"ପୃଷ୍ଠା:Aama Parala Gajapati.pdf/୯୦" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ →‎ପ୍ରମାଣିତ କରିବେ: ବନାନ ଶୁଦ୍ଧି
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ସଂଶୋଧନ
+
ବୈଧ କରାଗଲା
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
କିନ୍ତୁ ମହାରାଜା ସେତେବେଳେ ଓଡ଼ିଶାର ବାସିନ୍ଦା ନଥିଲେ । ସେ ଥିଲେ ମାନ୍ଦ୍ରାଜ ଶାସନାନ୍ତର୍ଗତ ପାରଳାଖେମଣ୍ଡି (ଗଞ୍ଜାମ ଜିଲ୍ଲା)ର ବାସିନ୍ଦା । ତେବେ ମହାରାଜାଙ୍କ ଅଧୀନରେ ଥିବା ଗୋଟିଏ ଛୋଟିଆ ଜମିଦାରୀ ଅଞ୍ଚଳ ପୁରୀ ଜିଲ୍ଲାର ଡେଲାଙ୍ଗ- ଥିଲା ଓଡ଼ିଶା ଡିଭିଜନ ଅନ୍ତର୍ଗତ । ତେଣୁ ତାହାର ଜମିଦାର ହିସାବରେ ସେ ଓଡ଼ିଶାବାସୀ ରୂପେ ଗୃହୀତ ହୋଇଥିଲେ । ସେ ମଧ୍ୟ ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର କେନ୍ଦ୍ରବିନ୍ଦୁରେ ଥାଇ ସରକାରୀ ସ୍ତରରେ ବିଶେଷ ଭାବେ ଜଣାଶୁଣା ହୋଇସାରିଥିଲେ । ପୁଣି ଜଣେ ସାଧାରଣ ରାଜଭକ୍ତ ଜମିଦାର ହିସାବରେ ମଧ୍ୟ ଇଂରେଜ ସରକାରଙ୍କ ସୁଦୃଷ୍ଟି ଆକର୍ଷଣ କରିପାରିଥିଲେ ସେ । ତାହାଙ୍କୁ ମନୋନୟନ କରାଯିବା ପଶ୍ଚାତରେ ସର୍ବାପେକ୍ଷା ଅଧିକ ଆକର୍ଷଣୀୟ ଯୁକ୍ତି ଥିଲା ତାଙ୍କରି ନେତୃତ୍ଵରେ ରାଜକୀୟ କମିଶନ- ସାଇମନ୍ କମିଶନଙ୍କୁ ସ୍ୱାଗତ ଜଣାଇବା । ସମଗ୍ର ଦେଶରେ ସର୍ବତ୍ର ସେହି କମିଶନ ପ୍ରତ୍ୟାଖ୍ୟାତ ହୋଇଥିବା ବେଳେ କେବଳ ଓଡ଼ିଶା ଓ ଓଡ଼ିଆଙ୍କ ତରଫରୁ ସେଭଳି ସ୍ଵାଗତ କରାଯାଇଥିଲା ଏବଂ ତାହାର ନେତୃତ୍ଵ ନେଇଥିଲେ ଖୋଦ ମହାରାଜା । ସେଭଳି ମନୋନୟନରେ ଓଡ଼ିଶା ଆନ୍ଦୋଳନକାରୀ ନେତୃବୃନ୍ଦ ବିଶେଷ ଉତଫୁଲ୍ଲିତ ହୋଇଥିଲେ । ୧୯୩୦ ଅକ୍ଟୋବର ୧୮ ତାରିଖ ଦିନ ସେଥିପାଇଁ କଟକର ଶ୍ରୀରାମଚନ୍ଦ୍ର ଭବନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ଅନ୍ୟପକ୍ଷରେ ଗୋଲଟେବୁଲ୍ ବୈଠକ ସହ ଅସହଯୋଗ କରୁଥିବା କଂଗ୍ରେସ କର୍ମୀମାନେ ମହାରାଜାଙ୍କୁ କଳାପତାକା ପ୍ରଦର୍ଶନ କରି ‘ପାରଳା ଫେରିଯାଅ” ଧ୍ଵନିମାନ ଦେଇଥିଲେ । ହେଲେ ସେଥିରେ ଅବିଚଳିତ ମହାରାଜା ବୀର ବିକ୍ରମରେ ବାସ୍ତବ ସମସ୍ୟାର ସମସ୍ତ ଦିଗକୁ ଗଭୀର ଅନୁଶୀଳନପୂର୍ବକ ବଳିଷ୍ଠ ତଥ୍ୟଯୁକ୍ତ ସ୍ମାରକପତ୍ରଟିଏ ପ୍ରସ୍ତୁତ କରିଥିଲେ ବୈଠକପାଇଁ ।
