"ପୃଷ୍ଠା:Alankara Bodhodaya.pdf/୯୨" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
No edit summary |
||
ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{gap}}ରାଧାନାଥବାବୁ ଅକଙ୍କାର ବୋଧୋଦୟ ସମ୍ବନ୍ଧରେ ଯେଉଁ ତ୍ରୁଟିର ଉଲ୍ଲେଖ କରିଅଛନ୍ତି, ତାହା ସଂଶୋଧନ କରିବାର ଉଚିତ । ବାମଣ୍ଡାଧିପତି ମହାରାଜ ବାସୁଦେବ ଏହି ଗ୍ରନ୍ଥ ସଙ୍କଳନରେ ବିଶେଷ ଶ୍ରମ ଏବଂ ଅଧ୍ୟୟବସାୟର ପ୍ରମାଣ ଦେଇଅଛନ୍ତି ସତ୍ୟ, ମାତ୍ର କିଛି ଅଧିକ ସମୟ ବ୍ୟୟକରି ଅଧିକତର ଶ୍ରମ ସ୍ୱୀକାର କରିଥିଲେ, ପୁସ୍ତକର ଭାଷା ଆହୁରି ସହଜ ହୋଇଥାନ୍ତା ଏବଂ ଉଦାହରଣଗୁଡ଼ିକ ଆହୁରି ଉପଯୋଗୀ ହୋଇଥାନ୍ତା । କେତେକ ସ୍ଥଳରେ ଉଦାହରଣଗୁଡ଼ିକ ସୁବିଚାର ସହିତ ସଙ୍କଳିତ ହୋଇନାହିଁ ଏବଂ କୌଣସି କୌଣସି ସ୍ଥଳରେ ସଂସ୍କୃତ ଶ୍ଳୋକର ପଦ୍ୟାନୁବାଦ ମୂଳଶ୍ଳୋକର ଉପଯୁକ୍ତ ହୋଇନାହିଁ । ସେ ଯାହାହେଉ ସ୍ଥଳରେ ପୁସ୍ତକଖଣ୍ତିକ ଆଶାତୀତ ବୋଲିବାକୁ ହେବ ।<br> |

{{gap}}ଅଳଙ୍କାର ବୋଧୋଦୟ ଦ୍ବାରା ଓଡ଼ିଆ ସାହିତ୍ୟ-ଶିକ୍ଷାର ବିଶେଷ ସାହାଯ୍ୟ ହେବାର ସମ୍ଭାବନା । ରୁଚିର ସଂସ୍କାର ଓଡ଼ିଶାରେ ନିତାନ୍ତ ଆବଶ୍ୟକ ହୋଇଅଛି । ଏ ଦେଶର ପ୍ରାଚୀନ ସାହିତ୍ୟରେ ଯେ ଉତ୍କୃଷ୍ଣ କିଛି ନାହିଁ, ଏହା ଆମ୍ଭେ କହୁ ନାହୁଁ । ମାତ୍ର ଓଡ଼ିଶାର ପ୍ରାଚୀନ ସାହିତ୍ୟ ବୋଲି ଯାହା ଜନ-ସମାଜରେ ପ୍ରତିଷ୍ଠିତ, ସେଥିର ଅଧିକାଂଶ ଯେ ସୁରୁଚି-ସମ୍ଭତ ନୁହେଁ, ତାହା ବିନା ଅଳଙ୍କାର ଶାସ୍ତ୍ର-ବର୍ଜାରେ ପାଠକମାନେ ସମୀଚୀନ ରୂପେ ଉପଲବ୍ଧି କରିପାରିବେ ନାହିଁ । ବ୍ୟାକରଣ ଏବଂ ଅଳଙ୍କାରଠାରେ ପ୍ରାଚୀନ ଉତ୍କଳ-ସାହିତ୍ୟ ଯେମନ୍ତ ଅପରାଧୀ, ଏମନ୍ତ ଭାରତବର୍ଷର ଅନ୍ୟ ପ୍ରଦେଶରେ ଅଛି କି ନାହିଁ, ସନ୍ଦେହର ସ୍ଥଳ ।<br> |

