"ଓଡ଼ିଆ ଭାଗବତ/୧୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୪ କ ଧାଡ଼ି:
ବ୍ରହ୍ମଜ୍ଞାନୀଙ୍କ ଗର୍ବ ଚୂରି । ତେଣୁ ବୋଲାଉ ବ୍ରହ୍ମଚାରୀ ।।୦୩

ଅଷ୍ଟାଙ୍ଗ ଯୋଗ ସାଧିବାରେ । ନିଶ୍ଚଳ ଆତ୍ମା ଲୟଦ୍ୱାରେ ।।୦୪

ପଚିଶ ପ୍ରକୃତିକୁ ସାଧି । ପଞ୍ଚମନକୁ ହୃଦେ ରୁନ୍ଧି ।।୦୫

ପଞ୍ଚାଶ ପବନ ରୁନ୍ଧନେ । ଇନ୍ଦ୍ରିୟ ରୋଧ ସମାପନେ ।।୦୬

ଷଡ଼ ଅରିକୁ ଜୟ କରି । ନିଶ୍ଚଳେ ଅନାହତେ ଭରି ।।୦୭

ନିଶ୍ଚିତ ଯୋଗରେ ଅଚଳ । ନୟନ ଥାଇଁ ଅଚଞ୍ଚଳ ।।୦୮

ନାସିକା ଥାଉ ନାହିଁ ବାସ । ଶ୍ରବଣ ନାହିଁ ଶ୍ରୋତ୍ର ବିଷ ।।୦୯

ବକତା ନାହିଁ ଅଧରରେ । ଜପ ବିହିଲା ସେ ପ୍ରକାରେ ।।୧୦

କଟିରେ ହଜିଲା ଚରଣ । ଇନ୍ଦ୍ର ଜପିଲା ଉଦରେଣ ।।୧୧

ଗୁହ୍ୟ ହଜିଲା ପାତାଳରେ । ନଖ ଲୋମ ଯେ ହୃଦୟରେ ।।୧୨

ଜ୍ଞାନ ଅନଳେ ସର୍ବ ଦହି । ଷୁଧା ପିପାସା ଜଠେ ଦେଇ ।।୧୩

ଏଣୁ ସେ ବ୍ରହ୍ମ ଅବତାର । ଅଣଚାଶ ବାୟୁ ସାଧ୍ୟର ।।୧୪

ତୁମ୍ଭରେ ହୁଏ ଏହା ସାଧି । ଅନ୍ୟର କାହିଁ ଏତେ ବୁଦ୍ଧି ।।୧୫

ହର ବିରଞ୍ଚି ସୁନାସାର । ଅନଳ ଚନ୍ଦ୍ର ଦିବାକର ।।୧୬

କୁବେର ବରୁଣ ବାସୁକୀ । ମେରୁ ମରୁତ ଇତ୍ୟାଦିକି ।।୧୭

ଏହାଙ୍କ ଶକ୍ତି ଏଡ଼େ କାହଁ । ଏଡ଼େ ନିଶ୍ଚଳ ହେବା ପାଇଁ ।।୧୮

ଈଶ୍ୱର ଧରିବାର ଯୋଗ । ନ ଛାଡ଼େ କାମ କ୍ରୋଧ ଲୋଭ ।।୧୯

ମୁନି ଯତି ଯେ ସାଧୁଛନ୍ତି । ଆହାର ନିଦ୍ରା ନ ଛାଡ଼ନ୍ତି ।।୨୦

ଆବର ଅଷ୍ଟଦିଗପାଳେ । ଏ ପଶି ନ ପାରନ୍ତି ଢାଳେ ।।୨୧

ନର କିନ୍ନର ଭେଦ କାହିଁ । ସୁର ଗନ୍ଧର୍ବେ ଭେଦ ନାହିଁ ।।୨୨

ଏଣୁ ନିଶ୍ଚୟ ଭଗବାନ । ସର୍ବ ଦେବତା ମୋକ୍ଷପାନ ।।୨୩

ଉଦ୍ଧବ ଦିନେ ବଦ୍ରିକାରେ । ପାଦୁକା ବଳେ ଧ୍ୟାନ କରେ ।।୨୪

ଦେଖି ତାହାର ଦୃଢ଼ ଧ୍ୟାନ । ଆସି ମିଳିଲେ ଭଗବାନ ।।୨୫

ଉଦ୍ଧବ ପାଦେ ପଡ଼ିଶୋଇ । ବୋଲଇ ନିସ୍ତରିଲି ମୁହିଁ ।।୨୬

କେବେ ଦର୍ଶନ ମନେ ଥିଲା । ଏବେ ନୟନ ଭାଗ୍ୟ କଲା ।।୨୭

ଯେତେ କହିଲ ଭାଗବତେ । ଭ୍ରମି ହୋଇଲି ନାନାମତେ ।।୨୮

ନିଷ୍ଠା କହିବା ମୋତେ ହେଉ । ଏ ଜୀବ ସଦଗତି ପାଉ ।।୨୯

==='''ଶ୍ରୀ ଭଗବାନ ଉବାଚ'''===
