"ଓଡ଼ିଆ ଭାଗବତ/୧୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୨୮ କ ଧାଡ଼ି:
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ ଦ୍ୱାରକା <br />
ବିବରଣେ ନାମ ପ୍ରଥମୋଦ୍ଧଧ୍ୟାୟଃ ।।<br />
</poem>
==='''।। ଦ୍ୱିତୀୟ ଅଧ୍ୟାୟ ।। '''===
===''' '''===
<poem>
;ଉଦ୍ଧବ ଉବାଚ
ଉଦ୍ଧବ କୃଷ୍ଣ ପାଦ ଧରି । ବୋଲଇ ପ୍ରେମେ ମୋଦ ଭରି ।।୦୧
ଦୁସ୍ତର ଏ ଘୋର ସଂସାର । କୃତାର୍ଥ ନାହିଁ ଏ ଜୀବର ।।୦୨
ଜ୍ଞାନ କହିଲ ସ୍ୱୟଂ ମୋତେ । ଦେଖିଲି ଦୃଷ୍ଟିରେ ସାକ୍ଷାତେ ।।୦୩
ପ୍ରଳୟ ବ୍ରହ୍ମାଣ୍ତ କେମନ୍ତେ । ଜୀବ ପ୍ରଳୟ କେଉଁ ମତେ ।।୦୪
ଏହା କହିବା ହେଉ ହରି । ପୁଚ୍ଛଇ ବେନି ପାଦ ଧରି ।।୦୫
;ଶ୍ରୀ ଭଗବାନୁବାଚ
ଶୁଣ ଉଦ୍ଧବ ଯାହା ପୁଚ୍ଛି । କହିବା ତହୁଁ ତୋତେ କିଛି ।।୦୬
ସପତ ପାତାଳେ ଯେ ଏଥି । ଏହା ପ୍ରଳୟେ କରେ ପୃଥ୍ୱୀ ।।୦୭
ପଶନ୍ତି ପୃଥ୍ୱୀ ଅଙ୍ଗେ ଯାଇ । ପୃଥ୍ୱୀ ପ୍ରଳୟ ଅନ୍ତ ନାହିଁ ।।୦୮
ପୃଥ୍ୱୀକୁ ଆପ ପ୍ରଳେ କଲା । ଭୁଲୋକ ମଧ୍ୟରେ ପଶିଲା ।।୦୯
ତହୁଁ ଯେ ଥିଲେ ବେନି ଜନ । ଆଦ୍ୟଦ୍ୱାରେ ସେ ଦ୍ୱାରୀ ପଣ ।।୧୦
ବିଷ୍ଣୁର ଆଦ୍ୟ ଦ୍ୱାରୀ ସେହି । ପୃଥ୍ୱୀ ଆପଙ୍କ ଫଳେ ତହିଁ ।।୧୧
ଚାରିବେଦରୁ ଚାରି ବାଇ । ଚାରି ଅକ୍ଷର ଏହା କହି ।।୧୨
ପାଖୁଡ଼ା ଅକ୍ଷରେ ରହିଲା । ଅକ୍ଷୟ ବାୟୁ ହୋଇଗଲା ।।୧୩
ବାୟବୀ ଶକ୍ତି ତୀରେ ପଶି । ଶକ୍ତି ଗଣେଶ ଦେହେଁ ମିଶି ।।୧୪
ଗଣେଶ ଭୁବଲୋକେ ଗଲା । ପ୍ରଳୟ ସହି ନ ପାରିଲା ।।୧୫
ଭୁବଲୋକରେ ଦେବାଦେବୀ । ଦ୍ୱିତୀୟ ଦ୍ୱାର ପାଳ ସେବି ।।୧୬
ଷଡ଼ ଅକ୍ଷର ଷଡ଼ ଦଳ । ଷଡ଼ ପବନ ଯହିଁ ଠୁଳ ।।୧୭
କାମ କାମାକ୍ଷୀ ଯହିଁ ଦ୍ୱାରୀ । ପାତାଳପୁର ଅଧିକାରୀ ।।୧୮
ଷଡ଼ ଅକ୍ଷର ପ୍ରଳୟାନ୍ତେ । ଷଡ଼ ପବନ ଯେ ମିଳନ୍ତେ ।।୧୯
ଷଡ଼ ଅକ୍ଷର ପ୍ରଳେ ହୋଇ । କାମାକ୍ଷୀ ଅଙ୍ଗେ ପଶେ ଯାଇ ।।୨୦
କାମାକ୍ଷୀ ପ୍ରଳୟର କାଳେ । ପଶଇ କାମ ଗର୍ଭସ୍ଥଳେ ।।୨୧
ଭୁବ ପୁଲୋକ ପ୍ରଳୟାନ୍ତେ । ମିଶଇ ସୁରଙ୍କ ସଙ୍ଗତେ ।।୨୨
ସେ ଦ୍ୱାରେ ବେନିଜନ ଦ୍ୱାରୀ । ଆପକୁ ପ୍ରଳେ ତେଜ କରି ।।୨୩
ତେଜି ଦଶ ଦଳ କମଳ । ଦଶ ଅକ୍ଷର ଦଶ ଦଳ ।।୨୪
ଦଶ ପବନ ଯହିଁ ବସେ । ତେଜ କମଳ ପରକାଶେ ।।୨୫
ଦଶ ଅକ୍ଷର ଦ୍ୱାରେ ହୋଇ । ଅକ୍ଷର ପବନ ହୁଅଇ ।।୨୬
ପବନ ସାବିତ୍ରୀ ଶକ୍ତିରେ । ପଶନ୍ତି ଯାଇ ପ୍ରଳୟରେ ।।୨୭
