"ପୃଷ୍ଠା:Kathalahari (RN Das, 1927) opt.pdf/୭୯" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ସଂଶୋଧନ
+
ବୈଧ କରାଗଲା
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh| ୭୦ | ଉତ୍କଳ କାହାଣୀ ସଂଗ୍ରହ । ||}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
୭୦ ଉତ୍କଳ କାହାଣୀ ସଂଗ୍ରହ ।

ରହିଲେ । ମାଲୁଣୀ ଦିନେ ଫୁଲ ଗୁନ୍ଥୁଥିଲା, ମନ୍ତ୍ରିପୁଅ କହିଲା, ହଇଲୋ ମାଉସୀ ! କାହାପାଇଁ ଫୁଲ ଗୁନ୍ଥୁଚୁ କି ? ମାଲୁଣୀ କହିଲା, ଉଜ୍ଜ୍ୱଳବତୀ ପାଇଁ, ମନ୍ତ୍ରିପୁଅ କହିଲା, ମୁଁ ଖଣ୍ଡିଏ ଗୁନ୍ଥନ୍ତି ? ମାଲୁଣୀ କହିଲା ଅବୁର୍ଜିୟା ହେବ । ମନ୍ତ୍ରିପୁଅ କହିଲା,ଅବୁର୍ଜିୟାହେଲେରଖିଯିବୁ, ସୁନ୍ଦର ହେଲେ ନେଇଯିବୁ। ମନ୍ତ୍ରିପୁଅ ଖଣ୍ଡିଏ ଗୁନ୍ଥିଲା, ମାଲୁଣୀ ଖଣ୍ଡିଏ ଗୁନ୍ଥିଲା, ମାଲୁଣୀ ଫୁଲଠାରୁ ମନ୍ତ୍ରିପୁଅ ଫୁଲଖଣ୍ଡି ସୁନ୍ଦର ହେଲା । ମାଲୁଣୀ କହିଲା ଏଫୁଲଖଣ୍ଡି ଦେଇ କାହାନାଆଁରେ କହିବି ? ମନ୍ତ୍ରିପୁଅ କହିଲା, କହିବୁ ମୋ ଝିଆରୀ ଆସିଚି ସେହି ଗୁନ୍ଥିଚି । ମାଲୁଣୀ ଦିଖଣ୍ଡିଯାକ ଫୁଲ ନେଇକରି ଗଲା, ଉଜ୍ଜ୍ୱଳବତୀ ପଚାରିଲା, ଏ ଫୁଲଖଣ୍ଡ କିଏ ଗୁନ୍ଥିଚି କି ଲୋ ! ମାଲୁଣୀ କହିଲା, ମୋ ଝିଆରୀ ଗୁନ୍ଥିଚି । ଉଜ୍ଜ୍ୱଳବତୀ କହିଲା ତାକୁ ଟିକିଏ କାଲି ଏଠିକି ଆଣିବୁ, ଦେଖିବି । ତହିଁ ଆରଦିନ ମାଲୁଣୀ ମନ୍ତ୍ରିପୁଅକୁ ଖଣ୍ଡେ ଶାଢ଼ୀ ପିନ୍ଧାଇଦେଲା, ଖଡ଼ୁ ଯୋଡାଏ ଲଗାଇଦେଲା,ନେଇକରି ସାଙ୍ଗରେ ଗଲା । ଦ୍ୱାରୀମାନେ ପଚାରିଲେ, ସେ କିଏ ? ମାଲୁଣୀ କହିଲା, ସେ ମୋ ଝିଆରୀ । ତାକୁ ବାଟ ଛାଡ଼ିଦେଲେ, ସେ ଉଜ୍ଜ୍ୱଳବତୀକି ଦେଖିକରି ଆସିଲା । ମନ୍ତ୍ରିପୁଅ ଆସି ଉଜ୍ଜ୍ୱଳବତୀର ଗୋଟିଏ ଚିତ୍ର ଲେଖି ରଜାପୁଅକୁ ଦେଖାଇଲା । ରଜାପୁଅ ଉଜ୍ଜ୍ୱଳବତୀର ଚିତ୍ର ଦେଖି ମାହ ହୋଇପଡ଼ିଲା । ମନ୍ତ୍ରିପୁଅ ତାକୁ ଚେତା କଲା ଯେ ରଜାପୁଅର ଆଉ ଚେତା ହେଲା ନାହିଁ । ମନ୍ତ୍ରିପୁଅ ତାକୁ କିଛି ନକରି ତେଲକୁଆରେ ପକାଇ ରଖିଦେଲା । ସେ ଦେଶରେ ଗଣ୍ଡାଗୟଳ ବଡ଼ ଉତ୍ପାତ କରୁଥାଏ । ରଜାଙ୍କର ଆଜ୍ଞା ହୋଇଥାଏ ଯେ ଗଣ୍ଡାଗୟଳକୁ ମାରିଦେବ ତାକୁ ଉଜ୍ଜ୍ୱଳବତୀ ବିଭା ହେବ । ବହୁତ ରାଜା ମାରିବାକୁ ଆସିଥାନ୍ତି । ସମସ୍ତେ ମାରିବାକୁ ଧାଇଁଚନ୍ତି, ଏ ମନ୍ତ୍ରିପୁଅ ସମସ୍ତଙ୍କ ପଛରେ ଗଲା, ଯାଇ ଗଣ୍ଡାଗୟଳ ବନସ୍ତରେ ପହଞ୍ଚିଲା । ମନ୍ତ୍ରିପୁଅ କଣ କଲା, ମନପବନ ଖଣ୍ଡାକୁ ଧରିଲା,କହିଲା