"ଓଡ଼ିଆ ଭାଗବତ/୧୩" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ଟିକେ ସୂଚୀ ସହ ଯୋଡ଼ାଗଲା |

୧ କ ଧାଡ଼ି:
{{header
= '''ତ୍ରୟୋଦଶ ସ୍କନ୍ଧ''' =▼
| title = ଓଡ଼ିଆ ଭାଗବତ
| author = ଜଗନ୍ନାଥ ଦାସ
ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ

| translator =
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍ ।

ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ

| previous = [[ଓଡ଼ିଆ ଭାଗବତ/୧୨|ଦ୍ଵାଦଶ ସ୍କନ୍ଧ]]
ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ।।

| next =
| notes =
ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତ ଦ୍ରବ୍ୟସଂଯୁତଂ ।

ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବିଭାବୁକାଃ ।।

ନମଇଁ ପରମ ପୁରୁଷ । ନୀଳ କନ୍ଦରେ ତୋର ବାସ ।। ୦୧

</poem>
ଯୋଗୀଜନ ରଞ୍ଜିବା ପାଇଁ । ନିଶ୍ଚଳେ ବସିଛ ଗୋସାଇଁ ।। ୦୨

=='''॥ ପ୍ରଥମ ଅଧ୍ୟାୟ॥'''==
ବ୍ରହ୍ମଜ୍ଞାନୀଙ୍କ ଗର୍ବ ଚୂରି । ତେଣୁ ବୋଲାଉ ବ୍ରହ୍ମଚାରୀ ।।୦୩

<poem>
ଅଷ୍ଟାଙ୍ଗ ଯୋଗ ସାଧିବାରେ । ନିଶ୍ଚଳ ଆତ୍ମା ଲୟଦ୍ୱାରେ ।।୦୪

ପଚିଶ ପ୍ରକୃତିକୁ ସାଧି । ପଞ୍ଚମନକୁ ହୃଦେ ରୁନ୍ଧି ।।୦୫

ପଞ୍ଚାଶ ପବନ ରୁନ୍ଧନେ । ଇନ୍ଦ୍ରିୟ ରୋଧ ସମାପନେ ।।୦୬

ଷଡ଼ ଅରିକୁ ଜୟ କରି । ନିଶ୍ଚଳେ ଅନାହତେ ଭରି ।।୦୭

ନିଶ୍ଚିତ ଯୋଗରେ ଅଚଳ । ନୟନ ଥାଇଁ ଅଚଞ୍ଚଳ ।।୦୮

ନାସିକା ଥାଉ ନାହିଁ ବାସ । ଶ୍ରବଣ ନାହିଁ ଶ୍ରୋତ୍ର ବିଷ ।।୦୯

ବକତା ନାହିଁ ଅଧରରେ । ଜପ ବିହିଲା ସେ ପ୍ରକାରେ ।।୧୦

କଟିରେ ହଜିଲା ଚରଣ । ଇନ୍ଦ୍ର ଜପିଲା ଉଦରେଣ ।।୧୧

ଗୁହ୍ୟ ହଜିଲା ପାତାଳରେ । ନଖ ଲୋମ ଯେ ହୃଦୟରେ ।।୧୨

ଜ୍ଞାନ ଅନଳେ ସର୍ବ ଦହି । ଷୁଧା ପିପାସା ଜଠେ ଦେଇ ।।୧୩

ଏଣୁ ସେ ବ୍ରହ୍ମ ଅବତାର । ଅଣଚାଶ ବାୟୁ ସାଧ୍ୟର ।।୧୪

ତୁମ୍ଭରେ ହୁଏ ଏହା ସାଧି । ଅନ୍ୟର କାହିଁ ଏତେ ବୁଦ୍ଧି ।।୧୫

ହର ବିରଞ୍ଚି ସୁନାସାର । ଅନଳ ଚନ୍ଦ୍ର ଦିବାକର ।।୧୬

କୁବେର ବରୁଣ ବାସୁକୀ । ମେରୁ ମରୁତ ଇତ୍ୟାଦିକି ।।୧୭

ଏହାଙ୍କ ଶକ୍ତି ଏଡ଼େ କାହଁ । ଏଡ଼େ ନିଶ୍ଚଳ ହେବା ପାଇଁ ।।୧୮

ଈଶ୍ୱର ଧରିବାର ଯୋଗ । ନ ଛାଡ଼େ କାମ କ୍ରୋଧ ଲୋଭ ।।୧୯

ମୁନି ଯତି ଯେ ସାଧୁଛନ୍ତି । ଆହାର ନିଦ୍ରା ନ ଛାଡ଼ନ୍ତି ।।୨୦

ଆବର ଅଷ୍ଟଦିଗପାଳେ । ଏ ପଶି ନ ପାରନ୍ତି ଢାଳେ ।।୨୧

ନର କିନ୍ନର ଭେଦ କାହିଁ । ସୁର ଗନ୍ଧର୍ବେ ଭେଦ ନାହିଁ ।।୨୨

ଏଣୁ ନିଶ୍ଚୟ ଭଗବାନ । ସର୍ବ ଦେବତା ମୋକ୍ଷପାନ ।।୨୩

ଉଦ୍ଧବ ଦିନେ ବଦ୍ରିକାରେ । ପାଦୁକା ବଳେ ଧ୍ୟାନ କରେ ।।୨୪

ଦେଖି ତାହାର ଦୃଢ଼ ଧ୍ୟାନ । ଆସି ମିଳିଲେ ଭଗବାନ ।।୨୫

ଉଦ୍ଧବ ପାଦେ ପଡ଼ିଶୋଇ । ବୋଲଇ ନିସ୍ତରିଲି ମୁହିଁ ।।୨୬

କେବେ ଦର୍ଶନ ମନେ ଥିଲା । ଏବେ ନୟନ ଭାଗ୍ୟ କଲା ।।୨୭

ଯେତେ କହିଲ ଭାଗବତେ । ଭ୍ରମି ହୋଇଲି ନାନାମତେ ।।୨୮

ନିଷ୍ଠା କହିବା ମୋତେ ହେଉ । ଏ ଜୀବ ସଦଗତି ପାଉ ।।୨୯

;ଶ୍ରୀ ଭଗବାନ ଉବାଚ
ଉଦ୍ଧବ ଶୁଣ ସାବଧାନେ । ଏ ଜୀବ ଥାଇ ସର୍ବସ୍ଥାନେ
