"ମନବୋଧ ଚଉତିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୯୮ କ ଧାଡ଼ି:
ନିମିଷେ ମାତ୍ର ତୁଣ୍ଡେ ନନେଲୁ ହରି,

ନାଶ-ହେତୁକୁ କିମ୍ପା ଅଛୁ ଆବୋରି ।।୨୦।।

ପାହିଲା ନିଶି ଯେହ୍ନେ ରବି ଉଦୟ,

ପଦ୍ମଲୋଚନ ସବୁ ଦେହେ ଉଦୟ ।

ପ୍ରଭୁଙ୍କୁ ଆଶ୍ରେ କର ତରିବୁ ଯେବେ,

ତା ପାଦପଦ୍ମେ ଚିତ୍ତ ଦିଅନ୍ତୁ ଏବେ ।।୨୧।।

ଫୁଲ ଯେସନେ ଫୁଲେ ଫୁଲେ ବିହରେ,

ଫୁଲ ସମୀରେ ଆଉ ନ‌ଦିଶେ ତାରେ ।

ଫୁଲ ସଂସାରେ ଲାଭ ହରି ଭଜନ,

ଫାଶ ଗଳାକୁ କିମ୍ପା କରିଛୁ ମନ ।।୨୨।।

ବେଳକୁ ବେଳ ତୋତେ କ‌ହୁଛି ମୁହିଁ,

ବାନ୍ଧିଣ ନେବ ଯମ କି ଦୁଃଖ ଦେଇ ।

ବିକଳେ କାନ୍ଦୁଥିବୁ ଆକୁଳ ହୋଇ,

ବେଳହୁଁ ଆଶ୍ରେକରି ଭଜ ଗୋସାଇଁ ।।୨୩।।

ଭେଳା ବୁଡ଼ିବ ହେଳା କଲେ କ‌ହୁଛି,

ଭଙ୍ଗା ନାଗରେ କିଏ ସିନ୍ଧୁ ତରିଛି ।

ଭାବକୁ ନିକଟ ସେ ଅଭାବେ ଦୂର,

ଭକତ ଦାସ କ‌ହେ ଜୀବନ ଛାର ।।୨୪।।

ମିଥ୍ୟା ଭାୟା ସଂସାର ନୋହେ କାହାରି,

ମଲା ବୋଲିଣ ଦିନେ ପଡ଼ିବ ହୁରି ।

ମହୀ ଭିତରେ କେହି ଦେଖିବ ନାହିଁ,

ମଲା ବୋଲି କାନ୍ଦୁଛୁ ମରିବୁ ତୁହି ।।୨୫।।

ଜନମ ହେଲେ ପ୍ରାଣୀ ଅବଶ୍ୟ ମରି,

ଯଶ ରଖିବୁ ଯେବେ ଭଜ ଶ୍ରୀହରି ।

ଯମ ବାନ୍ଧିନେବଟି ହେବୁ ମେଲାଣି,

ଜଗନ୍ନାଥ ମହିମା ଲଣିକି ଆଣି ।।୨୬।।

ରଙ୍ଗ ପସରା ସିନା ଭବ ସାଗର,

ରଙ୍ଗ ଭିତରେ ଅଛି କି ନାରଖାର ।

ରୂପ ପ୍ରତିମାକୁ ତୁ ପରତେ ନଯା,

ରହିବେ ନାହିଁ କେହି ରଜା ପରଜା ।।୨୭।।

ଲୋଚନେ ଦେଖି କର୍ଣ୍ଣେ ଶୁଣୁଛି ନିତି,

ଲୋଭକରି ଅର୍ଜିଲୁ ଧନ ସମ୍ପତ୍ତି ।

ଲୋଭଟି ସବୁ ନାଶ କରଇ ମନ,

ଲୋଡ଼ିଲେ ନପାଇବୁ ଆଉ ଜୀବନ ।।୨୮।।

ବିଅର୍ଥ ରହିଅଛି ଦୁର୍ଲଭ ଦେହ,

ବିଷୟା ବିଷେ ଆଉ ନବଳା ସ୍ନେହ ।

ବୁଡ଼ିଯିବଟି ମୂଳ ଲାଭ ସରିବ,

ବେଳହୁଁ ଆଶ୍ରେକରି ଭଜ ମାଧବ ।।୨୯।।

ଶ୍ରୀକୃଷ୍ଣ ପାଦପଦ୍ମେ ଦିଅନ୍ତୁ ମନ,

ସରମେ ନପାଇବୁ ଆଉ ଜୀବନ ।

ଶ୍ରୀକୃଷ୍ଣ ନାମାଗରଟି କର ଭଜନ,

ଶ୍ରୀକୃଷ୍ଣ ପାଦପଦ୍ମେ କର ତୁ ଧ୍ୟାନ ।।୩୦।।

ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ,

ସଂସାରେ ପଡ଼ି ଆଉ ନ ପାଅ ଲାଜ ।

ସବୁଟି ମିଛ ହରି ନାମଟି ସତ,

ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ଚିତ୍ତ ।।୩୧।।

ସତ୍ୟ ମଣୁଛୁ ତୁହି ଭବସାଗର,

ସରିଯାଉଛି ପରମାୟୁ ତୋହର ।

ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି,

ଶୋକ ସାଗରୁ ଯେବେ ହୋଇବୁ ପାରି ।।୩୨।।

ହୁଡ଼ିଲେ ଯେତେ ଜନ ହରି ନାମକୁ,

ହୀନ ଗତିକୁ ଗଲେ ବୁଡ଼ି ତଳକୁ ।

ହାରିଲେ ଦେହ ଆଉ ପାଇବୁ କାହିଁ,

ହାଟ ବସାଇଥିବେ ତୋ ଦେହ ପାଇଁ ।।୩୩।।

କ୍ଷୟେ ଦୁର୍ଲ୍ଲଭ ଦେହେ ହୁଏ ଆୟୁଷ,

କ୍ଷୟ ନ ଯିବ ନାମ ହୃଦରେ ଘୋଷ ।

ଛାର ଦେହକୁ ମନ ନଯା ବିଶ୍ୱାସ,

ଛାର ଦୁର୍ବୁଦ୍ଧି କହେ ଭକତ ଦାସ ।।୩୪।।