ କରିବା ସଂଗେ ସଂଗେ ଦୃଢ଼ ପରିକର ଥିଲେ ସମଭାବାପନ୍ନ ବ୍ୟକ୍ତି ତଥା ଅନୁଷ୍ଠାନଗୁଡ଼ିକୁ ସେଥିନିମନ୍ତେ ଅଧିକ ଉତ୍ସାହିତ କରିବେ ।
ଗଜପତି କୃଷ୍ଣଚନ୍ଦ୍ରଙ୍କ ସହିତ ସେମାନେ ସ୍ପଷ୍ଟ ରୂପେ ଜାଣିଥିଲେ ଯେ ସେଭଳି ପଦକ୍ଷେପ ପାଇଁ ସାରା ଦେଶରେ କଠୋର ନିନ୍ଦିତ ହେବେ । କମିଶନ୍‌ଙ୍କ ଆହ୍ଵାନ ସ୍ୱୀକାର କରି ସାକ୍ଷ୍ୟ ପ୍ରଦାନ କାର୍ଯ୍ୟ ସହଜରେ ଅନ୍ୟମାନଙ୍କପାଇଁ ଗ୍ରହଣଯୋଗ୍ୟ ହେବନାହିଁ । ତଥାପି ମହାରାଜାଙ୍କ ନେତୃତ୍ବରେ ସେମାନେ ବିରୋଧୀ ମତବାଦୀମାନଙ୍କର ସମସ୍ତ ତୁଚ୍ଛ ତାତ୍ସଲ୍ୟର ବିଷକୁ ନୀଳକଣ୍ଠ ହୋଇ ପାନ କରିବା ସଂଗେସଂଗେ ଦୃଢ଼ ପରିକର ଥିଲେ ସମଭାବାପନ୍ନ ବ୍ୟକ୍ତି ତଥା ଅନୁଷ୍ଠାନଗୁଡ଼ିକୁ ସେଥିନିମନ୍ତେ ଅଧିକ ଉତ୍ସାହିତ କରିବେ ।


ପ୍ରଥମେ ଅଣ୍ଟାରେ ଗାମୁଛା ଭିଡ଼ିଥିଲେ ଗଜପତି କୃଷ୍ଣଚନ୍ଦ୍ର । ଚଳଚଞ୍ଚଳ କରାଇ ଦେଇଥିଲେ ଉତ୍କଳ ସମ୍ମିଳନୀର ସଭ୍ୟଗଣଙ୍କୁ । ସେ ଓଡ଼ିଶାବାସୀ ତ‌ଥା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଷାଭାଷୀଜନଗଣଙ୍କୁ ଆହ୍ଵାନ ଦେଇଥିଲେ ଯେ- ସରକାରଙ୍କଠାରୁ ଉଚିତ ନ୍ୟାୟ ପାଇବାପାଇଁ ହାତପାହାନ୍ତାରେ ଥିବା ସୁଯୋଗକୁ କଦାପି ହାତଛଡ଼ା କରିବା ଉଚିତ ହେବନାହିଁ । ସେଥିପଇଁ ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ । ବର୍ତ୍ତମାନ ଉଦ୍ୟମ ନକଲେ ସମ୍ଭବତଃ ତାହା ଆଉ ମିଳିବ ନାହିଁ । ଆମ ଆପଣର ସ୍ୱାର୍ଥ ଆମକୁ ହିଁ ରକ୍ଷା କରିବାକୁ ପଡ଼ିବ । ସେଥିପଇଁ ଆମକୁ କେହି କେବେ ବି ସହାୟକ ହେବେ ନାହିଁ । ମହାରାଜାଙ୍କ ସେହି ଉଦ୍ୟମ ବେଶ ଫଳପ୍ରଦ ହୋଇଥିଲା । ଓଡ଼ିଶାବାସୀଙ୍କ ତରଫରୁ ସାଇମନ୍ କମିଶନକୁ ସ୍ୱାଗତ କରାଯାଇଥିଲା ଏବଂ ସ୍ମାରକପତ୍ରମାନ ପ୍ରଦତ୍ତ ହୋଇଥିଲା ।
ପ୍ରଥମେ ଅଣ୍ଟାରେ ଗାମୁଛା ଭିଡ଼ିଥିଲେ ଗଜପତି କୃଷ୍ଣଚନ୍ଦ୍ର । ଚଳଚଞ୍ଚଳ କରାଇ ଦେଇଥିଲେ ଉତ୍କଳ ସମ୍ମିଳନୀର ସଭ୍ୟଗଣଙ୍କୁ । ସେ ଓଡ଼ିଶାବାସୀ ତ‌ଥା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଷାଭାଷୀଜନଗଣଙ୍କୁ ଆହ୍ଵାନ ଦେଇଥିଲେ ଯେ- ସରକାରଙ୍କଠାରୁ ଉଚିତ ନ୍ୟାୟ ପାଇବାପାଇଁ ହାତପାହାନ୍ତାରେ ଥିବା ସୁଯୋଗକୁ କଦାପି ହାତଛଡ଼ା କରିବା ଉଚିତ ହେବନାହିଁ । ସେଥିପଇଁ ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ । ବର୍ତ୍ତମାନ ଉଦ୍ୟମ ନକଲେ ସମ୍ଭବତଃ ତାହା ଆଉ ମିଳିବ ନାହିଁ । ଆମ ଆପଣର ସ୍ୱାର୍ଥ ଆମକୁ ହିଁ ରକ୍ଷା କରିବାକୁ ପଡ଼ିବ । ସେଥିପଇଁ ଆମକୁ କେହି କେବେ ବି ସହାୟକ ହେବେ ନାହିଁ । ମହାରାଜାଙ୍କ ସେହି ଉଦ୍ୟମ ବେଶ ଫଳପ୍ରଦ ହୋଇଥିଲା । ଓଡ଼ିଶାବାସୀଙ୍କ ତରଫରୁ ସାଇମନ୍ କମିଶନ୍‌କୁ ସ୍ୱାଗତ କରାଯାଇଥିଲା ଏବଂ ସ୍ମାରକପତ୍ରମାନ ପ୍ରଦତ୍ତ ହୋଇଥିଲା ।