"ସାବିତ୍ରୀ ଓଷା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary ଟ୍ୟାଗ: 2017 source edit |
ଟିକେ Bot: Automated text replacement (- । + ।) |
||
୧୩ କ ଧାଡ଼ି:
ବନ୍ଦଇ ଦେବ ନାରାୟଣ । ଅନାଦି ପରମ କାରଣ ॥
ଜଗତ ହିତେ ଦେହଧାରୀ । ଧରାରେ ଧର୍ମ ରକ୍ଷାକାରୀ ॥
ସକଳ ବ୍ରତର କାରଣ
କୃଷ୍ଣଙ୍କୁ ଯୁଧିଷ୍ଠିର ଦିନେ
କୁହ ହେ ଜଗତ ଗୋସାଇଁ
କି ବ୍ରତ କଲେ ନାରୀମାନେ
ଶଙ୍ଖା ସିନ୍ଦୂର ବଜ୍ର ହେବ
ସୌଭାଗ୍ୟବତୀ ଧନବତୀ
ବୈଧବ୍ୟ ଦଶା ନଭୋଗିବେ । ମରଣେ ସ୍ୱର୍ଗ ପ୍ରାପ୍ତ ହେବେ ॥
ଧର୍ମରାଜଙ୍କ ବାକ୍ୟ ଶୁଣି । ହସି କହନ୍ତି ଚକ୍ରପାଣି ॥
ସଧବା ନାରୀମାନଙ୍କର । ସକଳ ବ୍ରତ ମଧ୍ୟେ ସାର ॥
ସାବିତ୍ରୀ ବ୍ରତ ଅଟେ ସେହି । ସେ କଥା ଶୁଣ ମନ ଦେଇ ॥
ଜ୍ୟେଷ୍ଠମାସର କୃଷ୍ଣପକ୍ଷ
ସାବିତ୍ରୀ ଉଆଁସଟି ସେହି
ବ୍ରତର ଫଳ ସ୍ୱରୂପରେ
ତାହାର ନାହିଁ ପଟ୍ଟାନ୍ତର
ମଦ୍ର ଦେଶର ନରପତି
କୌଶଲ୍ୟା ରାଣୀଙ୍କର ନାମ
ପ୍ରଜାବତ୍ସଳ ଅଶ୍ୱପତି
ରାଜାରାଣୀଙ୍କ ବଡ଼ ଚିନ୍ତା
କୋଳରେ ନଥିଲେ ସନ୍ତାନ
ରାଜାରାଣୀ ଯେ ଦୁଃଖେ ଥିଲେ । ଏଥକୁ ଉପାୟ ଚିନ୍ତିଲେ ॥
ସାଧୁ ପଣ୍ଡିତ ମତ ନେଲେ
ଅଠର ବର୍ଷ ଅବିରତ
ପୂର୍ଣ୍ଣାହୁତିର ପୂର୍ବ ନିଶି
ସୁନ୍ଦର ଝିଅଟିଏ କେହି
ରାଣୀଙ୍କ କୋଳରେ ଖେଳୁଥିଲା । ସପନ ଶେଷେ ଚାଲିଗଲା ॥
ପ୍ରଭାତେ ରାଜାପାଶେ ରାଣୀ
ଉଭୟେ ଚିନ୍ତାମଗ୍ନ ଥାଇ
ଅନ୍ତିମ ଆହୁତି କାଳରେ
ଅପୂର୍ବ ଜ୍ୟୋତିର୍ମୟୀ ଦେବୀ
କହିଲେ ଶୁଣ ରାଜାରାଣୀ
ମୋ ନାମ ଅଟେ ଯେ ସାବିତ୍ରୀ
ନିର୍ଦ୍ଦେଶ ଦେଲେ ମୋତେ ସ୍ରଷ୍ଟା
ନିଜେ ମୁଁ ଅତ୍ୟନ୍ତ ପ୍ରସନ୍ନ
ଲଭିବ ତୁମେ କନ୍ୟାରତ୍ନ
ଶତପୁତ୍ରର ସୁଖଶିରୀ
ଚକିତେ ସର୍ବେ ଚାହିଁଥିଲେ