କେବଳ ଥାଇ ସାଧ୍ୟ ଭାବେ । ଇନ୍ଦ୍ରିୟ ଦୁଃଖ ସୁଖ ଭାବେ
ଏଣୁ ଲାଗଇ ଗୁଣ ଦୋଷ । ଜୀବ ତ ନିର୍ଗୁଣ ପୁରୁଷ
ନିର୍ମଳ ନିରଞ୍ଜନ ଏହି । ଏହାର କ୍ଷୟ ବୃଦ୍ଧି ନାହିଁ
ଜନ୍ମ ମରଣ ଶୋକ ମୋହ । ଦୁଃଖ ସୁଖାଦି ଏ ସଂଶୟ
ନିଦ୍ରା ଆହାର ପବନରେ । କାମ କାର୍ପୂଣ୍ୟ ବିକାରରେ
ପ୍ରକୃତି ପୁରୁଷ ନ ଛାଡ଼େ । ଏବେ ନିଶ୍ଚିନ୍ତ ମାୟାଜଡ଼େ
ଏ ସର୍ବ ସଭା ଉଦାସୀନ । ଜୀବର ନାହିଁ ତା ଗ୍ରହଣ
କାହୁଁ ଅଇଲା ତା ନ ଜାଣେ । ଦେହକୁ ସତ୍ୟ କରି ମଣେ
ଅନ୍ତେ ଯହିଁକି ଜୀବ ଯିବ । ତାହା ନ ଜାଣେ ବ୍ରହ୍ମା ଶିବ
କାହିଁରୁ ପୂର୍ବେ ଆସିଥିଲା । ଏବେ ସେ ହେତୁ ପାଶୋରିଲା
ଆଦ୍ୟରେ ରହି ଥିଲା ଯହିଁ । ଯହୁଁ ଅଇଲା ଦେହ ବହି
ଦେହ ଉପେକ୍ଷି ଗଲା ପ୍ରାଣ । ମଲାରୁ ପାସୋରିଲା ଜ୍ଞାନ
ଏବେ ପାଇବ ତାହା କାହିଁ । ଗୁରୁ ସେବିଲା ପୂର୍ବ ନାହିଁ
ଯହୁଁ ସେ ଦେହ ଆସି ଥାଇ । ଅନ୍ତେ ଯହିଁକି ଦେହ ଯାଇ
ଯହିଁ ରହଇ ଯାଇ ପ୍ରାଣ । ତାହାକୁ ଗୁରୁ କରି ଚିହ୍ନ
ଯାହାକୁ ଭାବି ନିରନ୍ତରେ । ସେବିଲେ ଅନ୍ତର ବାହାରେ
ଯା ପାଇଁ ବ୍ରତ ତପଦାନ । ଯଜ୍ଞେ ଦେବତା ଆରାଧନ
ପ୍ରତିମା ଶିବ ଚଣ୍ତୀ ପୂଜି । ଜଳେ ବିଷ୍ଣୁଙ୍କ ନାମ ଭଜି
ବେଦ ପଠନ ଯଜ୍ଞ ଦାନ । ବିପୁଳ ଗୃହ ନାନା କର୍ମ
ଇତ୍ୟାଦି ଶାଖା ନାନା ବିଧି । ଅତିଥି ସାଧୁଙ୍କୁ ଆରାଧି
ଯାହାକୁ ଏତେ ଭାବେ ଧ୍ୟାୟି । ବାହାର ଭିତରେଟି ସେହି
ନିକଟେ ଥାଇଣ ଅଦୃଶ୍ୟ । ଯେଣୁ ନ ମେଣ୍ଟେ କର୍ମ୍ପାଶ
ଏଣୁ ଜ୍ଞାନ ଚକ୍ଷୁ ନ ସ୍ଫୁରେ । ତେଣୁ ନ ଦିଶେ ନିକଟରେ
ଏଣୁ ଭ୍ରମଇ ନାନାମତେ । ପୂଜଇ ନିତ୍ୟ ବୋଲି ମୋତେ
ଯେ ମୋତେ ଯତ୍ନେ ଭୋଗଦେଇ । ତାହାଠୁ ଦୂରେ ମୁହିଁ ରହି
ଯେ ପୁଣି କରେ ହୋମଯଜ୍ଞ । ତହୁଁ ମୁଁ ବହୁତ ଉଲଗ୍ନ
କେ ଭଜେ ଜପ ଭଜନରେ । ଷଡ଼ାର୍ଘ୍ୟ କବଚ ଅଙ୍ଗରେ
କେ ଅଙ୍ଗନ୍ୟାସ କ୍ରମଶରେ । ଧ୍ୟାନ କରଇ ଏକାନ୍ତରେ
ପ୍ରତିମା ଦୃଷ୍ଟି ପଥେ ସ୍ଥାପି । ବିବିଧ ଗନ୍ଧଦ୍ରବ୍ୟ ଲେପି
ବସନ ପରିଧାନ କରେ । ବିବିଧ ଅଳଙ୍କାର ଭରେ
ଅର୍ଚ୍ଚନା ବନ୍ଦନା ମାର୍ଜ୍ଜନା । କେ ସ୍ତୁତି କରଇ ପ୍ରାର୍ଥନା
ଏହାଠୁଁ ଦୂର ମୁଁ ଉଦ୍ଧବ । ଏଥି ମୋହର ନାହିଁ ଭାବ
ସେ ଶ୍ରଦ୍ଧା ପାଇଣ କରନ୍ତି । ମୋ ଭାବ ଜାଣି ନପାରନ୍ତି
ଏଣେ ଅଖଣ୍ତ ମୟ ଜ୍ଞାନ । ନ ଚିହ୍ନି ପୂଜୁଥାଇ ଅନ୍ୟ
ତାହାକୁ ଦେଖୁଥାଇ ଅନ୍ୟେ । ସେ ପୁଣି ପୂଜନ୍ତି ବିଧାନେ
ଏକୁ ଅନେକ ଏହିମତେ । ପୂଜନ୍ତି ସଂସାର ନିମନ୍ତେ
ଏହି ପ୍ରକାରେ ସର୍ବଜନେ । କରନ୍ତି ବେଦର ବିଧାନେ
ମୋତେ ପାଇବେ ସେହୁ କାହିଁ । ପୂର୍ବ ଅର୍ଜିଲା ପୁଣ୍ୟ ନାହିଁ
ମୁଁ ଆତ୍ମା ନିରଞ୍ଜନ ମୂଳ । ଆଉ ସମସ୍ତ ଅଟେ ଡ଼ାଳ
ଯେସନେ ବୀଜ କ୍ଷୁଦ୍ର ହୋଇ । ତହୁଁ ସେ ବୃକ୍ଷ ପ୍ରକାଶଇ
ତେମନ୍ତ ମୂଳ ମୁଁ ପ୍ରଧାନ । ମୋତେ ନ ଚିହ୍ନେ ମୂଢ଼ଜନ
ସମସ୍ତ ବେଦ ହୋଇ ବୃକ୍ଷେ । ଫଳ ଫଳାନ୍ତେ ଅନ୍ତରୀକ୍ଷେ
ସେ କର୍ମ ଫଳ ଅନୁସାରେ । ଏମନ୍ତ ବିବିଧ ପ୍ରକାରେ
ଏ ଆତ୍ମା ଏତେ କର୍ମେ ନାହିଁ । କର୍ମେ ଲୋଡ଼ିଲେ ପାଇ କାହିଁ
ଏଣୁ ଅବିଦ୍ୟାରୁ ବାହାର । ଅନନ୍ତ ଅନାଦି ଈଶ୍ୱର
ଅବ୍ୟକ୍ତ ଅନିତ୍ୟ ଯେ ସେହି । ଘର ବାହାରେ ପ୍ରକାଶଇ
ଯହୁଁ ଆସଇ ତହିଁ ଲୀନ । ନୁହଁଇ ବସ୍ତୁ ମହାଶୂନ୍ୟ
ଘଟେ ଚେତନା ସ୍ଥାନ ସେହି । ବିକୁଣ୍ଠା ନାମ ତାର କହି
