Content deleted Content added
୧୦ କ ଧାଡ଼ି:
: ଆଗକୁ ଯାଇପାରୁନଥିବା ପୃଷ୍ଠା ମାନେ: 'ସେହି ପୃଷ୍ଠାସବୁ ଉଇକିପାଠାଗାରର ବାକି ପୃଷ୍ଠାମାନଙ୍କ ସଙ୍ଗେ ଯୋଡ଼ା ହୋଇ ନାହାନ୍ତି ।' [[ଓଡ଼ିଆ ଭାଗବତ/୨|ଭାଗବତର ଦ୍ଵିତୀୟ ସ୍କନ୍ଧ]] ପୃଷ୍ଠାରେ ଦେଖିପାରିବେ ଉପରେ ଓ ତଳେ ଏହା ପ୍ରଥମ ସ୍କନ୍ଧ (ପୂର୍ବ) ଓ ତୃତୀୟ ସ୍କନ୍ଧ (ପର) ସହ ଯୋଡ଼ି ହେଇଛି । ଭାଗବତର ସମସ୍ତ ସ୍କନ୍ଧ (ପୃଷ୍ଠା ) ଏହିପରି [[ଓଡ଼ିଆ ଭାଗବତ|ଭାଗବତର ସୂଚୀ]] ସହ ସଂଯୋଗ ହେବା ଉଚିତ, ଏହା ହେଇ ନଥିବାରୁ ଏପରି ଦେଖାଉଛି । ମୁଁ କିଛି ଅଧ୍ୟାୟ ଯୋଡ଼ି ଦେଇଛି, ବାକି ସବୁ କିଛି ଦିନ ମଧ୍ୟରେ ଯୋଡ଼ି ଦେବି । ଏହା ଆପଣ ନିଜେ ମଧ୍ୟ ଏହା କରିପାରିବେ । ଏଥିରେ ଆପଣଙ୍କ ତରଫରୁ କିଛି ଭୁଲ ନାହିଁ, (ଦେଖିବାକୁ କାହାର ବି ଭୁଲ ନାହିଁ, ମିଳିତ ପ୍ରକଳ୍ପ ହେତୁ ଏହା କୌଣସି ଜଣକର ଦାୟିତ୍ଵ ନୁହଁ, ସମସ୍ତଙ୍କର ଦାୟିତ୍ଵ)।
: ଆପଣ ପଚାରୁଥିବା ପ୍ରଶ୍ନର ଉତ୍ତର ଏଠାରେ ପଢୁଛନ୍ତି ।--[[ବ୍ୟବହାରକାରୀ:MKar|ମୃତ୍ୟୁଞ୍ଜୟ କର]] ([[ବ୍ୟବହାରକାରୀଙ୍କ ଆଲୋଚନା:MKar|ମୋ ଆଲୋଚନା]]) ୦୯:୦୬, ୧୯ ଜୁନ ୨୦୧୫ (IST)
 
== ଦିଲ୍ଲୀରେ ଉଇକିପିଡ଼ିଆ କାର୍ଯ୍ୟ ନିମନ୍ତେ ଏକ ଲାପଟପ ଦେବା ପାଇଁ ସିଆଇଏସକୁ ଅନୁରୋଧ ==
 
ମୁଁ ନିମ୍ନ ଲିଖିତ କାରଣ ପାଇଁ ଏକ ଲାପଟପ ଅନୁରୋଧ କରିବାକୁ ଚାହୁଁଛି :
୧ ଦିଲ୍ଲୀରେ ଉଇକିସମୂହ ତିଆରି କରିବା
୨ ଦିଲ୍ଲୀରେ ରହୁଥିବା ସ୍କୁଲ ଓ କଲେଜ ପଢ଼ିବା ପିଲାଙ୍କୁ ଉଇକିପିଡ଼ିଆ ବିଷୟରେ ଜଣାଇବା ଓ ସେମାନଙ୍କୁ ଉଇକି ସହ ଯୋଡ଼ିବାରେ ପ୍ରୋତ୍ସାହନ/ସାହାଯ୍ୟ କରିବା
୩ ଓଡ଼ିଆ ଶିଖିବା ଚାହୁଁଥିବା ଓଡ଼ିଆଙ୍କୁ ଓଡ଼ିଆରେ ଟାଇପ କରିବା ଶିଖାଇବା
ଏହା ନିମ୍ନ ଲିଖିତ ନାନାଦି କାମରେ ଲାଗିବ :
୧ ଉଇକିସମୂହଙ୍କ କାଯ୍ୟଶାଳାରେ କିମ୍ୱା ଅନ୍ୟ ଓଡ଼ିଆ ସଭାଗୁଡ଼ିକରେ
୨ ଛୁଟି ଦିନମାନଙ୍କରେ ଘରେ ଉଇକିପାଠାଗାରରେ କାମ କରିବା
୩ ଅନ୍ୟସ୍ଥାନରେ ରହୁଥିବା ଉଇକିଆଳିଙ୍କ ସଂପକରେ ରହିବା
୪ ଅନ୍ୟ ଉଇକି ସ୍ୱେଚ୍ଛାସେବିର ଉଇକିପିଡ଼ିଆ କାମ ନିମନ୍ତେ ଆବଶ୍ୟକ ପଡ଼ିଲେ
 