କିନ୍ତୁ ମହାରାଜା ସେତେବେଳେ ଓଡ଼ିଶାର ବାସିନ୍ଦା ନଥିଲେ । ସେ ଥିଲେ ମାନ୍ଦ୍ରାଜ ଶାସନାନ୍ତର୍ଗତ ପାରଳାଖେମଣ୍ଡି (ଗଞ୍ଜାମ ଜିଲ୍ଲା)ର ବାସିନ୍ଦା । ତେବେ ମହାରାଜାଙ୍କ ଅଧୀନରେ ଥିବା ଗୋଟିଏ ଛୋଟିଆ ଜମିଦାରୀ ଅଞ୍ଚଳ ପୁରୀ ଜିଲ୍ଲାର ଡେଲାଙ୍ଗ- ଥିଲା ଓଡ଼ିଶା ଡିଭିଜନ୍ ଅନ୍ତର୍ଗତ । ତେଣୁ ତାହାର ଜମିଦାର ହିସାବରେ ସେ ଓଡ଼ିଶାବାସୀ ରୂପେ ଗୃହୀତ ହୋଇଥିଲେ । ସେ ମଧ୍ୟ ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର କେନ୍ଦ୍ରବିନ୍ଦୁରେ ଥାଇ ସରକାରୀ ସ୍ତରରେ ବିଶେଷ ଭାବେ ଜଣାଶୁଣା ହୋଇସାରିଥିଲେ । ପୁଣି ଜଣେ ସାଧାରଣ ରାଜଭକ୍ତ ଜମିଦାର ହିସାବରେ ମଧ୍ୟ ଇଂରେଜ ସରକାରଙ୍କ ସୁଦୃଷ୍ଟି ଆକର୍ଷଣ କରିପାରିଥିଲେ ସେ । ତାହାଙ୍କୁ ମନୋନୟନ କରାଯିବା ପଶ୍ଚାତରେ ସର୍ବାପେକ୍ଷା ଅଧିକ ଆକର୍ଷଣୀୟ ଯୁକ୍ତି ଥିଲା ତାଙ୍କରି ନେତୃତ୍ଵରେ ରାଜକୀୟ କମିଶନ- ସାଇମନ୍ କମିଶନଙ୍କୁ ସ୍ୱାଗତ ଜଣାଇବା । ସମଗ୍ର ଦେଶରେ ସର୍ବତ୍ର ସେହି କମିଶନ ପ୍ରତ୍ୟାଖ୍ୟାତ ହୋଇଥିବା ବେଳେ କେବଳ ଓଡ଼ିଶା ଓ ଓଡ଼ିଆଙ୍କ ତରଫରୁ ସେଭଳି ସ୍ଵାଗତ କରାଯାଇଥିଲା ଏବଂ ତାହାର ନେତୃତ୍ଵ ନେଇଥିଲେ ଖୋଦ୍ ମହାରାଜା ।


ସେଭଳି ମନୋନୟନରେ ଓଡ଼ିଶା ଆନ୍ଦୋଳନକାରୀ ନେତୃବୃନ୍ଦ ବିଶେଷ ଉତଫୁଲ୍ଲିତ ହୋଇଥିଲେ । ୧୯୩୦ ଅକ୍ଟୋବର ୧୮ ତାରିଖ ଦିନ ସେଥିପାଇଁ କଟକର ଶ୍ରୀରାମଚନ୍ଦ୍ର ଭବନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ଅନ୍ୟପକ୍ଷରେ ଗୋଲଟେବୁଲ୍ ବୈଠକ ସହ ଅସହଯୋଗ କରୁଥିବା କଂଗ୍ରେସ କର୍ମୀମାନେ ମହାରାଜାଙ୍କୁ କଳାପତାକା ପ୍ରଦର୍ଶନ କରି ‘ପାରଳା ଫେରିଯାଅ' ଧ୍ଵନିମାନ ଦେଇଥିଲେ ।