ଏଣୁ ମୁଁ ବିକୁଣ୍ଠା କୁମର । ତେଣୁ ବୈକୁଣ୍ଠ ନାମ ମୋର
ଏ ଦେହ ଅନ୍ତେ ମୁହିଁ ଯିବି । ବିକୁଣ୍ଠା ବ୍ରହ୍ମରେ ମିଶିବି
ଚତୁର୍ଦ୍ଦଶ ପ୍ରଳୟ ଯେବେ । ପଶନ୍ତି ବିରାଟର ଗର୍ଭେ
ବିରାଟ ପ୍ରଳୟର କାଳେ । ପଶଇ ମୋର ନାଭିମୂଳେ
ସକଳ ପ୍ରଳୟରେ ଯାଇ । ମୁହିଁ କେବଳ ମାତ୍ର ଥାଇ
ମୁହିଁ ପ୍ରଳୟ ମୋର ସୁଖେ । ମିଶଇ ବ୍ରହ୍ମର ଅଲେଖେ
ପୁଣି ଆପଣା ସୁଖେ ଆସି । ବ୍ରହ୍ମର ତଳେ ମୁହିଁ ଖସି
ମୋ ନାଭି କମଳୁ କମଳ । ଜନ୍ମିଲା ଅତ୍ୟନ୍ତ କୋମଳ
ସେ ନାଭୁଁ ବିରାଟ ବାହାର । ବ୍ରହ୍ମଟି ପଞ୍ଚମ ପ୍ରକାର
ତେଣୁ ଅଶେଷ କରେ ଜାତ । ଉତ୍ପତ୍ତି ପ୍ରଳୟ ମୋ ସ୍ଥିତ
ତୁ ଏବେ ସର୍ବ କର୍ମ ଏଡ଼ି । ପରମ ବ୍ରହ୍ମଜ୍ଞାନେ ବୁଡ଼ି
ପାରିଲେ ଏହି ଜ୍ଞାନ ସାଧ । ସଂସାର ମାର୍ଗୁ ଛାଡ଼ି ସଧ
ଏ ଜ୍ଞାନ ସର୍ବଶାସ୍ତ୍ରେ ସାକ୍ଷୀ । ବେଦ ବେଦାନ୍ତରେ ୟା ଲେଖି
ଏହୁ ଉତ୍ପତ୍ତି ହେଉଥାଇ । ପ୍ରଳୟେ ତହିଁରେ ମିଶଇ
ମନ ବଚନୁ ଅଗୋଚର । ଚିତ୍ତ ଚୈତନ୍ୟରୁ ବାହାର
ଉତ୍ପତ୍ତି ସ୍ଥିତି ଲୟକର୍ତ୍ତା । ସକଳ ଦେବଙ୍କ ଦେବତା
ପାଦ ପାଣି ମସ୍ତକ ଯହିଁ । ଚାହିଁଲେ ଠୁଳ ପ୍ରକାଶଇ
ଅକ୍ଷୟ ଭାବେ ଏ ମୁରାରୀ । ଅନନ୍ତ ନାମ ଏଥି ଧରି
କେତେହେଁ ଜାତ କେତେ ଲୀନ । କେ ତାହା କରିବ ବଖାଣ
ଯେସନେ ବରଷଇ ପାଣି । କେତେ ବରଷେ କେବା ଜାଣି
ଜନ୍ମ ଏମନ୍ତ କେତେ ହୋଇ । କେ ଜାଣିପାରେ ଅନ୍ତ ନାହିଁ
ସିନ୍ଧୁରେ କେତେ ନଦୀ ମିଶି । ତାହା କେ କହିବ ପ୍ରକାଶି
ଏମନ୍ତେ କେତେ ହେଁ ପ୍ରଳୟ । କେ ତାହା କହିବ ନିର୍ଣ୍ଣୟ
ପ୍ରଥମସ୍କନ୍ଧେ ଅଛି ରହି । ଦ୍ୱିତୀୟସ୍କନ୍ଧେ ହୁଏ ଏହି
ତୃତୀୟସ୍ମନ୍ଧେ ଯା ବଖାଣି । ଚତୁର୍ଥସ୍କନ୍ଧେ ପରିମାଣି
ପଞ୍ଚମସ୍କନ୍ଧେ ଯାହା ତୋତେ । କହିଲୁ ଷଷ୍ଠସ୍କନ୍ଧ ମତେ
ସପ୍ତମସ୍କନ୍ଧେ ଜ୍ଞାନ କହି । ଅଷ୍ଟମସ୍କନ୍ଧେ ବୁଝ ତୁହି
ନବମସ୍କନ୍ଧେ ଦେଲି ଦୀକ୍ଷା । ଦଶମସ୍କନ୍ଧେ ପ୍ରେମ ଶିକ୍ଷା
ଏକାଦଶରେ ଜ୍ଞାନ କହି । ଦ୍ୱାଦଶସ୍କନ୍ଧେ ଆଚରଇ
ତୋର ଅବୋଧ ଦେଖି ମନ । ତେଣୁ ମୁଁ ଦେଲି ଦରଶନ
ଏବେ ତୁ ପୂଜା ଧ୍ୟାନ ଛାଡ଼ । ଏକାନ୍ତ ବ୍ରହ୍ମ ସୁଖେ ଜଡ଼
ଏ ବ୍ରହ୍ମ ପ୍ରେମ ତରଙ୍ଗିଣୀ । ଭବସାଗରୁ ତରେ ପ୍ରାଣୀ
ଏକାନ୍ତେ ରହି ଆତ୍ମଭାବେ । ବୋଧି ଉଦ୍ଧବ ଜ୍ଞାନଯୋଗେ
ଅନ୍ତରେ ହୋଇଣ ନିର୍ମଳ । ହସି କହିଲେ ଆଦିମୂଳ
ଦ୍ୱାରକା ଜଗନ୍ନାଥ ଦାସ । ଆନନ୍ଦେ କଲେ ପରକାଶ
ତ୍ରୟୋଦଶସ୍କନ୍ଧେ ଏ ରସ । ସୁଜନେ ଶୁଣ ହୋଇ ତୋଷ
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ ଦ୍ୱାରକା
ବିବରଣେ ନାମ ପ୍ରଥମୋଦ୍ଧଧ୍ୟାୟଃ
</poem>
<poem>
;ଉଦ୍ଧବ ଉବାଚ
ଉଦ୍ଧବ କୃଷ୍ଣ ପାଦ ଧରି । ବୋଲଇ ପ୍ରେମେ ମୋଦ ଭରି
ଦୁସ୍ତର ଏ ଘୋର ସଂସାର । କୃତାର୍ଥ ନାହିଁ ଏ ଜୀବର
ଜ୍ଞାନ କହିଲ ସ୍ୱୟଂ ମୋତେ । ଦେଖିଲି ଦୃଷ୍ଟିରେ ସାକ୍ଷାତେ
ପ୍ରଳୟ ବ୍ରହ୍ମାଣ୍ତ କେମନ୍ତେ । ଜୀବ ପ୍ରଳୟ କେଉଁ ମତେ
ଏହା କହିବା ହେଉ ହରି । ପୁଚ୍ଛଇ ବେନି ପାଦ ଧରି
;ଶ୍ରୀ ଭଗବାନୁବାଚ
ଶୁଣ ଉଦ୍ଧବ ଯାହା ପୁଚ୍ଛି । କହିବା ତହୁଁ ତୋତେ କିଛି
ସପତ ପାତାଳେ ଯେ ଏଥି । ଏହା ପ୍ରଳୟେ କରେ ପୃଥ୍ୱୀ
ପଶନ୍ତି ପୃଥ୍ୱୀ ଅଙ୍ଗେ ଯାଇ । ପୃଥ୍ୱୀ ପ୍ରଳୟ ଅନ୍ତ ନାହିଁ
ପୃଥ୍ୱୀକୁ ଆପ ପ୍ରଳେ କଲା । ଭୁଲୋକ ମଧ୍ୟରେ ପଶିଲା