ସାବିତ୍ରୀ ପ୍ରଳୟରେ ଯାଇ । ସେ ବ୍ରହ୍ମ ବ୍ରହ୍ମରେ ମିଶଇ ।।୨୮
ଅକ୍ଷର ଦଳ ଏ ପବନ । ତେଜ ପବନେ ଦେବଗଣ ।।୨୯
ବ୍ରହ୍ମ ପ୍ରଳୟ ସେହୁ ଲୀଳା । ବାୟବ୍ୟ ମଣ୍ତଳେ ପଶିଲା ।।୩୦
ପୃଥିବୀ ଆପ ତେଜ ଘେନି । ବାୟବ୍ୟ ମଣ୍ତଳରେ ପୁଣି ।।୩୧
ଦ୍ୱାଦଶ ଦଳ ଜନଲୋକ । ତହିଁର ଦ୍ୱାରେ ବେନି ଦେଖ ।।୩୨
ଦ୍ୱାଦଶ ଅକ୍ଷର ବସଇ । ଦ୍ୱାଦଶ ପାଇଁ ପ୍ରଘଟଇ ।।୩୩
ଦଶ ଅକ୍ଷର ଦ୍ୱାରେ ହୁଏ । ଅକ୍ଷର ହୁଏ ବାୟୁ ମୟେ ।।୩୪
ବାୟବ୍ୟ ଲକ୍ଷ୍ମୀ ସଙ୍ଗେ ମିଶି । ଲକ୍ଷ୍ମୀ ନାରାୟଣ ପ୍ରବେଶି ।।୩୫
ଓଁକାର ବାୟୁ ମୁଳେ ଛିଡେ଼ । ନିଷେଧ କିଳିଣିକି ଫେଡେ଼ ।।୩୬
ସେ ମହା ନାରାୟଣ ଯାଇ । ତପ ଲୋକରେ ମେଳ ହୋଇ ।।୩୭
ଆକାଶ ମଣ୍ତଳେ ପଶନ୍ତି । ସେ ଦ୍ୱାରେ ବେନି ଜନେଛନ୍ତି ।।୩୮
ଷୋଳ ଦଳରେ ଷୋଳକ୍ଷର । ଷୋଡ଼ଶ ପବନ ତାହାର ।।୩୯
ଶିବ ପାର୍ବତୀ ବେନିଜନ । ପଶନ୍ତି କଣ୍ଠ ଦ୍ୱାର ସ୍ଥାନ ।।୪୦
ଷୋଳ ଅକ୍ଷର ଲୀନ ପାଇ । ଅକ୍ଷର ବାୟୁରେ ସମ୍ଭାଇ ।।୪୧
ବାୟୁ ପାର୍ବତୀ ସଙ୍ଗେ ମିଶି । ପାର୍ବତୀ ସଙ୍ଗରେ ବିକାଶି ।।୪୨
ଶିବ ପ୍ରଳୟ ଆକାଶରେ । ଶୁଣ କହିବା କିଛି ତୋରେ ।।୪୩
ଶିବ ଯେ ମହଲ୍ଲୋକେ ଗଲେ । ମହଲ୍ଲୋକୁ ସତ୍ୟେ ଚଳିଲେ ।।୪୪
ସ୍ତ୍ୟଲୋକୁ ବ୍ରହ୍ମ ଲୋକରେ । ଧୃବଲୋକ ବ୍ରହ୍ମ ମଣ୍ତଳେ ।।୪୫
ସମସ୍ତେ ପ୍ରଳୟର ରାଶି । ଜୀବ ସଙ୍ଗରେ ଯାଇ ମିଶି ।।୪୬
ହଂସ ପ୍ରଳୟ ଯାଇ ହୋଇ । କାଳ ପ୍ରକୃତି ପୁରୁଷ ହିଁ ।।୪୭
ହ-ଅ ଯେ ପରମ ଅଟଇ । ସ-ଅ ଯେ ଜୀବକୁ ବୋଲାଇ ।।୪୮
କମଳ ମଣ୍ତଳ ପୁରୁଷ । ଏ ତିନି ପ୍ରଳୟ ପ୍ରବେଶ ।।୫୦
ବେଦ ବଉଦ ପ୍ରଳେ ଗଲେ । ଜୀବ ଅଙ୍ଗରେ ସେ ରହିଲେ ।।୫୧
ସେ ଜୀବ ମହତ ପୁରୁଷ । ପଞ୍ଚତତ୍ତ୍ୱକୁ ଘେନି ପାଶ ।।୫୨
ଜୀବ ପ୍ରଳୟ ତ୍ରାସ ପାଇ । ପରମ ଆତ୍ମାରେ ମିଶଇ ।।୫୩
ପରମ ଆତ୍ମା ସର୍ବ ଘେନି। ଭାସେ ପ୍ରଳୟ ଜଳେ ପ୍ରାଣୀ ।।୫୪
ପ୍ରଳୟ ଜଳରେ ଭାସଇ । ସଲିଳ ବିମ୍ବ ପ୍ରାୟ ହୋଇ ।।୫୫
ହଂସ ସ୍ୱରୂପ ଜଳେ ଭାସେ । ପ୍ରଳୟ ଅନ୍ତେ ସୃଷ୍ଟି ବସେ ।।୫୬
ସେ ହଂସ ସହସ୍ର ବରଷ । ପ୍ରଳୟ ଜଳେ କରେ ବାସ ।।୫୭
ଆହାର ବିନୁ ଭ୍ରମୁଥାଇ । ପ୍ରଳୟ ତାକୁ ନ ଧରଇ ।।୫୮
ପରମ ଆତ୍ମା ହଂସ ଦୀକ୍ଷା । ସୃଷ୍ଟି ଭିଆଣ କଲା ଇଚ୍ଛା ।।୫୯
ଡିମ୍ବେକ ପଡିଲା ଜଳରେ । ପଞ୍ଚବର୍ଣ୍ଣ ସେ ଡିମ୍ବ ଧରେ ।।୬୦
ଡିମ୍ବ ତାପିଲା ପଞ୍ଚତତ୍ତ୍ୱେ। ପାକ ହୋଇଲା ଡିମ୍ବ ଅନ୍ତେ ।।୬୧