ପି.ଏଣ୍ଡ କୋ. କଂପାନୀର ଏକ ଜଳଜାହାଜରେ ମହାରାଜା ଭାରତରୁ ଯାଇ ଲଣ୍ଡନରେ ପହଞ୍ଚିଲା ବେଳକୁ ବୈଠକର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇସାରିଥିଲା । ଓଡ଼ିଆଙ୍କ ସମସ୍ୟା ସେଠାରେ ଉପସ୍ଥାପନପାଇଁ କୌଣସି କାର୍ଯ୍ୟକ୍ରମ ସେଥିରେ ସ୍ଥାନିତ ହୋଇ ନ ଥିଲା । ତେଣୁ ସେ ଅନୁଭବ କରିଥିଲେ ଯେ ଯଦି ଏକକୋଟି ଓଡ଼ିଆଙ୍କ ଦୁର୍ଦ୍ଦଶା ସେଠାରେ ଉପସ୍ଥାପିତ କରିବାପାଇଁ ସୁଯୋଗ ପାଇ ପରିବେ ନାହିଁ ତାହେଲେ ସେହି ବୈଠକରେ ଯୋଗଦାନର କୌଣସି ମୂଲ୍ୟ ରହିବ ନାହିଁ । ସେହି କାରଣରୁ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା ଭାରତ ବିଭାଗ ସଚିବ ଏବଂ ବୈଠକ ସହିତ ସଂପୃକ୍ତ ବିଭିନ୍ନ ଅଧିକାରୀଗଣଙ୍କ ନିକଟରେ ପହଞ୍ଚିଥିଲେ । ସେ ଚେଷ୍ଟା କରିଥିଲେ ଆପଣା ଉଦ୍ଦେଶ୍ୟର ସଫଳ ରୂପାୟନ ପାଇଁ । ସବୁ ପଦାଧିକାରୀଙ୍କ ହୃଦବୋଧ କରାଇ ଦେଇଥିଲେ ଯେ ବ୍ରିଟିଶ୍ ଶାସନରେ ଥାଇ ଅତି ଦୁଃଖରେ କାଳାତିପାତ କରୁଥିବା ଗୋଟିଏ ନିର୍ଦ୍ଦିଷ୍ଟ ଭାଷାଭାଷୀ

ହେଲେ ସେଥିରେ ଅବିଚଳିତ ମହାରାଜା ବୀର ବିକ୍ରମରେ ବାସ୍ତବ ସମସ୍ୟାର ସମସ୍ତ ଦିଗକୁ ଗଭୀର ଅନୁଶୀଳନପୂର୍ବକ ବଳିଷ୍ଠ ତଥ୍ୟଯୁକ୍ତ ସ୍ମାରକପତ୍ରଟିଏ ପ୍ରସ୍ତୁତ କରିଥିଲେ ବୈଠକପାଇଁ ।

ପି.ଏଣ୍ଡ କୋ. କଂପାନୀର ଏକ ଜଳଜାହାଜରେ ମହାରାଜା ଭାରତରୁ ଯାଇ ଲଣ୍ଡନରେ ପହଞ୍ଚିଲା ବେଳକୁ ବୈଠକର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇସାରିଥିଲା । ଓଡ଼ିଆଙ୍କ ସମସ୍ୟା ସେଠାରେ ଉପସ୍ଥାପନପାଇଁ କୌଣସି କାର୍ଯ୍ୟକ୍ରମ ସେଥିରେ ସ୍ଥାନିତ ହୋଇ ନ ଥିଲା । ତେଣୁ ସେ ଅନୁଭବ କରିଥିଲେ ଯେ ଯଦି ଏକକୋଟି ଓଡ଼ିଆଙ୍କ ଦୁର୍ଦ୍ଦଶା ସେଠାରେ ଉପସ୍ଥାପିତ କରିବାପାଇଁ ସୁଯୋଗ ପାଇ ପାରିବେ ନାହିଁ ତାହେଲେ ସେହି ବୈଠକରେ ଯୋଗଦାନର କୌଣସି ମୂଲ୍ୟ ରହିବ ନାହିଁ । ସେହି କାରଣରୁ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା ଭାରତ ବିଭାଗ ସଚିବ ଏବଂ ବୈଠକ ସହିତ ସଂପୃକ୍ତ ବିଭିନ୍ନ ଅଧିକାରୀଗଣଙ୍କ ନିକଟରେ ପହଞ୍ଚିଥିଲେ । ସେ ଚେଷ୍ଟା କରିଥିଲେ ଆପଣା ଉଦ୍ଦେଶ୍ୟର ସଫଳ ରୂପାୟନ ପାଇଁ । ସବୁ ପଦାଧିକାରୀଙ୍କ ହୃଦ୍‌ବୋଧ କରାଇ ଦେଇଥିଲେ ଯେ ବ୍ରିଟିଶ୍ ଶାସନରେ ଥାଇ ଅତି ଦୁଃଖରେ କାଳାତିପାତ କରୁଥିବା ଗୋଟିଏ ନିର୍ଦ୍ଦିଷ୍ଟ ଭାଷାଭାଷୀ