ତହୁଁ ଯେ ଥିଲେ ବେନି ଜନ । ଆଦ୍ୟଦ୍ୱାରେ ସେ ଦ୍ୱାରୀ ପଣ
ବିଷ୍ଣୁର ଆଦ୍ୟ ଦ୍ୱାରୀ ସେହି । ପୃଥ୍ୱୀ ଆପଙ୍କ ଫଳେ ତହିଁ
ଚାରିବେଦରୁ ଚାରି ବାଇ । ଚାରି ଅକ୍ଷର ଏହା କହି
ପାଖୁଡ଼ା ଅକ୍ଷରେ ରହିଲା । ଅକ୍ଷୟ ବାୟୁ ହୋଇଗଲା
ବାୟବୀ ଶକ୍ତି ତୀରେ ପଶି । ଶକ୍ତି ଗଣେଶ ଦେହେଁ ମିଶି
ଗଣେଶ ଭୁବଲୋକେ ଗଲା । ପ୍ରଳୟ ସହି ନ ପାରିଲା
ଭୁବଲୋକରେ ଦେବାଦେବୀ । ଦ୍ୱିତୀୟ ଦ୍ୱାର ପାଳ ସେବି
ଷଡ଼ ଅକ୍ଷର ଷଡ଼ ଦଳ । ଷଡ଼ ପବନ ଯହିଁ ଠୁଳ
କାମ କାମାକ୍ଷୀ ଯହିଁ ଦ୍ୱାରୀ । ପାତାଳପୁର ଅଧିକାରୀ
ଷଡ଼ ଅକ୍ଷର ପ୍ରଳୟାନ୍ତେ । ଷଡ଼ ପବନ ଯେ ମିଳନ୍ତେ
ଷଡ଼ ଅକ୍ଷର ପ୍ରଳେ ହୋଇ । କାମାକ୍ଷୀ ଅଙ୍ଗେ ପଶେ ଯାଇ
କାମାକ୍ଷୀ ପ୍ରଳୟର କାଳେ । ପଶଇ କାମ ଗର୍ଭସ୍ଥଳେ
ଭୁବ ପୁଲୋକ ପ୍ରଳୟାନ୍ତେ । ମିଶଇ ସୁରଙ୍କ ସଙ୍ଗତେ
ସେ ଦ୍ୱାରେ ବେନିଜନ ଦ୍ୱାରୀ । ଆପକୁ ପ୍ରଳେ ତେଜ କରି
ତେଜି ଦଶ ଦଳ କମଳ । ଦଶ ଅକ୍ଷର ଦଶ ଦଳ
ଦଶ ପବନ ଯହିଁ ବସେ । ତେଜ କମଳ ପରକାଶେ
ଦଶ ଅକ୍ଷର ଦ୍ୱାରେ ହୋଇ । ଅକ୍ଷର ପବନ ହୁଅଇ
ପବନ ସାବିତ୍ରୀ ଶକ୍ତିରେ । ପଶନ୍ତି ଯାଇ ପ୍ରଳୟରେ
ସାବିତ୍ରୀ ପ୍ରଳୟରେ ଯାଇ । ସେ ବ୍ରହ୍ମ ବ୍ରହ୍ମରେ ମିଶଇ
ଅକ୍ଷର ଦଳ ଏ ପବନ । ତେଜ ପବନେ ଦେବଗଣ
ବ୍ରହ୍ମ ପ୍ରଳୟ ସେହୁ ଲୀଳା । ବାୟବ୍ୟ ମଣ୍ତଳେ ପଶିଲା
ପୃଥିବୀ ଆପ ତେଜ ଘେନି । ବାୟବ୍ୟ ମଣ୍ତଳରେ ପୁଣି
ଦ୍ୱାଦଶ ଦଳ ଜନଲୋକ । ତହିଁର ଦ୍ୱାରେ ବେନି ଦେଖ
ଦ୍ୱାଦଶ ଅକ୍ଷର ବସଇ । ଦ୍ୱାଦଶ ପାଇଁ ପ୍ରଘଟଇ
ଦଶ ଅକ୍ଷର ଦ୍ୱାରେ ହୁଏ । ଅକ୍ଷର ହୁଏ ବାୟୁ ମୟେ
ବାୟବ୍ୟ ଲକ୍ଷ୍ମୀ ସଙ୍ଗେ ମିଶି । ଲକ୍ଷ୍ମୀ ନାରାୟଣ ପ୍ରବେଶି
ଓଁକାର ବାୟୁ ମୁଳେ ଛିଡେ଼ । ନିଷେଧ କିଳିଣିକି ଫେଡେ଼
ସେ ମହା ନାରାୟଣ ଯାଇ । ତପ ଲୋକରେ ମେଳ ହୋଇ
ଆକାଶ ମଣ୍ତଳେ ପଶନ୍ତି । ସେ ଦ୍ୱାରେ ବେନି ଜନେଛନ୍ତି
ଷୋଳ ଦଳରେ ଷୋଳକ୍ଷର । ଷୋଡ଼ଶ ପବନ ତାହାର
ଶିବ ପାର୍ବତୀ ବେନିଜନ । ପଶନ୍ତି କଣ୍ଠ ଦ୍ୱାର ସ୍ଥାନ
ଷୋଳ ଅକ୍ଷର ଲୀନ ପାଇ । ଅକ୍ଷର ବାୟୁରେ ସମ୍ଭାଇ
ବାୟୁ ପାର୍ବତୀ ସଙ୍ଗେ ମିଶି । ପାର୍ବତୀ ସଙ୍ଗରେ ବିକାଶି
ଶିବ ପ୍ରଳୟ ଆକାଶରେ । ଶୁଣ କହିବା କିଛି ତୋରେ
ଶିବ ଯେ ମହଲ୍ଲୋକେ ଗଲେ । ମହଲ୍ଲୋକୁ ସତ୍ୟେ ଚଳିଲେ
ସ୍ତ୍ୟଲୋକୁ ବ୍ରହ୍ମ ଲୋକରେ । ଧୃବଲୋକ ବ୍ରହ୍ମ ମଣ୍ତଳେ
ସମସ୍ତେ ପ୍ରଳୟର ରାଶି । ଜୀବ ସଙ୍ଗରେ ଯାଇ ମିଶି
ହଂସ ପ୍ରଳୟ ଯାଇ ହୋଇ । କାଳ ପ୍ରକୃତି ପୁରୁଷ ହିଁ
ହ-ଅ ଯେ ପରମ ଅଟଇ । ସ-ଅ ଯେ ଜୀବକୁ ବୋଲାଇ
କମଳ ମଣ୍ତଳ ପୁରୁଷ । ଏ ତିନି ପ୍ରଳୟ ପ୍ରବେଶ
ବେଦ ବଉଦ ପ୍ରଳେ ଗଲେ । ଜୀବ ଅଙ୍ଗରେ ସେ ରହିଲେ
ସେ ଜୀବ ମହତ ପୁରୁଷ । ପଞ୍ଚତତ୍ତ୍ୱକୁ ଘେନି ପାଶ
ଜୀବ ପ୍ରଳୟ ତ୍ରାସ ପାଇ । ପରମ ଆତ୍ମାରେ ମିଶଇ
ପରମ ଆତ୍ମା ସର୍ବ ଘେନି। ଭାସେ ପ୍ରଳୟ ଜଳେ ପ୍ରାଣୀ
ପ୍ରଳୟ ଜଳରେ ଭାସଇ । ସଲିଳ ବିମ୍ବ ପ୍ରାୟ ହୋଇ
ହଂସ ସ୍ୱରୂପ ଜଳେ ଭାସେ । ପ୍ରଳୟ ଅନ୍ତେ ସୃଷ୍ଟି ବସେ
ସେ ହଂସ ସହସ୍ର ବରଷ । ପ୍ରଳୟ ଜଳେ କରେ ବାସ
ଆହାର ବିନୁ ଭ୍ରମୁଥାଇ । ପ୍ରଳୟ ତାକୁ ନ ଧରଇ
ପରମ ଆତ୍ମା ହଂସ ଦୀକ୍ଷା । ସୃଷ୍ଟି ଭିଆଣ କଲା ଇଚ୍ଛା
ଡିମ୍ବେକ ପଡିଲା ଜଳରେ । ପଞ୍ଚବର୍ଣ୍ଣ ସେ ଡିମ୍ବ ଧରେ
ଡିମ୍ବ ତାପିଲା ପଞ୍ଚତତ୍ତ୍ୱେ। ପାକ ହୋଇଲା ଡିମ୍ବ ଅନ୍ତେ