ଉଦ୍ଧବ ଶୁଣ ସାବଧାନେ । ଏ ଜୀବ ଥାଇ ସର୍ବସ୍ଥାନେ ।।୩୦

କେବଳ ଥାଇ ସାଧ୍ୟ ଭାବେ । ଇନ୍ଦ୍ରିୟ ଦୁଃଖ ସୁଖ ଭାବେ ।।୩୧

ଏଣୁ ଲାଗଇ ଗୁଣ ଦୋଷ । ଜୀବ ତ ନିର୍ଗୁଣ ପୁରୁଷ ।।୩୨

ନିର୍ମଳ ନିରଞ୍ଜନ ଏହି । ଏହାର କ୍ଷୟ ବୃଦ୍ଧି ନାହିଁ ।।୩୩

ଜନ୍ମ ମରଣ ଶୋକ ମୋହ । ଦୁଃଖ ସୁଖାଦି ଏ ସଂଶୟ ।।୩୪

ନିଦ୍ରା ଆହାର ପବନରେ । କାମ କାର୍ପୂଣ୍ୟ ବିକାରରେ ।।୩୫

ପ୍ରକୃତି ପୁରୁଷ ନ ଛାଡ଼େ । ଏବେ ନିଶ୍ଚିନ୍ତ ମାୟାଜଡ଼େ ।।୩୬

ଏ ସର୍ବ ସଭା ଉଦାସୀନ । ଜୀବର ନାହିଁ ତା ଗ୍ରହଣ ।।୩୭

କାହୁଁ ଅଇଲା ତା ନ ଜାଣେ । ଦେହକୁ ସତ୍ୟ କରି ମଣେ ।।୩୮

ଅନ୍ତେ ଯହିଁକି ଜୀବ ଯିବ । ତାହା ନ ଜାଣେ ବ୍ରହ୍ମା ଶିବ ।।୩୯

କାହିଁରୁ ପୂର୍ବେ ଆସିଥିଲା । ଏବେ ସେ ହେତୁ ପାଶୋରିଲା ।।୪୦

ଆଦ୍ୟରେ ରହି ଥିଲା ଯହିଁ । ଯହୁଁ ଅଇଲା ଦେହ ବହି ।।୪୧

ଦେହ ଉପେକ୍ଷି ଗଲା ପ୍ରାଣ । ମଲାରୁ ପାସୋରିଲା ଜ୍ଞାନ ।।୪୨

ଏବେ ପାଇବ ତାହା କାହିଁ । ଗୁରୁ ସେବିଲା ପୂର୍ବ ନାହିଁ ।।୪୩

ଯହୁଁ ସେ ଦେହ ଆସି ଥାଇ । ଅନ୍ତେ ଯହିଁକି ଦେହ ଯାଇ ।।୪୪

ଯହିଁ ରହଇ ଯାଇ ପ୍ରାଣ । ତାହାକୁ ଗୁରୁ କରି ଚିହ୍ନ ।।୪୫

ଯାହାକୁ ଭାବି ନିରନ୍ତରେ । ସେବିଲେ ଅନ୍ତର ବାହାରେ ।।୪୬

ଯା ପାଇଁ ବ୍ରତ ତପଦାନ । ଯଜ୍ଞେ ଦେବତା ଆରାଧନ ।।୪୭

ପ୍ରତିମା ଶିବ ଚଣ୍ତୀ ପୂଜି । ଜଳେ ବିଷ୍ଣୁଙ୍କ ନାମ ଭଜି ।।୪୮

ବେଦ ପଠନ ଯଜ୍ଞ ଦାନ । ବିପୁଳ ଗୃହ ନାନା କର୍ମ ।।୪୯

ଇତ୍ୟାଦି ଶାଖା ନାନା ବିଧି । ଅତିଥି ସାଧୁଙ୍କୁ ଆରାଧି ।।୫୦

ଯାହାକୁ ଏତେ ଭାବେ ଧ୍ୟାୟି । ବାହାର ଭିତରେଟି ସେହି ।।୫୧

ନିକଟେ ଥାଇଣ ଅଦୃଶ୍ୟ । ଯେଣୁ ନ ମେଣ୍ଟେ କର୍ମ୍ପାଶ ।।୫୨

ଏଣୁ ଜ୍ଞାନ ଚକ୍ଷୁ ନ ସ୍ଫୁରେ । ତେଣୁ ନ ଦିଶେ ନିକଟରେ ।।୫୩

ଏଣୁ ଭ୍ରମଇ ନାନାମତେ । ପୂଜଇ ନିତ୍ୟ ବୋଲି ମୋତେ ।।୫୪

ଯେ ମୋତେ ଯତ୍ନେ ଭୋଗଦେଇ । ତାହାଠୁ ଦୂରେ ମୁହିଁ ରହି ।।୫୫

ଯେ ପୁଣି କରେ ହୋମଯଜ୍ଞ । ତହୁଁ ମୁଁ ବହୁତ ଉଲଗ୍ନ ।।୫୬

କେ ଭଜେ ଜପ ଭଜନରେ । ଷଡ଼ାର୍ଘ୍ୟ କବଚ ଅଙ୍ଗରେ ।।୫୭

କେ ଅଙ୍ଗନ୍ୟାସ କ୍ରମଶରେ । ଧ୍ୟାନ କରଇ ଏକାନ୍ତରେ ।।୫୮