ସେ ଡିମ୍ବ ବେନି ଫାଳ କଲା । ଫାଳକେ ପୃଥିବୀ ହୋଇଲା ।।୬୨
ଫାଳକେ ଆକାଶ ଅଟଇ । ଭାସଇ ଜୀବ ପ୍ରାୟ ହୋଇ ।।୬୩
କ୍ଷୟ ନୋହିଲା ଯହୁଁ ଫାଳ । ନାଭିରୁ ଜାତ ପଦ୍ମମୂଳ ।।୬୪
ସେ ଷଡ଼ ଅଷ୍ଟମୁଖେ ଗଲା । ସପତ ପାତାଳ ଭେଦିଲା ।।୬୫
ଉର୍ଦ୍ଧ୍ୱେ ସେ ଗଲା ନାଡେ଼ ବଢ଼ି । ପରେ ଊର୍ଦ୍ଧ୍ୱ ଲୋକେ ହାବୋଡ଼ି ।।୬୬
ସେ ନାଡ଼ୀ ମଧ୍ୟେ କଟିଭାଗ । ତହିଁ ଛନ୍ତି ବାସୁକୀ ନାଗ ।।୬୭
ସେ ନାଗ ଲାଞ୍ଜେ ମେରୁ ଖଟି । ତା ଶିରେ ଫଣା ସହସ୍ରଟି ।।୬୮
ସହସ୍ର ଫଣାରେ ଧରଇ । ତେବେ ବ୍ରହ୍ମାଣ୍ତ ଥୟ ହୋଇ ।।୬୯
ସେ ନାଗକୁଳଙ୍କ ଆଶ୍ରମ । ଧଇଲା ଅତି ବଡ଼ କୂର୍ମ ।।୭୦
କୂର୍ମକୁ ମଣ୍ତୁକୀ ଧଇଲା । ଏମନ୍ତ ପୃଥ୍ୱୀଥୟ ହେଲା ।।୭୧
ତେବେ ସଞ୍ଚିଲା ମହୀଭାର । ମୁଁ ପ୍ରତିପାଳଇ ସଂସାର ।।୭୨
ଏମନ୍ତେ ତିନି ଦେବ ହୋଇ । ପ୍ରଳୟ ଶିବ ଯେ କରଇ ।।୭୩
ମେରୁ ହୋଇଲା ପଦ୍ମମୂଳ । ତହିଁ ବାନ୍ଧିଲା ଡିମ୍ବଫାଳ ।।୭୪
ବନ ପର୍ବତ ନଦୀ ତୀର୍ଥ । ଫଳ ମୂଳ ଅନ୍ନ ଯାବତ ।।୭୫
ମନୁଷ୍ୟ ପକ୍ଷୀ ସର୍ପହୋଇ । ଏ ସର୍ବ ସାଧ୍ୟ କଲେ ମହୀ ।।୭୬
ଶୁଣି ଉଦ୍ଧବ କୃତ୍ୟ କୃତ୍ୟ । ମୁଁ ତୁମ୍ଭ ଜନ୍ମେ ଜନ୍ମେ ଭୃତ୍ୟ ।।୭୭
ତେଣୁ ଭକତି ବଶ ତୁହି । ଭାବ ନିକଟେ ଭାବଗ୍ରାହୀ ।।୭୮
ଏ ଦେହେ କର ଶିର ନେତ୍ର । ନାସା ବଦନ କର୍ଣ୍ଣପଥ ।।୭୯
ଆତ୍ମା ସହିତେ ଇନ୍ଦ୍ରି ପୁଣ । ପାଞ୍ଚ ମନ ପ୍ରକୃତିଗଣ ।।୮୦
ଏ ସର୍ବ ତୋହର ସଞ୍ଚିତ । ତୁମ୍ଭର କିଣା ଗୋପୀନାଥ ।।୮୧
ମୋହର ନାହିଁ ଏଥି ପଣ । ଏ ସବୁ ତୋହର ଭିଆଣ ।।୮୨
ରଖ ନ ରଖ ତୋର ଇଚ୍ଛା । ମୋତେ କରିବ ତୁମେ ରକ୍ଷା ।।୮୩
କୃତାର୍ଥ କର ଭଗବାନ । କହିବ ଗୁପ୍ତ କଥାମାନ ।।୮୪
ଅଧଃ ଊର୍ଦ୍ଧ୍ୱ କାହାକୁ କହି । ଉତ୍ପତ୍ତି ପ୍ରଳୟ କେ ହୋଇ ।।୮୫
ତ୍ରିମାତ୍ରା ବୋଲି ଅବା କେହୁ । ତ୍ରିମୁଖ କେବା ମହାବାହୁ ।।୮୬
ଜୀବ ପରମ କେ ଅଟଇ । ଶିବ ଶକ୍ତି ବା କେ ବୋଲାଇ ।।୮୭
ଉତ୍ପତ୍ତି ପ୍ରଳୟର ଦ୍ୱାର । କେ ଅଟେ ବ୍ରହ୍ମାଣ୍ତ ଠାକୁର ।।୮୮
;ଶ୍ରୀ ଭଗବାନୁବାଚ
ଶୁଣ ଉଦ୍ଧବ ତତ୍ତ୍ୱଜ୍ଞାନ । ଯେଣୁ ଲଭିବୁ ମୋ ଚରଣ ।।୮୯
ଅଧଃ ଜୀବନ ନିରାକାର । ଊର୍ଦ୍ଧ୍ୱ ପରମ ସୂକ୍ଷ୍ମସାର ।।୯୦
ଉତ୍ପତ୍ତି ପ୍ରଳୟଟି ଭ୍ରାନ୍ତି । ତେଣୁ ଜନ୍ମଇ ଏ ପ୍ରକୃତି ।।୯୧
ଉଦେ ଅସ୍ତଟି ଚଇତନ । ଚନ୍ଦ୍ରହିଁ ବୋଲେ ତାର ନାମ ।।୯୨
ଅକାର ଉକାର ମକାର । ତ୍ରିଶୁନ୍ୟ ଦେଖି ଆଜଘର ।।୯୩
ତ୍ରିବେଣୀ ଜୟ ମାତ୍ରା କହି । ତ୍ରିବେଣୀ ନାମେ ଧାର ବହି ।।୯୪