ସେ ଡିମ୍ବ ବେନି ଫାଳ କଲା । ଫାଳକେ ପୃଥିବୀ ହୋଇଲା
ଫାଳକେ ଆକାଶ ଅଟଇ । ଭାସଇ ଜୀବ ପ୍ରାୟ ହୋଇ
କ୍ଷୟ ନୋହିଲା ଯହୁଁ ଫାଳ । ନାଭିରୁ ଜାତ ପଦ୍ମମୂଳ
ସେ ଷଡ଼ ଅଷ୍ଟମୁଖେ ଗଲା । ସପତ ପାତାଳ ଭେଦିଲା
ଉର୍ଦ୍ଧ୍ୱେ ସେ ଗଲା ନାଡେ଼ ବଢ଼ି । ପରେ ଊର୍ଦ୍ଧ୍ୱ ଲୋକେ ହାବୋଡ଼ି
ସେ ନାଡ଼ୀ ମଧ୍ୟେ କଟିଭାଗ । ତହିଁ ଛନ୍ତି ବାସୁକୀ ନାଗ
ସେ ନାଗ ଲାଞ୍ଜେ ମେରୁ ଖଟି । ତା ଶିରେ ଫଣା ସହସ୍ରଟି
ସହସ୍ର ଫଣାରେ ଧରଇ । ତେବେ ବ୍ରହ୍ମାଣ୍ତ ଥୟ ହୋଇ
ସେ ନାଗକୁଳଙ୍କ ଆଶ୍ରମ । ଧଇଲା ଅତି ବଡ଼ କୂର୍ମ
କୂର୍ମକୁ ମଣ୍ତୁକୀ ଧଇଲା । ଏମନ୍ତ ପୃଥ୍ୱୀଥୟ ହେଲା
ତେବେ ସଞ୍ଚିଲା ମହୀଭାର । ମୁଁ ପ୍ରତିପାଳଇ ସଂସାର
ଏମନ୍ତେ ତିନି ଦେବ ହୋଇ । ପ୍ରଳୟ ଶିବ ଯେ କରଇ
ମେରୁ ହୋଇଲା ପଦ୍ମମୂଳ । ତହିଁ ବାନ୍ଧିଲା ଡିମ୍ବଫାଳ
ବନ ପର୍ବତ ନଦୀ ତୀର୍ଥ । ଫଳ ମୂଳ ଅନ୍ନ ଯାବତ
ମନୁଷ୍ୟ ପକ୍ଷୀ ସର୍ପହୋଇ । ଏ ସର୍ବ ସାଧ୍ୟ କଲେ ମହୀ
ଶୁଣି ଉଦ୍ଧବ କୃତ୍ୟ କୃତ୍ୟ । ମୁଁ ତୁମ୍ଭ ଜନ୍ମେ ଜନ୍ମେ ଭୃତ୍ୟ
ତେଣୁ ଭକତି ବଶ ତୁହି । ଭାବ ନିକଟେ ଭାବଗ୍ରାହୀ
ଏ ଦେହେ କର ଶିର ନେତ୍ର । ନାସା ବଦନ କର୍ଣ୍ଣପଥ
ଆତ୍ମା ସହିତେ ଇନ୍ଦ୍ରି ପୁଣ । ପାଞ୍ଚ ମନ ପ୍ରକୃତିଗଣ
ଏ ସର୍ବ ତୋହର ସଞ୍ଚିତ । ତୁମ୍ଭର କିଣା ଗୋପୀନାଥ
ମୋହର ନାହିଁ ଏଥି ପଣ । ଏ ସବୁ ତୋହର ଭିଆଣ
ରଖ ନ ରଖ ତୋର ଇଚ୍ଛା । ମୋତେ କରିବ ତୁମେ ରକ୍ଷା
କୃତାର୍ଥ କର ଭଗବାନ । କହିବ ଗୁପ୍ତ କଥାମାନ
ଅଧଃ ଊର୍ଦ୍ଧ୍ୱ କାହାକୁ କହି । ଉତ୍ପତ୍ତି ପ୍ରଳୟ କେ ହୋଇ
ତ୍ରିମାତ୍ରା ବୋଲି ଅବା କେହୁ । ତ୍ରିମୁଖ କେବା ମହାବାହୁ
ଜୀବ ପରମ କେ ଅଟଇ । ଶିବ ଶକ୍ତି ବା କେ ବୋଲାଇ
ଉତ୍ପତ୍ତି ପ୍ରଳୟର ଦ୍ୱାର । କେ ଅଟେ ବ୍ରହ୍ମାଣ୍ତ ଠାକୁର
;ଶ୍ରୀ ଭଗବାନୁବାଚ
ଶୁଣ ଉଦ୍ଧବ ତତ୍ତ୍ୱଜ୍ଞାନ । ଯେଣୁ ଲଭିବୁ ମୋ ଚରଣ
ଅଧଃ ଜୀବନ ନିରାକାର । ଊର୍ଦ୍ଧ୍ୱ ପରମ ସୂକ୍ଷ୍ମସାର
ଉତ୍ପତ୍ତି ପ୍ରଳୟଟି ଭ୍ରାନ୍ତି । ତେଣୁ ଜନ୍ମଇ ଏ ପ୍ରକୃତି
ଉଦେ ଅସ୍ତଟି ଚଇତନ । ଚନ୍ଦ୍ରହିଁ ବୋଲେ ତାର ନାମ
ଅକାର ଉକାର ମକାର । ତ୍ରିଶୁନ୍ୟ ଦେଖି ଆଜଘର
ତ୍ରିବେଣୀ ଜୟ ମାତ୍ରା କହି । ତ୍ରିବେଣୀ ନାମେ ଧାର ବହି
ଶ୍ରୁତି ଶବଦ ଶିବ ଶାନ୍ତି । ପ୍ରଳୟ ଦ୍ୱାର କାଳ ସ୍ତୁତି
ସେ ନିରଞ୍ଜନ ନିରାକାର । ରଜ ବୀର୍ଯ୍ୟରୁ ସେ ବାହାର
ଅକ୍ଷୟ ବୀଜ ତେଜ ବଳେ । ଦୁଃଖ ସୁଖ ଏ ବେନି ଫଳେ
ତ୍ରୟଧାତୁରେ ବୃକ୍ଷ ଟାଣ । ଚତୁର ଶିରେ ବଳବାନ
ଏ ପଞ୍ଚଡାଳେ ପଞ୍ଚଭୂତେ । ବସନ୍ତି ଭୋଗ ରକ୍ଷା ଅର୍ଥେ
ଷଢ଼ ଆତ୍ମାରେ ବୃକ୍ଷ ମୋଟ । ଏ ଷଢ଼ରସ ରୂପୀ ଦୁଷ୍ଟ
ଶ୍ରବଣେ ନିନ୍ଦାସ୍ତୁତି ଶୁଣେ । ଏ ରସ ବୃକ୍ଷ ନିୟୋଜନେ
ନୟନ ରୂପ ଅର୍ଥ ପାଇଁ । ଅଶେଷ ମାର୍ଗେ ଭ୍ରମୁଥାଇ
ନାସିକା ଗନ୍ଧ ଆମୋଦନ । ଭ୍ରମଇ ନାନା ବାସସ୍ଥାନ
କ୍ଷୁଧା ଅନଳ ଧରେ ପେଟେ । କୁବାକ୍ୟ ମୁଖେ ନିତ୍ୟ ରଟେ
ଇନ୍ଦ୍ରି ଧରଇ ପୁଣି ବଳେ । ଭ୍ରମଇ ମଇଥୁନ ଫଳେ
ଏ ଷଡ଼ରସ ବୃକ୍ଷ ଧରେ । ସମତ୍ୱ ତ୍ୱକ ବେଢ଼ିବାରେ
ଚର୍ମ ଭିତରେ ଲୋମମୂଳେ । ଲେପନ ରକ୍ତ ମାଂସ ଜଳେ
ଶିରାସଙ୍କୁଳ ଅସ୍ଥି ଗଣ୍ଠି । ସପ୍ତ ବକଳ ବୃକ୍ଷ ଫୁଟି
ଅଷ୍ଟ ମୁରତି ଘେନି ଡାଳେ । ପୃଥିବୀ ପବନ ଅନଳେ
ଆକାଶ ତେଜ ବୁଦ୍ଧି ଘେନି । ଅହଙ୍କାର ଏ ବୃକ୍ଷ ଜାଣି
