"ପୃଷ୍ଠା:Aama Parala Gajapati.pdf/୮୯" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ →‎ପ୍ରମାଣିତ କରିବେ: ବନାନ ଶୁଦ୍ଧି
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ସଂଶୋଧନ
+
ବୈଧ କରାଗଲା
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ତେଣୁ ଆପାତତଃ ମହାରାଜାଙ୍କ ମନର କଥାକୁ ହୃଦୟର ଭାଷାଦେଇ ଦୀର୍ଘ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର ଭାଷଣଟି କେବଳ ଅତ୍ୟନ୍ତ ଆକର୍ଷଣୀୟ ତଥା ହୃଦୟଗ୍ରାହୀ ହୋଇ ପାରିନଥିଲା, ହୋଇଥିଲା ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ । ୧୯୩୧ ମସିହା ଜାନୁଆରି ୧୬ ତାରିଖ ଦିନ ତାହା ଗୋଲଟେବୁଲ ବୈଠକରେ ପ୍ରଦତ୍ତ ହୋଇଥିଲା ।
ତେଣୁ ଆପାତତଃ ମହାରାଜାଙ୍କ ମନର କଥାକୁ ହୃଦୟର ଭାଷାଦେଇ ଦୀର୍ଘ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର ଭାଷଣଟି କେବଳ ଅତ୍ୟନ୍ତ ଆକର୍ଷଣୀୟ ତଥା ହୃଦୟଗ୍ରାହୀ ହୋଇ ପାରିନଥିଲା, ହୋଇଥିଲା ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ । ୧୯୩୧ ମସିହା ଜାନୁଆରି ୧୬ ତାରିଖ ଦିନ ତାହା ଗୋଲ୍‌ଟେବୁଲ୍ ବୈଠକରେ ପ୍ରଦତ୍ତ ହୋଇଥିଲା ।


୧୯୩୦ ନଭେମ୍ବର ୧ ୨ ତାରିଖରୁ ଆରମ୍ଭ ହୋଇ ୧୯୩୧ ଜାନୁଆରି ୧୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନଠାରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ଗୋଲଟେବୁଲ ବୈଠକ । ଲର୍ଡ଼ ସଜ୍ଜାର ରୟାଲ୍ ଗ୍ୟାଲେରୀରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଇଂଲଣ୍ଡର ମହାମାନ୍ୟ ସମ୍ରାଟ ଏହାକୁ ଉଦଘାଟନ କରିଥିଲେ । ସେଥିରେ ଆଲୋଚନାର ବିଷୟବସ୍ତୁ ଥିଲା ଭାରତର ଶାସନତାନ୍ତ୍ରିକ ସଂସ୍କାରପାଇଁ ସାଇମନ୍ କମିଶନ ପ୍ରଦାନ କରିଥିବା ବିଭିନ୍ନ ପ୍ରସ୍ତାବର ଏପାଖ ସେପାଖ ଏବଂ ତାହାକୁ କାର୍ଯ୍ୟକାରୀ କରାଇବାପାଇଁ ବିଭିନ୍ନ ପଦକ୍ଷେପ । ସେହି ସୁପାରିସ ଅନୁଯାୟୀ ପ୍ରାଦେଶିକ ସ୍ତରରେ ରାଜ୍ୟପାଳମାନଙ୍କ ହାତରେ ଅଖଣ୍ଡ କ୍ଷମତା କେନ୍ଦ୍ରୀଭୂତ କରାଯାଇଥିଲା । ଯଦିବା ଗଣତାନ୍ତ୍ରିକ ପଦ୍ଧତିରେ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ କ୍ରମେ ସେମାନେ ମନ୍ତ୍ରୀମଣ୍ଡଳର