ଶ୍ରୁତି ଶବଦ ଶିବ ଶାନ୍ତି । ପ୍ରଳୟ ଦ୍ୱାର କାଳ ସ୍ତୁତି ।।୯୫
ସେ ନିରଞ୍ଜନ ନିରାକାର । ରଜ ବୀର୍ଯ୍ୟରୁ ସେ ବାହାର ।।୯୬
ଅକ୍ଷୟ ବୀଜ ତେଜ ବଳେ । ଦୁଃଖ ସୁଖ ଏ ବେନି ଫଳେ ।।୯୭
ତ୍ରୟଧାତୁରେ ବୃକ୍ଷ ଟାଣ । ଚତୁର ଶିରେ ବଳବାନ ।।୯୮
ଏ ପଞ୍ଚଡାଳେ ପଞ୍ଚଭୂତେ । ବସନ୍ତି ଭୋଗ ରକ୍ଷା ଅର୍ଥେ ।।୯୯
ଷଢ଼ ଆତ୍ମାରେ ବୃକ୍ଷ ମୋଟ । ଏ ଷଢ଼ରସ ରୂପୀ ଦୁଷ୍ଟ ।।୧୦୦
ଶ୍ରବଣେ ନିନ୍ଦାସ୍ତୁତି ଶୁଣେ । ଏ ରସ ବୃକ୍ଷ ନିୟୋଜନେ ।।୧୦୧
ନୟନ ରୂପ ଅର୍ଥ ପାଇଁ । ଅଶେଷ ମାର୍ଗେ ଭ୍ରମୁଥାଇ ।।୧୦୨
ନାସିକା ଗନ୍ଧ ଆମୋଦନ । ଭ୍ରମଇ ନାନା ବାସସ୍ଥାନ ।।୧୦୩
କ୍ଷୁଧା ଅନଳ ଧରେ ପେଟେ । କୁବାକ୍ୟ ମୁଖେ ନିତ୍ୟ ରଟେ ।।୧୦୪
ଇନ୍ଦ୍ରି ଧରଇ ପୁଣି ବଳେ । ଭ୍ରମଇ ମଇଥୁନ ଫଳେ ।।୧୦୫
ଏ ଷଡ଼ରସ ବୃକ୍ଷ ଧରେ । ସମତ୍ୱ ତ୍ୱକ ବେଢ଼ିବାରେ ।।୧୦୬
ଚର୍ମ ଭିତରେ ଲୋମମୂଳେ । ଲେପନ ରକ୍ତ ମାଂସ ଜଳେ ।।୧୦୭
ଶିରାସଙ୍କୁଳ ଅସ୍ଥି ଗଣ୍ଠି । ସପ୍ତ ବକଳ ବୃକ୍ଷ ଫୁଟି ।।୧୦୮
ଅଷ୍ଟ ମୁରତି ଘେନି ଡାଳେ । ପୃଥିବୀ ପବନ ଅନଳେ ।।୧୦୯
ଆକାଶ ତେଜ ବୁଦ୍ଧି ଘେନି । ଅହଙ୍କାର ଏ ବୃକ୍ଷ ଜାଣି ।।୧୧୦
ନବ ଖଣ୍ତରେ ବୃକ୍ଷ ଶୋଭା । ଦଶଟି ଖେଦ ଯହିଁ ପ୍ରଭା ।।୧୧୧
ଏମନ୍ତ ଅଟେ ବୃକ୍ଷସ୍ଥାନ । ବସନ୍ତି ବେନି ପକ୍ଷୀ ଶୂନ୍ୟ ।।୧୧୨
ଜୀବ ପରମ ବେନି ଅଂଶେ । ବୃକ୍ଷ ଭେଦିଣ ପରକାଶେ ।।୧୧୩
ବୃକ୍ଷର ନାମଟି ଜୀବନ । ଜୀବ ବିହୀନେ ବୃକ୍ଷ କ୍ଷୀଣ ।।୧୧୪
ଶ୍ୱେତ ଶରୀରେ ଶ୍ୱେତ ଜଳ । ପରମ ନାମେ ଆଦିମୂଳ ।।୧୧୫
ନୀଳ ସ୍ୱରୂପେ କୃଷ୍ଣବର୍ଣ୍ଣ । ଜୀବର ଏ ବର୍ଣ୍ଣ ଲକ୍ଷଣ ।।୧୧୬
ପରମ ବୋଲି ଯାକୁ କହି । ଜୀବହିଁ ସେହି ଯେ ଅଟଇ ।।୧୧୭
ଏକ ପାଖୁଡ଼ା ବେନିଖଣ୍ତ । ଶଶୀକି ଅନ୍ତର ପ୍ରଚଣ୍ତ ।।୧୧୮
ତେଣୁ ଜୀବ ପରମ ଦୁଇ । କେହି କାହାକୁ ନ ଦେଖଇ ।।୧୧୯
ଶବଦ ମାତ୍ରକ ବାରଇ । ଶବଦୁ ବେଦ ଉଦ୍ଗାରଇ ।।୧୨୦
ବେଦୁ ଶବଦ ଏ ବ୍ରହ୍ମାଣ୍ତ । ପ୍ରଥିବୀ ନବଲକ୍ଷ ଖଣ୍ତ ।।୧୨୧
ଅଧିକୁଁ ଅଧିକ ଯେତେକ । ଏମନ୍ତେ କହିବି କେତେକ ।।୧୨୨
ଶୁଣି ଉଦ୍ଧବ ଶାନ୍ତ ଚିତ୍ତେ । ପ୍ରମାଣ କଲାକ ତୁରିତେ ।।୧୨୩
ଦ୍ୱାରକା କହିଲେ ଗୋବିନ୍ଦ । ଶ୍ରୀମଦ୍ ଭାଗବତ ତେରସ୍କନ୍ଧ ।।୧୨୪
ବ୍ରହ୍ମାଣ୍ତ ମଧ୍ୟେ ମହାରସ । ଦ୍ୱାରକା ଜଗନ୍ନାଥ ଦାସ ।।୧୨୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ
