"ଓଡ଼ିଆ ଭାଗବତ/୧୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୯୩ କ ଧାଡ଼ି:
ଚତୁର୍ଦ୍ଦଶ ପ୍ରଳୟ ଯେବେ । ପଶନ୍ତି ବିରାଟର ଗର୍ଭେ ।।୮୧

ବିରାଟ ପ୍ରଳୟର କାଳେ । ପଶଇ ମୋର ନାଭିମୂଳେ ।।୮୨

ସକଳ ପ୍ରଳୟରେ ଯାଇ । ମୁହିଁ କେବଳ ମାତ୍ର ଥାଇ ।।୮୩

ମୁହିଁ ପ୍ରଳୟ ମୋର ସୁଖେ । ମିଶଇ ବ୍ରହ୍ମର ଅଲେଖେ ।।୮୪

ପୁଣି ଆପଣା ସୁଖେ ଆସି । ବ୍ରହ୍ମର ତଳେ ମୁହିଁ ଖସି ।।୮୫

ମୋ ନାଭି କମଳୁ କମଳ । ଜନ୍ମିଲା ଅତ୍ୟନ୍ତ କୋମଳ ।।୮୬

ସେ ନାଭୁଁ ବିରାଟ ବାହାର । ବ୍ରହ୍ମଟି ପଞ୍ଚମ ପ୍ରକାର ।।୮୭

ତେଣୁ ଅଶେଷ କରେ ଜାତ । ଉତ୍ପତ୍ତି ପ୍ରଳୟ ମୋ ସ୍ଥିତ ।।୮୮

ତୁ ଏବେ ସର୍ବ କର୍ମ ଏଡ଼ି । ପରମ ବ୍ରହ୍ମଜ୍ଞାନେ ବୁଡ଼ି ।।୮୯

ପାରିଲେ ଏହି ଜ୍ଞାନ ସାଧ । ସଂସାର ମାର୍ଗୁ ଛାଡ଼ି ସଧ ।।୯୦

ଏ ଜ୍ଞାନ ସର୍ବଶାସ୍ତ୍ରେ ସାକ୍ଷୀ । ବେଦ ବେଦାନ୍ତରେ ୟା ଲେଖି ।।୯୧

ଏହୁ ଉତ୍ପତ୍ତି ହେଉଥାଇ । ପ୍ରଳୟେ ତ‌ହିଁରେ ମିଶଇ ।।୯୨

ମନ ବଚନୁ ଅଗୋଚର । ଚିତ୍ତ ଚୈତନ୍ୟରୁ ବାହାର ।।୯୩

ଉତ୍ପତ୍ତି ସ୍ଥିତି ଲୟକର୍ତ୍ତା । ସକଳ ଦେବଙ୍କ ଦେବତା ।।୯୪

ପାଦ ପାଣି ମସ୍ତକ ଯହିଁ । ଚାହିଁଲେ ଠୁଳ ପ୍ରକାଶଇ ।।୯୫