"ପୃଷ୍ଠା:Kathalahari (RN Das, 1927) opt.pdf/୧୩୦" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
ବୁଦ୍ଧିମତୀ ସାଧବଝିଅର କଥା ୧୨୧
{{rh||ବୁଦ୍ଧିମତୀ ସାଧବଝିଅର କଥା| ୧୨୧}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଗୋଟିଏ ଆଣିଲେ, ସାଧବଝିଅ ସେ ପକ୍ଷୀରେ ପଙ୍ଖା ବୁଣି ଧାଈକି ବିକିବାକୁ ଦେଲା। ଧାଈ ବିକି ଟଙ୍କା ଆଣିଲା । ଏହିପରି ସବୁଦିନେ କରି ୨ ସେ କୁଡ଼ିଆରେ କୁଡ଼ିଆଏ ଟଙ୍କା ହେଲା । ସାଧବଝିଅ କ‌ହିଲା, ଧାଈ ବେଠିଆ ଡ଼ାକିଆଣ, ଏ ଲଟା କାଟିବେ । ଧାଈ ବେଠିଆ ଡ଼ାକି ଆଣିଲା ସେ ସବୁ ଲଟା କାଟିଲେ କୋଠା ତୋଳିଲେ, ପୋଖରୀ ଖୋଳିଲେ, କୂଅ ବସାଇଲେ । ସାଧବଝିଅ ସେଉଠୁ ବଣିଆ ଡ଼କାଇ ଅଳଙ୍କାର ଗଢ଼ାଇଲା; ରୁପାବାସନ ସାରେ କଲା, ସୁନାବାସନ ସାରେ କଲା,ରୂପାଦୀପ, ସୁନାଦୀପ, ରୂପା ପିଲିସଜ, ସୁନା ପିଲିସଜ କଲା । ସବୁ କରିସାରି
ଗୋଟିଏ ଆଣିଲେ, ସାଧବଝିଅ ସେ ପକ୍ଷୀରେ ପଙ୍ଖା ବୁଣି ଧାଈକି ବିକିବାକୁ ଦେଲା। ଧାଈ ବିକି ଟଙ୍କା ଆଣିଲା । ଏହିପରି ସବୁଦିନେ କରି ୨ ସେ କୁଡ଼ିଆରେ କୁଡ଼ିଆଏ ଟଙ୍କା ହେଲା । ସାଧବଝିଅ କ‌ହିଲା, ଧାଈ ବେଠିଆ ଡ଼ାକିଆଣ, ଏ ଲଟା କାଟିବେ । ଧାଈ ବେଠିଆ ଡ଼ାକି ଆଣିଲା ସେ ସବୁ ଲଟା କାଟିଲେ କୋଠା ତୋଳିଲେ, ପୋଖରୀ ଖୋଳିଲେ, କୂଅ ବସାଇଲେ । ସାଧବଝିଅ ସେଉଠୁ ବଣିଆ ଡ଼କାଇ ଅଳଙ୍କାର ଗଢ଼ାଇଲା; ରୁପାବାସନ ସାରେ କଲା, ସୁନାବାସନ ସାରେ କଲା,ରୂପାଦୀପ, ସୁନାଦୀପ, ରୂପା ପିଲିସଜ, ସୁନା ପିଲିସଜ କଲା । ସବୁ କରିସାରି ଧାଈକି କ‌ହିଲା, ଯା କେଳାସାହିରୁ କନ୍ଥା ଆଉ କେଲୁଣୀସଜ ଆଣିବୁ । ଧାଈ କେଲୁଣୀ ସଜ ଆଣିଲା, ସାଧବ ଝିଅ କେଲୁଣୀସଜ ସବୁ ପିନ୍ଧିଲା, ଗୋଟିଏ ଚକିଆ ହାର ବେକରେ ଲଗାଇଲା, ତା ସ୍ୱାମୀଘର ଯୋଉଠି, ଗଲା ସେଇଠିକି ଭିକମାଗିବାକୁ । ସମସ୍ତେ ଭିକ ଦେଲେ, କ‌ହିଲେ କେଡ଼େ ସୁନ୍ଦର କେଲୁଣିଟିଏ ଆସିଚି । ସେ ରଜାପୁଅ ଆଉ ଗୋଟାଏ ବିଭାହୋଇଥାଏ ସେ କ‌ହିଲା ମୁଁ ଟିକିଏ କେଲୁଣୀକି ଦେଖନ୍ତି ? ନଅରଭିତରୁ ଜଳାବାଟେ କେଲୁଣୀକି ଦେଖିଲା । କେଲୁଣୀ ବେକରେ ଯୋଉ ଚକିଆ ହାରଟି ଥିଲା ତାକୁ ଦେଖି ନୂଆରାଣୀଙ୍କର ବଡ଼ ଲୋଭ ହେଲା; ରଜାପୁଅକୁ କ‌ହିଲା ମତେ ସେ ହାରଟିକି ଆଣିଦିଅ । ରଜା କେଲୁଣୀକି ସେ ହାରଟିକି କିଣିବାକୁ ମାଗିଲାରୁ ସେ ନାହିଁକଲା, ନୂଆରାଣୀ ଏକ ଯିଦ୍ ଲଗାଇଲେ ଯୋଉଠୁ, ରଜାପୁଅ କେଲୁଣୀକି କ‌ହିଅ, ମତେ ଏହାର ପନ୍ଦରଦିନ‌ଯାଇଁ ଦେଇଥା, ମୁଁ ତ‌ତେ ଫେରାଇଦେବି, କେଲୁଣୀ ନାହିଁ ୨ କରୁଥିଲା, ରଜାପୁଅ ଯାଉଁ ଭାରୀ ଯିଗର ଲଗାଇଲା ସାଧବଝିଅ କ‌ହିଲା, ହ‌ଉ ଭଲ‌ଲୋକ ଡ଼ାକ, ମୁଁ ଭଲ‌ଲୋକଙ୍କାଆଗରେ ତମକୁ ହାର ଦେବି । ଭଲ‌ଲୋକ ଆସିଲେ, ସାଧବଝିଅ କ‌ହିଲା, ତେମେମାନେ ସାକ୍ଷୀ ଥାଅ, ଏ ହାର ନଉଚନ୍ତି, ପନ୍ଦର ଦିନରେ