ନବ ଖଣ୍ତରେ ବୃକ୍ଷ ଶୋଭା । ଦଶଟି ଖେଦ ଯହିଁ ପ୍ରଭା
ଏମନ୍ତ ଅଟେ ବୃକ୍ଷସ୍ଥାନ । ବସନ୍ତି ବେନି ପକ୍ଷୀ ଶୂନ୍ୟ
ଜୀବ ପରମ ବେନି ଅଂଶେ । ବୃକ୍ଷ ଭେଦିଣ ପରକାଶେ
ବୃକ୍ଷର ନାମଟି ଜୀବନ । ଜୀବ ବିହୀନେ ବୃକ୍ଷ କ୍ଷୀଣ
ଶ୍ୱେତ ଶରୀରେ ଶ୍ୱେତ ଜଳ । ପରମ ନାମେ ଆଦିମୂଳ
ନୀଳ ସ୍ୱରୂପେ କୃଷ୍ଣବର୍ଣ୍ଣ । ଜୀବର ଏ ବର୍ଣ୍ଣ ଲକ୍ଷଣ
ପରମ ବୋଲି ଯାକୁ କହି । ଜୀବହିଁ ସେହି ଯେ ଅଟଇ
ଏକ ପାଖୁଡ଼ା ବେନିଖଣ୍ତ । ଶଶୀକି ଅନ୍ତର ପ୍ରଚଣ୍ତ
ତେଣୁ ଜୀବ ପରମ ଦୁଇ । କେହି କାହାକୁ ନ ଦେଖଇ
ଶବଦ ମାତ୍ରକ ବାରଇ । ଶବଦୁ ବେଦ ଉଦ୍ଗାରଇ
ବେଦୁ ଶବଦ ଏ ବ୍ରହ୍ମାଣ୍ତ । ପ୍ରଥିବୀ ନବଲକ୍ଷ ଖଣ୍ତ
ଅଧିକୁଁ ଅଧିକ ଯେତେକ । ଏମନ୍ତେ କହିବି କେତେକ
ଶୁଣି ଉଦ୍ଧବ ଶାନ୍ତ ଚିତ୍ତେ । ପ୍ରମାଣ କଲାକ ତୁରିତେ
ଦ୍ୱାରକା କହିଲେ ଗୋବିନ୍ଦ । ଶ୍ରୀମଦ୍ ଭାଗବତ ତେରସ୍କନ୍ଧ
ବ୍ରହ୍ମାଣ୍ତ ମଧ୍ୟେ ମହାରସ । ଦ୍ୱାରକା ଜଗନ୍ନାଥ ଦାସ
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ
ନାମ ଦ୍ୱିତୀୟୋଦ୍ଧଧ୍ୟାୟଃ
▲</poem>
==='''।। ତୃତୀୟ ଅଧ୍ୟାୟ ।।'''===▼
</poem>
<poem>
;ଉଦ୍ଧବ ଉବାଚ
ଉଦ୍ଧବ କହେ କରଯୋଡି । କୃଷ୍ଣ ଚରଣ ତଳେ ପଡି
ଏକ ବ୍ରହ୍ମାଣ୍ତଠାରୁ ଯୁଗ । ତ୍ରୟ ଦେବତା କରେ ଭୋଗ
ଅନେକ ବ୍ରହ୍ମାଣ୍ତ ବୋଇଲ । ଏଣୁ ସଂଶୟ ଜାତ କଲ
କି ରୂପେ ଅନନ୍ତ ବ୍ରହ୍ମାଣ୍ତ । ନିର୍ମାଣ କଲ କେତେ ଖଣ୍ତ
ଶ୍ରୀ ଭଗବାନ ଉବାଚ
କହନ୍ତି ଶ୍ରୀମଧୂସୂଦନ । ଶୁଣ ହେ ଭକତ ରତନ
ମହା ଶୂନ୍ୟରେ ଯେବେ ଥିଲା । ଓଁକାର ତହୁଁ ଜନମିଲା
ଓଁକାର ରୂପେ ଥିଲା ବେଦ । କେହି ନଜାଣେ ତାର ଭେଦ
ଓଁକାର ବତ୍ରିଶ ଅକ୍ଷର । ବତ୍ରିଶାକ୍ଷର ମୂଳ ତାର
ଚବିଶାକ୍ଷର ବେଦମାତା । ଓଁକାର ସବୁଙ୍କର ପିତା
ଏ ବେନି ଜନଙ୍କର ରସ । ଶକ୍ତି ପ୍ରେମରୁ ଅପ୍ରକାଶ
ତାହାଙ୍କ ତହୁଁ ସେ ଶବଦ । ଅନନ୍ତ ରୁପେ ମହାନାଦ
ବ୍ରହ୍ମାଣ୍ତ କୋଟି ନବଖଣ୍ତ । ରୋମକେ କୋଟିଏ ବ୍ରହ୍ମାଣ୍ତ
ଚବିଶସସ୍ର ବ୍ରହ୍ମାଣ୍ତରେ । ଏ ସର୍ବ ବିଷ୍ଣୁଙ୍କ ଉଦରେ
କେମନ୍ତେ କହିବି ବ୍ରହ୍ମାଣ୍ତ । ମୁଳ ଅଟେ ଚଉଦ ଖଣ୍ତ
ପ୍ରଥମ ଖଣ୍ତ ଯାହା ହେଲା । ଖଣ୍ତକୁ ବେନିଖଣ୍ତ କଲା
ତିନି ଖଣ୍ତ ତା ପୁଣ ହୋଇ । ଚାରି ଖଣ୍ତ ଯେ ଶୁଣ ତୁହି
ପାଞ୍ଚ ପୁତ୍ରକୁ ପାଞ୍ଚ ଖଣ୍ତ । ପୁଣି ସପତ ଯେ ବ୍ରହ୍ମାଣ୍ତ
ଚଉଦ ଖଣ୍ତ ଏହିମତେ । ସଂକ୍ଷେପି କହିଲୁ ଗୁପତେ
ସବୁ ବ୍ରହ୍ମାଣ୍ତେ ଏହି ପୂଜା । ମୁହିଁ ସକଳ ଦେବରାଜା
ମୋହର ଆୟତ୍ତ ସକଳ । ମୋ ବିନୁ ସବୁ ଯେ ନିଶ୍ଚଳ
ମୁଁ ଆତ୍ମା ସଦାନନ୍ଦ ଦେହୀ । ମୋ ବିନୁ ସତ୍ୟ ନୁହେଁ କେହି
ମୁହିଁ ସକଳ ବ୍ରହ୍ମାଣ୍ତରେ । ସଞ୍ଚିତ ପ୍ରକୃତି ସଙ୍ଗରେ
ଏଣୁ ମୁଁ ପ୍ରକୃତିର ପତି । ବ୍ରହ୍ମା ସ୍ୱରୂପେ ମୋର ସ୍ଥିତି
ପ୍ରକୃତି ମୋହଠାରୁ ଜାତ । ସେ ସର୍ବ ସଞ୍ଚଇ ଜଗତ
ପ୍ରକୃତି ପୁରୁଷ ମୁଁ କାଳ । ଏ ତିନି ଅଟେ ଏକ ଡାଳ
ଏଣୁ ଜନ୍ମିଲେ ଏକାଦଶ । ତହୁଁ ଉତ୍ପତ୍ତି ପଞ୍ଚବିଂଶ
ଏ ସର୍ବ ହୁଏ ଏକ ମେଳେ । କେବେ ହେଁ ନ ରହେ ନିଶ୍ଚଳେ
ଜନ୍ମନ୍ତେ ଷଡ଼ରଜ ଘେନି । ବଢ଼ାନ୍ତି କାମକ୍ରୋଧ ବେନି
ଏଣେ ପ୍ରବୃତ୍ତି ଧର୍ମ କହି । ନିବୃତ୍ତି ଧର୍ମ ଶୁଣ ତୁହି
ଏ ବ୍ରହ୍ମ ବିକଳ୍ପ କଳ୍ପିତ । କାଳ କଳ୍ପନା ହୋଇ ଜାତ