ନାମ ଦ୍ୱିତୀୟୋଦ୍ଧଧ୍ୟାୟଃ ।।
</poem>
===।। ତୃତୀୟ ଅଧ୍ୟାୟ ।।===
</poem>
;ଉଦ୍ଧବ ଉବାଚ
ଉଦ୍ଧବ କହେ କରଯୋଡି । କୃଷ୍ଣ ଚରଣ ତଳେ ପଡି ।।୦୧
ଏକ ବ୍ରହ୍ମାଣ୍ତଠାରୁ ଯୁଗ । ତ୍ରୟ ଦେବତା କରେ ଭୋଗ ।।୦୨
ଅନେକ ବ୍ରହ୍ମାଣ୍ତ ବୋଇଲ । ଏଣୁ ସଂଶୟ ଜାତ କଲ ।।୦୩
କି ରୂପେ ଅନନ୍ତ ବ୍ରହ୍ମାଣ୍ତ । ନିର୍ମାଣ କଲ କେତେ ଖଣ୍ତ ।।୦୪
ଶ୍ରୀ ଭଗବାନ ଉବାଚ
କହନ୍ତି ଶ୍ରୀମଧୂସୂଦନ । ଶୁଣ ହେ ଭକତ ରତନ ।।୦୫
ମହା ଶୂନ୍ୟରେ ଯେବେ ଥିଲା । ଓଁକାର ତହୁଁ ଜନମିଲା ।।୦୬
ଓଁକାର ରୂପେ ଥିଲା ବେଦ । କେହି ନଜାଣେ ତାର ଭେଦ ।।୦୭
ଓଁକାର ବତ୍ରିଶ ଅକ୍ଷର । ବତ୍ରିଶାକ୍ଷର ମୂଳ ତାର ।।୦୮
ଚବିଶାକ୍ଷର ବେଦମାତା । ଓଁକାର ସବୁଙ୍କର ପିତା ।।୦୯
ଏ ବେନି ଜନଙ୍କର ରସ । ଶକ୍ତି ପ୍ରେମରୁ ଅପ୍ରକାଶ ।।୧୦
ତାହାଙ୍କ ତହୁଁ ସେ ଶବଦ । ଅନନ୍ତ ରୁପେ ମହାନାଦ ।।୧୧
ବ୍ରହ୍ମାଣ୍ତ କୋଟି ନବଖଣ୍ତ । ରୋମକେ କୋଟିଏ ବ୍ରହ୍ମାଣ୍ତ ।।୧୨
ଚବିଶସସ୍ର ବ୍ରହ୍ମାଣ୍ତରେ । ଏ ସର୍ବ ବିଷ୍ଣୁଙ୍କ ଉଦରେ ।।୧୩
କେମନ୍ତେ କହିବି ବ୍ରହ୍ମାଣ୍ତ । ମୁଳ ଅଟେ ଚଉଦ ଖଣ୍ତ ।।୧୪
ପ୍ରଥମ ଖଣ୍ତ ଯାହା ହେଲା । ଖଣ୍ତକୁ ବେନିଖଣ୍ତ କଲା ।।୧୫
ତିନି ଖଣ୍ତ ତା ପୁଣ ହୋଇ । ଚାରି ଖଣ୍ତ ଯେ ଶୁଣ ତୁହି ।।୧୬
ପାଞ୍ଚ ପୁତ୍ରକୁ ପାଞ୍ଚ ଖଣ୍ତ । ପୁଣି ସପତ ଯେ ବ୍ରହ୍ମାଣ୍ତ ।।୧୭
ଚଉଦ ଖଣ୍ତ ଏହିମତେ । ସଂକ୍ଷେପି କହିଲୁ ଗୁପତେ ।।୧୮
ସବୁ ବ୍ରହ୍ମାଣ୍ତେ ଏହି ପୂଜା । ମୁହିଁ ସକଳ ଦେବରାଜା ।।୧୯
ମୋହର ଆୟତ୍ତ ସକଳ । ମୋ ବିନୁ ସବୁ ଯେ ନିଶ୍ଚଳ ।।୨୦
ମୁଁ ଆତ୍ମା ସଦାନନ୍ଦ ଦେହୀ । ମୋ ବିନୁ ସତ୍ୟ ନୁହେଁ କେହି ।।୨୧
ମୁହିଁ ସକଳ ବ୍ରହ୍ମାଣ୍ତରେ । ସଞ୍ଚିତ ପ୍ରକୃତି ସଙ୍ଗରେ ।।୨୨
ଏଣୁ ମୁଁ ପ୍ରକୃତିର ପତି । ବ୍ରହ୍ମା ସ୍ୱରୂପେ ମୋର ସ୍ଥିତି ।।୨୩
ପ୍ରକୃତି ମୋହଠାରୁ ଜାତ । ସେ ସର୍ବ ସଞ୍ଚଇ ଜଗତ ।।୨୪
ପ୍ରକୃତି ପୁରୁଷ ମୁଁ କାଳ । ଏ ତିନି ଅଟେ ଏକ ଡାଳ ।।୨୫
ଏଣୁ ଜନ୍ମିଲେ ଏକାଦଶ । ତହୁଁ ଉତ୍ପତ୍ତି ପଞ୍ଚବିଂଶ ।।୨୬
ଏ ସର୍ବ ହୁଏ ଏକ ମେଳେ । କେବେ ହେଁ ନ ରହେ ନିଶ୍ଚଳେ ।।୨୭
ଜନ୍ମନ୍ତେ ଷଡ଼ରଜ ଘେନି । ବଢ଼ାନ୍ତି କାମକ୍ରୋଧ ବେନି ।।୨୮
ଏଣେ ପ୍ରବୃତ୍ତି ଧର୍ମ କହି । ନିବୃତ୍ତି ଧର୍ମ ଶୁଣ ତୁହି ।।୨୯
ଏ ବ୍ରହ୍ମ ବିକଳ୍ପ କଳ୍ପିତ । କାଳ କଳ୍ପନା ହୋଇ ଜାତ ।।୩୦
