"ଓଡ଼ିଆ ଭାଗବତ/୧୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬୯ କ ଧାଡ଼ି:
କେ ଭଜେ ଜପ ଭଜନରେ । ଷଡ଼ାର୍ଘ୍ୟ କବଚ ଅଙ୍ଗରେ ।।୫୭

କେ ଅଙ୍ଗନ୍ୟାସ କ୍ରମଶରେ । ଧ୍ୟାନ କରଇ ଏକାନ୍ତରେ ।।୫୮

ପ୍ରତିମା ଦୃଷ୍ଟି ପଥେ ସ୍ଥାପି । ବିବିଧ ଗନ୍ଧଦ୍ରବ୍ୟ ଲେପି ।।୫୯

ବସନ ପରିଧାନ କରେ । ବିବିଧ ଅଳଙ୍କାର ଭରେ ।।୬୦

ଅର୍ଚ୍ଚନା ବନ୍ଦନା ମାର୍ଜ୍ଜନା । କେ ସ୍ତୁତି କରଇ ପ୍ରାର୍ଥନା ।।୬୧

ଏହାଠୁଁ ଦୂର ମୁଁ ଉଦ୍ଧବ । ଏଥି ମୋହର ନାହିଁ ଭାବ ।।୬୨

ସେ ଶ୍ରଦ୍ଧା ପାଇଣ କରନ୍ତି । ମୋ ଭାବ ଜାଣି ନପାରନ୍ତି ।।୬୩

ଏଣେ ଅଖଣ୍ତ ମୟ ଜ୍ଞାନ । ନ ଚିହ୍ନି ପୂଜୁଥାଇ ଅନ୍ୟ ।।୬୪

ତାହାକୁ ଦେଖୁଥାଇ ଅନ୍ୟେ । ସେ ପୁଣି ପୂଜନ୍ତି ବିଧାନେ ।।୬୫

ଏକୁ ଅନେକ ଏହିମତେ । ପୂଜନ୍ତି ସଂସାର ନିମନ୍ତେ ।।୬୬

ଏହି ପ୍ରକାରେ ସର୍ବଜନେ । କରନ୍ତି ବେଦର ବିଧାନେ ।।୬୭

ମୋତେ ପାଇବେ ସେହୁ କାହିଁ । ପୂର୍ବ ଅର୍ଜିଲା ପୁଣ୍ୟ ନାହିଁ ।।୬୮

ମୁଁ ଆତ୍ମା ନିରଞ୍ଜନ ମୂଳ । ଆଉ ସମସ୍ତ ଅଟେ ଡ଼ାଳ ।।୬୯

ଯେସନେ ବୀଜ କ୍ଷୁଦ୍ର ହୋଇ । ତହୁଁ ସେ ବୃକ୍ଷ ପ୍ରକାଶଇ ।।୭୦

ତେମନ୍ତ ମୂଳ ମୁଁ ପ୍ରଧାନ । ମୋତେ ନ ଚିହ୍ନେ ମୂଢ଼ଜନ ।।୭୧

ସମସ୍ତ ବେଦ ହୋଇ ବୃକ୍ଷେ । ଫଳ ଫଳାନ୍ତେ ଅନ୍ତରୀକ୍ଷେ ।।୭୨

ସେ କର୍ମ ଫଳ ଅନୁସାରେ । ଏମନ୍ତ ବିବିଧ ପ୍ରକାରେ ।।୭୩

ଏ ଆତ୍ମା ଏତେ କର୍ମେ ନାହିଁ । କର୍ମେ ଲୋଡ଼ିଲେ ପାଇ କାହିଁ ।।୭୪

ଏଣୁ ଅବିଦ୍ୟାରୁ ବାହାର । ଅନନ୍ତ ଅନାଦି ଈଶ୍ୱର ।।୭୫

ଅବ୍ୟକ୍ତ ଅନିତ୍ୟ ଯେ ସେହି । ଘର ବାହାରେ ପ୍ରକାଶଇ ।।୭୬

ଯହୁଁ ଆସଇ ତହିଁ ଲୀନ । ନୁହଁଇ ବସ୍ତୁ ମହାଶୂନ୍ୟ ।।୭୭