ପ୍ରଥମେ ଜାଣ ସତଯୁଗ । ବ୍ରହ୍ମରୁ ଜନ୍ମ ଦୁଇଭାଗ
ପ୍ରଥମ ଭାଗେ ଯେ ପ୍ରକୃତି । ଦ୍ୱିତୀୟେ ପୁରୁଷ ଉତ୍ପତ୍ତି
ଯେ ଭାଗ ପ୍ରକୃତି ରୂପେଣ । ସୃଷ୍ଟି ଉତ୍ପତ୍ତିର କାରଣ
ପୁରୁଷ ଷଡ଼ରୂପେ ଥାଇ । ପ୍ରକୃତି ସୃଷ୍ଟି ଉପୁଜଇ
ଏକଇ ବ୍ରହ୍ମ ବେନି ଖଣ୍ତ । ଜନ୍ମିଲା ବେନିରୁ ବ୍ରହ୍ମାଣ୍ତ
ବ୍ରହ୍ମାଣ୍ତ ମଧ୍ୟେ ବେନି ଗୁଣ । ଜନ୍ମିଲେ ଇନ୍ଦ୍ରିୟ ପ୍ରସଙ୍ଗେ
ପଚିଶ ପ୍ରକୃତି ହକାରି । ପଞ୍ଚମନକୁ ସଙ୍ଗେ କରି
ଅନ୍ତରେ ଥିଲା ରଜ ଗୁଣ । ତହୁଁ ଜନ୍ମିଲେ ଦେବଗଣ
ଏ ସବୁ ଜନ୍ମ ବେନିଗୁଣେ । ଶୁଣ ଉଦ୍ଧବ ସାବଧାନେ
ମୁହିଁ ଶୟନ ମହାଜଳେ । ଜନ୍ମିଲା ନାଭିରୁ କମଳେ
ସେ ପଦ୍ମୁ ବ୍ରହ୍ମା ଅବତାର । ଯୋଗବଳେ କଲେ ସଂସାର
ପ୍ରଥମେ ଜାତ ପୂର୍ବ ମୁଖ । ତହିଁରୁ ଋକବେଦ ଦେଖ
ଉତ୍ତର ମୁଖୁ ବେଦ ହୋଇ । ଯଜୁର୍ବେଦ ଯେ ଜନମଇ
ଦକ୍ଷିଣ ମୁଖରୁ ତଦନ୍ତ । ସାମବେଦ ତହିଁରୁ ଜାତ
ପଶ୍ଚିମ ମୁଖୁ ଜାତ ହେଲା । ତହିଁ ଅଥର୍ବ ଧ୍ୱନି କଲା
ମଧ୍ୟ ଶୂନ୍ୟରେ ମିଳି ବଳେ । କଳ୍ପିଲା ଭୁବନ ମଣ୍ତଳେ
ଦ୍ୱିସପ୍ତପୁର ଅଧଃ ଊର୍ଦ୍ଧ୍ୱେ । ଛନ୍ଦିଲା ଗାୟତ୍ରୀରୁ ଛନ୍ଦେ
ସୂକ୍ଷ୍ମରୁ ସ୍ୱର୍ଲୋକ ସୃଜିଲା । ଭୂଲୋକ ଭୂମିଜାତ କଲା
ପୁଣି ଚାହିଁଲା ଊର୍ଦ୍ଧ୍ୱ ମୁଖେ । ବିଲୋକ ସଞ୍ଚିଲାକ ସୁଖେ
ଊର୍ଦ୍ଧ୍ୱ ମୁଖରେ ପୁଣ କଲା । ମହା ମନୁଷ୍ୟ ଉପୁଜିଲା
ପୁଣି କଳ୍ପିଲା ଯୋଗବେଳେ । ତପଲୋକ କଲା ନିଶ୍ଚଳେ
ପୁଣି ହିଁ ଅଧୋମୁଖେ ଚାହିଁ । ପାତାଳ ତା ତଳ ଭିଆଇ
ପୁଣି ଊର୍ଦ୍ଧ୍ୱରେ ଦୃଷ୍ଟିଦେଲା । ସତ୍ୟଧ୍ରୁବମଣ୍ତଳ ହେଲା
ପୁଣି ଅଧୋମୁଖରେ ଚାହିଁ । ତଳାତଳ ତା ତଳ ହୋଇ
ପୁଣି ସେ ବ୍ରହ୍ମଲୋକ କଲା । ରସାତଳ ପୁଣି ସୃଜିଲା
ଏଣୁ ସେ ଚତୁଦ୍ଦର୍ଶ ପୁର । ପ୍ରକୃତି ସଞ୍ଚିଲା ସଂସାର
ଏହି ଯୁଗରେ ମୋ ନିବାସ । ଯହିଁରୁ ପ୍ରକୃତି ପୁରୁଷ
ସହସ୍ର କିରଣ ଯେ ବାଡ଼ । ଅଗମ୍ୟ ଭୂମି ମିଯହିଁ ଗୁଢ଼
ସର୍ବଦା ଜ୍ୟୋତିର୍ମୟ ପୁର । ଗମି ନ ପାରି ସୁରନର
ତହିଁରେ ଦଶ ଦିଗ ନାହିଁ । ମନ ପବନ ନ ଗମଇ
ରବି ଶଶାଙ୍କ ଅଗୋଚର । ଭବ ବିରଞ୍ଚି ସୁନାସୀର
ଏମାନେ ଗମି ନ ପାରନ୍ତି । ଦୁର୍ଗମ ଦେଖି ବାହୁଡ଼ନ୍ତି
;ଉଦ୍ଧବ ଉବାଚ
ଉଦ୍ଧବ ବୋଇଲେ ମୁରାରୀ । କିମ୍ପାଇଁ ଗମିଣ ନ ପାରି
କି ଅବା ପଥ ତେଣେ ନାହିଁ । ଏହା କହିବ ଭାବଗ୍ରାହୀ
;ଶ୍ରୀ ଭଗବାନୁବାଚ
ବୋଲନ୍ତି କମଳ ଲୋଚନ । ଶୁଣ ଉଦ୍ଧବ ସାବଧାନ
ଧ୍ରୁବ ଲୋକର ଯାଏ ବାଟ । ଯିବା ଆସିବା ଲୋକେ ଭେଟ
ଯିଏ ସେ ତପସ୍ୟା କରଇ । ଧ୍ରୁବ ମଣ୍ତଳ ଯାଏ ଯାଇ
ତେଣିକି ନ ଦିଅଇ ପଥ । ହସି କହନ୍ତି ଜଗନ୍ନାଥ
ଧ୍ରୁବ ମଣ୍ତଳ ମାପ ହୋଇ । ଦ୍ୱାଦଶ ଯୂଣ ପଥ କହି
ସୂଚି ମୁନରେ ସରୁ ବାଟ । ଯିବାକୁ ବହୁତ ସଙ୍କଟ
ଚାରି ଯୋଜନ ଦ୍ୱାରେ ଯାଇ । ତହୁଁ ସୂକ୍ଷ୍ମ ପଥ ଅଟଇ
ପୁଣି ଚାରି ଯୋଜନ ଦ୍ୱାର । ତହିଁରୁ ସରୁ ପଥ ତାର
ତହିଁରୁ ଚାରିଯୂଣ ବାଟ । ଲେଶ ପ୍ରମାଣେ ପଥ କଷ୍ଟ
ତେତେକ ଯହୁଁ ଗମି ଯାଇ । ତେବେ ମୋ ଭୁବନେ ମିଳଇ
ଯେ ଭୂମି ବିସ୍ତାର ଅପାର । ଚୌରାଶି କାଠି ଦୀର୍ଘ ତାର
ପ୍ରତି ତା ଦଶ ଲକ୍ଷ କାଠି । ତହିଁ ମଧ୍ୟରେ ଯେ ବଇଠି
ବଇଠି ଉପରେ ମୋ ସ୍ଥାନ । ଠୁଳ ଆକାରେ ମୋ ଆସନ
ମାୟା ପ୍ରକଟ ରୂପ ହୋଇ । ଆହୁଟ କୋଟିନୃପ ସେହି
ପ୍ରତି ଆହୁଟ କୋଟି କଲା । ସେ ମାୟା ବ୍ରହ୍ମ ବୋଲାଇଲା