ପ୍ରଥମେ ଜାଣ ସତଯୁଗ । ବ୍ରହ୍ମରୁ ଜନ୍ମ ଦୁଇଭାଗ ।।୩୧
ପ୍ରଥମ ଭାଗେ ଯେ ପ୍ରକୃତି । ଦ୍ୱିତୀୟେ ପୁରୁଷ ଉତ୍ପତ୍ତି ।।୩୨
ଯେ ଭାଗ ପ୍ରକୃତି ରୂପେଣ । ସୃଷ୍ଟି ଉତ୍ପତ୍ତିର କାରଣ ।।୩୩
ପୁରୁଷ ଷଡ଼ରୂପେ ଥାଇ । ପ୍ରକୃତି ସୃଷ୍ଟି ଉପୁଜଇ ।।୩୪
ଏକଇ ବ୍ରହ୍ମ ବେନି ଖଣ୍ତ । ଜନ୍ମିଲା ବେନିରୁ ବ୍ରହ୍ମାଣ୍ତ ।।୩୫
ବ୍ରହ୍ମାଣ୍ତ ମଧ୍ୟେ ବେନି ଗୁଣ । ଜନ୍ମିଲେ ଇନ୍ଦ୍ରିୟ ପ୍ରସଙ୍ଗେ ।।୩୬
ପଚିଶ ପ୍ରକୃତି ହକାରି । ପଞ୍ଚମନକୁ ସଙ୍ଗେ କରି ।।୩୭
ଅନ୍ତରେ ଥିଲା ରଜ ଗୁଣ । ତହୁଁ ଜନ୍ମିଲେ ଦେବଗଣ ।।୩୮
ଏ ସବୁ ଜନ୍ମ ବେନିଗୁଣେ । ଶୁଣ ଉଦ୍ଧବ ସାବଧାନେ ।।୩୯
ମୁହିଁ ଶୟନ ମହାଜଳେ । ଜନ୍ମିଲା ନାଭିରୁ କମଳେ ।।୪୦
ସେ ପଦ୍ମୁ ବ୍ରହ୍ମା ଅବତାର । ଯୋଗବଳେ କଲେ ସଂସାର ।।୪୧
ପ୍ରଥମେ ଜାତ ପୂର୍ବ ମୁଖ । ତହିଁରୁ ଋକବେଦ ଦେଖ ।।୪୨
ଉତ୍ତର ମୁଖୁ ବେଦ ହୋଇ । ଯଜୁର୍ବେଦ ଯେ ଜନମଇ ।।୪୩
ଦକ୍ଷିଣ ମୁଖରୁ ତଦନ୍ତ । ସାମବେଦ ତହିଁରୁ ଜାତ ।।୪୪
ପଶ୍ଚିମ ମୁଖୁ ଜାତ ହେଲା । ତହିଁ ଅଥର୍ବ ଧ୍ୱନି କଲା ।।୪୫
ମଧ୍ୟ ଶୂନ୍ୟରେ ମିଳି ବଳେ । କଳ୍ପିଲା ଭୁବନ ମଣ୍ତଳେ ।।୪୬
ଦ୍ୱିସପ୍ତପୁର ଅଧଃ ଊର୍ଦ୍ଧ୍ୱେ । ଛନ୍ଦିଲା ଗାୟତ୍ରୀରୁ ଛନ୍ଦେ ।।୪୭
ସୂକ୍ଷ୍ମରୁ ସ୍ୱର୍ଲୋକ ସୃଜିଲା । ଭୂଲୋକ ଭୂମିଜାତ କଲା ।।୪୮
ପୁଣି ଚାହିଁଲା ଊର୍ଦ୍ଧ୍ୱ ମୁଖେ । ବିଲୋକ ସଞ୍ଚିଲାକ ସୁଖେ ।।୪୯
ଊର୍ଦ୍ଧ୍ୱ ମୁଖରେ ପୁଣ କଲା । ମହା ମନୁଷ୍ୟ ଉପୁଜିଲା ।।୫୦
ପୁଣି କଳ୍ପିଲା ଯୋଗବେଳେ । ତପଲୋକ କଲା ନିଶ୍ଚଳେ ।।୫୧
ପୁଣି ହିଁ ଅଧୋମୁଖେ ଚାହିଁ । ପାତାଳ ତା ତଳ ଭିଆଇ ।।୫୨
ପୁଣି ଊର୍ଦ୍ଧ୍ୱରେ ଦୃଷ୍ଟିଦେଲା । ସତ୍ୟଧ୍ରୁବମଣ୍ତଳ ହେଲା ।।୫୩
ପୁଣି ଅଧୋମୁଖରେ ଚାହିଁ । ତଳାତଳ ତା ତଳ ହୋଇ ।।୫୪
ପୁଣି ସେ ବ୍ରହ୍ମଲୋକ କଲା । ରସାତଳ ପୁଣି ସୃଜିଲା ।।୫୫
ଏଣୁ ସେ ଚତୁଦ୍ଦର୍ଶ ପୁର । ପ୍ରକୃତି ସଞ୍ଚିଲା ସଂସାର ।।୫୬
ଏହି ଯୁଗରେ ମୋ ନିବାସ । ଯହିଁରୁ ପ୍ରକୃତି ପୁରୁଷ ।।୫୭
ସହସ୍ର କିରଣ ଯେ ବାଡ଼ । ଅଗମ୍ୟ ଭୂମି ମିଯହିଁ ଗୁଢ଼ ।।୫୮
ସର୍ବଦା ଜ୍ୟୋତିର୍ମୟ ପୁର । ଗମି ନ ପାରି ସୁରନର ।।୫୯
ତହିଁରେ ଦଶ ଦିଗ ନାହିଁ । ମନ ପବନ ନ ଗମଇ ।।୬୦
ରବି ଶଶାଙ୍କ ଅଗୋଚର । ଭବ ବିରଞ୍ଚି ସୁନାସୀର ।।୬୧
ଏମାନେ ଗମି ନ ପାରନ୍ତି । ଦୁର୍ଗମ ଦେଖି ବାହୁଡ଼ନ୍ତି ।।୬୨
ଉଦ୍ଧବ ଉବାଚ
