"ମନବୋଧ ଚଉତିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୫୩ କ ଧାଡ଼ି:
ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ,

ଟୋପ ଚଉଁରା ଅଛି ତୋ ଦେହେ ପୁରି ।।୧୧।।

ଠିକେ ମୁଁ କ‌ହୁଅଛି କର ମୋ କଥା,

ଠିକେ ହେହରେ ଅଛି ଶୂନ୍ୟ ଦେବତା ।

ଠିକ ଯିବୁଟି ମନ ମୁଣ୍ଡ ପଡ଼ିଲେ,

ଠିକେ ଗୁରୁଙ୍କ ସେବା କର ତୁ ଭଲେ ।।୧୨।।

ଡାକି କ‌ହୁଛି ମନ ଡାକ ଗୋବିନ୍ଦ,

ଡର ଜଞ୍ଜାଳ ଯାଉ ମୋହର ହୃଦ ।

ଡେରିଥାନ୍ତି ଶ୍ରବଣ ଭକ୍ତ ଡାକ‌କୁ,

ଡଙ୍ଗା ଯେହ୍ନେ ଜଳରେ ଚାହେଁ ପଛକୁ ।।୧୩।।

ଢୋଲ ଯେସନେ ଢାଉଁ ଢାଉଁ ବାଜଇ,

ଢଳେ ତ‌ହିଁ ଭିତରେ କିଛି ହିଁ ନାହିଁ ।

ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ,

ଢଳି ପଡ଼ିଲେ ସବୁ ହେବଟି ମିଛ ।।୧୪।।

ଏଣେ ତୁ ଦେଇଥିଲେ ତେଣେ ପାଇବୁ,

ଅଣଆୟତ୍ତ ବେଳେ କି ଘେନି ଯିବୁ ।

ଅଣବିଶ୍ୱାସୀ ହୋଇ ରହିବୁ ଦିନେ,

ଅନେକ ଦୁଃଖ ଦେବେ ଯମ ଭୁବନେ ।।୧୫।।

ତୁ ଯେ ବୋଲୁଛୁ ମୋର ଅର୍ଜିଲା ଧନ,

ତୋ ଦେହ ନୁହେଁ ତୋର ଦେଖ ଏ ମନ ।

ତୋହରି ସଙ୍ଗୁ ମନ ଗଲେଣି କେତେ,

ତୁ ମିଥ୍ୟା କଥାକୁ ତ ଯାଉ ପରତେ ।।୧୬।।

ଥିଲେ ଏ ସଂସାରେ ଯେତେ ନୃପତି,

ଥୟ କରି କେ ଭୋଗକଲା ଏ ପୃଥିବୀ ।

ଥୋଇଲା ଧନ ତୋର ଖୁଣ୍ଟି ଖାଇବେ,

ଥାନେ ତୋହର ଘର କରି ରହିବେ ।।୧୭।।

ଦେହେ ପୂରିଛି ତୋର ଅଶେଷ ରୋଗ,

ଦିନ ଚାରିକ ସିନା ଏ ସୁଖ ଭୋଗ ।

ଦଣ୍ଡେ ହେ ବେଳ ତୋତେ ରଖିବେ ନାହିଁ,

ଦଣ୍ଡୁ ଯେ ଥିବେ ଯମ ଡଗର ନେଇ ।।୧୮।।

ଧର୍ମ ଅଧର୍ମ କଥା ନ‌ଜାଣୁ ତୁହି,

ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ ।

ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ,

ଧର୍ମରେ ଆତଯାତ ହେଉଛି ମହୀ ।।୧୯।।

ନିନ୍ଦି ଅକର୍ମ କଲେ ନିନ୍ଦା ପାଇବୁ,

ନରକେ ପଡ଼ି କେତେ ଦୁଃଖ ସ‌ହିବୁ ।

ନିମିଷେ ମାତ୍ର ତୁଣ୍ଡେ ନନେଲୁ ହରି,

ନାଶ-ହେତୁକୁ କିମ୍ପା ଅଛୁ ଆବୋରି ।।୨୦।।