"ପୃଷ୍ଠା:Kathalahari (RN Das, 1927) opt.pdf/୨୬" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
No edit summary
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଗାଧୋଇ, ୟାକୁ ଭଲକରି ରାନ୍ଧିବାଢ଼ି ରଖ । ଝିଅ ଗଉଡ଼ଟୋକାକୁ ଏପାଖ ସେପାଖ କରି ଦେଖିଲା, ଦେଖିଲା ତା ମୁଣ୍ତରେ ରାଇଜର ବାଳ । ଅସୁରୁଣୀ ଝିଅ କ‌ହିଲା ହଇ ରେ ପୁଅ ତୋ ମୁଣ୍ତରେ ଏତେ ବାଳ କୋଉଠୁ ହେଲା ? ଏ ଟୋକା ମିଛରେ କ‌ହିଲା; ମୋ ମା ମୋ ମୁଣ୍ତକୁ ଢ଼େଙ୍କିରେ କୁଟିଦିଏ ଯେ ବାଳ ବଢ଼ିଯାଏ । ଅସୁରୁଣୀଝିଅ କ‌ହିଲା ତୁ ଟିକିଏ ମୋ ମୁଣ୍ତ ଢ଼େଙ୍କିରେ କୁଟିଦିଅନ୍ତୁ । ଗଉଡ଼ଟୋକା କ‌ହିଲା ମୁଁ କଣ ନାହିଁ କରୁଛି ? ଗଉଡ଼ଟୋକା ଢ଼େଙ୍କୁ ଟେକିଦେଲା, ଅସୁରୁଣୀ ଝିଅ ମୁଣ୍ତକୁ ଦେଖାଇ ଦେଲାଯାଉଁ, ଏ କଣ କଲା ଢ଼େଙ୍କିକି ଛାଡ଼ିଦେଲା ଯେ ତା ମୁଣ୍ତ କୁଟି ହୋଇଗଲା । ଅସୁରୁଣୀଝିଅ ଛଟପଟ ହୋଇ ମରିଗଲା । ସେଇଠୁ,ଗଉଡ଼ଟୋକା ଅସୁରୁଣୀ ଝିଅଠାରେ ଯେତେ ଅଳଙ୍କାର ଥିଲା ତାକୁ ସବୁ ଲଗାଇଲା, ତା ଲୁଗା ପିନ୍ଧିଲା, ତା ବେଶ ଧରି ତାକୁ ଟିକି ୨ କରି ବନାଇଲା, ରାନ୍ଧିବାଢ଼ି ଥୋଇଦେଲା । ବୁଢ଼ୀ ଅସୁରୁଣୀ ଗାଧୋଇ ଆସିଲାକ୍ଷଣି ତାକୁ ବାଢ଼ିଦେଲା । ସେ ଖାଇ ବସିଲା, ଗଉଡ଼ଟୋକାକୁ କ‌ହିଲା ଝିଅ ଲୋ ତୁ ଖାଇ ବସୁନାହୁଁ । ଏ କ‌ହିଲା ନାହିଁ ମା ତୁ ଖାଇସାର ମୁଁ ପଛରେ ଖାଇବି । ବୁଢ଼ୀ ଅସୁରୁଣୀ ଖାଇ ସାରିଲା, କ‌ହିଲା ଝିଅ ଲୋ ମୋ ମୁଣ୍ତରୁ ଦିଟା, ଉକୁଣୀ ଦେଖନ୍ତୁ, ଗଉଡ଼ଟୋକା ମୁଣ୍ତ ଦେଖିଲାବେଳକୁ ୟା ମୁଣ୍ତରେ ଜମା ବାଳ ନାହିଁ ଗୋଟିଏ ବାଳ ହୁଲୁ ୨ ହୋଇ ହଲୁଚି । ଗଉଡ଼ଟୋକା କ‌ହିଲା ହଇଲୋ ମା ତୋ ମୁଣ୍ତରେତ ଜମା ବାଳ ନାହିଁ, ଏ ଗୋଟକ କାହିଁକି ଅଛି? ଅସୁରୁଣୀବୁଢ଼ୀ କ‌ହିଲା ଆଲୋ ଝିଅ