ନିଯୁକ୍ତିଦାତା ଥିଲେ ତଥାପି ରାଜ୍ୟପାଳଙ୍କ ମତରେ ମନ୍ତ୍ରୀଗଣ ବିଧାନସଭାଗୁଡ଼ିକରେ ଆସ୍ଥାଭାଜନ ହୋଇ ପାରିବେ କି ନାହିଁ ତାହାର ବିଚାର କ୍ଷମତା ମଧ୍ୟ ତାଙ୍କରି ହାତରେ ନ୍ୟସ୍ତ ହୋଇଥିଲା । ସେହି ସୁପାରିସ୍‌ରେ ମଧ୍ୟ ଥିଲା ଭାଷାଭିଭିରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ସମେତ ସିନ୍ଧୁ ପ୍ରଦେଶ ଗଠନ ହେବାର ପ୍ରସ୍ତାବ । ତେବେ ସେତେବେଳକୁ ଭାରତର ରାଜନୈତିକ ଆକାଶରେ ଘନକଳାବାଦଲର ଛାଇ । ଅସହଯୋଗ ଆନ୍ଦୋଳନରେ ଜନଜୀବନ ବେଶ୍ ଆଲୋଡ଼ିତ । ସେତେବେଳେ କଂଗ୍ରେସର ଦାବି ଥିଲା ଭାରତର ଆଂଶିକ ସ୍ୱାୟତ୍ତ ଶାସନ ନୁହେଁ- ଦେଶର ପୁର୍ଣ୍ଣ ସ୍ୱାଧୀନତା ଲାଭ । ତେଣୁ ବିଧାନସଭାଗୁଡ଼ିକରୁ ପ୍ରତିନିଧିଗଣ ଇସ୍ତଫା ଦେଇ ଚାଲି ଆସିଥିଲେ । ଆରମ୍ଭ ହୋଇଥିଲା ଲବଣ ସତ୍ୟାଗ୍ରହ । ଏଭଳି ପରିସ୍ଥିତିରେ ଭାରତୀୟ ଜାତୀୟ କଂଗ୍ରେସ ଗୋଲଟେବୁଲ ବୈଠକରେ ସହଯୋଗ କରିବାପାଇଁ ସରକାରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା । ତଥାପି ବିହାର-ଓଡ଼ିଶା ସରକାରଙ୍କଦ୍ଵାରା ସମର୍ଥିତ ପାରଳା ମହାରାଜା ସେହି ବୈଠକରେ ପ୍ରତିନିଧିତ୍ଵ କରିଥିଲେ ଓଡ଼ିଶା ତରଫରୁ । ମନେ ରଖାଯାଇପାରେ ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପାଇଁ ସେହି ପ୍ରାଦେଶିକ ସରକାର ସଂପୂର୍ଣ୍ଣ ସମ୍ମତ ଥିଲେ ଏବଂ ସେହି କାରଣରୁ ଓଡ଼ିଆମାନଙ୍କର ସ୍ୱାର୍ଥରକ୍ଷାପାଇଁ ଯୋଗ୍ୟତମ ବ୍ୟକ୍ତି ରୂପେ ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ମନୋନୀତ କରିଥିଲେ ଅତୀତର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି । ତତକାଳୀନ ଅର୍ଥମନ୍ତ୍ରୀ କନିକା ରାଜା ମଧ୍ୟ ସେ ଦିଗରେ ଗଭର୍ଣ୍ଣରଙ୍କୁ ପ୍ରଭାବିତ କରିଥିଲେ ।
୧୯୩୦ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୯୩୧ ଜାନୁଆରି ୧୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନଠାରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ଗୋଲଟେବୁଲ ବୈଠକ । ଲର୍ଡ଼ ସଭାର ରୟାଲ୍ ଗ୍ୟାଲେରୀରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଇଂଲଣ୍ଡର ମହାମାନ୍ୟ ସମ୍ରାଟ ଏହାକୁ ଉଦ୍‌ଘାଟନ କରିଥିଲେ । ସେଥିରେ ଆଲୋଚନାର ବିଷୟବସ୍ତୁ ଥିଲା ଭାରତର ଶାସନତାନ୍ତ୍ରିକ ସଂସ୍କାରପାଇଁ ସାଇମନ୍ କମିଶନ୍ ପ୍ରଦାନ କରିଥିବା ବିଭିନ୍ନ ପ୍ରସ୍ତାବର ଏପାଖ ସେପାଖ ଏବଂ ତାହାକୁ କାର୍ଯ୍ୟକାରୀ କରାଇବାପାଇଁ ବିଭିନ୍ନ ପଦକ୍ଷେପ ।