ଯଜ୍ଞରେ ପୂର୍ଣ୍ଣାହୁତି ସାରି
ସପନେ ଦେଖିଥିଲେ ରାଣୀ
ଘଟିଲା ଯଜ୍ଞଶାଳେ ଯାହା
ଯାଇଛି ଅଳ୍ପଦିନ ବିତି
ରାଜାଙ୍କୁ ଚାହିଁ ଦେଲେ ହସି
ଆସିଲା ମନେ ଆଶାକଳି
ଉଚିତ ସମୟ ଅନ୍ତରେ
ସ୍ୱର୍ଗ ସୁନ୍ଦରୀ କନ୍ୟାରତ୍ନ
ସାବିତ୍ରୀ ଯଜ୍ଞ ପୁଣ୍ୟ ଫଳେ
ପିତାମାତା ଯେ ପାତ୍ରମନ୍ତ୍ରୀ
ଶୁକ୍ଲପକ୍ଷର ଶଶୀ ପରି
ଛୁଇଁଲା ଯେବେ ଯଉବନ
ନଖୋଜି କନ୍ୟା ପାଇଁ ବର
ଆସିଲେ ଯେତେ ଯୁବରାଜ
ସାବିତ୍ରୀଙ୍କର ତେଜ ଜ୍ୟୋତି
ନିଜକୁ ଅଯୋଗ୍ୟ ବିଚାରି
ସ୍ୱୟମ୍ୱର ଯେ ଭାଙ୍ଗିଗଲା
ଉପାୟ ନପାରିଲେ ଜାଣି
ବିନେ ମାଣ୍ଡବ୍ୟ ଋଷିବର
କୁଶଳ ବାର୍ତ୍ତା ପଚାରିଲେ
ଉପାୟ ଏକ ଭାବିଚିନ୍ତି
ନିଜର ସ୍ୱାମୀ ନିଜେ ବାଛି
ଦିଅ ବିହିତ ଅନୁମତି
ରାଜା ଯେ ଅନୁମତି ଦେଲେ
ସଖୀମାନଙ୍କୁ ସଙ୍ଗେ ଧରି
ଭୂମି ନଗର ଗିରିଜନ
ସେ ତପୋବନ ଆଶ୍ରମରେ
ଥିଲେ ଯୁବକ ଜଣେ କେହି
ତପୋବନେ ସେ ତପୋଧନ
ଦେଖି ସେ ଯୁବକମଣିକୁ
ଦେଲା ସେ ମନପ୍ରାଣ ବିକି
ସର୍ବ ଶୁଭରେ ବାହୁଡ଼ିଲେ
ଏ କାଳେ କରି ବୀଣାବାଦ୍ୟ
ତାହାଙ୍କ ପାଦେ ଢାଳି ମତି
ସାବିତ୍ରୀ କଲେ ପ୍ରଣିପାତ
କହିଲେ ଶୁଣ ଅଶ୍ୱପତି
ଏହି ଯେ ବିଧିର ବିଧାନ
ତୁରନ୍ତ ଦାନ ମହାପୁଣ୍ୟ
କହିିଲେ ରାଜ ଯୋଡ଼ି ହାତ
ସାବିତ୍ରୀ ଇଚ୍ଛା ଜାଣିବାକୁ
ସାବିତ୍ରୀ ହୋଇ ମଥାନତ
ନିମିଷ ମାତ୍ର ହୋଇ ସ୍ଥିର
କହିଲେ ପତି ନାହୁଁ ବରି
ଏବେ ବି ଅଛି ପ୍ରତିକାର
ନୋହିଲେ ବରଷ ଅନ୍ତରେ
ସକଳ ଶିରୀ ହରାଇବୁ
ଶୁଣି ଚକିତ ଅଶ୍ୱପତି
ଫିଟାଇ କୁହ ହେ ମହର୍ଷି
କିଏ ଯେ ଅଟେ ସେ ଯୁବକ
ନାରଦ କହିଲେ ବୁଝାଇ
ଶାଲ୍ୱ ଦେଶର ରାଜା ସେହି । ଦ୍ୟୁମତସେନ ନାମ କହି ॥
ରାଣୀଙ୍କ ନାମ ମାଳବିକା
ସେ ରାଜା ଚକ୍ଷୁ ହରାଇଲେ
ପୁତ୍ରର ନାମ ସତ୍ୟବାନ
ସର୍ବ ଲକ୍ଷଣେ ସୁପୁରୁଷ
ଆଜିଠୁ ମାତ୍ର ଏକ ବର୍ଷ