ଉଦ୍ଧବ ବୋଇଲେ ମୁରାରୀ । କିମ୍ପାଇଁ ଗମିଣ ନ ପାରି ।।୬୩
କି ଅବା ପଥ ତେଣେ ନାହିଁ । ଏହା କହିବ ଭାବଗ୍ରାହୀ ।।୬୪
ଶ୍ରୀ ଭଗବାନୁବାଚ
ବୋଲନ୍ତି କମଳ ଲୋଚନ । ଶୁଣ ଉଦ୍ଧବ ସାବଧାନ ।।୬୫
ଧ୍ରୁବ ଲୋକର ଯାଏ ବାଟ । ଯିବା ଆସିବା ଲୋକେ ଭେଟ ।।୬୬
ଯିଏ ସେ ତପସ୍ୟା କରଇ । ଧ୍ରୁବ ମଣ୍ତଳ ଯାଏ ଯାଇ ।।୬୭
ତେଣିକି ନ ଦିଅଇ ପଥ । ହସି କହନ୍ତି ଜଗନ୍ନାଥ ।।୬୮
ଧ୍ରୁବ ମଣ୍ତଳ ମାପ ହୋଇ । ଦ୍ୱାଦଶ ଯୂଣ ପଥ କହି ।।୬୯
ସୂଚି ମୁନରେ ସରୁ ବାଟ । ଯିବାକୁ ବହୁତ ସଙ୍କଟ ।।୭୦
ଚାରି ଯୋଜନ ଦ୍ୱାରେ ଯାଇ । ତହୁଁ ସୂକ୍ଷ୍ମ ପଥ ଅଟଇ ।।୭୧
ପୁଣି ଚାରି ଯୋଜନ ଦ୍ୱାର । ତହିଁରୁ ସରୁ ପଥ ତାର ।।୭୨
ତହିଁରୁ ଚାରିଯୂଣ ବାଟ । ଲେଶ ପ୍ରମାଣେ ପଥ କଷ୍ଟ ।।୭୩
ତେତେକ ଯହୁଁ ଗମି ଯାଇ । ତେବେ ମୋ ଭୁବନେ ମିଳଇ ।।୭୪
ଯେ ଭୂମି ବିସ୍ତାର ଅପାର । ଚୌରାଶି କାଠି ଦୀର୍ଘ ତାର ।।୭୫
ପ୍ରତି ତା ଦଶ ଲକ୍ଷ କାଠି । ତହିଁ ମଧ୍ୟରେ ଯେ ବଇଠି ।।୭୬
ବଇଠି ଉପରେ ମୋ ସ୍ଥାନ । ଠୁଳ ଆକାରେ ମୋ ଆସନ ।।୭୭
ମାୟା ପ୍ରକଟ ରୂପ ହୋଇ । ଆହୁଟ କୋଟିନୃପ ସେହି ।।୭୮
ପ୍ରତି ଆହୁଟ କୋଟି କଲା । ସେ ମାୟା ବ୍ରହ୍ମ ବୋଲାଇଲା ।।୭୯
ତାହାର ଆଗେ ମୁଁ ଗୁପତ । ନ ଦିଶେ ଶିର ପାଦ ହସ୍ତ ।।୮୦
ଦେହ ନିର୍ଣ୍ଣୟେ ଗଣ୍ତ ମୁଖ । ନ ଦିଶେ ମୋର ରୂପରେଖ ।।୮୧
ଯେ ଅବା ଗମେ ଭକ୍ତିବଳେ । ମାୟା ବ୍ରହ୍ମକୁ ଦେଖିଡୋଳେ ।।୮୨
ତାହାର କୃଷ୍ଣ ଭକ୍ତି ଭୂତେ ତେ । ପଶଇ ନିସ୍ତାର ନିମନ୍ତେ ।।୮୩
ଅନେକ ଦିନେ ମୋତେ ପାଇ । ଶୁଣ ଉଦ୍ଧବ ଜ୍ଞାନ କହି ।।୮୪
ଶୁଣି ଉଦ୍ଧବ ବିରସିତ । ମନରେ ହୋଇଲା ଆରତ ।।୮୫
କୃଷ୍ଣ ଚରଣ ତଳେ ପଡ଼ି । ବୋଲଇ ବେନି କରଯୋଡ଼ି ।।୮୬
ଭୟ ଲାଗିଲା ମୋତେ ହରି । କେମନ୍ତେ ଭବୁ ହେବି ପାରି ।।୮୭
ଏଡେ଼ ଅଗମ୍ୟ ଯେଉଁ ପଥ । କେ ଅବା ଯିବାକୁ ସମର୍ଥ ।।୮୮
ତୋ ଭକ୍ତ କେମନ୍ତେ ଗମିବ । ଏ କଥା କହ ହେ ମାଧବ ।।୮୯
ତିନି ଦ୍ୱାରରେ କିଳେ ଦ୍ୱାରୀ । କେମନ୍ତେ ଛାଡ଼ିଦିଏ ହରି ।।୯୦
ଏକଥା ସଂଶୟ ମୋ ଖେଦ । ଜ୍ଞାନ ଖଡ଼ଗେ ନାଥ ଛେଦ ।।୯୧
ଶ୍ରୀ ଭଗବାନୁବାଚ
ଧ୍ରୁବ ମଣ୍ତଳ ପରେ ଯାଇ । ଚାରି ଯୋଜନ କ୍ଷେତ୍ର ସେହି ।।୯୨
ସୂଚି ମୁନର ପ୍ରାୟ ବାଟ । ଲାଗିଛି ତିଳେକ କବାଟ ।।୯୩
ବଳଭଦ୍ର ତହିଁ ଦୁଆରୀ । ରେବତୀ ସଙ୍ଗରେ ବିହରି ।।୯୪
ବଟ ସ୍ୱରୂପେ ସେ ବିରାଟ । ନାମ ଦେବନାଶନ ବଟ ।।୯୫