ଗାଧୋଇ, ୟାକୁ ଭଲକରି ରାନ୍ଧିବାଢ଼ି ରଖ । ଝିଅ ଗଉଡ଼ଟୋକାକୁ ଏପାଖ ସେପାଖ କରି ଦେଖିଲା, ଦେଖିଲା ତା ମୁଣ୍ତରେ ରାଇଜର ବାଳ । ଅସୁରୁଣୀ ଝିଅ କ‌ହିଲା ହଇ ରେ ପୁଅ ତୋ ମୁଣ୍ତରେ ଏତେ ବାଳ କୋଉଠୁ ହେଲା ? ଏ ଟୋକା ମିଛରେ କ‌ହିଲା; ମୋ ମା ମୋ ମୁଣ୍ତକୁ ଢ଼େଙ୍କିରେ କୁଟିଦିଏ ଯେ ବାଳ ବଢ଼ିଯାଏ । ଅସୁରୁଣୀଝିଅ କ‌ହିଲା ତୁ ଟିକିଏ ମୋ ମୁଣ୍ତ ଢ଼େଙ୍କିରେ କୁଟିଦିଅନ୍ତୁ । ଗଉଡ଼ଟୋକା କ‌ହିଲା ମୁଁ କଣ ନାହିଁ କରୁଛି ? ଗଉଡ଼ଟୋକା ଢ଼େଙ୍କୁ ଟେକିଦେଲା, ଅସୁରୁଣୀ ଝିଅ ମୁଣ୍ତକୁ ଦେଖାଇ ଦେଲାଯାଉଁ, ଏ କଣ କଲା ଢ଼େଙ୍କିକି ଛାଡ଼ିଦେଲା ଯେ ତା ମୁଣ୍ତ କୁଟି ହୋଇଗଲା । ଅସୁରୁଣୀଝିଅ ଛଟପଟ ହୋଇ ମରିଗଲା । ସେଇଠୁ,ଗଉଡ଼ଟୋକା ଅସୁରୁଣୀ ଝିଅଠାରେ ଯେତେ ଅଳଙ୍କାର ଥିଲା ତାକୁ ସବୁ ଲଗାଇଲା, ତା ଲୁଗା ପିନ୍ଧିଲା, ତା ବେଶ ଧରି ତାକୁ ଟିକି ୨ କରି ବନାଇଲା, ରାନ୍ଧିବାଢ଼ି ଥୋଇଦେଲା । ବୁଢ଼ୀ ଅସୁରୁଣୀ ଗାଧୋଇ ଆସିଲାକ୍ଷଣି ତାକୁ ବାଢ଼ିଦେଲା । ସେ ଖାଇ ବସିଲା, ଗଉଡ଼ଟୋକାକୁ କ‌ହିଲା ଝିଅ ଲୋ ତୁ ଖାଇ ବସୁନାହୁଁ । ଏ କ‌ହିଲା ନାହିଁ ମା ତୁ ଖାଇସାର ମୁଁ ପଛରେ ଖାଇବି । ବୁଢ଼ୀ ଅସୁରୁଣୀ ଖାଇ ସାରିଲା, କ‌ହିଲା ଝିଅ ଲୋ ମୋ ମୁଣ୍ତରୁ ଦିଟା, ଉକୁଣୀ ଦେଖନ୍ତୁ, ଗଉଡ଼ଟୋକା ମୁଣ୍ତ ଦେଖିଲାବେଳକୁ ୟା ମୁଣ୍ତରେ ଜମା ବାଳ ନାହିଁ ଗୋଟିଏ ବାଳ ହୁଲୁ ୨ ହୋଇ ହଲୁଚି । ଗଉଡ଼ଟୋକା କ‌ହିଲା ହଇଲୋ ମା ତୋ ମୁଣ୍ତରେତ ଜମା ବାଳ ନାହିଁ, ଏ ଗୋଟକ କାହିଁକି ଅଛି? ଅସୁରୁଣୀବୁଢ଼ୀ କ‌ହିଲା ଆଲୋ ଝିଅ ସେ ବାଳଟିରେ ମୋର ଜୀବନ ଅଛି, ତାକୁ ଛିଣ୍ତାଇଦେଲେ ମୁଁ ମରିଯିବି । ଗଉଡ଼ଟୋକା ୟା ଯାଉଁ ଶୁଣିଲା, ସେ ବାଳଟିକି ରୁଟକରି ଛିଣ୍ତେଇଦେଲା ଯେ ବୁଢ଼ୀ ଅସୁରୁଣୀ ମରିଗଲା । ଅସୁରୁଣୀକି ଫୋପାଡ଼ି ଦେଇ ଗଉଡ଼ଟୋକା ଘରୁକୁ ଅଇଲା, ବାପମାଙ୍କ ଆଗେ ସବୁ କଥା କ‌ହିଲା । କେତେଦିନ