ଆୟୁଷ ଯେବେ ଯିବ ପୂରି
ଶୁଣ ହେ ରାଜା ଅଶ୍ୱପତି
ରାଜାଙ୍କ ମଥା ଗଲା ଘୂରି
ଜାଣୁ ଜାଣୁ ମୁଁ ତୋ ସିନ୍ଦୂର
ଏଥିକୁ କର ପ୍ରତିକାର
ନାରଦ ମୁନିଙ୍କୁ ସାବିତ୍ରୀ
ମନରେ ଯାହାଙ୍କୁ ବରିଛି
ମାତ୍ରକ ଅଛି ଲୋକାଚାର
ଅନ୍ୟ ପୁରୁଷେ ମନ ଦେଲେ
ବିଧବା ପଛେ ହେବି ମୁହିଁ
ସାବତ୍ରୀ ବାକ୍ୟ ଶୁଣି ଯତି
କହିଲେ, ହୁଅ ମହାସତୀ
ଶୁଣ ହେରାଜା ଅଶ୍ୱପତି
ସାବିତ୍ରୀ ସଙ୍ଗେ ସତ୍ୟବାନ
ସର୍ବ କୁଶଳେ ଥାଅ ରହି
ଶୁଭ ଲଗ୍ନରେ ଆନନ୍ଦରେ
ସାବିତ୍ରୀଙ୍କର ହସ୍ତଗଣ୍ଠି
ବିତାଇ ତହିଁ କେତେ ଦିନ
ଗୁରୁଜନଙ୍କୁ ପ୍ରଣମିଲେ
ଶାଶୁ ଶ୍ୱଶୁର ସେବା କରି
ଆନନ୍ଦେ ଦିନ ବିତାଇଲେ
ଏମିତି କିଛିଦିନ ଗଲା
ନାରଦ ଯାହା କହିଥିଲେ
ରହିଲା ଆଉ ଚାରି ଦିନ
ସତୀ ନାରୀର ପ୍ରଭୁ ସାହା
ସୂର୍ଯ୍ୟ ଚନ୍ଦ୍ରମା ନବଗ୍ରହ
ସେ ପ୍ରଭୁ ଜୀବର ରକ୍ଷକ
ଚିତ୍ତେ ସାବିତ୍ରୀ କରି ଧ୍ୟାନ
ବଣରୁ ଫଳମୂଳ ଆଣି
ଦେଲେ ସେ ବ୍ରାହ୍ମଣ ଭୋଜନ । ଦାନ ଦକ୍ଷିଣା ବିଧିମାନ ॥
ସପରିବାର ଭୁଞ୍ଜାଇଲେ
ତୁଣ୍ଡେ ଉଚ୍ଚାରି ପ୍ରଭୁ ନାମ
ହୋଇଲା ଜ୍ୟେଷ୍ଠ ଅମାବାସ୍ୟା । ସାବିତ୍ରୀ ମୁଖେ ନାହିଁ ଭାଷା ॥
କୁଠାର ହସ୍ତେ ସତ୍ୟବାନ
ସଂଗ୍ରହ କଲେ କାଠଭାର
କହିଲେ ସାବିତ୍ରୀ ବୁଝାଇ
ଆଦେଶ କର ଏ ଦାସୀରେ
ହସି କହିଲେ ସତ୍ୟବାନ
ଉପାସେ ତୁମେ ଅଛ ରହି
କହିଲେ ସାବିତ୍ରୀ ବୁଝାଇ
ଶରୀର ମଧ୍ୟେ ଶକ୍ତି ଥାଏ
ନୀରବ ହେଲେ ସତ୍ୟବାନ
ଶାଶୁ ଶ୍ୱଶୁର ଆଜ୍ଞା ନେଇ
ଘୋର ବନରେ ସତ୍ୟବାନ
କାଠ ହାଣିବା ସରି ନାହିଁ
କହିଲେ ଶୁଣ ପ୍ରାଣ ସହି
ଦିଶୁଛି ସବୁ ଅନ୍ଧକାର
ଶୁଣି ସାବିତ୍ରୀ ହେଲେ ବ୍ୟସ୍ତ । ଭୂମିରେ ପାରିଲେ ପଣତ ॥
ସ୍ୱାମୀଙ୍କ ମଥା କୋଳେ ରଖି । ବସି ନିମିଷେ ଗଲେ ଶଙ୍କି ॥
ସହଜେ ଘୋରବନ ସେହି
ହେବ କି ମୁନି ବାକ୍ୟ ସତ୍ୟ