ସେହି ସୁପାରିସ ଅନୁଯାୟୀ ପ୍ରାଦେଶିକ ସ୍ତରରେ ରାଜ୍ୟପାଳମାନଙ୍କ ହାତରେ ଅଖଣ୍ଡ କ୍ଷମତା କେନ୍ଦ୍ରୀଭୂତ କରାଯାଇଥିଲା । ଯଦିବା ଗଣତାନ୍ତ୍ରିକ ପଦ୍ଧତିରେ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ କ୍ରମେ ସେମାନେ ମନ୍ତ୍ରୀମଣ୍ଡଳର ନିଯୁକ୍ତିଦାତା ଥିଲେ ତଥାପି ରାଜ୍ୟପାଳଙ୍କ ମତରେ ମନ୍ତ୍ରୀଗଣ ବିଧାନସଭାଗୁଡ଼ିକରେ ଆସ୍ଥାଭାଜନ ହୋଇ ପାରିବେ କି ନାହିଁ ତାହାର ବିଚାର କ୍ଷମତା ମଧ୍ୟ ତାଙ୍କରି ହାତରେ ନ୍ୟସ୍ତ ହୋଇଥିଲା । ସେହି ସୁପାରିସ୍‌ରେ ମଧ୍ୟ ଥିଲା ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ସମେତ ସିନ୍ଧୁ ପ୍ରଦେଶ ଗଠନ ହେବାର ପ୍ରସ୍ତାବ ।
ତେବେ ସେତେବେଳକୁ ଭାରତର ରାଜନୈତିକ ଆକାଶରେ ଘନକଳାବାଦଲର ଛାଇ । ଅସହଯୋଗ ଆନ୍ଦୋଳନରେ ଜନଜୀବନ ବେଶ୍ ଆଲୋଡ଼ିତ । ସେତେବେଳେ କଂଗ୍ରେସର ଦାବି ଥିଲା ଭାରତର ଆଂଶିକ ସ୍ୱାୟତ୍ତ ଶାସନ ନୁହେଁ- ଦେଶର ପୁର୍ଣ୍ଣ ସ୍ୱାଧୀନତା ଲାଭ । ତେଣୁ ବିଧାନସଭାଗୁଡ଼ିକରୁ ପ୍ରତିନିଧିଗଣ ଇସ୍ତଫା ଦେଇ ଚାଲି ଆସିଥିଲେ । ଆରମ୍ଭ ହୋଇଥିଲା ଲବଣ ସତ୍ୟାଗ୍ରହ । ଏଭଳି ପରିସ୍ଥିତିରେ ଭାରତୀୟ ଜାତୀୟ କଂଗ୍ରେସ ଗୋଲଟେବୁଲ ବୈଠକରେ ସହଯୋଗ କରିବାପାଇଁ ସରକାରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା ।
ତଥାପି ବିହାର-ଓଡ଼ିଶା ସରକାରଙ୍କଦ୍ଵାରା ସମର୍ଥିତ ପାରଳା ମହାରାଜା ସେହି ବୈଠକରେ ପ୍ରତିନିଧିତ୍ଵ କରିଥିଲେ ଓଡ଼ିଶା ତରଫରୁ । ମନେ ରଖାଯାଇପାରେ ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପାଇଁ ସେହି ପ୍ରାଦେଶିକ ସରକାର ସଂପୂର୍ଣ୍ଣ ସମ୍ମତ ଥିଲେ ଏବଂ ସେହି କାରଣରୁ ଓଡ଼ିଆମାନଙ୍କର ସ୍ୱାର୍ଥରକ୍ଷାପାଇଁ ଯୋଗ୍ୟତମ ବ୍ୟକ୍ତି ରୂପେ ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ମନୋନୀତ କରିଥିଲେ ଅତୀତର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି । ତତ୍‌କାଳୀନ ଅର୍ଥମନ୍ତ୍ରୀ କନିକା ରାଜା ମଧ୍ୟ ସେ ଦିଗରେ ଗଭର୍ଣ୍ଣରଙ୍କୁ ପ୍ରଭାବିତ କରିଥିଲେ ।