ମହାରାଜ ବାସୁଦେବଙ୍କର ଗ୍ରନ୍ଥକାର-ସଂସାରରେ ଏହି ପ୍ରଥମ ପ୍ରବେଶ । ଏହି ନବରାଜ୍ୟକୁ |
ମହାରାଜ ବାସୁଦେବଙ୍କର ଗ୍ରନ୍ଥକାର-ସଂସାରରେ ଏହି ପ୍ରଥମ ପ୍ରବେଶ । ଏହି ନବରାଜ୍ୟକୁ ଆମ୍ଭେମାନେ ତାହାଙ୍କୁ ହୃଦୟର ସହିତ ଅଭିନନ୍ଦନ କରୁଅଛୁ । ସଂସାରରେ ଯେତେ ପ୍ରକାର କୀର୍ତ୍ତି ଅଛି, ସେଥିମଧ୍ୟରେ ଲିପିକୀର୍ତ୍ତି ସର୍ବାପେକ୍ଷା ଅଧିକକାଳ ସ୍ଥାୟୀ । ଓଡ଼ିଶାରେ ସହସ୍ର ରାଜା ଆବିର୍ଭୂତ ହୋଇ କାଳଗର୍ଭରେ ତିରୋହିତ ହୋଇଅଛନ୍ତି । ମାତ୍ର ରାଜକବି ଉପେନ୍ଦ୍ରଭଞ୍ଜଙ୍କର ନାମ ଅଦ୍ୟାପି ଦେବୀପ୍ୟମାନ ଅଛି ଏବଂ ଯେତେଦିନ ଓଡ଼ିୟା ଭାଷାର ଅସ୍ତିତ୍ୱ ଥିବ ଉପେନ୍ଦ୍ରଭଞ୍ଜଙ୍କର କୀର୍ତ୍ତି ଲୋପ ହେବନାହିଁ । ମହାରାଜ ବାସୁଦେବ ସ୍ବୟଂ ବିଦ୍ବାନ, ସୁତରାଂ ଲିପିକୀର୍ତ୍ତିର ସାରବତ୍ତା ହୃଦୟଙ୍ଗମ କରିବାକୁ ସମ୍ପୂର୍ଣ୍ଣ ସମର୍ଥ । ଏହି ହେତୁରୁ ଅଧିକାଂଶ ରାଜାଙ୍କ ପରି ସିଂହାସନସୁଲଭ ବିଳାସସୁଖକୁ ଜୀବନର ଲକ୍ଷ୍ୟ ନକରି ଲିପିକୀର୍ତି ସ୍ଥାପନ ବିଷୟରେ ଯତ୍ନଶୀଳ ହୋଇଅଛନ୍ତି ଏବଂ ସେହି ଯତ୍ନର ପ୍ରଥମ ଫଳସ୍ବରୂପ ‘ଅଳଙ୍କାର ବୋଧୋଦୟ' କୁ ସାଧାରଣଙ୍କଠାରେ ଉପହାର ଦେଇ ସାଧାରଣର ବିଚାର ପ୍ରାର୍ଥୀ ହୋଇଅଛନ୍ତି । ଏପରି ଗୌରବାନ୍ମିତ ଦୃଶ୍ୟ ଦେଖି କେଉଁ ସହୃଦୟ ଲୋକର ମନ ଆନନ୍ଦରସରେ ଅଭିଷିକ୍ତ ନ ହେବ ? ଆମେମାନେ ସର୍ବାନ୍ତୀକରଣରେ ସର୍ବସିଦ୍ଧିଦାତାଙ୍କଠାରେ ପ୍ରାର୍ଥନା କରୁ ଅର୍ଜୁ ସେ ବାସୁଦେବଙ୍କର ଏହି ସାଧୁବାସନା ଉପରେ ତାହାଙ୍କର ଆମେଘ ଆଶୀର୍ବାଦ ବର୍ଷଣ କରନ୍ତୁ ଏବଂ ମହାରାଜାଙ୍କର ନିର୍ମଳଯଶ୍ଚନ୍ଦ୍ରର ଜ୍ୟୋତ୍ସାରେ ସମଗ୍ର ଉତ୍କଳଭୂମି ଆଲୋକିତ ହେଉ । |