ଏକାଳେ ପୁଣି ସତ୍ୟବାନ
ଡାକିଲେ ନଦେଲେ ଉତ୍ତର
ସାବିତ୍ରୀ କରିଲେ ରୋଦନ
ସ୍ୱାମୀଙ୍କ ଗୁଣ ନ ବାହୁନି
ଏକାଳେ ଦେବ ମୂର୍ତ୍ତିଟିଏ
ଚକିତେ ସାବିତ୍ରୀ ଚାହିଁଲେ
କହିଲେ ଜ୍ୟୋତିର୍ମୟ ମୂର୍ତ୍ତି
ଯମ ମୁଁ ମୃତ୍ୟୁର ଦେବତା
ଯାହାର ଆୟୁ ଶେଷ ହୁଏ
ପଠାଇ ମୋର ଦୂତଗଣ
ଯେହେତୁ ତୁମେ ମହାସତୀ
ତୁମକୁ ଡରି ଦୂତ ମୋର
ସତ୍ୟବାନର ପ୍ରାଣ ପାଇଁ
ଆୟୁଷ ତାର ହେଲା ଶେଷ
ସାବିତ୍ରୀ କରିଲେ ମିନତି
ସ୍ୱାମୀଙ୍କ ପ୍ରାଣ ଗଲେ ନେଇ । ବଞ୍ଚିବି କାହା ମୁଖ ଚାହିଁ ॥
ଯମ କହିଲେ ଶୁଣ ସତୀ
ସହଜେ ମୃତ୍ୟୁଦେବ ମୁହିଁ
ସତ୍ୟବାନଙ୍କ ପ୍ରାଣ ନେଇ
ଫେରି ଚାହିଁଲେ ଖଣ୍ଡେ ଦୂରେ । ସାବିତ୍ରୀ ଆସନ୍ତି ପଛରେ ॥
ଯମ କହିଲେ ହେଲ ବାଇ
ସାବିତ୍ରୀ କହିଲେ ଗୋସାଇଁ
ସତୀନାରୀ ମୁଁ ପତିବ୍ରତା
ତୁମେ ତ ନିଜେ ଧର୍ମରାଜ
ଯମ କହିଲେ ଶୁଣ ସତୀ
ସତ୍ୟବାନର ପ୍ରାଣ ବିନା
ସାବିତ୍ରୀ ମାଗିନେଲେ ବର
ଲଭନ୍ତୁ ଦୃଷ୍ଟି ଶକ୍ତି ସେହି
'ତଥାସ୍ତୁ' କହି ଯମ ଧୀରେ
ଦେଖିଲେ କିଛି ବାଟ ଯାଇ
କହିଲେ ଯମ ଦେଲି ବର
ସାବିତ୍ରୀ କହିଲେ ଗୋସାଇଁ
ଦେଖିଲି ତୁମକୁ ନୟନେ
ତୁମକୁ ଛାଡ଼ି ଯିବାପାଇଁ
ସେପାଇଁ ଚାଲିଛି ମୁଁ ପଛେ
ଶୁଣି ଆନନ୍ଦେ ଯମଦେବ
ସତ୍ୟବାନର ପ୍ରାଣ ବିନା
ସାବିତ୍ରୀ କହିଲେ ହେ ଦେବ । ଶ୍ୱଶୁରଙ୍କ ହେଉ ରାଜ୍ୟଲାଭ ॥
'ତଥାସ୍ତୁ' କହି ଯମ ଗଲେ
ପଛକୁ ପୁଣି ଚାହିଁ ଯମ । କହିଲେ ଏ ବଡ଼ ବିଷମ ॥
ଦେଲି ତୁମକୁ ବେନି ବର
ବିନୟେ କହିଲେ ସାବିତ୍ରୀ
ନ୍ୟାୟ ତ ଦେଲନାହିଁ ମୋତେ । ତୁମକୁ ଛାଡ଼ିବି କେମନ୍ତେ ॥
ଶ୍ୱଶୁର ସିନା ହେବେ ସୁଖୀ
ଦୁହିତା ଦୁଇ କୁଳେ ହିତା
ତାଙ୍କ ଔରସୁ ଶତପୁତ୍ର
ମାଗୁଛି ଏହି ବର ମୁହିଁ
ପିତା ଶ୍ୱଶୁର ଦୁହେଁ ଏକା
'ତଥାସ୍ତୁ' କହି ଯମ ଗଲେ