ଗିରି ଯୋଜନ ପଥ ଯେଟି । କାରୁଣ୍ୟ ଜଳ ବୋଲି ସେଟି ।।୯୬
ସେ ହିମାଳୟ ହିମମୟ । ଅସତ୍ୟ ଲୋକେ ହୋନ୍ତି କ୍ଷୟ ।।୯୭
ଧ୍ରୁବ ମଣ୍ତଳୁ ଚାରିଯୁଣ । ତାହାକୁ ବୋଲି ଅର୍ଦ୍ଧଶୂନ୍ୟ ।।୯୮
ଚାରିଯୁଣ ଉପରେ ବାଟ । ଦେବନାଶନ ନାମେ ବଟ ।।୯୯
ତେଣିକି ଚାରିଯୁଣ ପଥ । ସେ ପଥ ଅତି ଆଲୋକିତ ।।୧୦୦
ସୂଚି ମୁନରୁ କୋଟି ଅଂଶେ । ପଥ ଫିଟିଛି ସେ ନ ଦିଶେ ।।୧୦୧
ସେ ଚାରିଯୁଗ ଅନ୍ଧକାର । ତହିଁ ଉପରେ ଅଛି ଦ୍ୱାର ।।୧୦୨
ତହିଁ ସୁଜାଣ ନାମେ ଅହି । ଦ୍ୱାର ଆବୋରି ଅଛି ରହି ।।୧୦୩
ମାଙ୍କଡ଼ସା ସୂତା ପରାୟେ । ଶରୀର ଏଡେ଼ ମୋଟ ହୁଏ ।।୧୦୪
ଲାଞ୍ଜ ମୁଣ୍ତ ତା ଏକଠାଇଁ । ବସିଛି ପୂର୍ବକୁ ଅନାଇ ।।୧୦୫
ବଟ ଦୁଆର ଚାରିଯୁଣ । ଅନଳ ସେହୁ ମହାଶୂନ୍ୟ ।।୧୦୬
ଯେହୁ ଅନଳ ଜିଣିଯାଇ । ଅହି ଦ୍ୱାରୀକୁ ଭେଟ ପାଇ ।।୧୦୭
ତେଣିକି ଯେଉଁ ଚାରିଯୂଣ । ଲେଶ ପ୍ରମାଣେ ପଥଜାଣ ।।୧୦୮
ସୂଚି ମୁନର କୋଟି ଅଂଶେ । କୋଟି ଅଂଶରୁ ବାଟ ଲେଶେ ।।୧୦୯
ସେ ଚାରିଯୁଣ ଅଧକାର । ନାସ୍ତି ଭୂମି ଅଗମ୍ୟପୁର ।।୧୧୦
ସେ ଚାରିନାମ ଗୁଣାଗୁଣ । ତାହାର ନାମ ଅର୍ଦ୍ଧଶୂନ୍ୟ ।।୧୧୧
ଚାରିଗୁଣ ଉପରେ ଠଣା । ଦ୍ୱାରୀ ଅଟଇ ତା କଳ୍ପନା ।।୧୧୨
ଯୋଗମାୟା ତ୍ରିପୁରା ଜାଣ । ସୁର ନରଙ୍କୁ ଅନୁପମ ।।୧୧୩
ତେଣିକି ଚଉରାଶି କାଠି । ଗମିଲେ ମାୟା ବ୍ରହ୍ମଭେଟି ।।୧୧୪
ମାୟା ବ୍ରହ୍ମ ଆହୁଟ କୋଟି । ଏହା ଗମିଲେ ମୋତେଭେଟି ।।୧୧୫
ଅଦୃଷ୍ଟ ଅଶ୍ରୁତ ଏ ଜାଣ । ଜ୍ଞାନ ଲୋଚନେ ଦରଶନ ।।୧୧୬
ଏଡେ଼ ଦୁର୍ଗମ ପଥ ଖଣ୍ତି । ବ୍ରହ୍ମାଦି ବ୍ରହ୍ମରୂପେ ଭଣ୍ତି ।।୧୧୭
ଜ୍ଞାନକୁ ଆନ ନ ଜାଣଇ । ତାହା ତୁ ଶୁଣ ମନ ଦେଇ ।।୧୧୮
ଏ ଯେ ପରମ ତତ୍ତ୍ୱ ଯୋଗ । ଶୁଣନ୍ତେ ଖଣ୍ତେ ଭବରୋଗ ।।୧୧୯
ଯେବା ପଣ୍ତିତ ଜ୍ଞାନୀଜନ । ତାହାର ଥାଏ ଏହି ଜ୍ଞାନ ।।୧୨୦
ଅନ୍ୟ ଲୋକଙ୍କୁ ଏହୁ ଦ୍ୱନ୍ଦ । ଦିବସ ରାତ୍ର ସମ ଅନ୍ଧ ।।୧୨୧
ଉଦ୍ଧବ ଦ୍ୱାରକା ଶ୍ରବଣେ । ଦ୍ୱାରକା ଜଗନ୍ନାଥ ଭଣେ ।।୧୨୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ବୈକୁଣ୍ଠ ବର୍ଣ୍ଣନେ ଶ୍ରୀକୃଷ୍ଣ
ଉଦ୍ଧବ ସମ୍ବାଦେ ନାମ ତୃତୀୟୋଦ୍ଧଧ୍ୟାୟଃ ।।
 
।। ଚତୁର୍ଥ ଅଧ୍ୟାୟ ।।
ଶ୍ରୀ ଭଗବାନୁବାଚ
ଉଦ୍ଧବ ଶୁଣ ତତ୍ତ୍ୱ ଜ୍ଞାନ । ପୁଚ୍ଛିଲ ପରଂବ୍ରହ୍ମ ଜ୍ଞାନ ।।୦୧
ନାମ ସୁହୃଦ ଜ୍ଞାନବନ୍ତ । ରିପୁ ବାତ୍ସଲ୍ୟ ବିସର୍ଜିତ ।।୦୨
କାମ କ୍ରୋଧକୁ ପରିହରି । ମନ୍ଦ ସ୍ୱଭାବ ଦୂର କରି ।।୦୩