ଆମେ ଗତବର୍ଷ ଡ଼ିସେମ୍ବର ମାସ ୧୪ ତାରିଖରେ ସୁଭାସିସ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୋଟିଏ ଉଇକିପିଡ଼ିଆ କର୍ମଶାଳା ଦିଲ୍ଲୀର ତ୍ୟାଗରାଜ ନଗରରେ ଥିବା ଜଗନ୍ନାଥ ମନ୍ଦିରରେ କରିଥିଲୁ । କିନ୍ତୁ ତା ପରଠୁ ସମୟର ଅଭାବରୁ ଅନ୍ୟ କିଛି କାଯ୍ୟ ଆଗକୁ ବଢ଼ିନାହିଁ । ବର୍ତ୍ତମାନ ଆମେ ସ୍ଥିରକରିଛୁ ସବୁ ମାସରେ ୧ କିମ୍ବା ୨ଟି ଉଇକିସଭା ଦିଲ୍ଲୀର ତ୍ୟାଗରାଜ ନଗରରେ ଥିବା ଜଗନ୍ନାଥ ମନ୍ଦିର କିମ୍ୱା ହାଉଜ ଖାସରେ ଥିବା ସିଆଇଏସ ର ବ୍ରାଞ୍ଚ ଅଫିସରେ କରିବାକୁ ତଦ୍ୱାରା ଏଠାରେ ରହୁଥିବା ଓଡ଼ିଆ ବାସୀଙ୍କ ଉତ୍ସାହ ବଢ଼ିବ ଏବଂ ସବୁ ଏକାଠି ହେଲେ କାମ କରିବାକୁ ଇଚ୍ଛା ବି ହେବ । ଯେହେତୁ ସମସ୍ତେ ନିଜ ନିଜ କାର୍ଯ୍ୟରତ ଜୀବନ ଭିତରେ ରହି ଏସବୁ କାମ କରିବାକୁ ଇଚ୍ଛା ଥିଲେ ମଧ୍ୟ ସମୟ ଓ ମନୋବଳ ଅଭାବରୁ କରି ପାରୁନାହାନ୍ତି । ସେମାନଙ୍କ ନିମନ୍ତେ ଏହା ଗୋଟିଏ ସୁଯୋଗ ହେଇପାରିବ ଓ ଉଇକିପିଡ଼ିଆକୁ ନୂଆ ଉଇକିଆଳି ମଧ୍ୟ ମିଳିପାରିବ ।
ଏଠାରେ ଅନ୍ୟଗୋଟିଏ କାର୍ଯ୍ୟକ୍ରମ 'ଆସ ଶିଖିବା ଆମରି ଭାଷା' ଜରିଆରେ କିଛି ଓଡ଼ିଆ ସ୍ୱେଚ୍ଛାସେବୀ ଦିଲ୍ଲୀର ମେହେରୋଲି (୧ଟି), ଛତ୍ରପୁର (୨ଟି) ଏବଂ ତ୍ୟାଗରାଜ ନଗରରେ ଜଗନ୍ନାଥ ମନ୍ଦିର(୧ଟି)ସେଣ୍ଟରରେ ଓଡ଼ିଆ ପିଲାଙ୍କୁ ମାତୃଭାଷା ଓଡ଼ିଆ ଶିଖେଇବାରେ କାର୍ଯ୍ୟରତ ଅଛନ୍ତି । ଯାହା ପ୍ରତି ରବିବାରେ ୨ ଘଣ୍ଟା ମାଗଣାରେ ପିଲାଙ୍କୁ ପଢ଼ାଯାଏ । ଗତ ମାସ ୧୩ ଜୁଲାଇରେ ଆମେ ଏଥିରୁ ଗୋଟିଏ ସେଣ୍ଟରରେ କମ୍ପୁଟର ଜରିଆରେ ଓଡ଼ିଆ ଶିଖାଇବା ଆରମ୍ଭ କରିଛୁ । ଏହି ପିଲାମାନେ ମଧ୍ୟ ଉଇକିପିଡ଼ିଆ ବିଷୟରେ ଜାଣିବେ ଓ ଇଚ୍ଛୁକ ଥିବା ପିଲା ଉଇକିପାଠାଗାର ନିମନ୍ତେ କିଛି ଟାଇପ ମଧ୍ୟ କରିପାରିବେ ।
--[[ବ୍ୟବହାରକାରୀ:Pmsarangi|Pmsarangi]] ([[ବ୍ୟବହାରକାରୀଙ୍କ ଆଲୋଚନା:Pmsarangi|ମୋ ଆଲୋଚନା]]) ୧୨:୨୪, ୧୩ ଅଗଷ୍ଟ ୨୦୧୫ (IST)
== ସମର୍ଥନ ==
#
#
 
== ଭିନ୍ନ ମତ ==
#
#