ପୁଣି ଚାଲିଲେ ପଛେ ପଛେ । ଛାୟା ଯେମିତି କାୟା ସାଥେ ॥
ପଛକୁ ଚାହିଁ ଯମ ରାଜା
ସତୀତ୍ୱ ବଳେ ଏତେ ପଥ
ଏପାରି ଶେଷ ସୀମା ଏହି
ସେପାରି ସୀମା ଛୁଇଁବାକୁ
ଏଠାରୁ ହେବି ଅନ୍ତର୍ଦ୍ଧାନ
ପାଇବ ନାହିଁ ଆଉ ମୋତେ । ଫେରିଯା' ସତୀ ନିଜ ପଥେ ॥
ସାବିତ୍ରୀ କହିଲେ ଠାକୁରେ
ବୁଝେନା ଏପାରି ସେପାରି
ସୂର୍ଯ୍ୟଙ୍କ ପୁତ୍ର ତୁମେ ନିଜେ
ନହେଲେ ହୋଇବ ପ୍ରଘଟ
ଗୋଟିକୁ ଗୋଟି ବର ଦେଇ । ମାୟାରେ ଆଣିଲ କଢ଼ାଇ ॥
ଅବଳା ପ୍ରତି ଅବିଚାର
ଶୁଣି ବିଚାର କଲେ ଯମ
କହିଲେ ଶୁଣ ନାରୀବର
ସତ୍ୟବାନର ପ୍ରାଣ ବିନା
ଆଉ ମୁଁ କିଛି ନଶୁଣିବି
ଯମ ଯେ ହେଲେ ତରବର । ସାବିତ୍ରୀ ମାଗି ଦେଲେ ବର ॥
ସ୍ୱାମୀଙ୍କ ଔରସରୁ ମୋର
'ତଥାସ୍ତୁ' ବୋଲି ଯମ କହି
ପଛରେ ଧାଇଁଲେ ସାବିତ୍ରୀ
କ୍ରୋଧରେ କହିଲେ ବଚନ । ସରିଛି ମୋର ବରଦାନ ॥
ବୃଥାରେ ଆସ କାହିଁପାଇଁ
କହୁଛି ଶେଷକଥା ମୋର
ମୋ କଥା କରିଲେ ଅମାନ୍ୟ । ଭୋଗିବ ତାର ପରିଣାମ ॥
ବିନୟେ ସାବିତ୍ରୀ କହିଲେ
ତୁମେ ଯେ ସଂଯମୀ ପୁରୁଷ
ନିଜ ବଚନ ନିଜେ ଭୁଲି
ସତ୍ୟ ହାରିବ ତୁମେ ଯେବେ । କି ଯଶ ଅରଯିବ ତେବେ ॥
ସ୍ୱାମୀଙ୍କ ଔରସରୁ ମୋର
ଏ ବର ତୁମେ ତ ଦେଇଛ
ମୁଁ ଯେ ଅଟଇ ସତୀନାରୀ
ବରିବି କିବା ଆନ ପତି
ଯମ ଯେ ହୋଇଲେ ଚକିତ । କେମିତି ହାରିବେ ସେ ସତ୍ୟ ॥
ସେହି ସତ୍ୟର ରକ୍ଷାପାଇଁ
କହିଲେ ସାବିତ୍ରୀଙ୍କୁ ଚାହିଁ
ତୁମର ସତୀତ୍ୱ ବଳରେ
ବିଷ୍ଣୁ ଯେମିତି ମାୟା ବଳେ
ସେମିତି ସତୀତ୍ୱ ମାୟାରେ
ପରୋକ୍ଷେ ସତ୍ୟବାନ ପ୍ରାଣ
ମୁଁ ଯେ ନିଷ୍ଠୁର କାଳ ଯମ
ତୁମର ସତୀତ୍ୱକୁ ଧନ୍ୟ
ଖୋଲିଲି ଚର୍ମଫାଶ ମୋର
ନିଦ୍ରାରୁ ଯେମିତି ଉଠନ୍ତି
ସତ୍ୟବାନଙ୍କ ମରଦେହେ
ସେ ସ୍ଥାନେ ଯାଅ ବେଗେ ଚଳି । ସ୍ୱାମୀଙ୍କୁ ନିଅ କୋଳେ ତୋଳି ॥
ସତୀ ପତ୍ନୀର ପରଶରେ