ତାହାର ଆଗେ ମୁଁ ଗୁପତ । ନ ଦିଶେ ଶିର ପାଦ ହସ୍ତ
ଦେହ ନିର୍ଣ୍ଣୟେ ଗଣ୍ତ ମୁଖ । ନ ଦିଶେ ମୋର ରୂପରେଖ
ଯେ ଅବା ଗମେ ଭକ୍ତିବଳେ । ମାୟା ବ୍ରହ୍ମକୁ ଦେଖିଡୋଳେ
ତାହାର କୃଷ୍ଣ ଭକ୍ତି ଭୂତେ ତେ । ପଶଇ ନିସ୍ତାର ନିମନ୍ତେ
ଅନେକ ଦିନେ ମୋତେ ପାଇ । ଶୁଣ ଉଦ୍ଧବ ଜ୍ଞାନ କହି
ଶୁଣି ଉଦ୍ଧବ ବିରସିତ । ମନରେ ହୋଇଲା ଆରତ
କୃଷ୍ଣ ଚରଣ ତଳେ ପଡ଼ି । ବୋଲଇ ବେନି କରଯୋଡ଼ି
ଭୟ ଲାଗିଲା ମୋତେ ହରି । କେମନ୍ତେ ଭବୁ ହେବି ପାରି
ଏଡେ଼ ଅଗମ୍ୟ ଯେଉଁ ପଥ । କେ ଅବା ଯିବାକୁ ସମର୍ଥ
ତୋ ଭକ୍ତ କେମନ୍ତେ ଗମିବ । ଏ କଥା କହ ହେ ମାଧବ
ତିନି ଦ୍ୱାରରେ କିଳେ ଦ୍ୱାରୀ । କେମନ୍ତେ ଛାଡ଼ିଦିଏ ହରି
ଏକଥା ସଂଶୟ ମୋ ଖେଦ । ଜ୍ଞାନ ଖଡ଼ଗେ ନାଥ ଛେଦ
;ଶ୍ରୀ ଭଗବାନୁବାଚ
ଧ୍ରୁବ ମଣ୍ତଳ ପରେ ଯାଇ । ଚାରି ଯୋଜନ କ୍ଷେତ୍ର ସେହି
ସୂଚି ମୁନର ପ୍ରାୟ ବାଟ । ଲାଗିଛି ତିଳେକ କବାଟ
ବଳଭଦ୍ର ତହିଁ ଦୁଆରୀ । ରେବତୀ ସଙ୍ଗରେ ବିହରି
ବଟ ସ୍ୱରୂପେ ସେ ବିରାଟ । ନାମ ଦେବନାଶନ ବଟ
ଗିରି ଯୋଜନ ପଥ ଯେଟି । କାରୁଣ୍ୟ ଜଳ ବୋଲି ସେଟି
ସେ ହିମାଳୟ ହିମମୟ । ଅସତ୍ୟ ଲୋକେ ହୋନ୍ତି କ୍ଷୟ
ଧ୍ରୁବ ମଣ୍ତଳୁ ଚାରିଯୁଣ । ତାହାକୁ ବୋଲି ଅର୍ଦ୍ଧଶୂନ୍ୟ
ଚାରିଯୁଣ ଉପରେ ବାଟ । ଦେବନାଶନ ନାମେ ବଟ
ତେଣିକି ଚାରିଯୁଣ ପଥ । ସେ ପଥ ଅତି ଆଲୋକିତ
ସୂଚି ମୁନରୁ କୋଟି ଅଂଶେ । ପଥ ଫିଟିଛି ସେ ନ ଦିଶେ
ସେ ଚାରିଯୁଗ ଅନ୍ଧକାର । ତହିଁ ଉପରେ ଅଛି ଦ୍ୱାର
ତହିଁ ସୁଜାଣ ନାମେ ଅହି । ଦ୍ୱାର ଆବୋରି ଅଛି ରହି
ମାଙ୍କଡ଼ସା ସୂତା ପରାୟେ । ଶରୀର ଏଡେ଼ ମୋଟ ହୁଏ
ଲାଞ୍ଜ ମୁଣ୍ତ ତା ଏକଠାଇଁ । ବସିଛି ପୂର୍ବକୁ ଅନାଇ
ବଟ ଦୁଆର ଚାରିଯୁଣ । ଅନଳ ସେହୁ ମହାଶୂନ୍ୟ
ଯେହୁ ଅନଳ ଜିଣିଯାଇ । ଅହି ଦ୍ୱାରୀକୁ ଭେଟ ପାଇ
ତେଣିକି ଯେଉଁ ଚାରିଯୂଣ । ଲେଶ ପ୍ରମାଣେ ପଥଜାଣ
ସୂଚି ମୁନର କୋଟି ଅଂଶେ । କୋଟି ଅଂଶରୁ ବାଟ ଲେଶେ
ସେ ଚାରିଯୁଣ ଅଧକାର । ନାସ୍ତି ଭୂମି ଅଗମ୍ୟପୁର
ସେ ଚାରିନାମ ଗୁଣାଗୁଣ । ତାହାର ନାମ ଅର୍ଦ୍ଧଶୂନ୍ୟ
ଚାରିଗୁଣ ଉପରେ ଠଣା । ଦ୍ୱାରୀ ଅଟଇ ତା କଳ୍ପନା
ଯୋଗମାୟା ତ୍ରିପୁରା ଜାଣ । ସୁର ନରଙ୍କୁ ଅନୁପମ
ତେଣିକି ଚଉରାଶି କାଠି । ଗମିଲେ ମାୟା ବ୍ରହ୍ମଭେଟି
ମାୟା ବ୍ରହ୍ମ ଆହୁଟ କୋଟି । ଏହା ଗମିଲେ ମୋତେଭେଟି
ଅଦୃଷ୍ଟ ଅଶ୍ରୁତ ଏ ଜାଣ । ଜ୍ଞାନ ଲୋଚନେ ଦରଶନ
ଏଡେ଼ ଦୁର୍ଗମ ପଥ ଖଣ୍ତି । ବ୍ରହ୍ମାଦି ବ୍ରହ୍ମରୂପେ ଭଣ୍ତି
ଜ୍ଞାନକୁ ଆନ ନ ଜାଣଇ । ତାହା ତୁ ଶୁଣ ମନ ଦେଇ
ଏ ଯେ ପରମ ତତ୍ତ୍ୱ ଯୋଗ । ଶୁଣନ୍ତେ ଖଣ୍ତେ ଭବରୋଗ
ଯେବା ପଣ୍ତିତ ଜ୍ଞାନୀଜନ । ତାହାର ଥାଏ ଏହି ଜ୍ଞାନ
ଅନ୍ୟ ଲୋକଙ୍କୁ ଏହୁ ଦ୍ୱନ୍ଦ । ଦିବସ ରାତ୍ର ସମ ଅନ୍ଧ
ଉଦ୍ଧବ ଦ୍ୱାରକା ଶ୍ରବଣେ । ଦ୍ୱାରକା ଜଗନ୍ନାଥ ଭଣେ
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ବୈକୁଣ୍ଠ ବର୍ଣ୍ଣନେ ଶ୍ରୀକୃଷ୍ଣ
ଉଦ୍ଧବ ସମ୍ବାଦେ ନାମ ତୃତୀୟୋଦ୍ଧଧ୍ୟାୟଃ
</poem>
<poem>
;ଶ୍ରୀ ଭଗବାନୁବାଚ
ଉଦ୍ଧବ ଶୁଣ ତତ୍ତ୍ୱ ଜ୍ଞାନ । ପୁଚ୍ଛିଲ ପରଂବ୍ରହ୍ମ ଜ୍ଞାନ
ନାମ ସୁହୃଦ ଜ୍ଞାନବନ୍ତ । ରିପୁ ବାତ୍ସଲ୍ୟ ବିସର୍ଜିତ
କାମ କ୍ରୋଧକୁ ପରିହରି । ମନ୍ଦ ସ୍ୱଭାବ ଦୂର କରି
</poem>