ଏ ତୁମ ଅମର କାହାଣୀ
ସତୀ ପତିବ୍ରତା ଶକ୍ତି
ଯମ ଯେ ହେଲେ ଅନ୍ତର୍ଦ୍ଧାନ
ଫେରିଲେ ମୃତ ସ୍ୱାମୀ ପାଶେ
ସତେକି କାଉଁରୀ ପରଶେ
ସତେକି ନିଦରୁ ଉଠିଲେ
ସେମିତି ଉଠି ସତ୍ୟବାନ
କହିଲେ ଏତେବେଳେ ମୁହିଁ
ନପାଇ ଆମର ବାରତା
ଅରମା ପଥେ ସୁକୁମାରୀ
ଏ ବନ ମୋର ପରିଚିତ
ସାବିତ୍ରୀ କହିଲେ ହେ ନାଥ
ତୁମେ ମୋ ସୀମନ୍ତର ଜହ୍ନ
ଏ ବନେ ତେଣୁ ନାହିଁ ଭୟ
ତୁମକୁ ପାଇଛି ମୁଁ ଫେରି
ସେ ବନପଥରେ ଦମ୍ପତ୍ତି
ପ୍ରବେଶ ହେଲେ ଆଶ୍ରମରେ
ରାଜ୍ୟ ପ୍ରାପ୍ତିକୁ ଚକ୍ଷୁ ପ୍ରାପ୍ତି
ପୁଅବୋହୂଙ୍କୁ ଦେଖିପାରି
ଆଶ୍ରମବାସୀ ଗଲେ ଘେରି
ସାବିତ୍ରୀ କହିଲେ ବୁଝାଇ
କହିଲେ ସକଳ ବୃତ୍ତାନ୍ତ
ଧନ୍ୟ ସାବିତ୍ରୀ ଧନ୍ୟ ବୋଲି
ତହୁଁ ରାଜ୍ୟକୁ ଫେରିଗଲେ
ଯୁବରାଜ ଯେ ସତ୍ୟବାନ
ରାଜ୍ୟବାସୀଏ ହେଲେ ଗୁଣୀ । ସାବିତ୍ରୀ ସତୀଙ୍କ କାହାଣୀ ॥
ଏମନ୍ତେ ଦିନ ମାସ ଗଲା
ସୁମରି ଲକ୍ଷ୍ମୀ ନାରାୟଣ
ପ୍ରଭାତୁ ସ୍ନାହାନ ସାରିଲେ
ନଡ଼ିଆ କଦଳୀ ଖଜୁରୀ
ବିଭିନ୍ନ ପ୍ରକାର ଫଳରେ
ଦୂବରେ ବରକୋଳି ପତ୍ର
ହଳଦୀ ରଙ୍ଗ ନବସୂତା
ରଚିଲେ ଗଣ୍ଠି ସାତଗୋଟି
ଦକ୍ଷିଣ ବାହୁରେ ବାନ୍ଧିଲେ
ଶଙ୍ଖା ସିନ୍ଦୂର ନୂଆଶାଢ଼ୀ
ଦେଲେ ଯେ ତାହା ମନ୍ତୁରାଇ । ସାବିତ୍ରୀ ଅଙ୍ଗେ ଶୋଭାପାଇ ॥
ସ୍ୱାମୀ ସମେତ ଗୁରୁଜନେ
ସଭିଙ୍କୁ ପ୍ରସାଦ ବାଣ୍ଟିଲେ
ଏ ବ୍ରତ ଆଚରି ସେ ସତୀ
ଲଭିଲେ ଅଷ୍ଟ ଅଇଶ୍ୱର୍ଯ୍ୟ
ବାହୁଡ଼ି ଶଙ୍ଖା ସିନ୍ଦୂରରେ
ସଧବା ନାରୀ କେହି କେବେ
ସାବିତ୍ରୀ ପରି ଭାଗ୍ୟବତୀ
କୃଷ୍ଣଙ୍କ ମୁଖୁ ଏହା ଶୁଣି
ଭକ୍ତିରେ କଲେ ପ୍ରଣିପାତ
ସାବିତ୍ରୀ ଓଷା କଥା ଏହି
ସୁମରି ଲକ୍ଷ୍ମୀ ନାରାୟଣ
ସାବିତ୍ରୀ ଓଷା କଥା ଶେଷ
ଚିତ୍ତ ନିବେଶି ବିଷ୍ଣୁ ପାଦେ
::::ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
|